Posts

Showing posts from June, 2023

କଳିଯୁଗର ଡାହାଳ କୁକୁର

             କାବ୍ୟଭୂଷଣ  ଶିବ ପ୍ରସାଦ ବାହିନୀପତି     କଟକ ସହରର ପୁଣ୍ଯତୀର୍ଥ କ୍ଷେତ୍ର ଐତିହାସିକ ପେଣ୍ଠସ୍ଥଳୀ ବାରବାଟୀ ଦୁର୍ଗ ସନ୍ନିକଟ ବାଲିଯାତ୍ରା ପଡ଼ିଆ ତଥା ମହାନଦୀ ତୀରସ୍ଥ ଗଡ଼ଗଡ଼ିଆ ଘାଟରେ ଚ଼ାଲିଥାଏ ଶୁଦ୍ଧିକ୍ରିୟା କର୍ମ । ସପ୍ତମ ଓ ଅଷ୍ଟମ ଦିବସର କର୍ମ ପରିସମାପ୍ତ ପରେ ନବମ ଦିବସର କର୍ମ ଆଗତ ହୋଇଛି  । ଜନୈକ ମହିଳାଙ୍କର ଅନ୍ତ୍ଯେଷ୍ଟି କ୍ରିୟା ଚ଼ାଲିଥାଏ । ସପ୍ତମ ଦିବସ ଠାରୁ କ୍ରିୟା କର୍ମର ପ୍ରାରମ୍ଭ ହୋଇଥାଏ ତାଙ୍କର । ବ୍ରାହ୍ମଣ ସମ୍ପ୍ରଦାୟର ବ୍ଯକ୍ତିଙ୍କର ଏ ଅନ୍ତ୍ଯେଷ୍ଟି କ୍ରିୟା ସପ୍ତମ, ଅଷ୍ଟମ ଯାଇ ନବମ ଦିବସରେ ଉପନୀତ । ବାରୀକ, ବ୍ରାହ୍ମଣ ଓ କର୍ତ୍ତାଙ୍କର ଉପସ୍ଥିତିରେ ଏ କର୍ମ ଆଗେଇ ଚ଼ାଲିଛି । ମୁଁ ସ୍ବୟଂ ପୌରହିତ୍ଯ କରୁଥିଲି ଏବଂ ମୋ ଗାଁର ଜନୈକ ବ୍ୟକ୍ତି ବାରୀକ କର୍ମ କରୁଥିଲେ । କର୍ତ୍ତା ବି ମୋ ଗାଁର  ; କିନ୍ତୁ ବେଉସାର ବଶବର୍ତ୍ତୀ ସ୍ବରୂପ ଏବେ ସେ ସପରିବାର କଟକ ସହର ବାସିନ୍ଦା ।       ସୁଦୂର କଣାସ ବ୍ଲକର ଭାଟପଡ଼ା ଗ୍ରାମରୁ ପୂର୍ଣ୍ଣ ପ୍ରସ୍ତୁତିର ସହିତ ଆସି ଉପନୀତ ହୋଇଗଲି କଟକର ବାରବାଟୀ ଷ୍ଟାଡ଼ିୟମର ପାଞ୍ଚ ନମ୍ବଗେଟ୍‌ ପାଖରେ ଦୀର୍ଘଦିନରୁ ବସତି ସ୍ଥାପନ କରିଥିବା ଆମ ଗାଁର ଆପଣାର ପରିଜନ ବଡ଼ଭାଇ ରମେଶ ଚନ୍ଦ୍ର ମହାପାତ୍ରଙ୍କ ନିଳୟରେ । ସନ୍ଧ୍ୟା ନଇଁ ଆସିବାର ସୂଚନା ଦେଉଥ...

