ପ୍ରଭୁ ପାଦେ ମିନତି
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି କଞ୍ଜ ଫୁଲଟିଏ କର ମତେ ପ୍ରଭୁ ତବ କରେ ଶୋଭା ଦେବି ତବ ଶ୍ରୀକରରେ ଶୋଭା ପରଷିଲେ ନିଜକୁ ଧନ୍ୟ ମଣିବି ।୧ ଖଡ୍ଗଟିଏ ମୋତେ କରନ୍ତୁ ଠାକୁରେ କଳିକଙ୍କି ଅବତାରେ ମ୍ଳେଚ୍ଛଙ୍କ ସଂହାର କରନ୍ତ ଠାକୁର ଧରି ମୋତେ ନିଜ କରେ ।୨ ଗଦାଟିଏ ମୋତେ କର ରଙ୍ଗନାଥ ତବ ହସ୍ତେ ରହିଥିବି ଦୁଷ୍ଟ ନିବାରଣ କରିବେ ଆପଣ ହସ୍ତେ ଧରି କୌମାଦକୀ ।୩ ଘନସାର କରି ମୋତେ ମାୟାଧର ଲଲାଟେ କର ଧାରଣ ଝରାଇବି ବାସ ଲଲାଟ ପାବକେ ...