Posts

Showing posts from March, 2024

କନ୍ଯାଦାନ

                 ଶିବ ପ୍ରସାଦ ବାହିନୀପତି  ଶୀତ ଋତୁ ଅନ୍ତେ     ବସନ୍ତ ଆସନ୍ତେ           ଫଗୁଣର ରଙ୍ଗ ନେଇ    ପଞ୍ଚମ ସ୍ବରରେ     କୋକିଳ ରାବଇ          ରସାଳ ପଲ୍ଲବେ ଥାଇ । ୧   ତମସା ହଟିଲା     ଆଲୋକ ଆସିଲା            ଭାସ୍କର ହେଲେ ଉଦୟ    ନାଲି ଟୁକୁଟୁକୁ     ସାଧବ ବୋହୂଏ       ସ୍ବକାର୍ଯ୍ଯେ ଦେଲେଣି ଲୟ । ୨ ପକ୍ଷୀଏ ଛାଡ଼ିଲେ     ନୀଡ଼ ସଙ୍ଗାତ ଲୋ           ପିମ୍ପୂଡ଼ି ଗଲେ ବାହାରି ଖାଦ୍ଯ ଅନ୍ବେଷଣେ     ସର୍ବ ଜୀବ ଗଲେ         ପେଟ ଚ଼ାଖଣ୍ଡକୁ ଧରି । ୩ ଶୁଭେ ଶଙ୍ଖନାଦ     ଠାକୁର ଆଳୟେ          ବ୍ରାହ୍ମଣଙ୍କ ମନ୍ତ୍ର ପାଠ  କୃଷକ ବାପୁଡ଼ା     ହଳ ନେଇ ଗଲା     ଚ଼ଷିବା ଲାଗି ତା' କ୍ଷେତ । ୪ ଆଜି ସେହିଦିନ      ଯେଉଁ ଦିନ ପାଇଁ            ବହୁଦିନୁ ଥିଲି ଚ଼ାହିଁ ...

ଭଣଜା ମାତୁଳୀ ହୋଲି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ହୋଲିରେ ଗୋପରେ ବିନୋଦ ସହିତେ ରାଇ ଖେଳୁଥିଲେ ରଙ୍ଗ ମାନସେ ଆନନ୍ଦ ବହି ।  ରାଇ ବୋଳୁଥିଲେ ବିନୋଦ ଦେହେ ଅବିର ବିନୋଦ ଅବିରେ ରଞ୍ଜିତ ରାଇ ଶରୀର । ଗୋପେ ଗୋପନାରୀ ବିଦାରି ହୁଅନ୍ତି କେତେ ଏଡ଼େ ଅଭାଗିନୀ ଗୋପ ଗଉଡୁଣୀ ଯେତେ । ଦେଖି ଗୌରବର୍ଣ୍ଣ ବଦନ ମଞ୍ଜୁଳଲ ସେହି ରାଇ ସୁନ୍ଦରୀର ଅଙ୍ଗେ ଅବିର ବୋଳଇ । ଭଣଞ୍ଜା ମାତୁଳୀ ହୋଲି ରଙ୍ଗ ବୋଳାବୋଳି ଗୋପ ଦାଣ୍ଡେ ରାଇ ବିନୋଦର କୋଳାକୋଳି । ତ୍ଯାଗି ସଲ୍ଲଜ୍ଜତା ଗୋପ ଦାଣ୍ଡେ ବୃଷ ସୁତା ସବୁରି ସମୀପେ ବିନୋଦ ରଙ୍ଗେ ରଞ୍ଜିତା । ନପାଇ ପରସ ଗୋପୀଙ୍କ ମାନସେ ଖେଦ ହେଲେ ଅତ୍ର ହୋଲି  ରଞ୍ଜିତ ରାଇ ବିନୋଦ । ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ସମ୍ପାଦକ - ସୁଦେଷ୍ଣା (ଖବରକାଗଜ) ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧
              ଲେଖା ମୋର - ବିଚାର ଆପଣ ମାନଙ୍କର                କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                        ସମ୍ପାଦକ - ଉଦୟ ଭାନୁ             ବେଲଜ୍ଜା ସାହିତ୍ଯ ବେପାରୀଙ୍କୁ ଯେତେ କହିଲେ ବି କ'ଣ କାଟିବ ? ଅଙ୍ଗାରକୁ ଯେତେ ଧୋଇଲେ ବି ସେଇ କଳା । ପ୍ରକୃତି ନୈବ ମୁଚ୍ଯତେ । ଏମାନେ ସମାଜର କଳଙ୍କ । ଏ କଳଙ୍କ ସଫା କରିବାକୁ ଉତ୍ତମ ବାଲିକାଗଜର ଆବଶ୍ଯକତା ରହିଛି । ତେଣୁ ଆସ କଳଙ୍କ ଛଡ଼େଇବା ଆମ ଭାଷା ଓ ଆମ ସାହିତ୍ୟର ସୁରକ୍ଷା ଓ ସମୃଦ୍ଧି ପାଇଁ  l        ଆଜିକାଲି ଭାଷା ସାହିତ୍ଯ ପଣ୍ଯ ଦ୍ରବ୍ଯ ହୋଇ ବଜାରରେ କିଣା ବିକା ଚ଼ାଲିଛି । ସ୍ବର ତୋଳିବାକୁ କେହି ନାହିଁ ; ସନ୍ତ୍ରାସବାଦୀ ପରି ସାହିତ୍ଯ ବେପାରୀ ମାତିଲେଣି । ଦମନର ଆବଶ୍ଯକତା ଥିଲେ ବି ସରକାର , ସାହିତ୍ଯିକ , ବୁଦ୍ଧିଜୀବୀ ନିରବ । ସମସ୍ତେ ମାନପତ୍ର ପାଗଳ  ; ଟଙ୍କା ଦେଇ ମାନପତ୍ର କିଣା , ସମ୍ବର୍ଦ୍ଧନା ଏବଂ ପଞ୍ଚସଖା ଅମଳର କବି - ଲେଖକ ନାମରେ କ ବ ଚ଼ ଲେଖି ଦେଇ ଉପାଧୀ । କିଛି ଆତ୍ମଘୋଷିତ ବି ଅଛନ୍ତି  ; ନିଜେ କର୍ମକର୍ତ୍ତା ବି ନିଜ ଅନୁଷ୍ଠାନରୁ ସମ୍ମାନୀତ  । ସମ୍ମ...

ଅସନ୍ତୁଷ୍ଟ

       କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                                            ମୁଁ        ଇନ୍ତୁଡି ଶାଳରୁ ଏଯାବତ୍‌          ଲହୁ ହିଁ ଢ଼ାଳି ଆସିଛି  ଯୁଗଳ ନେତ୍ର ଧାରୁ ଲୁହ ରୂପରେ ।        ଭୂମିଷ୍ଠ ହେବା ପରଠୁ        ଏଯାଏଁ ସେ କଣ୍ଠଫଟା    କୁଆଁ କୁଆଁ ରଡିଟା ହିଁ ମୋର         ବଳବତ୍ତର ରହିଛି ।  ଦେଖୁଛି ମୋ' ଜନ୍ମଦାତ୍ରୀ ମୁଁ କାନ୍ଦୁଛି    କିନ୍ତୁ ସେ ନିରବ ଆଉ ନିଶ୍ଚଳ ;      ଆହୁରି କନ୍ଦେଇବା ଲାଗି     ଜାରି କରିଚାଲିଛି ପ୍ରୟାସ ।    ଦେଖୁଛି ମୋ' କାନ୍ଦ ଜନ୍ମଦାତା     ସେ ବି ଦେଖି ନଦେଖିଲା ପରି     ଆଡେଇ ହୋଇ ଚାଲି ଯାଉଛି ସତେ ସେ ମୋର କେହି ନୁହେଁ ଯେମିତି ।       ଜନ୍ମଦାତା ଜଳି ସାରିଛନ୍ତି    କାହିଁ କେବେଠୁ ଜୁଇ ନିଆଁରେ     ବୈଧବ୍ୟ ବେଶରେ ଜନ୍ମଦାତ୍ରୀ       କୁଟୀରେ କାଳାତିପାତ । ...

ଏକ ଗୁଢ଼ ତତ୍ତ୍ବ : "ତନ୍ତ୍ର"

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି        "ତନ୍ତ୍ର"ର ନାମ ଶୁଣିଲେ ମନରେ ଆସିଯାଏ ଅନେକ ଭୟ । ତେବେ ଏଇ ତନ୍ତ୍ରଟି କ'ଣ ? "ତନ୍ତ୍ର"ର ଅର୍ଥ ବିସ୍ତାର କରିବା ; ଯେଉଁ ସକ୍ତି ଦ୍ବାରା ଶିବ ଓ ଶକ୍ତିଙ୍କର ଉପାସନା ବିସ୍ତାରିତ । ଶିବ ଓ ଶକ୍ତିଙ୍କର ପୂଜାର୍ଚ୍ଚନା ବିଷୟକ ଶାସ୍ତ୍ର "ତନ୍ତ୍ର" । "ତନ୍ତ୍ର" ହେଲା ଦେବତାଙ୍କର ଶରୀର , "ମନ୍ତ୍ର" ହେଲା ଦେବତାଙ୍କ ଆତ୍ମା ଓ "ଯନ୍ତ୍ର" ଦେବତାଙ୍କର ଆବାସସ୍ଥଳୀ । ଦେବନୀତି ପାଇଁ ଏ ତିନୋଟିଯାକ ନିତାନ୍ତ ଆବଶ୍ଯକ । "ତନ୍ତ୍ର"ର ବିଶ୍ଳେଷଣ କଲେ ଏଇଆ ହେବ ଯେ , "ତନୋତି ତ୍ରାୟତି ତନ୍ତ୍ରଃ"। ଅର୍ଥାତ୍ ତନ ଭାବ (ଶରୀର ଭାବ)ରୁ ତ୍ରାଣ (ମୁକ୍ତ) କରିବା ହେଉଛି ତନ୍ତ୍ର । ଏହା ସଂସ୍କୃତ ଶବ୍ଦ "ତନ" ନାମକ ଧାତୁରୁ ଆନୀତ ଯାହାର ଅର୍ଥ ବିସ୍ତାର କରିବା । ଏକ ଉଚ୍ଚତମ , ଶ୍ରେଷ୍ଠତମାବସ୍ଥାର ଚେତନା ପ୍ରାପ୍ତ୍ୟର୍ଥେ ଏ ବିଦ୍ଯାର ସାଦନା ବିଧାନ ମାନ ରହିଛି । ଅନ୍ଯର୍ତରେ କହିବାକୁ ଗଲେ "ତନ୍ତ୍ର"ର ଅର୍ଥ ନିୟନ୍ତ୍ରିତ କରିବା । "ତନ୍ତ୍ର"ର ମୂଳ ମାର୍ମିକ ବିଷୟବସ୍ତୁ - "ତ୍ବଂ ଅତ୍ର ତତ୍ର ସର୍ବତ୍ର ଇତି ତନ୍ତ୍ରମ୍‌ ।"      ଆଉ ଗୋଟିଏ ଅର୍ତରେ ବୁଝା ଯାଇପାରେ ଯେ , "ତ୍ରାଣ କରୋତି ଇତି ତନ୍ତ୍ରଂ"; ଅର୍ଥାତ୍ ତିନି ଶରୀରର {...

ହେମଦା -ଅନ୍ଧଗଳିର ଏକାକୀ ନାୟିକା

ଶିବ ପ୍ରସାଦ ବାହିନୀପତି  ବଙ୍ଗ ପ୍ରଦେଶର ଏକ ବିଖ୍ଯାତ ଅଞ୍ଚଳର ଅଖ୍ୟାତ ପଲ୍ଲୀ ,ଯେଉଁଠି ଜନସଂଖ୍ୟା କହିଲେ ମାତ୍ର ଶହେ ଜଣ କିମ୍ବା ତା'ଠାରୁ କମ୍‌ । ମାତ୍ର ଆଠ ଦଶଟି ଘରକୁ ନେଇ ଗଢ଼ି ଉଠିଛି ଗାଁଟି । ପ୍ରାୟ ସମସ୍ତେ ସେ ଗାଁର ଦୀନ ମଜୁରିଆ । ଯାତାୟାତର ସୁବିଧା ନାହିଁ । ସେହି ପଲ୍ଲୀଟି ଏମିତି ଜାଗାରେ ଗଢ଼ି ଉଠିଛି ଯେ, ଗାଁର କିଛ ସୁବିଧା ଅସୁବିଧା ହେଲେ କେହି ଆହା କହିବାକୁ ନାହିଁ । ପଲ୍ଲୀର ଚତୁଃପାର୍ଶ୍ୱ ସବୁଜ ସୁନ୍ଦର ଘଞ୍ଚ ଅରଣ୍ୟରେ ପୂର୍ଣ୍ଣ । ସେ ଗାଁକୁ ଯିବାକୁ ହେଲେ ଅରଣ୍ୟ ଭିତରେ ଚାଲି ଚାଲି ଯିବାକୁ ହେବ ବହୁଦୂର । ପୂର୍ବ ପଟେ ପ୍ରାୟ ତିନି କି. ମି.ର ଜଙ୍ଗଲ ପାରି ହେବା ପରେ ମେନ୍‌ ରୋଡ଼୍‌ଟିଏ ଦୃଶ୍ଯମାନ ହୁଏ । ମେନ୍‌ ରୋଡ଼୍‌ରୁ ପ୍ରାୟ ଏକ କି. ମି. ପରେ ଜନବସତି ପଡ଼େ । ସେହିପରି ପଶ୍ଚିମ ପଟେ ପ୍ରାୟ ଦେଢ଼ କି. ମି. ପରେ ଜନବସତି ଥିବା ବେଳେ , ଉତ୍ତର ଦିଗରେ ଅଢ଼େଇ କି. ମି. ଜଙ୍ଗଲ ପାର ହୋଇ ବାଇପାସ୍‌ ରାସ୍ତା ଧରି ଖଣ୍ଡେ ବାଟ ଗଲେ ଜନବସତି ପଡ଼େ । ଦକ୍ଷିଣ ଦିଗରେ ବିସ୍ତୀର୍ଣ୍ଣ ପଡ଼ିଆଟିଏ ଯାହା ଦୈର୍ଘ୍ୟ ପ୍ରସ୍ଥ ଅସୀମ ଅଟେ । ବିସ୍ତୀର୍ଣ୍ଣ ପଡ଼ିଆର ଆରପଟେ ଛୋଟ ଜଙ୍ଗଲଟିଏ ଓ ଜଙ୍ଗଲ ପାଖକୁ ଲାଗି କିଛି କ୍ଷେତ କିଆରୀ ପରେ ମୁଖ୍ଯ ରାସ୍ତାଟିଏ । ଅଧ କିଲୋମିଟର ରାସ୍ତା ଡ଼ାହାଣକୁ ଗଲେ ମେଡ଼ିକାଲଟିଏ ଓ ବାମ ପଟେ ଶହେ ମିଟର ଦୂରରେ ଏକ ଛୋଟ ବଜାର । ଏଇଭଳି ସ୍ଥାନରେ ଏଇ ପଲ୍ଲୀଟି ଅବସ୍ଥିତ ।    ...