ହୁଅନ୍ତୁ ଶୁଣିମା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
++++++++++++++++++++++++
ଶ୍ରୀକ୍ଷେତ୍ର ସାମନ୍ତ କରୁ ପ୍ରଣିପାତ
କର ବାରେ କର୍ଣ୍ଣପାତ
କଳ୍କୀ ଅବତାର କରୋନା ବେମାର
ଉପୁଜାଏ ବିତିପାତ ।
କାଳ କରେ କୋଳାଗ୍ରତ ;
ନ ଚାହିଁଲେ ତୁମେ କି କରିବୁ ଆମେ
ପ୍ରାର୍ଥୁ ପ୍ରଭୁ ପାଦଗତ ।
ଏ ସାରା ଭୁବନ ଆମ ପରିଜନ
ସର୍ବେ ଆମେ ଭାଇ ଭାଇ
ଦେଖି କାଳ ଗ୍ରାସ ଉଠେ ଦୀର୍ଘ ଶ୍ବାସ
ବିଷାଦ ଆସେ ଘନେଇ ।
କାହାକୁ ସେ ଛାଡ଼େ ନାହିଁ ;
ପାଚିଲା ପତର ଥାଇ ଦଣ୍ଡଧର
କଞ୍ଚାକୁ ଦିଏ ଝଡ଼େଇ ।
ଧନୀ ଗରିବର ରଖେନା ବିଚାର
ବୁଝେନା ସେ ସୁଖ-ଦୁଃଖ
ରକ୍ଷାକର୍ତ୍ତା ହୋଇ ସୁରକ୍ଷା ଇଚ୍ଛଇ
ଧନୀ ଉଦରେ ବି ଭୋକ ।
ଉପାୟଶୂନ୍ଯ ଏ ଲୋକ ;
ମହାମାରୀ ଭୀତି ହର ଲକ୍ଷ୍ମୀପତି
ବିତ୍ପାତରୁ କର ମୁକ୍ତ ।
ଏତିକି ପ୍ରାର୍ଥନା କର ବାରେ ଘେନା
ବିଶ୍ବେ ଦିଅ ଆରୋଗ୍ଯତା
ତୁମ୍ଭେ ଥାଉଁ ଥାଉଁ ଆହେ ମହାବାହୁ
କାହିଁ ଆମ୍ଭ ବିଷାଦତା ।
ତୁମ୍ଭେ ପ୍ରଭୁ ରକ୍ଷାକର୍ତ୍ତା ;
ହୁଅନ୍ତୁ ଶୁଣିମା ଗୁହାରି ମଣିମା
ଆମ୍ଭ ନୈବିଦ୍ଯର ବାର୍ତ୍ତା ।
🌀ଭାଟପଡ଼ା , ନିରାକାରପୁର , କଣାସ , ପୁରୀ🌀
- Get link
- X
- Other Apps
Comments
Post a Comment