Posts

Showing posts from September, 2024

ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି    ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ   ଯା' ଭାବନା ଅନେକ ଗୋଟିଏ ମନ ,  ଭାଷା ସାହିତ୍ୟର     ପ୍ରଚାର ପ୍ରସାର         ପାଇଁ ଯେ' କରିଛି ପଣ ।  ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ  ଯା' ଭାବନା ଅନେକ ଗୋଟିଏ ମନ ।୦।     କାଗଜ ମସୃଣ କ୍ଷେତ କିଆରୀରେ      କଲମ ଲଙ୍ଗଳ ଚଳାଇବା ପରେ ,  ସିଞ୍ଚେ ଭାବ ବାରି     ଶବ୍ଦ ବୀଜ ଭରି         ଅଙ୍କୁରେ ସାହିତ୍ଯ ତୃଣ ।   ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ  ଯା' ଭାବନା ଅନେକ ଗୋଟିଏ ମନ ।୧।      ଓଡ଼ିଶା ରାଇଜେ କରିଛି ମୁଁ ଘର    ଓଡ଼ିଆ ମୋ' ଭାଷା ଅଙ୍ଗ ଅଳଙ୍କାର ,  ସଂସ୍କାର ସଂସ୍କୃତି     ଯେତେ ରୀତିନୀତି         ପାଳନେ ବଢ଼ଇ ମାନ ।    ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ  ଯା' ଭାବନା ଅନେକ ଗୋଟିଏ ମନ ।୨।   ସମାଜର ହିତ ସାଧନେ ସାହିତ୍ୟ  ସାହିତ୍ଯ ସାଧକ କରେ ପୌରହିତ୍ଯ ,  ଗଢ଼େ ଭାଇଚାରା     ସମନ୍ବୟ ପରା       ମିଳେ ତହୁଁ ଦିବ୍ଯଜ୍ଞାନ ।   ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ...

ଅନନ୍ତ ବାସୁଦେବ ସ୍ତୁତିକା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଅଜର ଅମର ତୁମେ ଅବ୍ଯକ୍ତ ଠାକୁର ଅମାପ ଅଂଶଳ ଶ୍ରୀନାଥ ଜଗଦୀଶ୍ବର ।  ଅନନ୍ତ ନାଗ ପଲଙ୍କେ କ୍ଷୀର ସମୁଦ୍ରରେ ଅକୃତର ଅକ ନାଶ ଶୋଇ ନିଶ୍ଚିନ୍ତରେ । ଅହରହ ଯୋଗେ ରତ ଅନନ୍ତ ଗୋସାଇଁ  ଅଂହ୍ରି ସେବୁଛନ୍ତି ମହାଲକ୍ଷ୍ମୀ ମହାମାୟୀ । ଅଗିର ଶଶାଙ୍କ ନିତ୍ଯ ପଦେ ପ୍ରଣମନ୍ତି ଅନଳ ଅନିଳ ନତ ମସ୍ତକେ ନମନ୍ତି । ଅନୁଗ ଦେବର୍ଷି ନାରଦ କରନ୍ତି ସ୍ତବ ଅପେକ୍ଷାରେ ଖଗ ଅଛି ଅନୁଜ୍ଞାକୁ ତବ । ଅନାଥ ଜନର ନାଥ ତୁମେ ବାସୁଦେବ ଅନ୍ତଃକରଣୁ ହକାରେ ରଖନ୍ତୁ କେଶବ । ଅଜସ୍ର ଯନ୍ତ୍ରଣା ହରି ଆହେ ଦଇତାରୀ  ଅଙ୍କେ ତବ ସ୍ଥାନ ଦିଅ କରୁଛି ଗୁହାରି ।। ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ସମ୍ପାଦକ - ସୁଦେଷ୍ଣା ଖବରକାଗଜ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ                ୮୨୪୯୭୭୨୩୬୧ 

ମାରିନେଲେ ମହାପାତ୍ରେ ଚାହିଁଥା'ରେ ଜଳକା

    କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ହୃଦୟ ବିବରୁ       ପ୍ରେମ କରୁଥିଲା           ଝିଅଟିକୁ ପୁଅଟିଏ  ଝିଅଟି ଚାହିଁଛି       ଆଉ କାହା ପଥ       ସେ କଥା ଜାଣିଛି କିଏ ? ଏକପକ୍ଷ ପ୍ରେମ       ପରା ମୂଲ୍ୟହୀନ           ପ୍ରାପ୍ତି ଆଶା ପୁରା ନାସ୍ତି ସବୁ ଜାଣିଶୁଣି       କାହିଁକି କେଜାଣି       ଟୋକୀ ସାଥେ କରେ ମସ୍ତି । ଶେଷରେ ବିଫଳ       ପ୍ରେମିକ ପ୍ରବର           ନିରାଶେ ପଡ଼ିଲା ଥକି ଜାଣିଲା ଯେବେଠୁ       ପ୍ରେମିକା ତାହାର           ଆଉ କା' ସାଥେ ବୁଲୁଛି । ପିଜୁଳି ଗଛକୁ       ଆଶା କରିଥିଲା          ପକ୍ବ ପିଜୁଳିକୁ ଦେଖି ରାଜା ପୁଅ ଆସି       ତୋଳି ନେଇଗଲା            ଅନେଇ ରହିଥା' ବସି । କାହିଁକି ଏମିତି       ପ୍ରେମ କରୁଥିଲୁ       ମିଳିଲା ଶେଷରେ ଧୋକା ମାରି ନେଇଗଲେ...

ହୃଦୟ ହଜେଇ ଖୁସିରେ କାନ୍ଦୁଛି

              କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି     ଏକା ଥିଲି ଯେବେ ମୁଁ ଭଲରେ ଥିଲି  କାହିଁ ମୁଁ ପ୍ରିୟା ତୋତେ ଭଲପାଇଲି । ଭଲପାଇ ନିଜେ ନିଜକୁ ଠକିଛି ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୧ ହୃଦୟ ଦେଇ ମୁଁ କରିଥିଲି ପ୍ରେମ ତା' ପ୍ରେମ ତ ମୋ' ପାଇଁ ହେଲା ସପନ ।  ପ୍ରେମ କରି ନିଜେ ନିଜଠୁ ହାରିଛି ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୨ ଦେଖାଇଲୁ କେତେ ତୁ ମିଠା ସପନ ଦିବସେ ପ୍ରେୟସୀ ମୁଁ ଦେଖିଲି ଜହ୍ନ ।  ମିଛ ଜହ୍ନ ଦେଖି ବହୁତ କାନ୍ଦିଛି ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୩ ସାତ ଜନମକୁ ସାଥୀ ହେବୁ ବୋଲି  ଦେଇଥିଲୁ କଥା ଗଲୁ କି ତୁ ଭୁଲି !!! ଭାବି ତୋର କଥା ଲୁହ ମୁଁ ଢ଼ାଳୁଛି ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୪ ଅଧାବାଟେ ମୋର ହାତ ଛାଡ଼ିଦେଲୁ ବଞ୍ଚି ଥାଉ ଥାଉ ମାରିଦେଇ ଗଲୁ । ଥିଲା କେଉଁ ଅପରାଧ କହିବୁକି ? ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୫ ଶୋଇଛି ମୁଁ ଦୁଃଖ କୋକେଇ ଉପରେ ଜଳୁଛି ଆଜି ମୁଁ ବିରହ ଜୁଇରେ ।  ବିରହ ସଙ୍ଗୀତ ଆଜି ମୁଁ ଗାଉଛି ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୬ ବାସର ରାତିରେ ପୁଷ୍ପ ଖଟିଆରେ ବସିଥିବୁ ପ୍ରିୟା କାନ୍ତ ଅପେକ୍ଷାରେ ।  ଏଠି ମୁଁ ମୃତ୍ୟୁର ପ୍ରତୀକ୍ଷାରେ ଅଛି ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୭ ତୁ ଶୋଇଥିବୁ ଲୋ ଗୋଲାପ ଶଯ୍ଯାରେ ମୁଇଁ ଶୋଇଥିବି ଚ଼ିରା ମସିଣାରେ । ହସୁଥିବୁ ତୁ ମ...

ଜଟିଳ ଜୀବନ ଅଙ୍କ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି     ଯନ୍ତ୍ରଣାର ଜତୁଗୃହେ ଜୀବନ ; ଅସହ୍ୟ ଯନ୍ତ୍ରଣା ଯାହା ମରଣାନ୍ତକ । ଲୁହ-କୋହ ଏକତ୍ରିତ ହୋଇ ଗଳିଆ ଫିଟାଇ ବାହାରି ଆସନ୍ତି ବାହାରକୁ । ଅଜାଗାରେ କ୍ଷତ, ରୂପ ନିଏ ଘା'ର ; ଯାହା ଦେଖି ଦେଖାଇ ହୁଏନି । ସବୁକିଛି ଲୁକ୍କାୟିତ କରି ସକେଇବାକୁ ପଡ଼େ । ସତ-ମିଛ ଆଉ ବିଶ୍ବାସ - ଅବିଶ୍ବାସର ଡ଼ାବରପାଲି ଖେଳରେ ବଳି ପଡ଼ିଯାଏ ବିଚ଼ରା ଜୀବନ । ସ୍ବାର୍ଥ - ହିଂସା ଓ ଦ୍ବେଷର ନିର୍ମମ ପ୍ରହାରରେ କ୍ଷତବିକ୍ଷତ ହୋଇପଡ଼େ । ବିଚ୍ଛେଦର ବିଷାଦରେ ମର୍ମାହତ ହୋଇପଡ଼େ । ଗଣି ହୋଇ ଯାଉଥିବା ପଞ୍ଜରା ହାଡ଼ କେଇଖଣ୍ଡ ସୂଚ଼ନା ପ୍ରଦାନ କରେ ଅପପୁଷ୍ଟି ରୋଗଗ୍ରସ୍ତ । ପ୍ରତ୍ଯହ ମରି ମରି ଜୀଇଁବା ଭୀଷଣ କଷ୍ଟଦାୟକ ହୋଇପଡ଼େ । ନୈରାଶ୍ୟର କଳାବାଦଲ ଆଢ଼ୁଆଳରେ ଅନ୍ଧକାରମୟ ଜୀବନ ଆକାଶ ; ଆଗକୁ ବଢ଼ିବାର ପଥ ଅଦୃଶ୍ୟ । ବିଧାତାର ନିର୍ମମ ପ୍ରହାରରେ ଅତିଷ୍ଠ ଅହରହ ଏ ଜୀବନ ।      ଅଢ଼େଇ ଦିନକୁ ବଡ଼େଇ କରି ଆତ୍ମବଡ଼ିମା ପ୍ରଦର୍ଶନ କରି ସ୍ଥାନ , କାଳ , ପାତ୍ର ଆଦିକୁ ଠିକ୍‌ ଭାବରେ ନିରୀକ୍ଷଣ ନକରି ସ୍ବାର୍ଥାନ୍ଧ ହୋଇ ଜାଣି ଅପକର୍ମ ଆପଣିବା ଓ କଟାକ୍ଷର କଟାଳ ସୃଷ୍ଟି କରିବା କିଛି କୁଚକ୍ରୀଙ୍କ ପାଇଁ ବଡ଼ କଥା ନୁହେଁ ; କିନ୍ତୁ ଏଥିରେ ବଳି ପଡ଼ିଯାଏ ନିରୀହ ଜୀବନଟି । "ସ୍ବଜାତି ପରମ ହିଂସ୍ରିକଃ" - ଏ ବାକ୍ଯଟି ମିଥ୍ୟା ନୁହେଁ ; ପଦା ଲୋକ 'ଆହା' ବୋଲି ପଦେ କହୁଥିବା ବେଳେ ନିଜ ଲୋକ କିନ୍ତୁ...