ଫିକା ରାକ୍ଷୀ ପୂର୍ଣ୍ଣମାସୀ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି ସମ୍ପାଦକ - ଉଦୟ ଭାନୁ ଫିକା ଲାଗେ ଆଜି ରାକ୍ଷୀ ପୂର୍ଣ୍ଣମାସୀ ହାତଟା ପଡ଼ିଛି ଖାଲି ସବୁ ସାଙ୍ଗସାଥୀ ବାନ୍ଧିଛନ୍ତି ରାକ୍ଷୀ ଦେଖି ଝରେ ଅଶ୍ରୁବାରି । କୋହ ଉଠେ ଢ଼େଉ ପରି ଏମିତି ମୁଁ ଏକ ଅଭାଗା ମଣିଷ କାହିଁକି ଯାଉନି ମରି ?୧। ଧର୍ମ ରଖି ସାକ୍ଷୀ ଭଉଣୀ କରିଛି ମାଗିଥିଲି ଗୋଟେ ଥର ଭଉଣୀ ଲୋ ମୋତେ ରାକ୍ଷୀଟିଏ ଦେବୁ ଦେଇଥିଲା ସେଇଥର । ଦେଇନି ପାଉଣା ତା'ର ସେ ଲାଗି ଭଉଣୀ ଏସନ ଦେଲାନି ଶୂନ୍ଯ କଲା ମୋର କର ।୨। ସ୍ନେହ ଶରଧାରେ ଭଲପାଇବାରେ କିଛି ବୋଧେ ଉଣା କଲି ସେ ଲାଗି ଭଉଣୀ ରାକ୍ଷୀଟେ ଦେଲାନି ଭାଇ ହେଲା ହତଶିରୀ । ବ...