Posts

Showing posts from January, 2023

ନେତାଜୀ ଜୟନ୍ତୀ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି   ସମ୍ପାଦକ - ଉଦୟ ଭାନୁ ନେତାଙ୍କର ନେତା       ଅମ୍ଳାନ ପ୍ରତିଭା         ନେତାଜୀ ସୁଭାଷ ବୋଷ  ଇଂରେଜ ମସ୍ତକ       କରିଥିଲେ ନତ        ଦେଇ ଅସ୍ତ୍ରର ଜବାବ ।୧ ଅସ୍ତ୍ରର ଜବାବ       ଅସ୍ତ୍ରରେ ଦେବାକୁ         ପ୍ରଚାର କଲେ ସୁଭାଷ  ମାନି ତାଙ୍କ କଥା      ଭାରତେ ଜନତା        ଛାଡ଼ିଲେ ନିଜର ବାସ ।୨ ଭାରତ ବାସୀଏ       ଏକଜୁଟ ହେଲେ           ହାତରେ ମିଶାଇ ହାତ ସର୍ବେ ହେଲେ ଏକ      ଗଢ଼ିଲେ ସୁଭାଷ         ଆଜାଦ ହିନ୍ଦ୍‌ ଫଉଜ ।୩ ଫଉଜକୁ ଦେଖି       ଇଂରେଜର ଛାତି          ଭୀତେ ହେଲା ଥରହର  ଛାଡ଼ି ଘୋର ରଡ଼ି       ନେତାଜୀ ଆମରି       ଡାକ ଦେଲେ ଦ୍ବିଲ୍ଲୀ ଚଲୋ ।୪ ଜୟ ହିନ୍ଦ୍‌ ଡାକ       ଦେଉଥିଲେ ସର୍ବେ           ଆଜାଦ୍‌ ହିନ୍ଦ୍‌ର ସେନା ନେତାଜୀ ନେତୃତ୍ୱେ  ...

ଐତିହାସିକ ଯୁଗ - ପ୍ରସ୍ତର ଯୁଗ

"""""""""""""""""""""""""""""" """"""""'"""""""""""" କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  """""""""""""""""""""""""""""" """""""""""""""""""""""    ମାନବ ଜାତିର ଇତିହାସ ରୋଚ଼କ ତଥ୍ୟର ନଥି ; ଆଦିମାନବରୁ ଆମେ ବିବର୍ତ୍ତନବାଦ ସରଣୀର ସାରଥି ହୋଇ ପୂଣ୍ଣାଙ୍ଗ ମାନବ ରୂପରେ ଧରଣୀ ପୃଷ୍ଠରେ ଚ଼ରାଚ଼ର । ଆମ ପୂର୍ବ ଅବସ୍ଥା କଥା ଚ଼ିନ୍ତା କଲେ ଜଣାଯାଏ ଆମେ କେତେ ଘାତ ପ୍ରତିଘାତର ବିଶାଳ ମରୁଭୂମି ପାର ହୋଇ ସୁନ୍ଦର ରମ୍ଯ ନନ୍ଦନବନର ବାସିନ୍ଦା ହୋଇଛେ । ଏତେ କଷ୍ଟ କରି ବଣଜଙ୍ଗଲରେ ଜୀବନ ବିତାଉଥିବା ମଣିଷ ଏବେ ସୁଉଚ୍ଚ ସୁନ୍ଦର ସୁସଜ...

ଟଗର ଫୁଲ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ଟଗର ବୋଲି ନାମଟି ମୋର ଦେଖିବାକୁ ମୁଇଁ ବହୁ ସୁନ୍ଦର । ଦେହର ବରନ ଧବଳ ଅଙ୍ଗ  ଡେମ୍ଫଟି ମୋହର ସବୁଜ ରଙ୍ଗ । ବେଶୀ ବଡ଼ ନୁହେଁ ମାଆଟି ମୋର ଝାମ୍ପୁଲା ହୋଇ ସେ ବଢ଼େ ସତ୍ବର । ମୋର ଫଳ ନାହିଁ କି ନାହିଁ ବୀଜ  ପଲ୍ଲବରୁ ଜାତ ହୁଅଇ ବୃକ୍ଷ । ସବୁଜ ସୁନ୍ଦର ଟଗର ବୃକ୍ଷ  କୋମଳ ପାଖୁଡ଼ା କୋମଳ ପତ୍ର । ଠାକୁର କତିକୁ ମୁଁ ଆଗେ ଲୋଡ଼ା ସବୁରି ବାଡ଼ିରେ ହୋଇଛି ଛିଡ଼ା । କାହାର ବାଡ଼ିରେ କାହା ଦୁଆରେ କିଏ ବା ରୋପେ ଗୃହ ଅଙ୍ଗନରେ । ଧୋବ ଫରଫର ଚେହେରା ମୋର ହାଡ଼ି ଚଣ୍ଡାଳ ମୋର ସର୍ବେ ନିଜର । ଜାତିଆଣ ଭାବ ମୋ' ଠାରେ ନାହିଁ  ସବୁଠି ଥାଏ ମୁଁ ଆଦର ହୋଇ ।  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୦୪୩୯୬ 

କିଛି ରୋଚ଼କତା : ଆମ ଐତିହ୍ୟ (ସମ୍ଯକ ଭାଷ)

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ        ମାନବର ଐତିହ୍ୟ ସତରେ ରୋଚ଼କ ; ଭାବିଲେ କେତେ ଜଟିଳସାଧ୍ଯ ଥିଲା ସେ । ବିରାଟ ଏକ ନାଟକର କାହାଣୀ ପରି ଲାଗେ , ମାନବ ଇତିହାସ ବୃହତ ଉପନ୍ୟାସ କହିଲେ ଅତ୍ୟୁକ୍ତି ନାହିଁ । ଐତିହ୍ୟ କହିଲେ ଏକ ଜାତିର ଗୌରବୋଜ୍ଜଳ ଅତୀତର କିର୍ତ୍ତୀରାଜି ସମ୍ପର୍କିତ ସଂସ୍କୃତି , ସାହିତ୍ଯ , ଧର୍ମ , କଳା , ସ୍ଥାପତ୍ୟ , ପରମ୍ପରା ଓ ଜୀବନ ଶୈଳୀର ଆଲେଖ୍ଯ ଉତ୍ତର ପିଢ଼ିଙ୍କ ଅର୍ଥେ ପ୍ରେରଣାର ଉତ୍ସ ହୋଇଥିଲେ , ତାକୁ ସେ ଜାତିର ଐତିହ୍ୟ କହନ୍ତି । ପୁରାତନ କାଳରୁ ଓଡ଼ିଶା ନାନା କ୍ଷେତ୍ରେ ଉତ୍କର୍ଷତା ପ୍ରତିପାଦନ କରି ଆସିଛି । ଭାରତ ଇତିହାସରେ ଏକ ଗୁରୁତ୍ୱପୂଣ୍ଣ ସ୍ଥାନାଧିକାର କରିଥିବା ଓଡ଼ିଶାର ନିଜର ବହୁ ମୂଲ୍ୟବାନ ଐତିହ୍ୟ ରହିଛି । ମୌର୍ଯ୍ୟ ଯୁଗରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ଗଜପତି ଶାସନ କାଳ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମିତ ପ୍ରତ୍ନତାତ୍ତ୍ୱିକ କିର୍ତ୍ତୀ ସମୂହର ସ୍ଥାପତ୍ୟ  , ଭାସ୍କର୍ଯ୍ୟ , ଚ଼ିତ୍ରକଳା ଓଡ଼ିଶାର ଐତିହ୍ୟ ବହନ କରେ । ଭୁବନେଶ୍ୱର ସମୀପସ୍ଥ ଦୟାନଦୀ ତଟରେ ଧଉଳି ପାହାଡ଼ ଉପରେ ଖୋଦିତ ସମ୍ରାଟ ଅଶୋକଙ୍କର ଶିଳାଲେଖ ଓ ତାହାର ଉପରିଭାଗରେ ଖଣ୍ଡିଏ ପଥରରେ ନିର୍ମିତ ପ୍ରତିମୂର୍ତ୍ତି ଓଡ଼ିଶାର ସର୍ବପ୍ରଥମ ଭାସ୍କର୍ଯ୍ୟ ଭାବେ ପରିଗଣିତ । ରତ୍ନଗିରି  , ଉଦୟଗିରି ଓ ଲଳିତଗ...

ଦର୍ଶାଅ ମୁକ୍ତିର ବାଟ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ------------------------------ ------- ନୈରାଶ୍ୟ ଅନ୍ଧାରେ       ନିତି ବୁଡ଼ି ମରେ           ବିଷାଦ ବହ୍ନିରେ ଜଳେ   ନିଃସଙ୍ଗ ଜୀବନ       ଦିଅଇ କଷଣ         କୋହ ଗଦା ବୁକୁ ତଳେ ।          ନିତ୍ଯ ସ୍ନାନ ଅଶ୍ରୁ ଜଳେ ; ବିଗତ ସେ ସନ       ଦେଲା ତ କଷଣ          ସର୍ବସ୍ବ ଲୁଟିଲା ଛଳେ ।।   ଆଉ ଅଛି କିସ       ଛଡ଼ାଇବ ଆସ          ନୂଆ ରୂପରେ ତେଇଶ  ପିଣ୍ଡୁ ପରାଣ       ବେଗେ ମୋର ଘେନ          ଜୀବନଟା ଲାଗେ ବିଷ ।          ଅଟକି ଯାଉ ନିଃଶ୍ବାସ  ;  ମୂଳରୁ ଓପାଡ଼ି       ଦିଅ ତୁ ଫୋପାଡ଼ି           ପାଇବୁ ଆତ୍ମସନ୍ତୋଷ ।। ଲୋଭ ଆଉ ନାହିଁ       ଏଇ ପ୍ରାଣ ପାଇଁ           ଭାଙ୍ଗିଯାଉ ମାଟି ଘଟ ...