Posts

Showing posts from November, 2024

ଦୀପାବଳି ଅମାବସ୍ୟା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଆକାଶ ଦିଶଇ ଝିଲିମିଲି  ଆସିଛିରେ ଆଜି ଦୀପାବଳି । ନଭମଣ୍ଡଳେ ନାହିଁ ଶଶାଙ୍କ  ରହିଛି ଖାଲି ନକ୍ଷତ୍ରପୁଞ୍ଜ । ଚନ୍ଦ୍ରମା ନାହିଁ ଦିଶେ ଆଲୋକ ପ୍ରତି ଗ୍ରାମ ଆଜି ଆଲୋକିତ । ଜଳେ ଦୀପାଳି ପ୍ରତି ଦୁଆରେ ଜିକିମିକି ବାଣ ମନ ହରେ । ଆକାଶ ଫୁଲ ଆକାଶ ଛତା ବାଣରେ ଦିଶେ ଆଲୋକ ଶିଖା । ଫୁଲଝରି ବାଣ ଧପଧପି  ଦେଖିଲେ ଲାଗେ ବହୁତ ଖୁସି । ଆସ ହେ ସାଙ୍ଗ ସାଥୀ ସରବେ ଦୀପ ଜାଳିବା ଏଇ ପରବେ । ବନ୍ଧୁବାନ୍ଧବ ସଙ୍ଗାତ ଭାଇ ଆସନ୍ତୁ ସର୍ବେ ଏକାଠି ହୋଇ । ବରଷକେ ଥରେ ଦୀପାବଳି  ପାଳିବା ଆମେ ଏକତ୍ର ମିଳି । ହସଖୁସି ଆନନ୍ଦ ବାଣ୍ଟିବା ପ୍ରେମର ପଦ୍ମ ଫୁଟାଇ ଦେବା । ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ -ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