କୁହ କଳାଦିଅଁ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  କୁହନ୍ତୁ କଳାଦିଅଁ      କିପାଇଁ ଦିଅ ଲୁହ        କେଉଁ ଜନ୍ମର ଫଳ ଭୋଗ କାହା ଅଭିସମ୍ପାତ     କରେ ଯନ୍ତ୍ରଣାସିକ୍ତ           କଷଣ ହର ମହାଭାଗ ।           କପର୍ଟୀ ବିପ୍ରର ପ୍ରାର୍ଥନ ,            କର୍ଣ୍ଣପାତି କର ଶ୍ରବଣ ; କହିବି କିସ ଆଉ     କୁହ ହେ, ମହାବାହୁ          କହିବାକୁ ନାହିଁ ବଚନ ।୧।  କାଳ କରାଳ ଗର୍ଭେ     କାଟନ୍ତି ଦିନ ସର୍ବେ          କୋକୁଆ ଭୟ ଏ ମହୀରେ କି ଆସିଲା ସମୟ     କୋଣାନୁକୋଣେ ଭୟ         କୋରୋନା ଭୂତାଣୁ ପାଇଁରେ ।                କୃପାନିଧି କର କରୁଣା ,           କର ଯୋଡ଼ି କରୁ ପ୍ରାର୍ଥନା ; କାଳକଣ୍ଟକ ହେବ     କରୁଣା ବିନା ଭବ        କର ଭକତ ସ୍ତୁତି ଘେନା ।୨ କୁହ କମଳାପତି     କାଳ କି ପାଖେ ଅତ...

ପଞ୍ଚଦେବ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ଗଣପତି ଗଜାନନ ଗରବ ଗଞ୍ଜନ ଗୁଣନିଧି ଗୁଣବାନ ଗୁଣରେ ଗହନ । ଗଣକ୍ରୀଡ଼ୋ ଗଣଙ୍କ ଗର୍ବ ଗାରିମା ଗ୍ରାସ ଗିରିବାସୀ ଗୁରୁଦେବ ଗଣଙ୍କର ଈଶ ।୧ ନମୋ ନାରାୟଣ ନରୋତ୍ତମ ନନ୍ଦସୂତ ନିରାକାର ନଭବର୍ଣ୍ଣ ନରଙ୍କର ନାଥ । ନରହରି ନରସିଂହ ନାରଦ ନରେଶ  ନରଖେଦ ନାଶ କର ନୀଳାଞ୍ଚଳ ନାଥ ।୨ ରୁଦ୍ର ରାମେଶ୍ୱର ରାସେଶ୍ବର ଋକ୍ଷନାଥ ରୁଦ୍ରାକ୍ଷ ରଞ୍ଜନ ରଜତଗିରି ରକ୍ଷକ । ରତ୍ନ ରଞ୍ଜିତ ରୌପ୍ଯାଙ୍ଗ ରାଜ ରାଜେଶ୍ୱର  ରକ୍ଷଣେ ରଖନ୍ତୁ ରାମେଶ୍ୱର ରୁଦ୍ରେଶ୍ବର ।୩ ଅମ୍ବା ଅମ୍ବିକା ଅଶେଷ ଅଭୟା ଅମାପ ଅଶ୍ରୁନାଶିନୀ ଅପୂର୍ବା ଅମ୍ବାଳିକା ଅଟ । ଅହମିକାନ୍ଧକାର ଅଦୃଶ୍ଯତା ଅପର୍ଣ୍ଣା  ଅଜର ଅମର ଅର୍ଦ୍ଧଚନ୍ଦ୍ର ଅର୍ଣ୍ଣପୂର୍ଣ୍ଣା ।୪ ଭଦ୍ରାଭିରାମ ଭଦ୍ର ଭୂଷଣ ଭଦ୍ରେଶ୍ବର ଭକ୍ତର ଭଗବାନ ଭଜ ଭୁବନେଶ୍ବର । ଭବଭୂମି ଭେଦି ଭାର ଭ୍ରଷ୍ଟି ଭକ୍ତେଶ୍ବର ଭାବ ଭର ଭକ୍ତି ଭର ଭୂଲୋକେ ଭାସ୍କର ।୫ ପଞ୍ଚଦେବ ପୟରେ ପ୍ରଣମୁଛି ପାପୀଷ୍ଠ ପାପ ପାରାବାରେ ପାପ ପୂରିଛି ପ୍ରଚଣ୍ଡ । ପାପ ପୁଷ୍କରିଣୀରେ ପୂରାଅ ପୁଣ୍ୟ ପଙ୍କ  ପରମ ପୂଜ୍ଯ ପ୍ରଭୋ ପ୍ରଦର୍ଶ ପୁଣ୍ୟ ପଥ ।୬ ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

ପୁଚି ଖେଳର ଜୀବନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି            ସମ୍ପାଦକ - ଉଦୟ ଭାନୁ  ସମୟ ଆଉ ବୟସ ଏଇ ଦୁହିଁଙ୍କ ଭିତରେ  ବାଜି ଲାଗିଚି ପୁଚି ଖେଳର  ଉଭୟେ ଗତିଶୀଳ ।  ସର୍ବଦା ଚଳଚଞ୍ଚଳ  ଅବିରାମ ଗତିରେ ଦିହେଁ ଅହର୍ନିଶ ଦୌଡ଼ି ଚାଲିଛନ୍ତି  ଫୁର୍‌ସତ୍‌ ନାହିଁ ଜମା ତାଙ୍କୁ କାହାକୁ ପ୍ରତୀକ୍ଷା ନାହିଁ । କାହାର ହେଉନି ଜିତାପଟ କେହି ବି ହେଉନି ପରାଜିତ  ଉଭୟଙ୍କ ହିସାବ ସମାନ୍‌ ତାକୁ ତାଳ ଦେଇ ଚାଲୁଛି ଜୀବନ । ବହୁବାର ଚେଷ୍ଟା କରି ମଧ୍ୟ  ତାଙ୍କ ସହିତ ତାଳ ଦେଇ ପାରୁନି ପଛରେ ପଡ଼ି ଯାଉଛି ଏ ଜୀବନ ସେଥିଲାଗି ଭୋଗୁଛି ଦୁଃଖ ଯନ୍ତ୍ରଣା । ଜୀବନ ହୋଇପଡୁଛି ଦୁର୍ବିସହ ନୈରାଶ୍ଯର କୃଷ୍ଣ କାଦମ୍ବିନୀ  ଛାୟି ଦେଉଛି ଜୀବନ ଆକାଶକୁ  ଝରି ପଡୁଛି ଅଜସ୍ର ଅଶ୍ରୁବାରି  । ସମୟ ଓ ବୟସ ପୁଚି ଖେଳରେ  ବିଚରା ନିରୀହ ଜୀବନଟି ବଳି ପଡ଼ିଯାଉଛି ଅକ୍ଳେଶେ ଲିଭି ଯାଉଛି ତା' ଚିହ୍ନବର୍ଣ୍ଣ । ଭାଟପଡ଼ା , ନିରାକାରପୁର , କଣାସ  ପୁରୀ  ୮୯୧୭୪୮୦୫୩୬

ରଜ ବ୍ଯଙ୍ଗ ଗୀତ

  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ      ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ       ଆସିଛି ରଜଲୋ    ସୁନ୍ଦରୀଏ ହୁଅ ସଜ          ବଉଳଲୋ   ସୁନ୍ଦରୀଏ ହୁଅ ସଜ ।୧।       ପାଚିଲା ପଣସ ଆମ୍ବ  ଟୋକାଙ୍କୁ ଦେଖି ମୋ' ବଢୁଛି ଭାବ          ବଢୁଛି ଭାବଲୋ   କିଏ ମତେ ରାଜି ହେବ ?           ବଉଳଲୋ  କିଏ ମତେ ରାଜି ହେବ ?।୨।     ଥିରିଥିରି ଝୁଲେ ଦୋଳି ଯଉବନ ମୋର ପଡ଼େ ଉଚ୍ଛୁଳି       ପଡ଼େ ଉଚ୍ଛୁଳିଲୋ    ଟୋକାଏ ଦେଖନ୍ତି ବୁଲି           ବଉଳଲୋ    ଟୋକାଏ ଦେଖନ୍ତି ବୁଲି ।୩।        ଉଠିଲା ବାଉଁଶ ଗଜା ଆଖିଠାର ମୋତେ ମାରନ୍ତି ଟୋକା         ମାରନ୍ତି ଟୋକାଲୋ      ମନେ ମୋ' ପଶେ ଛନକା                ବଉଳଲୋ    ମନେ ମୋ' ପଶେ ଛନକା ।୪।      ଆମ୍ବବନେ କେଳିକୁଞ୍ଜ ଅରିନ୍ଦମ ମତେ କରେ ମେସେଜ     ...

