ତୁଚ୍ଛାରେ ସର୍ବଶ୍ରେଷ୍ଠ ହାସ୍ଯାସ୍ପଦ
ଶିବ ପ୍ରସାଦ ବାହିନୀପତି ଇଲେକ୍ସନରେ ସିଲେକ୍ସନ ହେବାଟା ବଡ଼ କଥା ନୁହେଁ , ସମସ୍ଯା କଲେକ୍ସନ କରି ସଲ୍ଯୁସନ କରିବା ସବୁଠୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ବାସ୍ତବରେ ନେତାମାନେ ଜଣେ ଜଣେ ସମାଜସେବୀ ; ସେବା କରିବା ତାଙ୍କର ଧର୍ମ । ଯଦି ସମାଜର ସେବା କରିବାର ମନୋବୃତ୍ତି ଥିବ , ତେବେ ନେତା ହେବାର କିଛି ପ୍ରୟୋଜନ ନାହିଁ । ନେତା ହେଲେ ଯେ ସେବା କରିବ , ଏକଥା ଭୁଲ୍ । ରାଜା ହେବାକୁ ହେଲେ ପ୍ରଥମେ ପ୍ରଜାଙ୍କର ମନୋବଳ ବଢ଼ାଇବାକୁ ପଡ଼େ । ତାଙ୍କ ସୁଖଦୁଃଖରେ ଛିଡ଼ା ହେବାକୁ ପଡ଼େ । ତା'ପରେ ନେତା ପାଇଁ ଆଗଭର ହେଲେ ଜନତା ଆପେ ସମର୍ଥକ ପାଲଟି ଯିବେ । ଆଉ ମୋହର ମାରିବାକୁ କହିବାକୁ ପଡ଼ିବନି ଦୁଆର ଦୁଆର । କଥାରେ ଅଛି - "ଅକାଳେ ନାହିଁ ସକାଳେ ନାହିଁ , ଗହ୍ମା ପୁନେଇଁରେ ମାଇଁ ମାଇଁ" ; ଜୀବନ ସାରା କେହି ତୁମ ମାନଙ୍କର ମୁହଁ ଦେଖି ନଥିବେ , ନିର୍ବାଚନ ବେଳକୁ ଆସି ବାସି ପଖାଳରେ ମୁହଁ ଲଗେଇ ଦେଇ ନାର୍ଯ୍ଯ ଅଧିକାରକୁ ହାତେଇ ନେବେ । ଥରେ ଭୋଟ୍ ପାଇଗଲା ପରେ କାଶିଆ କିଏ ନା କପିଳା କିଏ !! ଅଜଣା ଅଚିହ୍ନାର ବ୍ଯବହାରରେ ଜନତା ଭକୁଆ ବନିଯିବେ । ଟିକେଟ୍ ପାଇ ମୁକୁଟ ପିନ୍ଧିଲା ପରେ ଖଳନାୟକର ଅଭିନୟଟା ବେଶ୍ ଫୁଟି ଉଟିବ ଅତି ସୁନ୍ଦର ଭାବରେ । ଭୋକରେ ମରୁଥିବେ ଭକୁଆ ଜନତା , ଭୋଟ୍ ପାଇଁ କିନ୍ତୁ ଉଡୁଥିବ ଗାନ୍ଧି ନୋଟ୍ । ଭୋକିଲା ଭୋଟର ଅନନ୍ଯୋପାୟ ନପାଇ ବାଧ୍ଯ ...