ଗଢ଼ି ଜାଣିଲେ ଘର ସୁନ୍ଦର
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଚାଲି ପାରିଲେ ପଥ ସୁନ୍ଦର
ନାଚି ଜାଣିଲେ ନାଚ ସୁନ୍ଦର ।
ହସି ଜାଣିଲେ ହସ ସୁନ୍ଦର
କହି ଜାଣିଲେ କଥା ସୁନ୍ଦର ।
ବାୟି ଜାଣିଲେ ବାଦ୍ଯ ସୁନ୍ଦର
ଫୁଙ୍କି ଜାଣିଲେ ବଂଶୀ ସୁନ୍ଦର ।
ଲେଖି ଜାଣିଲେ ଲେଖା ସୁନ୍ଦର
ପଢ଼ି ଜାଣିଲେ ପାଠ ସୁନ୍ଦର ।
ଗାଇ ଜାଣିଲେ ଗୀତ ସୁନ୍ଦର
ଖେଳି ଜାଣିଲେ ଖେଳ ସୁନ୍ଦର ।
ସଫା ରହିଲେ ଦେହ ସୁନ୍ଦର
ସତ୍ଯ ଭାଷିଲେ ମନ ନିର୍ମଳ ।
କରିପାରିଲେ କାମ ସୁନ୍ଦର
ଗଢ଼ି ଜାଣିଲେ ଘର ସୁନ୍ଦର ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
Comments
Post a Comment