ଜ୍ଯେଷ୍ଠ ମାସ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି        ସମ୍ପାଦକ - ଉଦୟ ଭାନୁ         ଜ୍ଯେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମୀ ସଂଯୁକ୍ତ ଚାନ୍ଦ୍ରାୟଣ ମାସଟି ଜ୍ଯେଷ୍ଠ ମାସ । ଏ ମାସରେ ରବି କର ଖର ହୋଇଥାଏ । ଏହି ମାସରେ ଦିନ ବଡ଼ ଓ ରାତି ଛୋଟ । ଏ ମାସରେ ବି ଜଳ ସଙ୍କଟ ଦୃଶ୍ୟମାନ ହୁଏ । ଭକ୍ତକବିଙ୍କ ବାରମାସ କବିତାର ପଂକ୍ତିଟିଏ ମନେପଡ଼େ -               "ଗ୍ରୀଷ୍ମେ ବୈଶାଖ ଜ୍ଯେଷ୍ଠ ମାସ ,                ପ୍ରଚଣ୍ଡ ରୌଦ୍ର ପରକାଶ ।" ଏହି ମାସରେ ବି ପର୍ବପର୍ବାଣିର ଅଭାବ ନାହିଁ । ସାବିତ୍ରୀ ଅମାବସ୍ୟା  , ଶୀତଳଷଷ୍ଠୀ  , ଗଙ୍ଗା ଦଶହରା , ଚମ୍ପକ ଦ୍ବାଦଶୀ  , ଶିବ ବିବାହ , ରଜ , ଦେବସ୍ନାନ ପୂର୍ଣ୍ଣମୀ ଆଦି ପର୍ବ ଆମ ଓଡ଼ିଶାର ଗୌରବତ୍ବ ।      ଜ୍ଯେଷ୍ଠ ମାସର କୃଷ୍ଣପକ୍ଷ ଏକାଦଶୀ ତିଥି ଅପରା ଏକାଦଶୀ ଭାବରେ ପାଳିତ । ଏ ଏକାଦଶୀ ବ୍ରତ ପାଳନ ଫଳତଃ ବ୍ରତୀ ଅପାର ସଂସାରକୁ ସରଳରେ ପାରି ହୋଇଥାଏ । କ୍ଷତ୍ରୀଗଣ ରଣକ୍ଷେତ୍ରରୁ ଛତ୍ରଭଙ୍ଗ ଦେବା , ମାତୃ-ପିତୃ-ଗୁରୁଜନ ନିନ୍ଦା , ବ୍ରହ୍ମହତ୍ୟା , ଗୋ ହତ୍ୟା , ପରଦାରା ହରଣ , ମିଥ୍ଯା ସମ୍ଭାଷଣ , ମିଥ୍ଯା ବେଦ ପଠନ , ମିଥ୍ଯା ଶାସ୍ତ୍ର ଲିଖନ , ମିଥ୍ଯା ବିଦ୍ଯାଦି ଅଭ୍ଯାସ କରିବା ଜନିତ ଯେତେ ଯ...

ମମତାମୟୀ ମାଆ

     କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                       ସମ୍ପାଦକ - ଉଦୟ ଭାନୁ  ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ  ମାଆ ଲୋ ତୁ ସ୍ନେହମୟୀ , ମାଆ ଲୋ ତୁ କୃପାମୟୀ ।  ଦେଇଛୁ ତୁ କେତେ ସ୍ନେହ , କେବେ ମୁଁ ଭୁଲିବି ନାହିଁ  ତୁ ପରା ଦେବୀ ମୋ' ପାଇଁ , ପୂଜିବି ତୋତେଲୋ ମୁହିଁ । ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୧ ସହିଛୁ କେତେ ଯାତନା , ଶୁଣିଛୁ କେତେ ଗଞ୍ଜଣା ପାଇଛୁ କେତେ ତାଡ଼ନା , ସ୍ନେହରେ କରିନୁ ଉଣା । ଅଶ୍ରୁ ନିର୍ଝର ଝରାଇ , ପାଳିଛୁ ମୋତେ ଲୋ ତୁହି  ଦୁଃଖେ ମୋ' ଢ଼ାଳିଛୁ ଲୁହ , ମୋ' ସୁଖେ ହସିଛୁ ତୁହି ।  ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୨ ଗର୍ଭେ ଧରି ଦଶମାସ , ଦଶଦିନ ପରିଯନ୍ତ ଜନମ ଦେଇଛୁ ମାଆ , ସହି କେତେ ଦୁଃଖ କଷ୍ଟ । ଛୋଟରୁ କରିଛୁ ବଡ଼ , ଲହୁକୁ ଲୁହ ସଜେଇ  ସେବା ତୁ କରିଛୁ ମୋର , କେତେ ରାତି ଚେଇଁ ଚେଇଁ । ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୩ ନିଜେ ରହି ଉପବାସ , ମୋତେ ତୁ ଦେଲୁ ଆହାର  ଥନୁ ତୋର ସୁଧା ଦେଇ , ଧରଣୀଠୁ ହେଲୁ ବଡ଼ । ସୁଝି ମୁଁ ପାରିବି ନାହିଁ , ଋଣ ତୋର କେବେ ମୁହିଁ  କଥା ମୁଁ ଦଉଛି ତୋତେ , ଲୁହ ତୋ' ଝରିବ ନାହିଁ । ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୪ ମତେ ତୁ ନିଏ କୋଳେଇ , ରଖ ପଣତ ଘୋଡ଼...

