କଳିଯୁଗର ଡାହାଳ କୁକୁର
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି କଟକ ସହରର ପୁଣ୍ଯତୀର୍ଥ କ୍ଷେତ୍ର ଐତିହାସିକ ପେଣ୍ଠସ୍ଥଳୀ ବାରବାଟୀ ଦୁର୍ଗ ସନ୍ନିକଟ ବାଲିଯାତ୍ରା ପଡ଼ିଆ ତଥା ମହାନଦୀ ତୀରସ୍ଥ ଗଡ଼ଗଡ଼ିଆ ଘାଟରେ ଚ଼ାଲିଥାଏ ଶୁଦ୍ଧିକ୍ରିୟା କର୍ମ । ସପ୍ତମ ଓ ଅଷ୍ଟମ ଦିବସର କର୍ମ ପରିସମାପ୍ତ ପରେ ନବମ ଦିବସର କର୍ମ ଆଗତ ହୋଇଛି । ଜନୈକ ମହିଳାଙ୍କର ଅନ୍ତ୍ଯେଷ୍ଟି କ୍ରିୟା ଚ଼ାଲିଥାଏ । ସପ୍ତମ ଦିବସ ଠାରୁ କ୍ରିୟା କର୍ମର ପ୍ରାରମ୍ଭ ହୋଇଥାଏ ତାଙ୍କର । ବ୍ରାହ୍ମଣ ସମ୍ପ୍ରଦାୟର ବ୍ଯକ୍ତିଙ୍କର ଏ ଅନ୍ତ୍ଯେଷ୍ଟି କ୍ରିୟା ସପ୍ତମ, ଅଷ୍ଟମ ଯାଇ ନବମ ଦିବସରେ ଉପନୀତ । ବାରୀକ, ବ୍ରାହ୍ମଣ ଓ କର୍ତ୍ତାଙ୍କର ଉପସ୍ଥିତିରେ ଏ କର୍ମ ଆଗେଇ ଚ଼ାଲିଛି । ମୁଁ ସ୍ବୟଂ ପୌରହିତ୍ଯ କରୁଥିଲି ଏବଂ ମୋ ଗାଁର ଜନୈକ ବ୍ୟକ୍ତି ବାରୀକ କର୍ମ କରୁଥିଲେ । କର୍ତ୍ତା ବି ମୋ ଗାଁର ; କିନ୍ତୁ ବେଉସାର ବଶବର୍ତ୍ତୀ ସ୍ବରୂପ ଏବେ ସେ ସପରିବାର କଟକ ସହର ବାସିନ୍ଦା । ସୁଦୂର କଣାସ ବ୍ଲକର ଭାଟପଡ଼ା ଗ୍ରାମରୁ ପୂର୍ଣ୍ଣ ପ୍ରସ୍ତୁତିର ସହିତ ଆସି ଉପନୀତ ହୋଇଗଲି କଟକର ବାରବାଟୀ ଷ୍ଟାଡ଼ିୟମର ପାଞ୍ଚ ନମ୍ବଗେଟ୍ ପାଖରେ ଦୀର୍ଘଦିନରୁ ବସତି ସ୍ଥାପନ କରିଥିବା ଆମ ଗାଁର ଆପଣାର ପରିଜନ ବଡ଼ଭାଇ ରମେଶ ଚନ୍ଦ୍ର ମହାପାତ୍ରଙ୍କ ନିଳୟରେ । ସନ୍ଧ୍ୟା ନଇଁ ଆସିବାର ସୂଚନା ଦେଉଥ...