ଆଲୋକର ପର୍ବ ଦୀପାବଳୀ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଆଲୋକର ପର୍ବ ଏଇ ଦୀପାବଳୀ
ଚାରିଆଡ଼େ ଆଲୋକିତ ଏଇ ଧରା
ଚନ୍ଦ୍ରମା ନାହିଁ ସିନା ନଭମଣ୍ଡଳେ
ହେଲେ ଝଲସି ଉଠେ ଆଲୋକମାଳା ।
ପ୍ରତି ଗ୍ରାମେ ପ୍ରତି ନଗ୍ରେ ପ୍ରତି ଦ୍ବାରେ
ସଜ୍ଜିତ ହୋଇ ରହିଥାଏ ଦୀପାଳୀ
ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ଦୀପ
ଖେଳାଇ ଦିଏ ଆଲୋକର ଲହରୀ ।
ଫୁଲଝରି ଧପଧପି ବାଣ ସବୁ
ରାତିକୁ କରଇ ଆହୁରି ସୁନ୍ଦର
ପ୍ରତ୍ଯେକ ଦ୍ବାରେ ସଜ୍ଜିତ ହୋଇଥିବା
ମହମ ସବୁ ଅତିବ ମନୋହର ।
ଚାଉଁକା ଆତସବାଜିର ଆଲୋକେ
ଏଇ ଧରାରେ ଖେଳିଯାଏ ଆଲୋକ
ଅମାବାସ୍ଯାର ଏଇ ଘନ ଅନ୍ଧକାରେ
ଆଲୋକରାଶି ହୁଏ ପ୍ରତିଫଳିତ ।
ସବୁ ଜନ ସବୁ ମନ ସବୁ ପ୍ରାଣ
ଏଇ ଦୀପାବଳିରେ ସର୍ବେ ଏକତ୍ର
ସୃଷ୍ଟି ହୁଏ ଭାଇଚାରାର ସମ୍ପର୍କ
ତମସାପୂର୍ଣ୍ଣ ଜୀବନେ ପୁଣି ଥରେ
ଝଲସି ଉଠେ ଆଲୋକର ସମ୍ଭାର ।
ସ୍ବାଗତ କରୁଛି ଏଇ ଦୀପାବଳୀକୁ
ଦୀପାବଳୀ ତୁମେ ଆସ ପ୍ରତିବର୍ଷ
ଆନନ୍ଦ ପସରା ନେଇ ଆସୁଥାଅ
ଏମିତି ସର୍ବଦା ହସୁଥାଉ ବିଶ୍ବ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment