ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

  ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ 
 ଯା' ଭାବନା ଅନେକ ଗୋଟିଏ ମନ ,
 ଭାଷା ସାହିତ୍ୟର     ପ୍ରଚାର ପ୍ରସାର 
       ପାଇଁ ଯେ' କରିଛି ପଣ ।
 ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ 
ଯା' ଭାବନା ଅନେକ ଗୋଟିଏ ମନ ।୦।

    କାଗଜ ମସୃଣ କ୍ଷେତ କିଆରୀରେ 
    କଲମ ଲଙ୍ଗଳ ଚଳାଇବା ପରେ ,
 ସିଞ୍ଚେ ଭାବ ବାରି     ଶବ୍ଦ ବୀଜ ଭରି
        ଅଙ୍କୁରେ ସାହିତ୍ଯ ତୃଣ ।
  ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ 
ଯା' ଭାବନା ଅନେକ ଗୋଟିଏ ମନ ।୧।

     ଓଡ଼ିଶା ରାଇଜେ କରିଛି ମୁଁ ଘର
   ଓଡ଼ିଆ ମୋ' ଭାଷା ଅଙ୍ଗ ଅଳଙ୍କାର ,
 ସଂସ୍କାର ସଂସ୍କୃତି     ଯେତେ ରୀତିନୀତି
        ପାଳନେ ବଢ଼ଇ ମାନ ।
   ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ 
ଯା' ଭାବନା ଅନେକ ଗୋଟିଏ ମନ ।୨।

  ସମାଜର ହିତ ସାଧନେ ସାହିତ୍ୟ
 ସାହିତ୍ଯ ସାଧକ କରେ ପୌରହିତ୍ଯ ,
 ଗଢ଼େ ଭାଇଚାରା     ସମନ୍ବୟ ପରା
      ମିଳେ ତହୁଁ ଦିବ୍ଯଜ୍ଞାନ ।
  ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ 
ଯା' ଭାବନା ଅନେକ ଗୋଟିଏ ମନ ।୩।

   ଯା' ଭାଷା ସାହିତ୍ୟ ଯେତିକି ଉନ୍ନତ
    ସେ ଜାତି କଦାପି ନୁହେଁ ପରାଜିତ ,
  ଅଛି ବୋଲି ଜଣା     ମୁଁ ସାହିତ୍ଯମନା
        ଭାଷାକୁ କରେ କର୍ଷଣ ।
  ସାହିତ୍ଯ ଆକାଶେ ମୁଁ ଏମିତି ଜହ୍ନ 
 ଯା' ଭାବନା ଅନେକ ଗୋଟିଏ ମନ ।୪

ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ସମ୍ପାଦକ - "ସୁଦେଷ୍ଣା" (ମାସିକ ଖବରକାଗଜ)
ଭାଟପଡ଼ା , ନିରାକାରପୁର ,କଣାସ , ପୁରୀ 
              ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା