ରୁଦ୍ରାକ୍ଷ ମହାତ୍ମ୍ୟ
ଶିବ ପ୍ରସାଦ ବାହିନୀପତି ରୁଦ୍ରାକ୍ଷକୁ କିଏ ନ ଜାଣେ ? ରୁଦ୍ରାକ୍ଷ ଫଳ ସହ ସମସ୍ତେ ପ୍ରାୟ ପରିଚିତ । ବିଶେଷ କରି ବ୍ରାହ୍ମଣ , ପୂଜକ ,ବୈଷ୍ଣବ ଧର୍ମୀମାନେ ଏହା ସହ ଭଲ ଭାବରେ ପରିଚିତ । ଦୁଇଟି ଶବ୍ଦର ସମିଶ୍ରଣରେ ସୃଷ୍ଟି ଏହି ଶବ୍ଦ "ରୁଦ୍ରାକ୍ଷ" । ରୁଦ୍ର + ଅକ୍ଷ = ରୁଦ୍ରାକ୍ଷ । ଅର୍ଥ :- ରୁ - ରୁତମ (ଦୁଃଖମ୍) ଏବଂ ଦ୍ର - ଦ୍ରବୟତି (ନାଶୟତି) ; ଇତି ରୁଦ୍ରଃ । "ଅକ୍ଷ" ବା "ଅକ୍ସା"ର ଅର୍ଥ ଅଶ୍ରୁବୁନ୍ଦା । ଯେ ଦୁଃଖର ବିନାଶକ - ସେ ରୁଦ୍ର । ରୁଦ୍ରଙ୍କ ନେତ୍ର ନୀରରୁ ଜାତ ହେତୁ "ରୁଦ୍ରାକ୍ଷ"ର ନାମକରଣ । ଶିବ ପୁରାଣ କହେ ରୁଦ୍ରାକ୍ଷ ଉତ୍ପନ୍ନର ବିଶଦ କାହାଣୀ । ତ୍ରିପୁରାସୁରର ବଧ ପରେ ସ୍ବୟଂ ଶିବ ଦୀର୍ଘବର୍ଷ ଧରି ସମାଧିସ୍ଥ ହେଲେ । ସମାଧିରୁ ନିବୃତ ହେବା ପରେ ତାଙ୍କ ଆଖିରୁ ନିର୍ଗତ ହେଲା ଅଶ୍ରୁ । ସେହି ଅଶ୍ରୁ ଜଳ କାଶୀ , ଅଯୋଧ୍ୟା , ମଥୁରା , ନେପାଳ , ମଳୟ ପ୍ରଦେଶ ଆଦି କିଛି ସ୍ଥାନରେ ପତିତ ହେଲା । ସେହି ଅଶ୍ରୁ ଜଳରୁ ଜନ୍ମ ନେଲା ରୁଦ୍ରାକ୍ଷ ବୃକ୍ଷ । ସ୍କନ୍ଦ ପୁରାଣର ହିମାଦ୍ରି ଖଣ୍ଡରେ ବର୍ଣ୍ଣନା ଅଛି ଏହାର ମହାତ୍ମ୍ୟ । ପାର୍ବତୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶିବ କହିଲେ - "ରୁଦ୍ରାକ୍ଷ ବୃକ୍ଷ ମୋର ସାକ୍ଷାତ ସ୍ବରୂପ ଅଟେ । କଳି କାଳରେ ଏହି ବୃକ୍ଷରେ ହିଁ ମୋର ନିବାସ ହେବ । ଏହି ବୃକ୍ଷ ରୋପଣ କରୁଥିବା ପ୍ରତ୍ଯେକ ବ୍ଯକ୍ତି ଶ...