ଟଗର ଫୁଲ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

         ସମ୍ପାଦକ - ଉଦୟ ଭାନୁ 


ଟଗର ବୋଲି ନାମଟି ମୋର
ଦେଖିବାକୁ ମୁଇଁ ବହୁ ସୁନ୍ଦର ।
ଦେହର ବରନ ଧବଳ ଅଙ୍ଗ 
ଡେମ୍ଫଟି ମୋହର ସବୁଜ ରଙ୍ଗ ।
ବେଶୀ ବଡ଼ ନୁହେଁ ମାଆଟି ମୋର
ଝାମ୍ପୁଲା ହୋଇ ସେ ବଢ଼େ ସତ୍ବର ।
ମୋର ଫଳ ନାହିଁ କି ନାହିଁ ବୀଜ 
ପଲ୍ଲବରୁ ଜାତ ହୁଅଇ ବୃକ୍ଷ ।
ସବୁଜ ସୁନ୍ଦର ଟଗର ବୃକ୍ଷ 
କୋମଳ ପାଖୁଡ଼ା କୋମଳ ପତ୍ର ।
ଠାକୁର କତିକୁ ମୁଁ ଆଗେ ଲୋଡ଼ା
ସବୁରି ବାଡ଼ିରେ ହୋଇଛି ଛିଡ଼ା ।
କାହାର ବାଡ଼ିରେ କାହା ଦୁଆରେ
କିଏ ବା ରୋପେ ଗୃହ ଅଙ୍ଗନରେ ।
ଧୋବ ଫରଫର ଚେହେରା ମୋର
ହାଡ଼ି ଚଣ୍ଡାଳ ମୋର ସର୍ବେ ନିଜର ।
ଜାତିଆଣ ଭାବ ମୋ' ଠାରେ ନାହିଁ 
ସବୁଠି ଥାଏ ମୁଁ ଆଦର ହୋଇ । 

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୦୪୩୯୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା