Posts

Showing posts from July, 2022

ବିନାଶ ପଥେ ବିକାଶ

                 ଶିବ ପ୍ରସାଦ ବାହିନୀପତି  ଏକ ନିଛାଟିଆ ସ୍ଥାନ ।  କେହି କୁଆଡେ ନାହାନ୍ତି। ଶୂନ୍‌ଶାନ ପରିବେଶ ଭିତରେ ଭାବନାରେ ମଜି ଯାଇଥିଲେ ମହାକାଶ ବିଜ୍ଞାନୀ ୟୁରି ଗାଗାରିନ୍‌ । ତାଙ୍କ ମୁଖମଣ୍ଡଳରେ ଦୃଶ୍ଯମାନ ହେଉଥିଲା କେତେବେଳେ ଆନନ୍ଦ ତ କେତେବେଳେ ମଳିନତା ; ପୁଣି ବିସ୍ମୟ ଭାବ ପ୍ରକାଶ । ଅଚାନକ ଆସି ପହଞ୍ଚି ଗଲେ ଆଉ ଜଣେ ମହାକାଶ ବିଜ୍ଞାନୀ ନିଲ୍‌ ଆର୍ମ୍‌ଷ୍ଟ୍ରଙ୍ଗ୍‌। ୟୁରିଙ୍କ ପାଖରେ ପହଞ୍ଚି ଏତାଦୃଶ ଭାବ ପ୍ରକଟକୁ ଲକ୍ଷ୍ଯ କରି ବିସ୍ମିତ ହୋଇ ପଚାରିଲେ - "ଭାଇ ! ଏକା ଏକା ବସି ଏଠି କ'ଣ କରୁଛନ୍ତି ?" ଭାବନାରୁ ବାସ୍ତବତାକୁ ଫେରି ଆସି ନିଲ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟରେ କହିଲେ - ଆରେ ଭାଇ ତମେ ! ହଠାତ୍ ମୋ ପାଖକୁ ? କେତେବେଳୁ ଆସିଲେଣି ? ନିଲ୍‌ - ଏଇ ଟିକେ ହେଲା । ଆସି ଦେଖେ ତ ତୁମେ ଚିନ୍ତା ଗ୍ରସ୍ତ । କ'ଣ ହୋଇଛି ?  ୟୁରି - ନା, ଭାଇ ; କିଛି ହୋଇନି। ଏଇ ଅତୀତକୁ ଟିକେ ମନେ ପକାଉଥିଲି। ନିଲ୍‌ - ଅତୀତ ତ ଅତୀତ ; ତାକୁ ମନେ ପକାଇ ଲାଭ କ'ଣ ? ବର୍ତ୍ତମାନକୁ ଦେଖନ୍ତୁ ଭାଇ। ୟୁରି - ବର୍ତ୍ତମାନ କଥା କୁହନ୍ତୁନି ଭାଇ। ବର୍ତ୍ତମାନ ବି ସମସ୍ୟା ଘେରରେ । ନିଲ୍‌ - ମାନେ ? ବୁଝି ହେଲାନି, କି ପ୍ରକାର ସମସ୍ୟା ? ୟୁରି - ଆଉ କି ସମସ୍ୟା ? ଏଇ ମହାକାଶ ବିଜ୍ଞାନ କଥା କହୁଛି। ନିଲ୍‌ - ଆମେ ଥିଲାବେଳେ ଅଭିଯାନ ଆରମ୍ଭ କରିଥିଲ...

ସରିଲେ ଘୋଷଯାତ୍ରା ବଢ଼ିବ ରୋଷମାତ୍ରା

  ସରିଲେ ଘୋଷଯାତ୍ରା ବଢ଼ିବ ରୋଷମାତ୍ରା କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ- ଉଦୟ ଭାନୁ  ସରିଲେ ଘୋଷଯାତ୍ରା ବଢ଼ିବ ରୋଷମାତ୍ରା  କାଳିଆ କମଳା କଳି ମନ୍ଦିରେ ମହାଲକ୍ଷ୍ମୀ କ୍ରୋଧରେ ଜଳିଲେଣି ସତେ ପକାଇବେ ଗିଳି ।୧ ଅଣ୍ଟାରେ ଲୁଗା ଭିଡ଼ି ଲକ୍ଷ୍ମୀ କରିବେ କଳି ଅଛନ୍ତି କବାଟ କିଳି ଯେତେକ ଦାସଦାସୀ ଦୁଝାନ୍ତି ପାଶେ ବସି ସଭିଙ୍କୁ ଦିଅନ୍ତି ଗାଳି ।୨ ଗାର୍ହସ୍ଥ୍ଯ କଳି ଇଏ ତୁମ୍ଭେ ଯାଅ ସଭିଏଁ  ମୋ' କଥା ବୁଝିବି ମୁହିଁ  ଗତି ଅନ୍ତର ନାହିଁ ଆଉ ତାଙ୍କ ପାଇଁ  ଭାଙ୍ଗିବି ନିଶ୍ଚେ ବଡ଼ାଇ ।୩ ଏମନ୍ତେ କେତେ କଥା ସଖୀଙ୍କୁ ଦିଏ ବ୍ଯଥା ନିରୁପାୟ ସଖୀଗଣ ଉପାୟଶୂନ୍ଯ ହୋଇ ମଉନେ ଛନ୍ତି ରହି ଲକ୍ଷ୍ମୀ କରିଛନ୍ତି ମାନ ।୪ ତୁରନ୍ତ ଯାଅ ଜଗା ଠାକୁରାଣୀଙ୍କୁ ତ ବୁଝା ଚୂର୍ଣ୍ର କର ଅଭିମାନ ଭାଇ ମୋ' ହଳଧର ହୋଇବେ ଦେଢ଼ଶୁର  ସଂସାରେ ହସିବେ ଜନ ।୫ ଭାତୃବଧୂଟେ ହୋଇ କହୁଛ ଯିବା ପାଇଁ  ଜଗତ ବୋଲିବ କିସ ଧିକାରିବେ ସରବେ ସଂସାର ଯାକ ଲୋକେ  ଧିକ ଲକ୍ଷ୍ମୀ ଜଗନ୍ନାଥ  ।୬ ବିଳମ୍ବ ତୁ ନକର ଯାଅରେ ତୁ ସତ୍ବର  ବେଳ ହେଲାଣି ଉଚ୍ଛୁର  ରୁଷି ସେ ବସିଛନ୍ତି ତାଙ୍କୁ ତୁ କର ଶାନ୍ତି ଖୋଲନ୍ତୁ ସିଂହଦୁଆର ।୭ ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଫୋ - ୮୯୧୭୪୮୦୫୩୬          

ମହନୀୟ ଶ୍ରୀକ୍ଷେତ୍ର

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ         ଭାରତ ଭୂଖଣ୍ଡେ ଉତ୍କଳ ପ୍ରଦେଶେ ପୁରୁଷୋତ୍ତମ କ୍ଷେତ୍ରେ ମହୋଦଧି ତୀରେ ନୀଳ ପର୍ବତସ୍ଥ ଶ୍ରୀମନ୍ଦିର ସର୍ବବିଖ୍ଯାତ । ଶ୍ରୀମନ୍ଦିରର ଆରାଧ୍ୟ ପ୍ରଭୁ ଜଗନ୍ନାଥ - ବଳଭଦ୍ର - ସୁଭଦ୍ରା ସହ ସୁଦର୍ଶନ । ପୁରୁଷୋତ୍ତମ କ୍ଷେତ୍ର କହିଲେ ପୁରୀକୁ ବୁଝାଏ । ଭାରତର ଚାରିଧାମ ମଧ୍ଯରୁ ସର୍ବଶ୍ରେଷ୍ଠ ଧାମ ଶଙ୍ଖକ୍ଷେତ୍ର ପୁରୀ ଯାହାର ୪୨ଟି ନାଁ ଅଛି ; ଏହା ଭାରତର ବିରଳ ଦୃଷ୍ଟାନ୍ତ । କୌଣସି ଧାମ - କ୍ଷେତ୍ର କି ତୀର୍ଥସ୍ଥଳର ଏତେ ନାମ ନାହିଁ । ପ୍ରାଚୀନ ଐତିହ୍ୟର ସୂଚନା ପ୍ରଦାନ କରେ ଏହା । ଅନୁଶୀଳନାନୁସାରେ ଜ୍ଞାତ ଏସବୁ ନାମ ଶାସ୍ତ୍ରୀୟ  , ଐତିହାସିକ , ଦାର୍ଶନିକ ଭିତ୍ତିଭୂମି ଉପରେ ପର୍ଯ୍ଯବେଶିତ । ପ୍ରତ୍ଯେକ ନାମ ପଶ୍ଚାତ୍‌ ପ୍ରଚୀନ ପରମ୍ପରା ଲୁକ୍କାୟିତ । ସେହି ୪୨ଟି ନାମ ହେଉଛି - ଭଦ୍ରକ୍ଷେତ୍ର , ଉଡ୍ରପୀଠ , ଉଡ୍ଡାୟନ ପୀଠ , ଓତ୍ଯାଣ ପୀଠ , କମ୍ବୁ କଟକ , ଖେତ୍ରା , ଚରିତ୍ରପୁର , ଚେଳିଚିତଳ , ଚେଳିଟାଲୋ , ଦଶାବତାର କ୍ଷେତ୍ର , ନୀଳଚଳ , ନୀଳଗିରି , ନୀଳକନ୍ଦର ଧାମ , ନୀଳଶୈଳ , ନିଳଦ୍ରି , ନୀଳସୁନ୍ଦର ପର୍ବତ , ନୀଳସୁନ୍ଦର ଭୂମି , ନିର୍ବାଣ ଧାମ , ନୀଳାଖ୍ଯଶୈଳ , ପୁରୀ , ପୁରସ୍ତମ , ପୁରୁଷୋତ୍ତମ କ୍ଷେତ୍ର , ବୈକୁଣ୍ଠପୁରୀ , ଭୂସ୍ବର୍ଗ , ଭୌମକ୍ଷେତ୍ର , ମର୍ତ୍ତ୍ୟ...

ହୁଅନ୍ତୁ ଶୁଣିମା

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                                              ସମ୍ପାଦକ - ଉଦୟ ଭାନୁ  ++++++++++++++++++++++++ ଶ୍ରୀକ୍ଷେତ୍ର ସାମନ୍ତ       କରୁ ପ୍ରଣିପାତ            କର ବାରେ କର୍ଣ୍ଣପାତ  କଳ୍କୀ ଅବତାର       କରୋନା ବେମାର            ଉପୁଜାଏ ବିତିପାତ ।          କାଳ କରେ କୋଳାଗ୍ରତ ;  ନ ଚାହିଁଲେ ତୁମେ       କି କରିବୁ ଆମେ              ପ୍ରାର୍ଥୁ ପ୍ରଭୁ ପାଦଗତ ।     ଏ ସାରା ଭୁବନ       ଆମ ପରିଜନ            ସର୍ବେ ଆମେ ଭାଇ ଭାଇ   ଦେଖି କାଳ ଗ୍ରାସ       ଉଠେ ଦୀର୍ଘ ଶ୍ବାସ             ବିଷାଦ ଆସେ ଘନେଇ ।            କାହାକୁ ସେ ଛାଡ଼େ ନାହିଁ ;   ...