ଫିକା ରାକ୍ଷୀ ପୂର୍ଣ୍ଣମାସୀ

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

      ସମ୍ପାଦକ - ଉଦୟ ଭାନୁ 

ଫିକା ଲାଗେ ଆଜି     ରାକ୍ଷୀ ପୂର୍ଣ୍ଣମାସୀ 
          ହାତଟା ପଡ଼ିଛି ଖାଲି
ସବୁ ସାଙ୍ଗସାଥୀ     ବାନ୍ଧିଛନ୍ତି ରାକ୍ଷୀ
       ଦେଖି ଝରେ ଅଶ୍ରୁବାରି ।
       କୋହ ଉଠେ ଢ଼େଉ ପରି
ଏମିତି ମୁଁ ଏକ      ଅଭାଗା ମଣିଷ
      କାହିଁକି ଯାଉନି ମରି ?୧।

ଧର୍ମ ରଖି ସାକ୍ଷୀ     ଭଉଣୀ କରିଛି
       ମାଗିଥିଲି ଗୋଟେ ଥର
ଭଉଣୀ ଲୋ ମୋତେ     ରାକ୍ଷୀଟିଏ ଦେବୁ
          ଦେଇଥିଲା ସେଇଥର ।
          ଦେଇନି ପାଉଣା ତା'ର 
ସେ ଲାଗି ଭଉଣୀ      ଏସନ ଦେଲାନି
      ଶୂନ୍ଯ କଲା ମୋର କର ।୨।
ସ୍ନେହ ଶରଧାରେ      ଭଲପାଇବାରେ
        କିଛି ବୋଧେ ଉଣା କଲି
ସେ ଲାଗି ଭଉଣୀ      ରାକ୍ଷୀଟେ ଦେଲାନି 
          ଭାଇ ହେଲା ହତଶିରୀ ।
           ବଞ୍ଚିଥାଉ ଦେଲା ମାରି
କିବା ଅଛି ଲାଭ     ରଖି ଏହି ଜୀବ
       ମରଣ ଆସୁନି ଫେରି ।୩

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା