Posts

Showing posts from October, 2022

ଅନ୍ତର୍ଜାଲ ପତ୍ରିକା

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ     ପତ୍ରିକା କହିଲେ ବିଭିନ୍ନ ପାଠ୍ଯକ୍ରମକୁ ବହି ପରି କରି (ଗୋଟିଏ ବହିରେ ସ୍ଥାନିତ କରି) ପାଠକ ପାଖରେ ପହଞ୍ଚିବାକୁ ବୁଝାଏ । ପୁରାତନ କାଳରେ ତାଳପତ୍ର ପୋଥି ଥିଲା ଏହାର ମାଧ୍ଯମ । ଏବେ ବିଜ୍ଞାନର ଅଗ୍ରଗତି ବଳରେ ତାହା କାଗଜକୁ ପରିବର୍ତ୍ତନ ହୋଇଛି । ସେତେବେଳର ଛପା ଯନ୍ତ୍ର ଏବଂ ଆଜିର ଛପା ମେସିନ୍‌ ଭିତରେ ଆକାଶ ପାତାଳ ତଫାତ । ସେତେବେଳେ ବହି ଖଣ୍ଡେ ଛପାଇବାକୁ ଯେତିକି କଷ୍ଟ ହେଉଥିଲା , ଏବେ କିନ୍ତୁ ସେଥିରେ ସୁଧାର ଆସିଛି । ଆଗ ପରି ଏତେ ପରିଶ୍ରମ ବା କଷ୍ଟ ଅନୁଭବ ହେଉନାହିଁ । ଏତେଟା ସମୟ ବି ବ୍ଯର୍ଥ ହେଉନି ; ଆଗ ଅପେକ୍ଷା ଏବେ ଖୁବ୍‌ କମ୍‌ ସମୟରେ ବହି ଛପା ସରି ଯାଉଛି ।        କଥାଟି ହେଉଛି ଯେ , ସମସ୍ତଙ୍କ ପାଖେ ବହି ବା ପତ୍ରିକା ଛାପିବା ଅସମ୍ଭବ । ଛପା ହେଲେ ବି ସମସ୍ତଙ୍କ ପାଖରେ ପହଞ୍ଚିବା ସମ୍ଭବପର ହୋଇ ପାରୁନାହିଁ । ଏହି ଅସୁବିଧାକୁ ଏଡ଼ାଇବା ପାଇଁ ଅନ୍ତର୍ଜାଲ ପତ୍ରିକାର ସୃଷ୍ଟି । ଏହି ପତ୍ରିକା ଅନ୍ତର୍ଜାଲରେ ବିଭିନ୍ନ ସାଇଟ୍‌ରେ ଉପଲବ୍ଧ ; ବିଶେଷତଃ ଗୁଗୁଲ୍‌ ଏହାର ପ୍ରଧାନ ମାଧ୍ଯମ । ପତ୍ରିକା ହେଉଛି ଜ୍ଞାନର କୋଷ । ସେ କାଗଜ ବନ୍ଧେଇ ବହି ହେଉ ବା ଅନ୍ତର୍ଜାଲ ପତ୍ରିକା...

ଆଲୋକର ପର୍ବ ଦୀପାବଳୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                       ସମ୍ପାଦକ - ଉଦୟ ଭାନୁ  ଆଲୋକର ପର୍ବ ଏଇ ଦୀପାବଳୀ  ଚାରିଆଡ଼େ ଆଲୋକିତ ଏଇ ଧରା ଚନ୍ଦ୍ରମା ନାହିଁ ସିନା ନଭମଣ୍ଡଳେ ହେଲେ ଝଲସି ଉଠେ ଆଲୋକମାଳା । ପ୍ରତି ଗ୍ରାମେ ପ୍ରତି ନଗ୍ରେ ପ୍ରତି ଦ୍ବାରେ  ସଜ୍ଜିତ ହୋଇ ରହିଥାଏ ଦୀପାଳୀ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ଦୀପ ଖେଳାଇ ଦିଏ ଆଲୋକର ଲହରୀ । ଫୁଲଝରି ଧପଧପି ବାଣ ସବୁ ରାତିକୁ କରଇ ଆହୁରି ସୁନ୍ଦର  ପ୍ରତ୍ଯେକ ଦ୍ବାରେ ସଜ୍ଜିତ ହୋଇଥିବା ମହମ ସବୁ ଅତିବ ମନୋହର । ଚାଉଁକା ଆତସବାଜିର ଆଲୋକେ ଏଇ ଧରାରେ ଖେଳିଯାଏ ଆଲୋକ ଅମାବାସ୍ଯାର ଏଇ ଘନ ଅନ୍ଧକାରେ ଆଲୋକରାଶି ହୁଏ ପ୍ରତିଫଳିତ ।  ସବୁ ଜନ ସବୁ ମନ ସବୁ ପ୍ରାଣ ଏଇ ଦୀପାବଳିରେ ସର୍ବେ ଏକତ୍ର ସୃଷ୍ଟି ହୁଏ ଭାଇଚାରାର ସମ୍ପର୍କ  ତମସାପୂର୍ଣ୍ଣ ଜୀବନେ ପୁଣି ଥରେ ଝଲସି ଉଠେ ଆଲୋକର ସମ୍ଭାର । ସ୍ବାଗତ କରୁଛି ଏଇ ଦୀପାବଳୀକୁ ଦୀପାବଳୀ ତୁମେ ଆସ ପ୍ରତିବର୍ଷ  ଆନନ୍ଦ ପସରା ନେଇ ଆସୁଥାଅ ଏମିତି ସର୍ବଦା ହସୁଥାଉ ବିଶ୍ବ । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୮୦୫୩୬ 

ପ୍ରଭୁ ବି ନିଅନ୍ତି ନବ ଯୌବନ

    କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                 ସମ୍ପାଦକ - ଉଦୟ ଭାନୁ  ଆମେ ସବୁ ମାନବ ମର୍ତ୍ତ୍ୟପୁରେ ଜନମ ଜନମ ମାତ୍ରେ ମରଣ ସଂସାର ନିୟମ । ଯେତେ ଜନମ କୀଟ ପତଙ୍ଗ ତରୁ ତୃଣ  ସବୁଠୁ ଶ୍ରେଷ୍ଠ ଆମ ଏ ମଣିଷ ଜନମ । ମିଛ ମାୟା ସଂସାରରେ ସବୁ ମିଛ ଅଟଇ ଜନ୍ମ ମୃତ୍ୟୁ ଏକା ସତ୍ଯ ଜାଣିଥାଅ ଭାଇ । ମିଛେ ବୋଲୁ ମୋର ମୋର କିଛି ନୁହେଁ  କା'ର ଯାହା ଦେଖୁ ଆମେ ସବୁ ସେହି ପ୍ରଭୁଙ୍କର । ଜୀବନ ରହିଛି ମାନେ ଅଛି ସୁଖ ଦୁଃଖ  ସୁଖ କାଳେ ହସିବା ଦୁଃଖେ ନୋହିବା ଭୀତ ।  ଜନ୍ମ ମାତ୍ରେ ମୃତ୍ୟୁ ଧ୍ରୁବ ଡରିବାର ନାହିଁ  ମରତେ ଜନମ ହୋଇ ଦେବତା ବି ମରୁଥାଇ । ଭୁଲ ନାହିଁ ଏହି କଥା ହେ ମାନବଗଣ  ପ୍ରଭୁ ବି ନିଅନ୍ତି ମରତେ ନବ ଯୌବନ  । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୦୪୩୯୬ 

ଟୁଙ୍ଗୁରୁ ଉପାଖ୍ୟାନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ         ଭାଇରେ , କି ଯୁଗ ହେଲାରେ ! କି ନଦେଖିଲା ଆଜି ନେତ୍ର ! ମରଣ କାଳେ ବିପରୀତ ବୁଦ୍ଧି ! ଏତେ ଅଲଜ୍ଜ୍ଯା ହେଲେ କ'ଣ ହେବ ? ଟିକେ ତ ସରମ ରଖରେ ଭାଇ । ଧର୍ମକୁ ତ ଟିକେ ଡର ; ଏତେ ଅଧର୍ମ କ'ଣ ପାଇଁ ? ନିଜକୁ ପ୍ରତିଷ୍ଠିତ କରିବାକୁ ଆଉ ନିଜର ପ୍ରସଂସା ଗୋଟେଇବାକୁ ଯେଉଁ ପ୍ରହସନ କରୁଛ , ଛିଃ ! ଛିଃ ! ଛିଃ ! ଆ.....ଥୁ଼ ! ଜାଣିଛ ? ସେଥିରେ ପ୍ରତିଷ୍ଠିତ ହେଉନ ଯେ କଳୁଷିତ ହେଉଛ ଆଉ ପ୍ରସଂସା ବଦଳରେ ନିନ୍ଦା ହିଂ ସାଉଁଟୁଛ । କଥାରେ ଅଛି କି - "ଆପଣ ହସ୍ତେ ଜିହ୍ୱା ଚ୍ଛେଦି , କେ' ଅଛି ତା'ର ପ୍ରତିବାଦୀ" । ନିଜର ନିନ୍ଦା , ଅପବାଦ ଓ ଅସୁବିଧାକୁ ନିଜେ ହିଁ ସଂଗ୍ରହ କରୁଛ । କହିଲେ କୁଳ କୁଟୁମ୍ବକୁ ଲାଜ , ନକହିଲେ କୁଳ ଭାସି ଯାଉଛି । ସମାଜକୁ ତମେମାନେ କି ଶିକ୍ଷା ଦେଉଛ ? ଏସବୁ କାଣ୍ଡ କାରନାମା ସମାଜରେ କି ପ୍ରଭାବ ପକାଉଛି ଥରେ ଭାବିଛ କି ?        ରୀତି ପାହିଲେ କିଛି ନା କିଛି ଘଟଣା ଭାଇରାଲ ହେବାରେ ଲାଗିଛି । କିଛି କିଛି କଥା ଚର୍ଚ୍ଚା ପରିସର ଅନ୍ତର୍ଭୁକ୍ତ ହେଉଛି । ଖବରକାଗଜର ପ୍ରତିଟି ପୃଷ୍ଠାରେ ଏବେ ରେଫ୍‌ , ମର୍ଡ଼ର୍‌ , ସୁଇସାଇଟ୍‌ , ଚୋରୀ , ହିଂସା ଆଦି ସବୁ ଦେଖି ପଢ଼ି ସମାଜ ପ୍ରତି ବିତୃଷ୍ଣା ଆସିଗଲାଣି । କ"ଣ ଚାଲିଚି ଏସବୁ ? ଏଠି ରାମଙ...

ଜୀବନ ଦର୍ଶନ

      କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                        ସମ୍ପାଦକ - ଉଦୟ ଭାନୁ  କେତେ ଶିକ୍ଷା କେତେ ଜ୍ଞାନ କରଇ ପ୍ରଦାନ ଦେଉଥାଏ ସେ ପ୍ରତିଦିନ ଦିଗ୍‌ଦର୍ଶନ  ଜାଣିଛ କି ପିଲେ କେହି ତା'ର ସେହି ନାମ ? ସେହି ଆମ ପରିବାର ଜୀବନ ଦର୍ଶନ  ।୧ ଭରିଦିଏ ମନେ ଯିଏ ଜ୍ଞାନର ସମ୍ପଦ ଅଜ୍ଞାନ ଅନ୍ଧାର ଆମ ହୁଏ ଦୂରୀଭୂତ । ଯେଉଁ ପରିବାରେ ଦୁର୍ଜନ ହୁଏ ସୁଜନ ସେହି ଆମ ପରିବାର ଜୀବନ ଦର୍ଶନ ।୨ ଗୀତା ଭାଗବତ ପୁଣି ଚାଣକ୍ୟ ନିୟମ ବେଦବାଣୀ ଶାସ୍ତ୍ରବାଣୀ କେତେ ଯେ ପୁରାଣ । ଯେଉଁ ପରିବାରେ ମିଳେ ଅନେକ ସୁଜ୍ଞାନ ସେହି ଆମ ପରିବାର ଜୀବନ ଦର୍ଶନ ।୩ ଆସ ମୋର ବନ୍ଧୁଗଣ ହୋଇବା ଏକତ୍ର ମିଳିମିଶି ଗଢ଼ିବା ଆମ ଏ ପରିବାର । ଯେଉଁ ପରିବାର ଦିଏ ସୁନ୍ଦର ଜୀବନ ସେହି ଆମ ପରିବାର ଜୀବନ ଦର୍ଶନ ।୪ ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୦୪୩୯୬ 

ହାର୍‌ ଜିତ୍‌

  କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ଜୀବନଟା ଏକ ବ୍ଯାଡ୍‌ମିଣ୍ଟନ୍‌ର ଖେଳ ଅବୁଝା ଏଇ ମଣିଷ ମିଛରେ ପାଗଳ  ।  ସଂସାରଟା ଏକ ଖେଳ ପଡ଼ିଆ ରେ ଭାଇ ଗୁଢ଼ ତତ୍ତ୍ବ ଗୋଟି ଏହା ବୁଝ ମନ ଦେଇ ।  ପଡ଼ିଆର ମଧ୍ଯଭାଗେ ଧର୍ମର ଜାଲିକା ବାମେ ସତ୍ୟ ଦକ୍ଷେ ନ୍ଯାୟ ଖୁଣ୍ଟେ ଅଛି ବନ୍ଧା । ଦୁଇ ପାର୍ଶ୍ବେ ଦୁଇ ଜଣ ପ୍ରତିଦ୍ବନ୍ଦୀ ଛନ୍ତି  ନର ନାରାୟଣ ବେନି ଜନ ଖେଳୁଛନ୍ତି । ନର ନାରାୟଣ ମଧ୍ଯେ ଲାଗିଅଛି ବାଜି ଦେବ ସାଥେ ଦ୍ବନ୍ଦ କରେ ନର ହେଲେ ପାଜି ।  କେଡେ ବୋକା ମଣିଷ ଏ ଜମା ତ ବୁଝେନି ବିଭୁ ସାଥେ ବାଜି ରଖି କିଏ ପାରେ ଜିଣି  !! ସ୍ନେହ ପ୍ରେମ ହୃଦେ ଜାଗ ନିଶ୍ଚୟ ଦେଖିବ  ବିଶ୍ବସ୍ରଷ୍ଟା ନିଜେ ଆସି ହାର୍‌ ମାନି ଯିବ ।  ସତ୍ୟ ନ୍ଯାୟ ଆଉ ଧର୍ମ ହୃଦୟରେ ବହି ପଥ ଚାଲୁଥିଲେ ଖେଦ ପାଶେ ନ ମାଡ଼ଇ । ଅନାବିଳ ଭକ୍ତି ଭାବ ହୃଦୟରେ ଜାଗ ବିଜ୍ଞାନୀ କୈବର୍ତ୍ତ ସମ ହୋଇବ ବିଦିତ । ପ୍ରାପ୍ତ ହେବ ଦିନେ ଜାଣ ବିଭୁ ପଦ୍ମପାଦ ବିଭୁ ପଦ ଧୌତ କରି ଆତ୍ମା ହେବ ଶୁଦ୍ଧ । ହାରିବା ଜିତିବା ପରା ଜୀବନର ଖେଳ ବେଳ ଥାଉଁ ବନ୍ଧ ବାନ୍ଧ ଜିତିବ ସକଳ  । ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ  ୮୯୧୭୪୮୦୫୩୬

ଦେବୀ ମାଆ ଷୋଡ଼ଶୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                ସମ୍ପାଦକ - ଉଦୟ ଭାନୁ        ଦିବ୍ଯ ଅପରୂପା ଦେବୀ ହେଲେ ଷୋଡ଼ଶୀ , ଯାହାକୁ ତନ୍ତ୍ରଶାସ୍ତ୍ର ତ୍ରିପୁରା ସୁନ୍ଦରୀ ଓ ଶ୍ରୀବିଦ୍ଯା ନାମକରଣ କରିଛି । ଦଶ ମହାବିଦ୍ୟାଙ୍କ ମଧ୍ଯେ ତୃତୀୟ ସ୍ଥାନର ଅଧିଷ୍ଠାତ୍ରୀ ମାତା । ଏପରିକି ସେ ପରାଭଟ୍ଟାରିକା , ରାଜରାଜେଶ୍ୱରୀ , ଲଳିତା ଆଦି ନାମରେ ପରିଚିତ । ସେ ଅରୁଣବର୍ଣ୍ଣୀ ଓ ଚତୁର୍ଭୁଜା ; ପରମ ଶିବଙ୍କ ଉପରେ ଆସୀନା । ସେ  କରରେ ତୀର , ଅଙ୍କୁଶ ଓ ଧନୁ ଧାରଣ କରିଛନ୍ତି । ଏହାଙ୍କ ପୂଜା ମୁଖ୍ଯତଃ ଶଙ୍କରାଚାର୍ଯ୍ୟଙ୍କ ପୀଠରେ ହୋଇଥାଏ ; ଏ ଦେବୀ ସିଦ୍ଧି ଓ ଜ୍ଞାନଦାୟିନୀ ଆଉ ସକଳାଭିଷ୍ଟ ପୂରଣ କାରିଣୀ । ବଶୀଭୁତ କରିବାରେ ସେ ଶକ୍ତିଶାଳିନୀ । ତ୍ରିପୁରା ସୁନ୍ଦରୀଙ୍କ ସହ ଶିବ , କାମେଶ୍ବର ରୂପେ ଅର୍ଚ୍ଚିତ । କଟକର ଆଠଗଡ଼ର ଦେବୀ ମାତା ଭଟ୍ଟାରିକାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି ଏବଂ ତନ୍ତ୍ରରେ ସୁଦର୍ଶନ ଷୋଡ଼ଶୀ ଭାବେ ସ୍ବୀକାର୍ଯ୍ଯ ।         ତିନି ପୁରରେ ଦେବୀ ଷୋଡ଼ଶୀଙ୍କ ଦିବ୍ଯ ରୂପ ସହ କେହି ବି ତୁଳନୀୟ ନୁହଁନ୍ତି । ସ୍ଥୂଳ , ସୂକ୍ଷ୍ମ ଆଉ ପାରା ରୂପେ ସେ ସର୍ବତ୍ର ବିଦ୍ଯମାନ । ଶାସ୍ତ୍ରରେ ଅନ୍ଯର୍ଥରେ ସେ ଚାରି ହାତରେ ଆଖୁ , ପୁଷ୍ପଗୁଚ୍ଛ , ଫାଶ ଓ ଅଙ୍କୁଶ ଧାରଣ କରିଛନ୍ତି ବୋଲି ବି ବୋଲାଯାଏ । ଲଳିତ...