ପାଉଁଜି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ତୁମେ ଦେଇଥିଲ ମତେ ଦି ପଟ ପାଉଁଜି
ଏବେ ଯାଏଁ ମୁଁ ତାକୁ ମୋ ପାଦରେ ପିନ୍ଧିଛି । 
ରୁଣୁଝୁଣୁ କାହିଁ ଆଉ ବାଜୁନି ପାଉଁଜି 
ପାଉଁଜିର ସ୍ବର ଆଜି ବେସୁରା ଲାଗୁଛି ।

ତୁମେ ନାହଁ ବୋଲି ସେ ଅଭିମାନେ ରୁଷିଛି
ସେ ଲାଗି ତା' ସ୍ବର ଆଜି ବେସୁରା ଲାଗୁଛି ।
ଫେରିବାକୁ କହି ତୁମେ ଆଉ ତ ଫେରିନ
ବୋଧହୁଏ ସେ ଲାଗି ବ୍ଯସ୍ତ ପାଉଁଜିର ମନ ।

ଏବେ ବି ଝୁରେ ତୁମକୁ ପାଉଁଜି ତୁମର
କେଉଁ ଦେଶେ ଅଛ ତୁମେ ଆସ ହେ ସତ୍ବର ।
ଫେରିବାର ବାଟକୁ ମୁଁ ଚାହିଁଛି ତୁମର
ଆଖି ପାଣି ମୋ ମରିଯାଏ ଆଖିରେ ମୋର ।

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା