Posts

Showing posts from April, 2024

ଜାଣେ ମୁଁ ଅନାଥ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ଧିକ୍‌ ! ଶତଧିକ୍‌ ମୋର ଜାତ ଲଗ୍ନକୁ , କେଉଁ ଅଶୁଭ ବେଳାରେ ଜନ୍ମ କେଜାଣି ଜୀବନଟା ସାରା ଦହଗଞ୍ଜ ଜାତରୁ ଏଯାବତ ଯନ୍ତ୍ରଣା । ମୁହୂର୍ତ୍ତକ ପାଇଁ ମିଳିଲାନି ମତେ ଚେନାଏ ହସ କି ଟୋପାଏ ଖୁସି , ଲୁଚିଛପି କାନ୍ଦିବା ଏଯାଏଁ ସରିଲାନି ଗୋଟାଏ ପରେ ଗୋଟାଏ ବିଧା ଭାଙ୍ଗି ପକାଏ ଶଲ୍ଯ ସମୂହ । ଶୂନ୍ଯରୁ ଅଜଣା କରମୁଷ୍ଟି ମାଡ଼ ଢୁଙ୍ଗା ଢୁଙ୍ଗା କରକା ବର୍ଷାରେ ଅସ୍ତବ୍ୟସ୍ତ  ଜୀବନର ଚଲାପଥ ଟାଙ୍ଗରା ଭୂଇଁ  ନା ଗଛ ନା ଛାଇ ନା ବାସ କେବଳ ହା' ହତାଶ । ହସିବାର ଅଭିନୟ ଆଉ ମିଛ ଖୁସିର ପ୍ରହେଳିକା  ଏ ବି ଏକପ୍ରକାର କଳା ଭାବି ଏ ପର୍ଯ୍ଯନ୍ତ ଗଡ଼ିଗଲା ଜୀବନ ରଥ ଆଗକୁ ବନ୍ଧୁର ଶିଳାର ଆସ୍ତରଣ । ତଥାପି ଯିବାକୁ ହେବ , ଚାଲିବାକୁ ଚେଷ୍ଟା କଲି କିନ୍ତୁ  ସମୟ ସୂଚେଇ ଦେଲା ମତେ  ମହାବିପତ୍ତି ତୋ' ସାମ୍ନାରେ..... ହେଇଟି ଆସିଲା କହୁ କହୁ  ବିପତ୍ତି ଆସି ମୋ' ପାଖରେ ହାଜର , କିଛି ନାହିଁ ,  କେବଳ ମୋହରଟେ ମାରିଦେଇ ଗଲା ଅନାଥ ବୋଲି ଜଣେଇ ଦେଲା ସମାଜରେ ।  ସବୁ ଆପଣା ପାଲଟି ଗଲେ ସାତପର ସ୍ନେହ କାଙ୍ଗାଳକୁ  ମିଳିଲାନି ଟୋପେ ସ୍ନେହ । ବୋଧହୁଏ , ପୂର୍ବଜନ୍ମର କୃତକର୍ମର ଫଳ  କିମ୍ବା କାହା ଅଭିଶାପ ଜାଣିନି ଆଗକୁ କ'ଣ ହେବ  ଏତିକି ଜାଣେ ମୁଁ ଅନାଥ । ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭା...
  ପଶୁପତି ବିନତି           କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ପଶୁପତି ବାରେ ଘେନ ମୋ'  ମିନତି   ପ୍ରାଣ ମୋ' ହରିନିଅ ମିଳୁ ମୁକତି ;           ବଞ୍ଚିବାକୁ ଇଚ୍ଛା ନାହିଁ            ମରିବାକୁ ଚାହେଁ ମୁହିଁ  ଆଉ ମୋର ନାହିଁ ସହିବା ଶକତି....... ୧। ଏଇ ସଂସାରଟା ଗୋଟେ ଜଉଶାଳ   ଜୀବନକୁ ଜାଳେ ଯନ୍ତ୍ରଣା ଅନଳ ;      ଅଦୋଷରେ ଦୋଷୀ ହେଲି           ବଞ୍ଚିଥାଇ ନିତି ମଲି ତୁଟିଲାଣି ନିଜଠୁ ନିଜର ପ୍ରୀତି....... ୨।    ମିଛ ଦୁନିଆ ମିଛ ଭାବ ପ୍ରବଣ ଲୋଭ-ମୋହ ସବୁରି ଅଙ୍ଗ ଭୂଷଣ ;        ସରବେ ସ୍ବାର୍ଥେ ନିପୁଣ          ଆପଣା ସାଜେ ଦୁର୍ଜନ  ବଦଳି ଗଲାଣି ସବୁ ରୀତିନୀତି....... ୩।    ଆଉ ଦୃଶ୍ଯ ହେଉନି ଶାଶ୍ବତ ପ୍ରେମ     କେହି ବୁଝେନା ଏଠି କାହର ମନ ;            ଭରା ଯଉବନ ଦେଖି            ସବୁ ଆଖି ଯାଏ ଲାଖି  ବଢ଼ିଲାଣି ଏ ମରପୁରେ ଦୁର୍ନୀତି........ ୪।   ଅହଂର କରାଳ ଛାୟା ଘୋଟିଛି ଏଠି   ଧର୍ମ ଖଟୁଛି ...

ହିତବାଣୀ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି  ଅପକରମେ       ରହିଲେ ଲିପ୍ତ        ବଢ଼ଇ ବହୁତ ପାପ ଶାସ୍ତି ମିଳଇ       ଏ ପାପ ପାଇଁଁ       ଅଶାନ୍ତି ଜୀବନ ଯାକ ।୧ ସତ୍‌ କର୍ମରେ       ଲିପ୍ତ ରହିଲେ        ମିଳଇ ଆତ୍ମସନ୍ତୋଷ  ସଂସାରେ ଲୋକେ     କରିବେ କେତେ         ଭୁରି ଭୁରି ପ୍ରଶଂସିତ ।୨ ଆନ ଜନକୁ       ହେଲେ ସହାୟ         ବଢ଼ିଯିବ ଆତ୍ମୀୟତା  ବିପଦ କାଳେ       ଛିଡ଼ା ହୋଇଲେ       ରହିବ ବନ୍ଧୁ ମର୍ଯାଦା ।୩ ନିଜ ପ୍ରଶଂସା       ଶ୍ରବଣ କଲେ         ବୃଦ୍ଧି ପାଏ ଅହମିକା  ଈଶ୍ବର ନିନ୍ଦା       କରିଲେ ଥରେ     ବଢ଼ିବ ନିଶ୍ଚେ ମୂର୍ଖତା ।୪ ଅନ୍ଯ ଅନିଷ୍ଟ       ଯଦି କରିବ       ବିପଦ ଆସିବ ମାଡ଼ି ବଢ଼ିଲେ କ୍ରୋଧ       ବେଶି ବିପଦ      ଶାନ୍ତି ପଳାଇବ ଛାଡ଼ି ।୫ ବିନା କାରଣେ       ଜୀବ ମାରଣେ ...

ଭାଗ୍ଯହୀନ ଜୀବନର ଖେଦୋକ୍ତି

     କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି    କେଡ଼େ ଭାଗ୍ଯହୀନ     ମୋର ଏ ଜୀବନ                ଜନମୁ ଯନ୍ତ୍ରଣା ଭାର      କେଉଁ ଜନ୍ମ କୃତ     ଏ ଅଭିସମ୍ପାତ              ବୁଝାଇ କୁହ ଠାକୁର ।              ଆପଣା ସାଜିଲେ ପର ,             ପର ନୋହିଲେ ନିଜର ;    ସ୍ବାର୍ଥର ସଂସାରେ     ନିଃସ୍ବାର୍ଥ ଭାବରେ             ବଞ୍ଚିବା ଜଟିଳକର...।୦।       ନାହିଁ ଧନ ବଳ     ସେଲାଗି ସକଳ                ଶତ୍ରୁ ପରି ବ୍ଯବହାର      ନାହିଁ କେ' ନିଜର      ବନ୍ଧୁ ସହୋଦର               ନିଃସଙ୍ଗ ଜୀବନ ମୋର ।                 ଛାତିକୁ କରି ପଥର ,                 ସହୁଛି କଷଣ ଭାର ;     ...