ଜାଣେ ମୁଁ ଅନାଥ
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ଧିକ୍ ! ଶତଧିକ୍ ମୋର ଜାତ ଲଗ୍ନକୁ , କେଉଁ ଅଶୁଭ ବେଳାରେ ଜନ୍ମ କେଜାଣି ଜୀବନଟା ସାରା ଦହଗଞ୍ଜ ଜାତରୁ ଏଯାବତ ଯନ୍ତ୍ରଣା । ମୁହୂର୍ତ୍ତକ ପାଇଁ ମିଳିଲାନି ମତେ ଚେନାଏ ହସ କି ଟୋପାଏ ଖୁସି , ଲୁଚିଛପି କାନ୍ଦିବା ଏଯାଏଁ ସରିଲାନି ଗୋଟାଏ ପରେ ଗୋଟାଏ ବିଧା ଭାଙ୍ଗି ପକାଏ ଶଲ୍ଯ ସମୂହ । ଶୂନ୍ଯରୁ ଅଜଣା କରମୁଷ୍ଟି ମାଡ଼ ଢୁଙ୍ଗା ଢୁଙ୍ଗା କରକା ବର୍ଷାରେ ଅସ୍ତବ୍ୟସ୍ତ ଜୀବନର ଚଲାପଥ ଟାଙ୍ଗରା ଭୂଇଁ ନା ଗଛ ନା ଛାଇ ନା ବାସ କେବଳ ହା' ହତାଶ । ହସିବାର ଅଭିନୟ ଆଉ ମିଛ ଖୁସିର ପ୍ରହେଳିକା ଏ ବି ଏକପ୍ରକାର କଳା ଭାବି ଏ ପର୍ଯ୍ଯନ୍ତ ଗଡ଼ିଗଲା ଜୀବନ ରଥ ଆଗକୁ ବନ୍ଧୁର ଶିଳାର ଆସ୍ତରଣ । ତଥାପି ଯିବାକୁ ହେବ , ଚାଲିବାକୁ ଚେଷ୍ଟା କଲି କିନ୍ତୁ ସମୟ ସୂଚେଇ ଦେଲା ମତେ ମହାବିପତ୍ତି ତୋ' ସାମ୍ନାରେ..... ହେଇଟି ଆସିଲା କହୁ କହୁ ବିପତ୍ତି ଆସି ମୋ' ପାଖରେ ହାଜର , କିଛି ନାହିଁ , କେବଳ ମୋହରଟେ ମାରିଦେଇ ଗଲା ଅନାଥ ବୋଲି ଜଣେଇ ଦେଲା ସମାଜରେ । ସବୁ ଆପଣା ପାଲଟି ଗଲେ ସାତପର ସ୍ନେହ କାଙ୍ଗାଳକୁ ମିଳିଲାନି ଟୋପେ ସ୍ନେହ । ବୋଧହୁଏ , ପୂର୍ବଜନ୍ମର କୃତକର୍ମର ଫଳ କିମ୍ବା କାହା ଅଭିଶାପ ଜାଣିନି ଆଗକୁ କ'ଣ ହେବ ଏତିକି ଜାଣେ ମୁଁ ଅନାଥ । ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ ଭା...