Posts

Showing posts from February, 2023

ଅଚଳ ମୁଦ୍ରା ଓ ଆଜିର ଟଙ୍କା

              ଶିବ ପ୍ରସାଦ ବାହିନୀପତି                                      ସମ୍ପାଦକ - ଉଦୟ ଭାନୁ         ବାଣିଜ୍ୟର ମୁଖ୍ଯ ଜିନିଷଟି ମୁଦ୍ରା ବା ଟଙ୍କା । କୌଣସି କିଛି କିଣିବା ପାଇଁ ହେଲେ ପ୍ରଥମେ ଟଙ୍କା ଦରକାର ।ଯଦି ଟଙ୍କା ନଥା'ନ୍ତା ତେବେ ଏହି ସମାଜରେ ଏକ ପ୍ରକାରର ଅରାଜକତା ସୃଷ୍ଟି ହୋଇଥା'ନ୍ତା ଏବଂ ବହୁ ବିଶୃଙ୍ଖଳା ଉପୁଜି ଥା'ନ୍ତା । ଆଧ୍ଯାତ୍ମିକ ଆଧାରରେ କିଛି ବି ଆମର ନୁହେଁ ; ସବୁକିଛି ତ ବିଧାତାଙ୍କର । ତେବେ ବିଧାତାଙ୍କ ଠାରୁ ଟଙ୍କା ଦେଇ କ'ଣ କିଛି କ୍ରୟ କରି ନିଜର ବୋଲି ଦାବି କରିହେବ କି ? ଆମେ ତ କେବଳ ରକ୍ଷଣାବେକ୍ଷଣକାରୀ ମାତ୍ର ; ଆସିଲା ବେଳେ ଶୂନ୍ୟହସ୍ତ ଆସିଛେ ଗଲା ବେଳେ ଶୂନ୍ୟ ହସ୍ତରେ ଯିବା । ଆମ ଜାଗା ଆଉ କିଏ ପୂରଣ କରିବ ଏ ସବୁର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇ । କିନ୍ତୁ ଲୌକିକ ମତରେ ଯଦି ମୁଦ୍ରାର ପ୍ରଚଳନ ନଥା'ନ୍ତା ତ ତେବେ ମନ ଇଚ୍ଛା ସବୁ ଚାଲିଥା'ନ୍ତା । ନିଜର ବୋଲି କିଛି ନଥା'ନ୍ତା ; ସର୍ବଦା କନ୍ଦୋଳ ସୃଷ୍ଟି ହୋଇଥା'ନ୍ତା । ପ୍ରତ୍ଯେକ ଜିନିଷର ପ୍ରକୃତ ହକ୍‌ଦାରୀ କିଏ ଜାଣିବା ବଡ଼ କଷ୍ଟସାଧ୍ୟ ହୋଇ ପଡ଼ିଥା'ନ୍ତା । ତେଣୁ ଦେଣ-ନେଣର ମାଧ୍ୟମ ଭାବରେ ମୁଦ୍ରାକୁ ରଖା ଯାଇଛି । "କିଛ...

ଊପାସକଟିଏ ହୋଇ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ଊର୍ଦ୍ଧ୍ୱରେତା଼ ପଦେ        ପ୍ରଣମେ ସଶ୍ରଦ୍ଧେ           ଊଣା ହେଉ ମୋର ଦୁଃଖ ଊର୍ଦ୍ଧ୍ୱଶ୍ବାସ ଛାଡ଼ି        ପକାଉଛି ହୁରି          ଊର୍ଜସ୍ୱଳ ମୋତେ ରଖ । ଊରୁଜ କୁଳରେ         ମତେ ଜାତ କଲେ           ଊନ ହେଲି ସବୁଠାରେ  ଊର୍ଦ୍ଧ୍ୱ ଜନ ଗଣ        ଦେଲେ ତ କଷଣ        ଊପ୍ରୋଧ ନାହିଁ ସଂସାରେ । ଊମାକାନ୍ତ ଶୁଣ        ମୋର ନିବେଦନ         ଊପଳ କାହିଁ ମୋ' ପାଇଁ  ଊଜାଗରେ ବସି        ଜାଗର ଜାଳୁଛି           ଊପାସକଟିଏ ହୋଇ । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଫୋ- ୮୯୧୭୪୮୦୫୩୬ 

ଅସାଧୁ କବି

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି  ହାଙ୍କିବି ହାଙ୍କିବି     କହୁଥେଲା ଭେକି          ଆତ୍ମଘୋଷିତ ସେ କବି ଦେଖି ଭରା ଗରା     ଯିଏ ଆତ୍ମହରା        ଭାବି ନେଉଥେଲା ବିବି ।          ଅସାଧୁ ଚ଼ରଣ ସେବି ; ଆସିଥେଲା ପାଶେ     କାହାର ସନ୍ଦେଶେ          କାଉ ପରି ଗଲା ରାବି ।  କୁକୁର କି ଜାଣେ     ଠାକୁର ଅର୍ଚ୍ଚନା         ମଳରେ ଯାହାର ମନ କହେ ଯଦି ପୁଷି     ମୁଁ ନିରାମିଷାଶୀ            ଜଗତେ ହସିବେ ଜନ ।             ବାଞ୍ଝ ଚ଼ାହୁଁଛି ସନ୍ତାନ ; ବାଡ଼ିଖିଆଟାର     ନାହିଁରେ ସଂସ୍କାର          ମିଛେ ବଖାଣୁଛି ଜ୍ଞାନ । ଥିଲା ଯିଏ କାଲି     ସାହିତ୍ଯ ବେପାରୀ          ସମାଜସେବୀ ସେ ଆଜି ଭାଷା ସାହିତ୍ଯର     ମାନ ରକ୍ଷା କର         କହି ବୁଲୁଛି ସେ ପାଜି ।         ଭକ୍ଷି ତା' ସଂସ୍କାର ...

ଇସଲାମ ଧର୍ମ : ତା'ର ପ୍ରଥା ଓ ପରମ୍ପରା

****************************** * କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ########################    "ଇସଲାମ" ଧର୍ମ ଏକ ଅଦ୍ବୈତବାଦୀ ଆବ୍ରାହଅମୀୟ ଧର୍ମ ; ଏହା ଇସଲାମ ଧର୍ମଗ୍ରନ୍ଥ "କୋରାନ" ଦ୍ବାରା ପ୍ରଚ଼ାରିତ ହୋଇଥାଏ ଏବଂ ଈଶ୍ୱରଙ୍କ ପ୍ରଚ଼ାରିତ ବାଣୀର ଅକ୍ଷରେ ଅକ୍ଷରେ ସମାନ ଭାବରେ ପ୍ରଚ଼ାରିତ ହୋଇଥାଏ । ଏହି ଧର୍ମପନ୍ଥୀଙ୍କୁ ମୁସଲିମ କୁହାଯାଏ ଏବଂ ଏ ଧର୍ମର ପ୍ରବର୍ତ୍ତକ ଥିଲେ ହଜରତ୍‌ ମହମ୍ମଦ । ଏହି ଧର୍ମର ପ୍ରଥମ ଓ ମୁଖ୍ଯ ଧର୍ମନୀତି ହେଲା ଏକେଶ୍ବରବାଦ ; ଏ ଧର୍ମ ବିଶ୍ବାସ ଅନୁସାରେ ଆଲ୍ଲା ହିଁ ଜଗତର ଏକମାତ୍ର ପ୍ରଭୁ ଏବଂ ମହମ୍ମଦ ତାଙ୍କର ଜନୈକ ପଏଗମ୍ବର ଅର୍ଥାତ୍ ପୃଥିବୀକୁ ପ୍ରରିତ ଦୂତ ଅଟନ୍ତି । ମୁସଲମାନ ଶବ୍ଦଟିର ଅର୍ଥ "ଭକ୍ତିପୂର୍ଣ୍ଣ ଭକ୍ତ"। ଯେ' ଏହି ଧର୍ମର ଏକେଶ୍ବରବାଦକୁ ଅମାନ୍ୟ କରନ୍ତି ସେମାନେ "କାଫେର" ବା "ବିଧର୍ମୀ" ଏବଂ କାଫେର ମାନଙ୍କ ସହିତ "ଯିହାଦ" ବା ଧର୍ମଯୁଦ୍ଧରେ ପ୍ରାଣତ୍ୟାଗ କଲେ ଅନନ୍ତ ସ୍ବର୍ଗଲାଭ ହୁଏ । ମୁସଲମାନମାନେ ଶୂକର ମାଂସ ଭକ୍ଷଣ ଓ ମଦ୍ୟପାନ କରିପାରିବେ ନାହିଁ ; ଚ଼ାରୋଟିରୁ ଅଧିକ ପତ୍ନୀ ବିବାହ କରିପାରିବେନି ।      ମହମ୍ମଦ ଜଣେ ଆରବ୍ଯ ଧାର୍ମିକ ନେତା । ମୁସଲମାନ ମାନେ ବିଶ୍ବାସ କରନ୍ତି ଯେ , ସେ ପ୍ରେରିତ ଦୂତ ଅର୍ଥାତ୍ ଆଲ୍ଲାଙ୍କ ସନ୍...