ଧର୍ମୀୟ ଆଲୋଚ଼ନାରେ ଜୈନଧର୍ମ

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ            ଭାରତୀୟ ସଂସ୍କୃତି ବହୁ ପୁରାତନ କାଳରୁ ପ୍ରଚ଼ଳିତ ହୋଇ ଆସୁଛି । ଯାହା ଭାରତର ଦୀର୍ଘ ଇତିହାସ , ଅଦ୍ବିତୀୟ ଭୁଗୋଳ ଓ ସିନ୍ଧୁ ଘାଟୀର ପ୍ରାଚ଼ୀନ ସଭ୍ଯତାର କାହାଣୀର ଭାର ବହନ କରେ । ଏତତ୍ ବ୍ୟତୀତ ଭାରତୀୟ ବୈଦିକ ଯୁଗର ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ବର୍ଣ୍ଣ ଯୁଗର ଆରମ୍ଭ ଓ ତାହାର ଆଗମନ ସହ ଆମ ନିଜ ପ୍ରାଚ଼ୀନ ସାମ୍ରାଜ୍ୟ ବି ସାମିଲ୍‌ ହୋଇଛି । ସର୍ବଧର୍ମ ସମନ୍ବୟର ରାଷ୍ଟ୍ର ଆମ ଭାରତ । ହିନ୍ଦୁ , ଜୈନ , ବୌଦ୍ଧ , ଶିଖ୍‌ ପରି ଧର୍ମ ମାନଙ୍କର ଜନକ ଭାରତ । ଏ ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଓ ପରମ୍ପରା ବିଶ୍ବର ଅଲଗା ଅଲଗା ଅଂଶକୁ ବି ବହୁ ପ୍ରଭାବିତ କରିଛି । ଆମ ଭାଷା , ଆମ ସାହିତ୍ୟ ଏବଂ ଆମ ପରମ୍ପରା ସବୁଠୁ ନିଆରା । ଆବ୍ରାହାମିକ ଧର୍ମ ପରେ ଭାରତୀୟ ଧର୍ମ ବିଶ୍ବ ଧର୍ମରେ ପ୍ରମୁଖ ଅଟେ , ଯେଉଁଥିରେ ହିନ୍ଦୁ , ବୌଦ୍ଧ , ଶିଖ୍‌ , ଜୈନାଦି ଧର୍ମ ସାମିଲ୍‌ ହୋଇଛି । ବିଶ୍ବ ବ୍ରହ୍ମାଣ୍ଡରେ  ଭାରତର ଧର୍ମରେ ବିଭିନ୍ନତା ସର୍ବାଧିକ , ଯେଉଁଥିରେ କିଛି ସାଂସ୍କୃତୀୟ ସଂସ୍ଥାର ଧର୍ମ ସାମିଲ୍‌ ହୋଇଛନ୍ତି । ଆଜି ବି ଧର୍ମ ଅନେକ ଜନତାଙ୍କ ମଧ୍ୟରେ ମୁଖ୍ୟ ଓ ନିଶ୍ଚିତ ଭୂମିକା ନିଭାଇଥାଏ ...