କୁହ କଳାଦିଅଁ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କୁହନ୍ତୁ କଳାଦିଅଁ କିପାଇଁ ଦିଅ ଲୁହ
କେଉଁ ଜନ୍ମର ଫଳ ଭୋଗ
କାହା ଅଭିସମ୍ପାତ କରେ ଯନ୍ତ୍ରଣାସିକ୍ତ
କଷଣ ହର ମହାଭାଗ ।
କପର୍ଟୀ ବିପ୍ରର ପ୍ରାର୍ଥନ ,
କର୍ଣ୍ଣପାତି କର ଶ୍ରବଣ ;
କହିବି କିସ ଆଉ କୁହ ହେ, ମହାବାହୁ
କହିବାକୁ ନାହିଁ ବଚନ ।୧।
କାଳ କରାଳ ଗର୍ଭେ କାଟନ୍ତି ଦିନ ସର୍ବେ
କୋକୁଆ ଭୟ ଏ ମହୀରେ
କି ଆସିଲା ସମୟ କୋଣାନୁକୋଣେ ଭୟ
କୋରୋନା ଭୂତାଣୁ ପାଇଁରେ ।
କୃପାନିଧି କର କରୁଣା ,
କର ଯୋଡ଼ି କରୁ ପ୍ରାର୍ଥନା ;
କାଳକଣ୍ଟକ ହେବ କରୁଣା ବିନା ଭବ
କର ଭକତ ସ୍ତୁତି ଘେନା ।୨
କୁହ କମଳାପତି କାଳ କି ପାଖେ ଅତି
କଳିଯୁଗ ହେବାକୁ ଇତି
କରିବେ କି ଠାକୁର କଳ୍କୀ ରୂପେ ସଂହାର
କେତେ ମ୍ଳେଚ୍ଛଙ୍କର ପ୍ରଜାତି ।
କହନ୍ତି ହାଡ଼ି ଯଶୋବନ୍ତ ,
କହିଛନ୍ତି ଯାହା ଅଚ୍ୟୁତ ;
କଳିକାଳ ବିନାଶ କରିବେ ଜଗଦୀଶ
କୁହ ପ୍ରଭୁ ଏହା କି ସତ !।୩।
କଲେ ଧର୍ମାଚରଣ କୃଷ୍ଣ ନାମ ଭଜନ
କଲେ ଅହିଂସା ଆଚରଣ
କାମ-କ୍ରୋଧ ବରଜି କର୍ମେ ରହିଲେ ମଜି
କୁଳକୁ ହୋଇବା ବିହନ ।
କୁହ ହେ, ପତିତପାବନ ,
କରେ ସ୍ତୁତି କାବ୍ଯଭୂଷଣ ;
କୃପାଜଳ ବର୍ଷଣ କରନ୍ତୁ ଲକ୍ଷ୍ମୀପ୍ରାଣ
କଷଣ ନହେଉ କଠିନ ।୪।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଦୂରଭାଷ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment