Posts

Showing posts from November, 2022

କରିନିଅ ପାଖ ଲୋକ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  %%%%%%%%%%%%%%%%%% .   କୁହ କଳାକାହ୍ନୁ        ପଚାରୁଛି ମନୁ          କିସ ପାଇଁ ଏସନେକ  ଦୁଃଖ ଅପ୍ରମିତ        ଜୀବନ ବିଷାକ୍ତ       ଆପଣା ବି ପର ଲୋକ ।୦। ସତ୍ଯର ପୂଜାରୀ       ସାଜି ମୁଁ ଭଗାରି             ବିଚିତ୍ର ଏ କି ବିଚାର   କେଉଁ ଜନ୍ମ କୃତ        ଏ ଅଭିସମ୍ପାତ          ଅତ୍ର ଜନ୍ମେ ଭୋଗ ମୋର ।   ଜନମରୁ ଦୀନ        ଦୁଃଖୀର ଜୀବନ         ପ୍ରତି ପାଦେ ପ୍ରାପ୍ତ ଅକ ।୧। ତୁମର ଏ ଖେଳ        ବୁଝିବା ଜଟିଳ          ଆମର ଏ ସାଧ୍ଯ ନାହିଁ   କାହାକୁ ହସାଅ       କାହାକୁ କନ୍ଦାଅ          କାହା ପାଇଁ ଜଳେ ଜୁଇ ।  ସ୍ବାର୍ଥର ସଂସାର       କେହି ନୁହେଁ କା'ର          ...

କେଜାଣି କ'ଣ ହେବ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                      ସମ୍ପାଦକ - ଉଦୟ ଭାନୁ         କ'ଣ କହୁଛୁ ? ଏଡ଼େ ଏଡ଼େ ଆଖିରେ ଚାହିଁଛୁ ଯେ.....!! କ'ଣ ମତେ ମାରିବୁ ? ମାର୍‌ , ମାର୍‌ ମତେ ; ମାରି ମାରି ମାରିଦେ' ମତେ । ତୋ' ଆତ୍ମା ଶାନ୍ତି ପାଇଯିବ । ବହୁତ ଭଲ ହେବ ମୁଁ ଶିଘ୍ର ଚାଲିଯିବି ଏ ଦୁନିଆରୁ ; ମିଛମାୟା ଜାଲରେ ଆଉ ଛନ୍ଦି ହେବାକୁ ଚାହୁଁନି । ଗଲେ ବି କୁଆଡ଼େ ଯିବି ଯେ.....? ତୋରି ପାଖକୁ ଯିବି , ପୁଣି ତୁ ମତେ କୋଳେଇ ନବୁ । ଧୋ'ରେ ବାଇଆ ଧୋ' କରି ମତେ ଶୁଆଇ ଦେବୁ । ସବୁ ଦୁଃଖ , ବୁ କଷ୍ଟ ମୋର ନିମିଷେ ଉଭାନ ହୋଇଯିବ ତୋ' ହାତର ସ୍ପର୍ଶ ପାଇବା ମାତ୍ରେ । ଅବୁଝାବଣା ମଣିଷଟାକୁ ବୁଝେଇବାକୁ ଯାଇ କେତେ ଜହ୍ନ ତାରାଙ୍କ ମେଳରେ ମତେ ଛିଡ଼ା କରେଇ ଦେବୁ । ନବୁଝିଲେ ମମତାର ମୂଲ ରୂପେ ଶକ୍ତ ଚାପୁଡ଼ାଟାଏ ବସେଇ ଦେବୁ ମୋ' ଗାଲରେ ଆଉ ମୁଁ କଇଁ କଇଁ ହୋଇ କାନ୍ଦିବି ; ପୁଣି ତୁତେ କୋଳେଇ ନେଇ ଗେଲ କରିବୁ । ନେଇ ଯାଆ ମତେ ତୋ' ପାଖକୁ ତୁ । ମୁଁ ତତେ ଚାହେଁ , କେବଳ ତତେ ।        କ'ଣ ହେଲା ? ନିରବ କାହିଁକି ? ଓହୋ ! ଭୋକ ଲାଗୁଛି କି ? ଖାଇବୁ ? କିଏ ଦେବ ଯେ ଖାଇବାକୁ ? ମୁଁ ତ ଏକୁଟିଆ ମଣିଷଟେ , କେତେ କୁଆଡ଼େ ହେବି ? ଘରଠୁ ବାହାର ସବୁଆଡ଼କୁ ହେଲା ବେଳକୁ ମୋର ତ ହାଲିଆ ଟାଇଟ୍‌ । ମରଦ ଲ...

ତୁମେ ହିଁ ଏକା ନିଜର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ------------------------------ -------------------- ବାରବୁଲା ଭିକ୍ଷୁ     ସିକ୍ତ ମୋର ଚକ୍ଷୁ           ଯାଯାବରଟିଏ ମୁହିଁ  ନାହିଁ ଘରଦ୍ୱାର      ସର୍ବେ ଥାଇ ପର          ବଞ୍ଚିଥାଇ ଜଳେ ଜୁଇ । ପେଟ ପୋଡ଼ିଯାଏ     ତଣ୍ଟି ଶୁଖିଯାଏ           ଧାଏଁ ଦେଖି ମୃଗତୃଷ୍ଣା  ପାଏ ନାହିଁ ନୀର     ମନରେ ମୋହର           ଭରିଯାଏ ତ ବିତୃଷ୍ଣା । ଆତ୍ମୀୟ ସ୍ବଜନ     ଦୌରାତ୍ମ୍ୟ ଭୋଜନ          କେତେ ବା ଭୁଞ୍ଜିବି ଆଉ କି ଲାଗି ପାଷାଣ     ଆହେ ଲକ୍ଷ୍ମୀପ୍ରାଣ          ଦାଉ ପରେ ସାଧ ଦାଉ । ଯାତନାର ଜତୁ     ଜଳେ ହୁତୁହୁତୁ       ସହିବି ବା କେତେ କୁହ ପୋଡ଼ିଯାଏ ଦେହ     ନାହିଁ କା'ର ମୋହ            ଓଠ ପିଏ ଆଖି ଲୁହ । ଆପଣା ପଣରେ     ଗଣା କେ' ସଂସାରେ   ...

ତାତ୍ଯା ତୋପେ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ  ମହାରାଷ୍ଟ୍ରର ନାସିକ ନିକଟସ୍ଥ  ଯେଓଳା ମରାଠି ପରିବାର  ଧନ୍ଯ ହୋଇଯାଇଥିଲେ  ଜଣେ ପୁଣ୍ଯାତ୍ମା ପୁତ୍ରଟେ ପାଇ  । ଅଠର ଶହ ଚଉଦ ଥିଲା  ପବିତ୍ର ଦିବସଟିଏ  ପଣ୍ଡୁରଙ୍ଗ ରାଓ ତୋପେଙ୍କ କୁଟୀରେ ଶୁଭିଥିଲା କୁଆଁ କୁଆଁ ରଡି । ଶ୍ରଦ୍ଧାରେ ନାମକରଣ କରିଥିଲେ  ରାମଚନ୍ଦ୍ର ପଣ୍ଡୁରଙ୍ଗ ତୋପେ  ଶଶିକଳା ପରି ବଢ଼ି ଚାଲିଥିଲେ  ବାଲ୍ଯରୁ ବନିଲେ ଯୁବା । ବ୍ରିଟିଶ୍‌ ଶାସନରେ କ୍ଷୁବ୍ଧ ହୋଇ  ଲମ୍ଫ ଦେଇଥିଲେ ଭାରତ ବିଦ୍ରୋହେ  ପାଲଟି ଯାଇଥିଲେ ଜନୈକ  ଅଗ୍ରଗାମୀ ନେତାଟିଏ । ବ୍ରିଟିଶ୍‌ ବିରୁଦ୍ଧରେ ସ୍ବର ତୋଳିବାକୁ  ପୂର୍ଣ୍ଣ ପ୍ରସ୍ତୁତିରେ ତୋପେ  ମଣ୍ଡନ କଲେ ସେନାପତି ପଦବୀ  ଖୁବ୍‌ ଧୁରନ୍ଧର ତହିଁରେ ସେ । ଅଦମ୍ୟ ସାହସ ଯୋଗୁଁ  ପରିଚିତ ହୋଇପାରିଥିଲେ  ସର୍ବ ଭାରତୀୟଙ୍କ ସମୀପେ  ତାତ୍ଯା ତୋପେ ରୂପରେ । ଇତିହାସର ଦେଶ ପ୍ରୀତି ଫର୍ଦ୍ଦରେ  ଅଲିଭା ଅକ୍ଷରେ ଲିପିବଦ୍ଧ  ଜଣେ ମହାନ ଦେଶ ସେବକ  ଅଦମ୍ୟ ସଂଗ୍ରାମୀଟେ ଭାବରେ । ଅଠର ଶହ ସତାବନ ବିପ୍ଳବ  ଥରାଇ ଦେଇଥିଲା ବ୍ରିଟିଶ୍‌ ହିଆ ;  ତାତ୍ଯା ତୋପେଙ୍କ ରଣ ଗର୍ଜନେ  ଭୀତତ୍ରସ୍ତ ଇଂରେଜ ସଇନ । ତୋପେଙ୍କ ବିରୁଦ୍ଧାତ୍ମକ  ଅଭିଯୋଗକୁ ଭିତ୍ତି କରି  ମିଳି...

ନବୀନ ନରେନ୍ଦ୍ର

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ- ଉଦୟ ଭାନୁ  ଏତେଦିନ ନବୀନ ଭାଇ ଆମ  ରାଜସିଂହାସନେ କଲା ରାଜୁତି ଯାହା କରି ନପାରିଲା ନବୀନ କରି ଦେଖାଇଲା ନରେନ୍ଦ୍ର ମୋଦି । କେଇଟା ଦିନେ ବଦଳାଇ ଦେଲା  ଆମ ଭାରତର ରୂପଲାବଣ୍ଯ ଗାନ୍ଧୀ ନୀତି କରି ଅନୁସରଣ  କଲା ସ୍ବଚ୍ଛ ଭାରତ ଅଭିଯାନ । ଧନ୍ଯ ନରେନ୍ଦ୍ର ମୋଦି ତୁମେ ଧନ୍ଯ ଧନ୍ଯ ତୁମର ଏହି ଦେଶପ୍ରେମ  ତୁମେ ହିଁ ଏଇ ଭାରତ ମାଟିର ପ୍ରକୃତ ସୁଯୋଗ୍ୟ ବୀର ସନ୍ତାନ । ଦେଶ ଜନନୀର ସେବାରେ ମୋଦି ନିଜକୁ କରିଛ ଉତ୍ସର୍ଗୀକୃତ  ଦୂରରୁ ରହି ମୁଁ କରେ ପ୍ରଣାମ ତୁମ ଯଶକିର୍ତ୍ତୀ ହେଉ ବିଦିତ । ଜାଣନ୍ତୁ ଜନତା ମୋଦି ନରେନ୍ଦ୍ର  ପ୍ରକୃତ ରାଜନ ଆମ ଦେଶର  ପ୍ରେମର ପଦ୍ମ ସେ ଫୁଟାଇ ଦେବ କରିବେ ସର୍ବେ ଜୟ ଜୟକାର । ହସିବ ରାଇଜ ହସିବ ଦେଶ ହସିବେ ଜନତା ନଥିବ ଦୁଃଖ ଗରୀବର ସାଥି ମୋଦି ନରେନ୍ଦ୍ର  ରହିଛି ରହିବ ଆମ ବିଶ୍ବାସ । ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 

ରବି ଗଲେ ଡୁବି

    କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                ସମ୍ପାଦକ - ଉଦୟ ଭାନୁ  +++++++++++++++++++++++++++++ ବିଶ୍ୱାକାଶୁ ରବି କାହିଁ ଗଲେ ଡୁବି         ବଲ୍ଲୀ ହେଲା ଅନ୍ଧକାର  ବିଶ୍ବର କଲ୍ଯାଣ   ସାଧିବ କେ' ଜନ          ତୋଳି ବିପ୍ଳବର ସ୍ବର ?          ବଇଠା ହେଲା ନିଷ୍ପ୍ରଭ ; ବଲମର ଶକ୍ତି       କଲମରେ ସଞ୍ଚି       ଲେଖିବା ହେଲା ଦୁର୍ଲଭ । ୧ ରାଜନୀତି ଆଜି      ରଣନୀତି ସାଜି          ନେତ୍ରରୁ ନିଗାଡ଼େ ନୀର ରାମ ନାମେ କେତେ    ରାବଣ ଜଗତେ            ସମାଜଟା ଲଙ୍କାପୁର ।             କିଏ ଆଉ ସୁଧାରିବ ; କାହିଁ ହଜିଗଲେ     ବିପ୍ଳବୀ ଯେ' ଥିଲେ          ଶୋକେ ଅଭିଭୂତ ଭବ । ୨ ଜନମ ମରଣ        ସଂସାର ନିୟମ           ତଥାପି ବୁଝୁନି ମନ ସମାଜର ହିତ       ସାଧନେ ଯା' ଚ଼ିତ୍ତ     ...

ଚନ୍ଦ୍ର ଗ୍ରହଣ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ଚନ୍ଦ୍ରରେ ଆଜି ଲାଗିଛି ଗ୍ରହଣ ରାହୁ କରିଅଛି ତାହାକୁ ଗ୍ରାସ ,  ପୂର୍ଣ୍ଣିମାର ଏଇ ପୂର୍ଣ୍ଣ ଚନ୍ଦ୍ରମା ଢ଼ାଳୁନାହିଁ ତା'ର ସ୍ବଚ୍ଛ ଆଲୋକ । ଅନ୍ଧକାରମୟ ଦିଶଇ ପଥ ସତେ ଏ ଚନ୍ଦ୍ର ଗୋଟେ ଅଭିଶପ୍ତ , ପକ୍ଷେ ଛିଡ଼ି ପୁଣି ପକ୍ଷେ ବଢ଼ଇ ରାହୁ ଗର୍ଭେ ଆଜି କରୁଛି ଯୁଦ୍ଧ । ବିପଦ କାଳେ କେହି ନାହିଁ ତା'ର ଭୟେ ଲୁଚିଛନ୍ତି ଦେବ ସକଳ , ଏକା ଚନ୍ଦ୍ର ଏଠି କରେ ସଂଙ୍ଘର୍ଷ  ବିପଦେ ପଡ଼ିଛି ଜୀବନ ତା'ର । ଏଡ଼ିକି ନିଷ୍ଠୁର ଏ ରାହୁ ବୀର ଚନ୍ଦ୍ରକୁ ଭାବିଲା ପାଚିଲା ଫଳ , କ୍ଷୁଧା ଯନ୍ତ୍ରଣା ସହି ନ ପାରିଣ ଭକ୍ଷଣ କରିଲା ରୋହିଣୀବର । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୯୧୭୪୮୦୫୩୬

ଧନ୍ଯ ତୁମ ସର୍ବଶିକ୍ଷା ଅଭିଯାନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି        ସମ୍ପାଦକ - ଉଦୟ ଭାନୁ  ଚଉଦିଗେ ଆଜି ଶୁଭୁଅଛି ଦେଖ ସର୍ବଶିକ୍ଷା ଅନନ୍ତ ବିଜୟ ନାଦ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନୀତିରେ ଛାତ୍ରଛାତ୍ରୀ ଅନୁପ୍ରାଣିତ । ପାଠପଢ଼ା କଥା କିଏ ବା ପଚାରେ ବିଦ୍ଯାଳୟେ ଛାତ୍ରଛାତ୍ରୀ ହନ୍ତସନ୍ତ  ପାଠପଢ଼ା ବୋଲି କିଛି ନାହିଁ ଆଉ ମିଛେ ଖାଲି ଏହି ନୀତି ପ୍ରଚଳିତ । ପିଲାଙ୍କୁ ଦିଅନ୍ତି ମଧ୍ଯାହ୍ନ ଭୋଜନ ଭୋଜନ ନୁହେଁ ସେ ବିଷ ବୋଲି ଜାଣ କାହାର ଭୁଲ୍‌ ଇଏ କାହାର ଠିକ୍‌  ଜାଣିଛି କିଏ ବା କରିବ ବଖାଣ । ଡାକ୍ତର ବୈଦ୍ଯ ଉଠାଉଛନ୍ତି ଲାଭ ମନେ ମନେ ଭଜନ୍ତି ଚକାନୟନ  ସବୁଦିନ ଚାଲିଥାଉ ଏହିପରି ଦିବ୍ଯଦୃଷ୍ଟି ଟିକେ ଦିଅନ୍ତୁ ଆପଣ । ଧନ୍ଯ ସରକାର ତୁମର ପ୍ରୟାସ କେମିତି ଗଢ଼ିଛନ୍ତି ନୀତି ଆପଣ ? ଶିକ୍ଷା ବଦଳରେ ଯନ୍ତ୍ରଣା ମିଳଇ ଧନ୍ଯ ତୁମ ସର୍ବଶିକ୍ଷା ଅଭିଯାନ । ଭାଟପଡ଼ା , ନିରାକାରପୁର ,କଣାସ , ପୁରୀ 

ଆପେ ଅର୍ଜିଲା କର୍ମମାନ..... ଆଗୁ ହୋଇବ ସାବଧାନ

  ---------------------------- ------------   ଶ୍ରୀ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ------------------------------ ------- ଭାଟପଡ଼ା , ନିରାକାରପୁର , କଣାସ, ପୁରୀ          ଓଡିଆରେ ଏକ ଲୋକବାଣୀ ବହୁ ପୂର୍ବରୁ ପ୍ରଚଳିତ ଅଛି । ତାହା ହେଲା :- "ଆପେ ଅର୍ଜିଲା କର୍ମମାନ..... ଆଗୁ ହୋଇବ ସାବଧାନ ।" ଏହାର ଅର୍ଥ ଏଇଆ ଯେ - ନିଜ ହାତରେ ବା ନିଜେ ଯେଉଁ କର୍ମ କରିବ ଭାବିଚିନ୍ତି ସୁବିଚାର ପୂର୍ବକ କରିଲେ ବିପଦ ବା ନାନାଦି ହଇରାଣ ହରକତରୁ ବର୍ତ୍ତିପାରିବ। ଆଗତ ଭବିଷ୍ଯତର ଚିନ୍ତା କରି କାର୍ଯ୍ୟ କରିଲେ ସମସ୍ଯା ରହିବ ନାହିଁ । ଅତୀତରେ ଅରଜି ଥିବା କର୍ମ କେତେ ମାତ୍ରାରେ ସଫଳ ବା ବିଫଳ, ତା'ର ଫଳାଫଳକୁ ସର୍ବପ୍ରଥମେ ଦୃଷ୍ଟି ନିକ୍ଷେପ କରି ବର୍ତ୍ତମାନର କର୍ମ କରିଚାଲ - ଫଳତଃ ବିପଦମୁକ୍ତ ରହିବ । ବର୍ତ୍ତମାନର କର୍ମ ଭବିଷ୍ଯତରେ କେଉଁ ରୂପ ଧରିବ ତା'ର। ବିଚାର ପୂର୍ବକ ସମସ୍ତ କର୍ମ କରିଥିଲେ ଭବିଷ୍ଯତରେ ଘଟିବାକୁ ଥିବା ବିପଦ ଆଉ ନଘଟି ସଫଳ କରେଇ ପାରିବ । ତେଣୁ ଉତ୍ତମ ବୁଦ୍ଧିମତା ହୋଇ କାର୍ଯ୍ୟ ତୁଲାଇବାରେ କ୍ଷତି କ'ଣ ? ଯେ କୌଣସି ବି କାର୍ଯ୍ୟ କର , ସର୍ବପ୍ରଥମେ ନିଜକୁ ନିଜେ ତର୍ଜମା କରି ମନ କାଗଜରେ ସୂଚୀ ପ୍ରସ୍ତୁତ କର । ତା'ପରେ କାର୍ଯ୍ୟ ପାଇଁ ମନ ବଳାଇ କାର୍ଯ୍ୟ କରିଯିବା ଯଥୋଚିତ...

ଭାରତୀୟ ସମୟ ଓ ସଂଖ୍ଯା ପଦ୍ଧତି

------------------------------------------ କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ------------------------------------------------      ସମୟ ଏକ ଅମୂଲ୍ୟ ସମ୍ପଦ ; କାଳର ଅନ୍ଯ ନାମ ହେଲା ସମୟ । ସମୟ କାହାକୁ ଅପେକ୍ଷା କରେନି , ଅବିରାମ ଗତିରେ ଗତି କରି ଚ଼ାଲିଥାଏ ସେ ଆଗକୁ ଆଗକୁ । ତେଣୁ ଏହାର ସଦୁପଯୋଗ କରିବା ଉଚ଼ିତ ଏବଂ ପ୍ରତ୍ଯେକ ବ୍ଯକ୍ତି ଏହାର ମୂଲ୍ଯ ବୁଝିବା ଉଚ଼ିତ । ଆମେ ସାଧାରଣତଃ ଘଟଣା ଗୁଡ଼ିକୁ କ୍ରମାନ୍ୱୟ କରିବାକୁ ସମୟ ବ୍ଯବହାର କରୁ । ବସ୍ତୁର ଗତି ବା ପରିବର୍ତ୍ତନର ହାରକୁ ସୂଚ଼ୀତ କରାଯାଇଥାଏ ସମୟରେ । ସମୟକୁ ବିଜ୍ଞାପନର ଚ଼ତୁର୍ଥ ଆୟାମ ମଧ୍ଯ କୁହାଯାଏ । କୌଣସି ବାରମ୍ବାର ପରିବର୍ତ୍ତନ ହେଉଥିବା ଘଟଣାକୁ ଆଧାର କରି ସମୟ ମାପ କରାଯାଇଥାଏ । ଉଦାହରଣ ଗୋଟିଏ ସୂର୍ଯ୍ଯାସ୍ତରୁ ପର ସୂର୍ଯ୍ଯାସ୍ତ ଯାଏଁ ଗୋଟିଏ ଦିନ ହୋଇଥାଏ । ଅତି ପ୍ରାଚ଼ୀନ କାଳରେ ମଣିଷ ପଞ୍ଜିକା ବ୍ଯବହାର କରୁଥିଲା । ଏବେ ଯୁଗ ବଦଳିବା ସହ ଆମେ ସେକେଣ୍ଡ୍‌ର କୋଟି ଭାଗ ବି ହିସାବ କରିପାରୁଛୁ । ବିଜ୍ଞାନର ଅନ୍ତର୍ଜାତୀୟ ମାନକ ଅନୁସାରେ ସମୟର ଏକକ ହେଉଛି ସେକେଣ୍ଡ୍‌ । ୧୦୦୦ ବର୍ଷରେ ଏକ ସହସ୍ରାବ୍ଦୀ , ୧୦୦ ବର୍ଷରେ ଏକ ଶତାବ୍ଦୀ , ୧୦ ବର୍ଷରେ ଏକ ଦଶକ ହୋଇଥିବା ବେଳେ ୧ ବର୍ଷ ହୁଏ ୧୨ଟି ମାସରେ ଓ ୩୦ ଦିନରେ ଏକ ମାସ ହୁଏ...

ଉତ୍କଳର ଗଣପର୍ବ - "ରଜ"

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି    ବହୁ ପର୍ବପର୍ବାଣୀର ପସରାରେ ପରିପୂର୍ଣ୍ଣ ଓଡ଼ିଶା । ଓଡ଼ିଆଙ୍କର ଚାଲିଚଳଣି ଓ ପର୍ବପର୍ବାଣୀ ବିଦେଶରେ ବି ବିସ୍ମୟର ବାତାବରଣ ସୃଷ୍ଟି କରେ । ଦୋଳ , ଦଶହରା , ହୋଲି , ରଜ , ସାବିତ୍ରୀ , ଗହ୍ମା ପୂର୍ଣ୍ଣିମା , ରଥଯାତ୍ରା , ଧନୁଯାତ୍ରା , ଚନ୍ଦନଯାତ୍ରା ପରି ଅନେକ ପର୍ବ ଏଇ ଓଡ଼ିଶାରେ ହିଁ ବିଶେଷ ପ୍ରଚଳିତ । ପ୍ରତ୍ଯେକ ପର୍ବ କୌଣସି ନା କୌଣସି କାରଣର ଉଦାହରଣ ଦେବା ସହିତ ନିଆରା ଢ଼ଙ୍ଗରେ ନାନା ଭଙ୍ଗୀରେ ପାଳନ କରାଯାଏ । ପ୍ରତ୍ଯେକ ପର୍ବର ଭିନ୍ନତା ହିଁ ଓଡ଼ିଶାର ସ୍ବତନ୍ତ୍ରତାକୁ ବଜାୟ ରଖି ପାରିଛି ଏବଂ ବାହ୍ୟ ପ୍ରଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।       ଏଇ ଦେଖନ୍ତୁ ଓଡ଼ିଶାର ଏକ ପାରମ୍ପରିକ ପର୍ବ 'ରଜ' ଏକ ଗଣପର୍ବ ଭାବରେ ବେଶ୍‌ ପରିଚିତ । ପଲ୍ଲୀରୁ ସଦର ଯାଏଁ ପରିବ୍ଯାପ୍ତ ଏହି ପର୍ବଟି ଚାରି ଦିନ ଧରି ପାଳନ କରାଯାଏ । ଜ୍ଯୋତିଷ ଶାସ୍ତ୍ରାନୁସାରେ ମିଥୁନ ମାସର ଦ୍ବିତୀୟ ଦିନରୁ ଆରମ୍ଭ ହୁଏ 'ରଜ' ପର୍ବ । ପ୍ରଥମଟି ପହିଲି ରଜ , ତା' ପରେ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିବସଟି ଭୂମିଦାହ ବା ଭୂମି ଦହନ ହୋଇଥିବା ବେଳେ ଚତୁର୍ଥ ଦିବସଟି ବସୁମତୀ ସ୍ନାନ ନାମରେ ବିଦିତ ଥାଏ । 'ରଜ' ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା । ପୃଥିବୀ ଆମର ମାଆ ରୂପେ ବିବେଚିତ । ବରଷା ଆଗମନରେ ସେ ରଜସ୍ୱଳା ହୋଇ ନୂତନ ଫସଲ ଜନ୍ମ ଦେବାର ସାଙ୍କେତିକ ଭାବ ବ...

ବିଦାୟ

  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ  ଭାବିଥିଲି ଦୁଃଖ ବେଳେ ତମେ ଧରିନେବ ହାତ ଅଧାବାଟେ ଛାଡ଼ିଦେଲ ହାତ ଥିଲା କେଉଁ ଦୋଷ ? ଜନମରୁ ଭାଗ୍ଯହୀନ ମୁଁ ଅଭାଗା ମଣିଷ  ସ୍ନେହ ପ୍ରେମ କାହୁଁ ଅବା ମୋ' ଭାଗ୍ଯରେ ଆସିବ ! ଯାଉଛି ବହୁତ ଦୂର ଧରିବନି ଦୋଷ ମୋର ଅଝଟ ପୁଅଟେ ଭାବି ଦୋଷ ମୋର କ୍ଷମା କର । ଅଶ୍ରୁ ଯଦି ଝରେ ତୁମ ସହି ପାରିବନି ଶିବ ସ୍ବର୍ଗରେ ଏ ଆତ୍ମା ମୋର ସଦା ଅଶାନ୍ତି ରହିବ । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୮୦୫୩୬

କିଛି ରୋଚ଼କ ତଥ୍ୟ : ବ୍ରହ୍ମ - ବ୍ରହ୍ମାଣ୍ଡ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ ~~~~~~~~~~~~~~~~~~~      ପୁରାଣ ପୃଷ୍ଠା କହେ , ଏ ସୃଷ୍ଟିର ନିର୍ମାତା ବ୍ରହ୍ମା ବୋଲି । ବ୍ରହ୍ମାଙ୍କୁ ସୃଷ୍ଟିର ପ୍ରଥମ ବୈଜ୍ଞାନିକ , ବିଦ୍ବାନ ବୋଲି କହିଲେ କିଛି ଅତ୍ଯୁକ୍ତି ହେବନି । ସେ ଏଭଳି ଜ୍ଞାନ କୌଶଳ ପ୍ରୟୋଗ କରି ଏ ସୁନ୍ଦର ସୃଷ୍ଟିକୁ ନିର୍ମାଣ କରିଛନ୍ତି , ଯାହା ଆଜିର ବିଜ୍ଞାନ ଯୁଗରେ ମାନବ ଦ୍ବାରା ଅସମ୍ଭବ ; କାରଣ ମାନବ ହିଁ ନିଜେ ତାଙ୍କ ଦ୍ବାରା ସୃଷ୍ଟି । ଭଗବାନ ବ୍ଯାସଦେବ "ବ୍ରହ୍ମସୂତ୍ର" ଗ୍ରନ୍ଥରେ ପ୍ରଥମ ପ୍ରସଙ୍ଗରେ ଏକ ସୁନ୍ଦର କଥା ବଣ୍ଣନା କରିଛନ୍ତି । ବ୍ରହ୍ମର ଅର୍ଥ ବୁଝାଇବାକୁ ଯାଇ କହିଛନ୍ତି - "ଅଥତୋ ବ୍ରହ୍ମ ଜିଜ୍ଞାସା" ; 'ବ୍ରହ୍ମ'ର ଅର୍ଥ ହେଉଛି ବୃଦ୍ଧତମ , ବୃହତ୍ତମ , ଦୀର୍ଘତମ , ବିଶାଳତମ , ପ୍ରାଚୀନତମ , ସୂକ୍ଷ୍ମତମ ଆଦି ସମସ୍ତ ଚ଼ରମ ଓ ଅନ୍ତିମ ଭାବୋଦ୍ଦୀପକ ତତ୍ତ୍ବ । ସ୍କନ୍ଦ ପୁରାଣୋକ୍ତ ଉତ୍କଳଖଣ୍ଡ ଚ଼ତୁର୍ଥ ଅଧ୍ୟାୟରେ କୁହାଯାଇଛି , 'ତସ୍ମାଦ୍ଦାରୁମୟଂ ବ୍ରହ୍ମ ବେଦାନ୍ତେଷୁ ପ୍ରଗୀୟତେ' ; ବିଭିନ୍ନ ବେଦୋପନିଷଦରେ ବ୍ରହ୍ମଙ୍କ ତତ୍ତ୍ବ ବଣ୍ଣିତ । ପୁରାଣରେ କେବଳ ଲୀଳା ପାଇବେ , କିନ୍ତୁ ତାତ୍ତ୍ୱିକ ରହସ୍ୟ ସବୁ ଉପନିଷଦରୁ ମିଳି ପାରିବ । ଆତ୍ମାଟି ଶରୀର ପରିତ୍ଯାଗ କରିବା ପରେ ଶରୀରଟି ଯେଭଳି ମାଟି , ପାଣି , ପବନ , ଅଗ୍ନି , ଆକାଶ ଦେହରେ ଲୀନ ହୋଇଯ...

ଶୀତ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ଭୋଦୁଅ ସରିଲା ପରେ  ଶୀତ ଆସେ ଧିରେ ଧିରେ । ଅଶିଣରେ ଶୀତ ନ୍ଯୁନ କାର୍ତ୍ତିକକୁ ହୁଏ ଟାଣ । ମଗୁଶୁର ଆରମ୍ଭରୁ ଶୀତେ ଥରୁ ଥୁରୁଥୁରୁ । ମାସ ମଧ୍ୟରେ ପଉଷ ଶୀତରେ ଥରଇ ବିଶ୍ବ । ମାଘରେ ଶୀତଟି ବାଘ ଅନଳ ସାଜଇ ବରଫ । କୃଷ୍ଣ ପକ୍ଷରେ ଫଗୁଣ ଶୀତ ହୁଅଇ ଦ୍ବିଗୁଣ । ଚଇତରେ ଶୀତ ମିତ ତା'ପରେ ଆସେ ବସନ୍ତ  । ଧିରେ ଶୀତ ହୁଏ ଶେଷ  ମାନବ ହୁଅଇ ଆଶ୍ବସ୍ତ । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୦୪୩୯୬