Posts

Showing posts from December, 2022
  ଜୟ ଜବାନ..... ଜୟ କିଷାନ                   କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                       ସମ୍ପାଦକ - ଉଦୟ ଭାନୁ  ****************************** ***********                   "ଜୟ ଜବାନ..... ଜୟ କିଷାନ "          ଏ ଉକ୍ତିଟି ଲାଲବାହାଦୁର ଶାସ୍ତ୍ରୀଙ୍କ ମୁଖ ନିଃସୃତ ସ୍ଲୋଗାନ ଅଟେ । ଦ୍ବିଲ୍ଲୀର ରାମ୍‌ଲୀଲା ମୈଦାନରେ ଏକ ଜନ ସମାବେଶରେ ପ୍ରଥମ ଥର ପାଇଁ ଶାସ୍ତ୍ରୀଜୀ ଏହି ସ୍ଲୋଗାନ ଦେଇଥିଲେ । ନେହେରୁଙ୍କ ପରେ ଶାସ୍ତ୍ରୀଜୀ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ ; ଏ ସମୟେ ଦୁରାଚ଼ାରୀ ପାକିସ୍ତାନ ଆମ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଫଳତଃ ଆମ ରାଷ୍ଟ୍ରରେ ଖାଦ୍ଯ ଶସ୍ୟର ଅଭାବ ପରିଲକ୍ଷିତ ହୋଇଥିଲା । ଫଳତଃ ଆମ ରାଷ୍ଟ୍ର ଅନ୍ୟ ଦେଶ ଉପରେ ଖାଦ୍ଯ ଶସ୍ୟ ଆମଦାନୀ କରିବାକୁ ନିର୍ଭରଶୀଳ ହେଲା । ବିରାଟ ସମାବେଶର ଆୟୋଜନ କରି ଶାସ୍ତ୍ରୀଜୀ ଖାଦ୍ଯ ଓ ସୁରକ୍ଷାକୁ ସୁଦୃଢ କରିବାକୁ ଏଭଳି ଏକ ନାରା "ଜୟ ଜବାନ..... ଜୟ କିଷାନ" ପ୍ରଦାନ କରିଥିଲେ । ଏହି ସ୍ଲୋଗାନ ମାଧ୍ୟମରେ ସୈନିକ ମାନଙ୍କୁ ଦେଶରେ କଡ଼ା ସୁରକ୍ଷା ଦେବାକୁ ଏବଂ କୃଷକ ମାନଙ୍କୁ ଚ଼ାଷକାର୍ଯ୍ଯ...

ଗଢ଼ି ଜାଣିଲେ ଘର ସୁନ୍ଦର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ଚାଲି ପାରିଲେ ପଥ ସୁନ୍ଦର ନାଚି ଜାଣିଲେ ନାଚ ସୁନ୍ଦର । ହସି ଜାଣିଲେ ହସ ସୁନ୍ଦର କହି ଜାଣିଲେ କଥା ସୁନ୍ଦର । ବାୟି ଜାଣିଲେ ବାଦ୍ଯ ସୁନ୍ଦର  ଫୁଙ୍କି ଜାଣିଲେ ବଂଶୀ ସୁନ୍ଦର । ଲେଖି ଜାଣିଲେ ଲେଖା ସୁନ୍ଦର  ପଢ଼ି ଜାଣିଲେ ପାଠ ସୁନ୍ଦର । ଗାଇ ଜାଣିଲେ ଗୀତ ସୁନ୍ଦର  ଖେଳି ଜାଣିଲେ ଖେଳ ସୁନ୍ଦର । ସଫା ରହିଲେ ଦେହ ସୁନ୍ଦର  ସତ୍ଯ ଭାଷିଲେ ମନ ନିର୍ମଳ । କରିପାରିଲେ କାମ ସୁନ୍ଦର  ଗଢ଼ି ଜାଣିଲେ ଘର ସୁନ୍ଦର । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୮୦୫୩୬ 

ଅନ୍ତରାତ୍ମାର କୋହ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  +++++++++++++++++++++++++ ସେଦିନର ସେ ଝଡ଼ବର୍ଷା ରାତି ଏବେ ବି ପାଶୋରିନି ;  ମନେଅଛି ମୋର ହେ' ମୋର ସାଥୀ ! ତୁମର କ'ଣ ମନେ ନାହିଁ ସେଦିନର କଥା ! କେଇଦିନ ହେବ ବିଦେଶ ଗ୍ରସ୍ତ କଲ ଯେ ସବୁ ପାଶୋରି ପକେଇଲ ମନରୁ ! ଯାଇଛ ଯେ ଯାଇଛ ତମେ ଆଉ ଫେରିନ ଯିବା ଦିନରୁ ।  ସମସ୍ତେ ଫେରୁଛନ୍ତି ନିଜ ମାତୃଭୂମିକୁ  ହେଲେ ତମେ ତ ଫେରୁନ ! କ'ଣ ଅଭିମାନ କରିଛ କି ମୋ' ଉପରେ ? ହେଲା ହେଲା ଏବେ ମନେ ପଡ଼ିଲା ପିଲାଦିନେ ଶୁଣିଥିଲି ଆଈମା' କାହାଣୀ  ଏ ସୃଷ୍ଟି ବାହାରେ ଅଛି ଆଉ ଏକ ଦେଶ ସେ ଦେଶକୁ ଥରେ ଯିଏ ଯାଏ ନା ଆଉ ଫେରେନି କଦାପି ।  ପ୍ରଥମେ ପ୍ରଥମେ ମୁଁ ଭାବୁଥିଲି ସେଇଟା ଗୋଟେ କାହାଣୀ ମାତ୍ର  କିନ୍ତୁ ଏବେ ଅନୁମାନ କରୁଛି ସେଇଟା ସତ ସୁଖଶାନ୍ତିରେ ପରିପୂର୍ଣ୍ଣ ସେ ଦେଶ । ଏତେ ସୁଖଶାନ୍ତି ଭିତରେ ଅଛ ଯେ ଆଉ ଫେରିବାକୁ ଇଚ୍ଛା କରୁନ  ମୋ' କଥା ବି ଆଉ ମନେ ପଡୁନି ତୁମର । ହଁ , ଆଉ ବା କାହିଁ ମନେ ପଡ଼ିବ ? ତୁମେ ସେଠି ନୂଆ ସାଥୀଟେ ପାଇଥିବ ମୋତେ ବା ଆଉ ପଚାରେ କିଏ ? ଥରେ ମନେ ପକେଇଲ ତମେ ସେଦିନର ସେ ଝଡ଼ବର୍ଷା ରାତିର କଥା ଅମାବାସ୍ଯାର ସେ ନିସ୍ତବ୍ଧ ଯାମିନୀ ମନେ ପଡୁଛି କିଛି କି ତୁମର? ଆକାଶରେ ନଥିଲା ଚନ୍ଦ୍ରମା ; କିନ୍ତୁ  ଥିଲା ତାରା ମାନଙ୍କର ଚିକ୍‌ମିକ୍‌ ଜ୍...

ନମନ କୁମାରକବି

--------------------- କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ------------------------------ --------------------------       ଗୋଧୂଳି ସମୟ ; ରବି ବୁଡ଼ି ସାରିଲେଣି ପଶ୍ଚିମାକାଶରେ । କେବଳ ପଶ୍ଚିମ ଦିଗରେ ଲୋହିତ ଆଭା ଝାପ୍ସା ଦୃଶ୍ଯମାନ ବେଳେ ମୋ' ଗାଁର ସାହିରେ ସାଧବ ବୋହୂମାନେ ସଞ୍ଜ ସଳିତା ଧରି ଦାଣ୍ଡଦ୍ବାର ପିଣ୍ଡାରେ ଥୋଇଲେଣି ଏବଂ ମନ୍ଦିରରେ ଶୁଭିଲାଣି ଘଣ୍ଟ ଘଣ୍ଟିର ନିନାଦ । ମୁଁ ବି ଶୌଚ଼ାଦି କର୍ମ ସାରି ଠାକୁରଙ୍କୁ ମୁଣ୍ଡିଆଟେ ପକାଇ ଦେଇ ଦାଣ୍ଡଘରଟାରେ ସୌପ ବିଛାଇ ବସିପଡିଲି । ଟେବୁଲ୍‌ ଫ୍ଯାନ୍‌ର ସ୍ବିଚ୍‌ ଅନ୍‌ କରି ଦଶ ମିନିଟ୍‌ ବସି ଏଣୁତେଣୁ ଭାବିବା ପରେ ମୋ' ଆଲମାରୀ ଖୋଲି ବହି ଖଣ୍ଡେ କାଢ଼ିଲି । ବହିଟି ଥିଲା "ନିମନ୍ତ୍ରଣ ରହିଲା ଆସିବେ" ; ଏକ କବିତା ସଙ୍କଳନ । ଏହି ବହିଟିର ଲେଖକ ଥିଲେ ମୋର ନିଜର ଦଦେଇ ପୁଅ ଭାଇ ; ଗୋଟିଏ ପରିବାର ଓ ଗୋଟିଏ ରକ୍ତର ସମ୍ପର୍କ । ଗ୍ରାମରେ ଘରଦ୍ୱାର ଥିଲେ ବି ସେ ଏବେ ଭୁବନେଶ୍ବର ବାସିନ୍ଦା , କିନ୍ତୁ ମୋର ତଥା ଆମ ଘରର ପ୍ରତିଟି ସୁଖ - ଦୁଃଖରେ ସେ ସହଭାଗୀ ।        ନିକଟ ଅତୀତରେ ସେ କୁମାରକବି ଉପାଧିର ଅଧିକାରୀ , ତା' ସହ ବିଭିନ୍ନ ଅନୁଷ୍ଠାନରୁ ଅନେକ ସମ୍ମାନ ଓ ପୁରସ୍କାର ପ୍ରାପ୍ତ କରିଛନ୍ତି ; ୧୯୭୬ ମସିହାରୁ ସେ ଆକାଶବାଣୀ...

ଅମର ବିଜୟ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ***************************** ସରିଗଲା ଦିନ       ଥିଲା ଯା' ପ୍ରାଚୀନ             ରହିଗଲା କିନ୍ତୁ ଚିହ୍ନ ପ୍ରତି ପ୍ରେମୀଙ୍କର       ନେତ୍ରେ ଅଶ୍ରୁ ଧାର             ଜାଣି ତୁମ ଅବସାନ ।             ନିଛକ ସେ ଅଭିନୟ ;   ଚିରଦିନ ପାଇଁ       ଛାଇଟିଏ ହୋଇ            ମନ ମନ୍ଥିବ ନିଶ୍ଚୟ ।। ଲେଖକ ଲେଖନୀ       ତୁମ ଗୁଣ ଘେନି           କାଗଜ କିଆରି କର୍ଷେ    ତୁମରି ନିମିତ୍ତ        ବିରହ ସଙ୍ଗୀତ            ଓଡ଼ିଶା ମାଟିରେ ବର୍ଷେ ।             କାହିଁ ହଜିଲେ ବିଜୟ ;     ଚିରଦିନ ପାଇଁ        ଅମରତ୍ବ ପାଇ            ରହିଲେ ହୃଦ ନିଳୟ ।। 🌹🌹🌹🌹🌹🌹🌹🌹🌹🌹🌹🌹     ଭାଟପଡ଼ା ,...

ଦୁହିତା ଦୁଇ କୁଳକୁ ହିତା

   କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି         ଦୁହିତା କହିଲେ ସମସ୍ତେ ଜାଣନ୍ତି - ଦୁଇ କୁଳର ହୀତା । ଦୁଇ କୁଳ କ'ଣ ? ପ୍ରଥମଟି ବାପଘର ; ଜନ୍ମମାଟି  ଓ ଦ୍ବିତୀୟଟି ଶାଶୁଘର । ଜୀବନର ଶେଷ ସ୍ଥାନ ଯେଉଁଠି ଲୀଳା ଖେଳାର ପରିସମାପ୍ତି ଘଟେ। ଏ ଦୁଇ ସ୍ଥାନର ହୀତାକାଂକ୍ଷୀ ନାରୀକୁ ଦୁହିତା ବୋଲାଯାଏ। ସଂସାରରେ ସର୍ବଶ୍ରେଷ୍ଠ ଭାବେ ବିବେଚିତା ଦୁହିତା ବା ନାରୀ। ନାରୀ ବିନା ଏ ସୃଷ୍ଟି ଅସମ୍ଭବ ଏ କଥା ସର୍ବଜ୍ଞାତ। କାହିଁ କେଉଁ ଆଦିମ ଯୁଗରୁ ଏମିତି କି ସୃଷ୍ଟି ସଂରଚନା ସମୟରୁ ନାରୀକୁ ସର୍ବାଦ୍ଯ ଓ ସର୍ବଶ୍ରେଷ୍ଠ ବିବେଚନାରେ ରଖାଯାଇଛି। ପୁରାଣ ଶାସ୍ତ୍ର ଅଧ୍ଯୟନ କଲେ ଏହି ଗୀର ସ୍ପଷ୍ଟ ଭାବେ ବୁଝା ଯାଇପାରିବ। ଇତିହାସର ପୃଷ୍ଠା ଓଲଟାଇ ଦେଖନ୍ତୁ ଜାଣିପାରିବେ ନାରୀ ସର୍ବଶ୍ରେଷ୍ଠ ମାନ୍ଯତାର ଅଧିକାରିଣୀ ।       ଲିଙ୍ଗ ଭେଦରେ ନରର ବିପରୀତ ନାରୀ । ଯଦି ପ୍ରଶ୍ନ କରାଯାଏ ଯେ ପ୍ରଥମେ କିଏ ସୃଷ୍ଟି , ତେବେ ଏହାର ଉତ୍ତର ଟିକେ ଜଟିଳ ବୋଧ ହେଲେ ବି ସୁବିଚାର ଧାରାରେ ବିଚାରକୁ ନେଲେ ଉତ୍ତର ଆସିବ -"ନାରୀ"। ଆପଣ ପଚାରି ପାରନ୍ତି -"କେମିତି"? ନାରୀ କେମିତି ଆଗେ ସୃଷ୍ଟି , ପୁରୁଷ ନୁହେଁ ? ମନରେ ପ୍ରଶ୍ନ ଉଠିବ ଯେ ପୁରୁଷ ନଥାଇ ନାରୀ କେମିତି ଆସିଲା ? ପୁଣି ବିପରୀତ ପ୍ରଶ୍ନ ଉଠିବ ଯେ ନାରୀ ନଥାଇ ପୁରୁଷ କେମିତି ସମ୍ଭବ? ବଡ ଅଡୁଆ ପରିସ୍ଥିତି ନୁହେଁ କି ଇ...

ପଥ ପ୍ରଦର୍ଶକ ପୁରାଣ

********************************** କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ****************************** ****        ପୁରୁଣା କଥା ହିଁ ପୁରାଣ , ଅର୍ଥାତ୍ ପୁରାଣ କହିଲେ ପୁରୁଣା , ଅତି ପ୍ରାଚ଼ୀନ ପୁରାତନ ଗାଥା , କ୍ଷୟପ୍ରାପ୍ତ ଜୀର୍ଣ୍ଣ , ଅତି ପ୍ରାଚ଼ୀନ ବିବରଣ ; ଆଶା କରେ ବୁଝି ପାରୁଥିବେ । ଅନ୍ଯର୍ଥରେ କହିଲେ ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ରାଜା ଓ ଅପରାପର ବ୍ଯକ୍ତି ମାନଙ୍କ ସମ୍ବନ୍ଧରେ ଦୃଶ୍ଯମାନ ଆଖ୍ଯାୟିକକୁ ପୁରାଣ କହନ୍ତି । ଅର୍ଥାତ୍ ଅତି ପ୍ରାଚ଼ୀନ କାଳରେ ପ୍ରସିଦ୍ଧ ବ୍ଯକ୍ତି , ସମାଜ , ଧର୍ମ , ଦେବାଦେବୀ ଆଦିଙ୍କ ଜନ୍ମ ଓ କ୍ରିୟାକଳାପ ଆଦି ଅବଲମ୍ବନରେ ରଚ଼ିତ ଆଖ୍ଯାୟିକା ହେଉଛି ପୁରାଣ । ଏହି ପୁରାଣକୁ ତିନି ଭାଗରେ ବିଭକ୍ତ କରାଯାଇଛି । ତାହା ହେଲା ମହାପୁରାଣ , ଉପପୁରାଣ , ଅତିରିକ୍ତ ପୁରାଣ । ମହାପୁରାଣ ଗୁଡ଼ିକ ହେଲେ "ବ୍ରହ୍ମ , ପଦ୍ମ , ବିଷ୍ଣୁ , ଶିବ (ମତାନ୍ତରେ ବାୟୁ) , ଭାଗବତ , ନାରଦୀୟ , ମାର୍କଣ୍ଡେୟ , ଭବିଷ୍ଯ , ଅଗ୍ନି , ବ୍ରହ୍ମବୈବର୍ତ୍ତ , ଲିଙ୍ଗ , ବରାହ , ସ୍କନ୍ଦ , ବାମନ , କୂର୍ମ , ମତ୍ସ୍ଯ , ଗରୁଡ଼ ଓ ବ୍ରହ୍ମାଣ୍ଡ ପୁରାଣ" । ଅତିରିକ୍ତ ପୁରାଣ ଗୁଡ଼ିକ ହେଲେ "ନନ୍ଦିକେଶ୍ବର , ଶୁକ୍ର , ବଶିଷ୍ଠ , ଭାଗୁରି , ମନୁ , ବାୟୁ , ମାହେଶ , କଳ୍କୀ , ଶୈବ , ଆଦିତ୍ୟ ...

ଆଦିମାନବରୁ ମାନବ

------------------------     କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି               ସମ୍ପାଦକ - ଉଦୟ ଭାନୁ      -----------------------------------------------     ସବୁଠାରୁ ଶ୍ରେଷ୍ଠ ଜନ୍ମ ମାନବ ଜନ୍ମ ; ସବୁଠାରୁ ବୁଦ୍ଧିମାନ ପ୍ରାଣୀ ବି । ପ୍ରଥମେ ଆଦିମାନବ ଭାବରେ ଧରାରେ ପ୍ରକଟିତ ହୋଇଥିଲା । ବିକୃତ ଶରୀର ଧାରଣ କରିଥିଲା , କଞ୍ଚାମାଂସ ଖାଉଥିଲା , ନିଆଁର ବ୍ଯବହାର ଜାଣି ନଥିଲା । ସେ ଥିଲା ଯାଯାବର ; ଗୋଷ୍ଠୀ ହୋଇ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଖାଦ୍ୟ ଅନ୍ବେଷଣରେ ଯାଉଥିଲା । ଯୋଉ ସ୍ଥାନରେ ରହୁଥିଲା , ସେ ସ୍ଥାନ ତା'ର ବାସସ୍ଥଳୀ ଥିଲା । ବିଭିନ୍ନ ଗୋଷ୍ଠୀ ଏକାସାଙ୍ଗରେ ଗୋଟିଏ ଅଞ୍ଚଳକୁ ଦଖଲ କରିବାକୁ ଯାଇ ପରସ୍ପର ମଧ୍ୟରେ ଗୋଷ୍ଠୀ ଯୁଦ୍ଧର ସୂତ୍ରପାତ ହେଉଥିଲା । ପରାଜୟ ହେଉଥିବା ଗୋଷ୍ଠୀ ପଳାୟନ କରୁଥିଲା । ବନ୍ଦୀ ପୁରୁଷଙ୍କୁ ହତ୍ଯା କରାଯାଉଥିଲା ଏବଂ ନାରୀ ମାନଙ୍କୁ ବୋଧହୁଏ ବିଜେତା ଗୋଷ୍ଠୀରେ ସାମିଲ୍‌ କରାଯାଉଥିଲା କି କ'ଣ ତାହା ଜଣା ନାହିଁ । ଗୋଷ୍ଠିରେ ପରସ୍ପର ସହାୟତା ଥିଲା ଭଲ ମନ୍ଦ ଓ ବିପଦ ଆପଦ କାଳରେ ; ସେ ସମୟେ ବି ପ୍ରତିଶୋଧ ନିଆ ଯାଉଥିଲା କ୍ଷତି ପହଞ୍ଚାଇବା ଲୋକ ଠାରୁ । ବିଚ଼ାର କରି ପ୍ରତି କାର୍ଯ୍ୟ କରାଯାଉଥିଲା ଏବଂ ଗୋଷ୍ଠୀର ସମୂହ ମତ ଉପରେ ନିଷ୍ପତ୍ତି ସ୍ଥିର ହେଉଥିଲା । ତାଙ୍କ...

ଯାଯାବର ଦ୍ବିଜର ଯାଚ଼ଞ୍ଜ

  କାବ୍ୟଭୂଷଣ  ଶିବ ପ୍ରସାଦ ବାହିନୀପତି ଯନ୍ତ୍ରଣା ଜୁଇରେ ମୋର ଜଳୁଛି ଜୀବନ ଯମ ଯନ୍ତ୍ରଣାରୁ ମୁକ୍ତି ମିଳୁ ଜନାର୍ଦ୍ଦନ । ଯତି ନୁହେଁ ଯାଚକ ମୁଁ ଜାତିରେ ବ୍ରାହ୍ମଣ  ଯାଚ଼ଞ୍ଜ ଶୁଣିମା ହୁଅ ଯଜ୍ଞ ନାରାୟଣ । ଯୁଗେ ଯୁଗେ ଦୁର୍ଜନର ଦମନ ନିମିତ୍ତ  ଯୁଝି ଅଛ ଯଜ୍ଞାଧ୍ଯକ୍ଷ ଓହ୍ଲାଇ ମରତ । ଯୁଗାବ୍ଦ ପୁରୁଷ  ପ୍ରଭୁ ବୈକୁଣ୍ଠ ବିହାରୀ ଯୋଡ଼ି ମୋର ବେନି କର କରୁଛି ଗୁହାରି । ଯୋଗନିଦ୍ରା ପରିହରି ଅନନ୍ତ ଠାକୁର ଯୁଗଳ ଲୋଚ଼ନେ ବାରେ ନିରେଖ ସଂସାର । ଯମପୁର ସମ ଲାଗେ ଏଇ ଧରା। ଭୂଇଁ  ଯଦୁନାଥ ସବୁ ଜାଣି ନିରବ କିମ୍ପାଇଁ । ଯମୁନାର ପ୍ରାଣନାହା ବାରେ ହୁଅ ସାହା ଯାଯାବର ଶିବ ତବ ପଦେ ପ୍ରାର୍ଥେ ଏହା ।। ଭାଟପଡ଼ା, ନିରାକାରପୁର, କଣାସ, ପୁରୀ