ଗୋଲାପ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି  ଗୋଲାପ ବୋଲି ନାମଟି ମୋହର ବାସ ନାହିଁ ସିନା ଭାରି ଆଦର । ସଂସାରେ ଅଛନ୍ତି ଯେତେ ପ୍ରେମିକ ପ୍ରେମିକାଗଣଙ୍କର ମୁଁ ଆନନ୍ଦ । ଆନନ୍ଦରେ ମୋତେ ନିଅନ୍ତି ତୋଳି ପାଖରେ ରଖନ୍ତି ଯତନ କରି । ପ୍ରେମିକ ଦିଏ ପ୍ରେମିକାକୁ ମତେ ପ୍ରେମିକା ରଖଇ ତାକୁ ଆନନ୍ଦେ । ବିଭାଘର ହେଲେ ମୋତେ ନିଅନ୍ତି  ବର ପାଲିଙ୍କିରେ ସଜାଇ ଦ୍ଯନ୍ତି । ବାସର ରାତିର ମଧୁମିଳନେ ମଧୁଶଯ୍ୟାରେ ବିଛାନ୍ତି ଯତନେ । ପ୍ରେମର ପ୍ରତୀକ ରକ୍ତ ଗୋଲାପ ସାଇବାବାଙ୍କର ମୁଁ ପ୍ରିୟ ପୁଷ୍ପ । ସତେଜ ଥିବା ଯାଏଁ ସର୍ବେ ମତେ ପାଖରେ ରଖନ୍ତି ଅତି ସଂଯତେ । ମଉଳି ଗଲେ ମୁଁ ଅଦରକାରୀ  ନବୀନ ଗୋଲାପ ନିଅନ୍ତି ତୋଳି । ଗୋଲାପ ମୁହିଁ ମୋ ମୂଲ ଅମୂଲ ମୋ ଲାଗି ସରବେ ଏଠି ପାଗଳ । ସମ୍ପାଦକ - ଉଦୟ ଭାନୁ  ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଫୋ- ୮୯୧୭୪୮୦୫୩୬ 

ପ୍ରେମ ଗୋଲାପ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଭାଲେଣ୍ଟାଇନ ଡ଼େ         ଆସୁଛି ପାଖେଇ             ମନ ହେଉଅଛି ବ୍ଯଗ୍ର ଅମାନିଆ ମନ         ମାନୁନାହିଁ ବୋଲ        ଉତ୍କଣ୍ଠା ହେଲାଣି ଉଗ୍ର ।୧ କାହାକୁ କେବେ ମୁଁ        କରିନାହିଁ ପ୍ରେମ            ପ୍ରେମ କରିବାକୁ ଇଚ୍ଛା ଜାଗ୍ରତ ହେଲାଣି         ମନ ମଧ୍ୟେ ମୋର          ଘାରିଲାଣି ପ୍ରେମ ନିଶା ।୨ ଅତି ଯତନରେ         ଲଗାଇ ଥିଲି ମୁଁ         ବାଡ଼ିରେ ଗୋଲାପ ଗଛ ବଡ଼ ହୋଇ ଗଛ         ଧରିଲାଣି ପୁଷ୍ପ        ରକ୍ତ ରଞ୍ଜିତ ଗୋଲାପ ।୩ କାହାକୁ ଦେବି ମୁଁ        ପ୍ରେମର ଗୋଲାପ           କିଏ ସେହି ରାଜଯେମା ? ମୋ ହୃଦ କୁଟୀରେ       ଆଗମନ ହେବ          ଜାଣିପାରୁ ନାହିଁ ଜମା ।୪ ଭଲପାଏ ବୋଲି        କହିଦେବ ଖୋଲି         ...
ଶାଶ୍ୱତ ପ୍ରେମ (ମୋ' ନିଜ ଅନୁଭୂତିରୁ)  ¥¥¥¥¥¥¥¥¥¥¥¥¥¥¥¥¥¥¥   (କଞ୍ଚା ହାତର ଲେଖନୀରୁ)    କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ       ଦୁଇଟି ହୃଦୟ , ଦୁଇଟି ମନ ଓ ଦୁଇଟି ଆତ୍ମାର ମିଳନକୁ ପ୍ରେମ କହନ୍ତି । ପ୍ରେମର ଅର୍ଥ ବୁଝିବା ଏତେ ସହଜ ନୁହେଁ । ବୁଝି ପାରିଲେ ସୁନ୍ଦର ;ଆଉ ବୁଝି ନପାରିଲେ ଅବୁଝା ଅଙ୍କ । ପ୍ରେମର ଅର୍ଥ ଭଲପାଇବା । ଅହେତୁକ ସ୍ନେହ , ଶ୍ରଦ୍ଧା । ମାତା- ପୁତ୍ରର ପ୍ରେମ , ଭାଇ -ଭଉଣୀର ପ୍ରେମ , ପିତା -ପୁତ୍ରର ପ୍ରେମ , ପତି - ପତ୍ନୀଙ୍କ ପ୍ରେମ ଏବଂ ଭକ୍ତ - ଭଗବାନଙ୍କ ପ୍ରେମ ; ସବୁଠି ଭରି ରହିଛି କେତେ ସ୍ନେହ , ଶ୍ରଦ୍ଧା , ଭକ୍ତି ଓ ଭଲପାଇବା । ଶାଶ୍ବତର ଅର୍ଥ ନିତ୍ଯ ବା ଅବିନଶ୍ୱର । ଅନ୍ୟ ଅର୍ଥରେ କହିଲେ ଅତି ସୁନ୍ଦର ହେବ । ପ୍ରେମ ସେତିକି ବେଳେ ସୁନ୍ଦର ହୁଏ ; ଯେତେବେଳେ ଆତ୍ମବିଶ୍ୱାସ , ଦୃଢ଼ବିଶ୍ବାସ , ସ୍ନେହ ଶ୍ରଦ୍ଧାଦି ପରିପୂଣ୍ଣ ହୁଏ । ମୁଁ ଏଠାରେ ପ୍ରମ ବିବାହର ପ୍ରସଙ୍ଗକୁ ହିଁ ଉଲ୍ଲେଖ କରୁଛି ।             ଭଲ ମନ ଥିବା ମଣିଷକୁ ପ୍ରେମ କଲେ ସେ ପ୍ରେମରେ ସାର୍ଥକତା ଆସେ । ଧନ ଦୌଲତ ଦେଖି କିମ୍ବା ସୁନ୍ଦର ଯୌବନରେ ଆକୃଷ୍ଟ ହୋଇ ପ୍ରେମ କରିଲେ ; ସେ ପ୍ରେମରେ ସାର୍ଥକତା ନଥାଏ । ଆଜିକାଲି ଯୁବପିଢ଼ୀମାନେ ଏହିପରି ...

ମଦ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି ସମ୍ପାଦକ - ଉଦୟ ଭାନୁ 'ମଦ'- ଏହାକୁ କିଏ ନ ଚିହ୍ନେ ! ଏ ଶବ୍ଦଟି ଉପରେ ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ପରିଚିତ । ଆଜିକା ଦୁନିଆରେ ମଦ୍ଯପଙ୍କ ସଂଖ୍ୟା ବହୁତ । ମଦ୍ଯପଙ୍କ ଗହଣରେ ମଦ ବନ୍ଧୁଟିଏ ହୋଇପାରିଛି । ସବୁଠି ସବୁ କ୍ଷେତ୍ରରେ ମଦର ଉପସ୍ଥିତି ମଦକୁ ପ୍ରାଧାନ୍ୟତା ପ୍ରଦାନ କରିଛି । ବିବାହ, ଜନ୍ମଦିନ, ବଣଭୋଜି ଏପରିକି ଶ୍ମଶାନରେ ଶବଦାହ ବେଳେ ବି ମଦର ଆବଶ୍ଯକତା ପରିଲକ୍ଷିତ ହେଉଛି । କେହି କେହି ଖୁସିରେ ପିଅନ୍ତି ତ ପୁଣି କିଏ ଦୁଃଖରେ ପିଅନ୍ତି । ଆଉ କେହି ଶ୍ରମ ଲାଘବ ପାଇଁ ମଦ୍ଯପାନ କରୁଥିବାର ଦେଖାଯାଏ । ମଦ ଶରୀର ପ୍ରତି କେତେ ହାନିକାରକ ସେ ସବୁ ଜ୍ଞାନ ଥାଇ ବି ଜନସମାଜ ଅଜ୍ଞତାର ବଶବର୍ତ୍ତୀ । ଅତ୍ଯଧିକ ମଦ୍ଯପାନ ହେତୁ ଉଜୁଡି ଯାଉଛି ସଂସାର ; ଭାଙ୍ଗି ଯାଉଛି ଘର ଓ ପରିବାର । ସୃଷ୍ଟି ହେଉଛି ମତଭେଦ ଓ ମନୋମାଳିନ୍ୟ ; ପରସ୍ପର ମଧ୍ୟେ ବିଭେଦନ । ଜାଣି ଜାଣି ଅପମୃତ୍ୟୁକୁ ଆମନ୍ତ୍ରଣ କରାଯାଉଛି ଏଇ ମଦ୍ଯପାନ ଜରିଆରେ । କଥାରେ ଅଛି - "ଅତି ସର୍ବଦା ଇତି"; ଅତ୍ଯଧିକ ମାତ୍ରାରେ ମଦ୍ଯପାନ ଶରୀରରେ କୁପ୍ରଭାବ ପକାଏ । ସାଧାରଣ ଭାବରେ 'ମଦ'ର ଅର୍ଥ ମୋ ଭାଷାରେ କହିବାକୁ ଗଲେ - "ମୃତ୍ୟୁର ଦ୍ବାର"। 'ମ' ଶବ୍ଦର ଅର୍ଥ -'ମରଣ' ଓ 'ଦ' ଶବ୍ଦର ଅର୍ଥ -'ଦହନ...

ବାଞ୍ଝ କି ଜାଣଇ ପ୍ରସବ ବେଦନା

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ସମ୍ପାଦକ - ଉଦୟ ଭାନୁ ****************** ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ଆମ ଭାଷା ଆମ ସାହିତ୍ୟକୁ ଦେଖ କୁଆଡ଼େ ତାହାର ଗତି । ହୃତ ମାତୃଭୂମି ପ୍ରୀତି ; ମାଡୁଆ ଭାଡୁଆ ଥୋବଡ଼ା ବେହିଆ ଛତରାଙ୍କ ବାଜେ ନୀତି । ୧ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନ ଜାଣଇ ରତି ରାତାରାତି ଦୀନ କୁବେର ସମାନ ବନିଯାଏ କୋଟିପତି । ଚ଼ୋର ସାଥେ ଚ଼ୋର ମାତି ; ସାହିତ୍ୟର ମାନ କରିଲେଣି କ୍ଷୁର୍ଣ୍ଣ ଅକାଳ କୁଷ୍ମାଣ୍ଡ ଜାତି । ୨ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ସାହିତ୍ଯ ନଜାଣି ଅନେକ ଫୁଟାଣି ଗାଲୁଆ ପଡ଼ନ୍ତି ଯତି । ସେ ତ ବଡ଼ବଡ଼ିଆଙ୍କ ନାତି ଅର୍ଥ ବଦଳରେ ସ୍ବାର୍ଥ ତୋଳୁଥା'ନ୍ତି ଗୋବର ସାଉଁଟା ବ୍ଯକ୍ତି ।୩ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା...

ପ୍ରତ୍ନତତ୍ତ୍ବ ସର୍ବେକ୍ଷଣରେ ଧାତୁଯୁଗ

କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ------------------------------ -----------------      ମାନବ ଜାତିର ଇତିହାସ ଏକ ମହାପୁରାଣ । ଯାହାର ବ୍ଯାଖ୍ଯା କରିବା ସମୟ ସାପେକ୍ଷ । ଏତେଟା ଜଟିଳସାଧ୍ଯ ନୁହେଁ କି ସମ୍ପୂଣ୍ଣ ସରଳସାଧ୍ଯ ବି ନୁହେଁ । ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଆଜିର ଯୁଗରେ ପହଞ୍ଚିଛି । ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କରି ଠୋସ୍‌ ପ୍ରମାଣ ପ୍ରାପ୍ତ କରିଛନ୍ତି ପ୍ରତ୍ନତତ୍ତ୍ୱବିତ୍‌ । ଭାରତ ତଥା ଭାରତ ବାହାରେ ଅନେକ ସ୍ଥାନରୁ ଖନନ କରି ଅନେକ ଦ୍ରବ୍ୟ ପ୍ରାପ୍ତ କରି ମ୍ଯୁଜିୟମ୍‌ରେ ରଖାଯାଇଛି । ବହୁ ଐତିହାସିକ ସର୍ବେକ୍ଷଣ ଆମର ପୂର୍ବ ସ୍ଥିତି ସୂଚ଼ିତ କରେ । ପ୍ରସ୍ତର ଯୁଗର ଅଧିବାସୀ ମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ପଥର , ଅସ୍ଥି ଓ କାଷ୍ଠରେ ପ୍ରସ୍ତୁତ କରି ବ୍ଯବହାର କରୁଥିଲେ । ଗୁମ୍ଫାରେ ରହି ଶିକାର କରି ଖାଦ୍ୟ ଯୋଗାଡ଼ କରୁଥିଲେ । ପରବର୍ତ୍ତୀ କାଳରେ କୃଷିର ବ୍ଯବାର , ନିଆଁର ବ୍ଯବହାର , ଗୃହପାଳିତ ପଶୁ ପାଳନ ଆଦି କରି ଚ଼ଳିଲେ । ପ୍ରସ୍ତର ଯୁଗ ପରେ ଧାତୁଯୁଗ , ବ୍ରୋଞ୍ଜ ଯୁଗ , ଲୌହଯୁଗ କ୍ରମାନୁସାରେ ପୃଥ୍ବୀ ପୃଷ୍ଠରେ ଆରମ୍ଭ ହୋଇଥିଲା । କେବଳ ଧାତୁର ଆବିଷ୍କାର ଯୋଗୁଁ ମାନବ ସଭ୍ୟତା ବିକଶିତ ହୋଇ ପାରିଥିଲା । ବ୍ରୋଞ୍ଜ ଯୁଗରେ ମେସୋପୋଟାମିଆ , ଚୀନ୍‌ , ଇଜିପ୍ଟ ଆଉ ଭାରତରେ ଉନ୍ନତ ସଭ୍ଯତା ...