Posts

Showing posts from June, 2024

ତୁଚ୍ଛାରେ ସର୍ବଶ୍ରେଷ୍ଠ ହାସ୍ଯାସ୍ପଦ

ଶିବ ପ୍ରସାଦ ବାହିନୀପତି        ଇଲେକ୍ସନରେ ସିଲେକ୍ସନ ହେବାଟା ବଡ଼ କଥା ନୁହେଁ , ସମସ୍ଯା କଲେକ୍ସନ କରି ସଲ୍ଯୁସନ କରିବା ସବୁଠୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ବାସ୍ତବରେ ନେତାମାନେ ଜଣେ ଜଣେ ସମାଜସେବୀ ; ସେବା କରିବା ତାଙ୍କର ଧର୍ମ । ଯଦି ସମାଜର ସେବା କରିବାର ମନୋବୃତ୍ତି ଥିବ , ତେବେ ନେତା ହେବାର କିଛି ପ୍ରୟୋଜନ ନାହିଁ । ନେତା ହେଲେ ଯେ ସେବା କରିବ , ଏକଥା ଭୁଲ୍‌ । ରାଜା ହେବାକୁ ହେଲେ ପ୍ରଥମେ ପ୍ରଜାଙ୍କର ମନୋବଳ ବଢ଼ାଇବାକୁ ପଡ଼େ । ତାଙ୍କ ସୁଖଦୁଃଖରେ ଛିଡ଼ା ହେବାକୁ ପଡ଼େ । ତା'ପରେ ନେତା ପାଇଁ ଆଗଭର ହେଲେ ଜନତା ଆପେ ସମର୍ଥକ ପାଲଟି ଯିବେ । ଆଉ ମୋହର ମାରିବାକୁ କହିବାକୁ ପଡ଼ିବନି ଦୁଆର ଦୁଆର । କଥାରେ ଅଛି - "ଅକାଳେ ନାହିଁ ସକାଳେ ନାହିଁ , ଗହ୍ମା ପୁନେଇଁରେ ମାଇଁ ମାଇଁ" ; ଜୀବନ ସାରା କେହି ତୁମ ମାନଙ୍କର ମୁହଁ ଦେଖି ନଥିବେ , ନିର୍ବାଚନ ବେଳକୁ ଆସି ବାସି ପଖାଳରେ ମୁହଁ ଲଗେଇ ଦେଇ ନାର୍ଯ୍ଯ ଅଧିକାରକୁ ହାତେଇ ନେବେ । ଥରେ ଭୋଟ୍‌ ପାଇଗଲା ପରେ କାଶିଆ କିଏ ନା କପିଳା କିଏ !! ଅଜଣା ଅଚିହ୍ନାର ବ୍ଯବହାରରେ ଜନତା ଭକୁଆ ବନିଯିବେ । ଟିକେଟ୍‌ ପାଇ ମୁକୁଟ ପିନ୍ଧିଲା ପରେ ଖଳନାୟକର ଅଭିନୟଟା ବେଶ୍‌ ଫୁଟି ଉଟିବ ଅତି ସୁନ୍ଦର ଭାବରେ ।       ଭୋକରେ ମରୁଥିବେ ଭକୁଆ ଜନତା , ଭୋଟ୍‌ ପାଇଁ କିନ୍ତୁ ଉଡୁଥିବ ଗାନ୍ଧି ନୋଟ୍‌ । ଭୋକିଲା ଭୋଟର ଅନନ୍ଯୋପାୟ ନପାଇ ବାଧ୍ଯ ...

ଭୋକ ବିକଳରେ ତାଟିଆ କାମୁଡ଼ି.....

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ୨୦୨୪ ସାଧାରଣ ନିର୍ବାଚନ କିଛି କୁଚକ୍ରୀଙ୍କୁ ଠିକ୍‌ ବୁଦ୍ଧି ଶିଖାଇ ଦେଇଛି । ଏବେ ଭୋକ ବିକଳରେ ତାଟିଆ କାମୁଡ଼ିଲେ କି ଲାଭ ? ଜନତାଙ୍କ ତଣ୍ଟି ଚିପି ତଥା ରାଜସ୍ୱ ଖୋଳ କରି ଚାଲିଥିବା କିଛି ରାଜନେତା ଯେତେବେଳେ ଆଉ କିଛି ନପାଇଲେ , ଫଡ଼ଫଡ଼ ହେବା ତ ସ୍ବାଭାବିକ । ସେକଥାକୁ ଶୁଣୁଛି କିଏ ? ସବୁବେଳେ ଯେ ନିଜେ ଖାଉଥିବ , ତାହାର କିଛି ମାନେ ଅଛି ? କାହାକୁ ତ ହେଲେ ଖାଇବାକୁ ଦିଅ । ସବୁବେଳେ ନିଜେ ଭୋଗ କରିବାଟା ତ ଠିକ୍‌ ନୁହେଁ ।  ଶାସନ ଭାର ଥାଉ କି ନଥାଉ , ସେବା ମନୋବୃତ୍ତି ରହିଲେ ସେବା କରିପାରିବ । ଏତେଦିନ ଶାସନରେ ଥିଲା ବିଜେଡ଼ି, ଯାହା କରିଛି ସମସ୍ତେ ଅବଗତ ହିଁ ଅଛନ୍ତି , ଏବେ ନୂଆ ସରକାର ଆସିଲା ; କ'ଣ କରୁଛି ଦେଖିବାକୁ ବାକି ରହିଲା । ସମାଜରେ ସବୁକିଛିର ପରିବର୍ତ୍ତନ ଅଛି , ଏଥିରେ ଉତ୍‌କ୍ଷିପ୍ତ ହେବାରେ କ'ଣ ଅଛି ? ହାରିବା,- ଜିତିବା ଲାଗି ରହିଛି ; ଭଲ ପରେ ମନ୍ଦ ଓ ମନ୍ଦ ପରେ ଭଲ । ସବୁକିଛିକୁ ଆଦରି ନେବାକୁ ହେବ। ସବୁବେଳେ ଆମେ ଓ ମୁଁ ଭିତରେ ରହି ନିଜକୁ ଛୋଟ ବୋଲି ପରୋକ୍ଷରେ ପ୍ରତିପାଦିତ କରିବା ଅନୁଚିତ ।        ସାମାଜିକ ଗଣମାଧ୍ୟମରେ ଆମେ ଏଇଆ କରୁଥିଲୁ , ସେଇଆ କରି ଚାଲିଥିଲୁ ବୋଲି ଆତ୍ମବଡ଼ିମା ବଖଣାବଖଣି ଜୋର୍‌ସୋର୍‌ରେ ଚାଲିଛି । ପରସ୍ପର ପ୍ରତି ବାକ୍‌ଯୁଦ୍ଧ ସହିତ ସରକାର ଗଢ଼ା ...

ପରାଜିତ ନାୟକ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ମୁଁ ଆଜି ନିଃସ୍ବ ଅଶ୍ରୁ ଗ୍ଲୋସଲରେ ପରିପ୍ଳୁତ ହାରି ଯାଇଥିବା ଏକ ଭାଗ୍ଯହୀନ କ୍ଳାନ୍ତ ପୁରୁଷ । ଅହରହ ପିଇ ଚାଲେ ଓଠ ମୋ' ଚକ୍ଷୁରୁ ନିର୍ଗତ ଅଶ୍ରୁଧାର ଗୁମୁରି ଗୁମୁରି କାନ୍ଦିଉଠେ ମୋର ଏଇ ସ୍ପନ୍ଦନଶୀଳ ହୃଦୟ । ଭଗ୍ନ କୋଣାରକ ପରି ମୁଁ ଆଜି ନିରବ ନିଶ୍ଚଳ ମାନସ ପଟଳେ ଉଙ୍କି ମାରେ ମୋର ଅନେକ ସ୍ମୃତିଘଟା ।  ଭାଙ୍ଗି ଯାଇଛି ନିଦ୍ରା ହଜି ଯାଇଛି ସ୍ବପ୍ନ  ମନେପଡ଼େ ମୁହୁର୍ମୁହୁଃ   ବିଗତ ଦିନର ସ୍ମୃତି ।  ଆଜ ଉପାୟଶୂନ୍ଯ ମୁଁ ସାଥୀହରା ଏକ ପଥିକ  ହାରି ଯାଇଥିବା ଏକ  ପରାଜିତ ନାୟକ । ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧

ସୁବର୍ଣ୍ଣ ମାଟିର ସୁନା ପୁଅ

             କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି       ଏ କାହାଣୀଟି କାଳ୍ପନିକ ହେଲେ ବି ଜନ ସମାଜକୁ ଉତ୍ତମ ଶିକ୍ଷା ପ୍ରଦାନ କରିବ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ । ଏ କାହାଣୀ କାହା ମାନସ ପଟଳେ କ୍ଷୁବ୍ଧତା ଆନୟନ ନ କରୁ ବୋଲି ମୋର ମତ । ସମାଜର ସେବା କାହାକୁ କହନ୍ତି, ଉଚିତ୍‌ ଶାସକ କିପରି ହେବା ଉଚିତ୍‌, ମଣିଷର ମାନବିକତା ଏସବୁ ଏଥିରେ ସ୍ଥାନିତ । ତେଣୁ ଏହି କାହାଣୀ ପଠନ ପରେ କେହି ଉତ୍‌କ୍ଷିପ୍ତ ନ ହେବାକୁ ବିଶେଷ ଅନୁରୋଧ  । ଏହି କାହାଣୀଟି ଆମୂଳଚୂଳ ପାଠ କରି ଯଦି କେହି କିଛି ଶିକ୍ଷାଲାଭ କରି ପାରିଲେ ତେବେ ମୋ' କାହାଣୀଟି ଅତ୍ଯୁତ୍ତମ ହେବା ସହିତ ମୋ' ଲେଖାରେ ସାର୍ଥକତା ଆସିବ ବୋଲି ବୋଲି ମୁଁ ମନେ କରୁଛି । ଯଦି ଏ କାହାଣୀ କାହା ମନକୁ ଆଘାତ ପ୍ରଦାନ କରିଥାଏ, ତେବେ ମୋତେ କ୍ଷମା ଦେବାକୁ ଅନୁରୋଧ  । କାହାକୁ ଆଘାତ ଦେବା ମୋର ଲକ୍ଷ୍ଯ ନୁହେଁ, ମୋର ଲକ୍ଷ୍ଯ ସମାଜକୁ କିଛି ଉଚିତ୍‌ ଶିକ୍ଷା ଓ ପରାମର୍ଶ ଦେବା । ଏବେ ଚ଼ାଲନ୍ତୁ କାହାଣୀ ଉପରକୁ ଯିବା ।        ଚ଼େମଣ୍ଟ ବୋଲି ଛୋଟିଆ ପଲ୍ଲୀଟିଏ, ଘର କହିଲେ ମାତ୍ର ଷାଠିଏ କି ସତୁରି ଘର ହେବ । ସମସ୍ତେ ପ୍ରାୟ ଚ଼ାଷୀ, ଜଣେ କି ଦୁଇଜଣ ସରକାରୀ ଚ଼ାକିରିଆ ଥିବେ । ଧାନ, ବିରି, ମୁଗ, ଗହମ ଆଦି ଚ଼ାଷ କରି ଜୀବିକା ନିର୍ବାହ କରିଥା'ନ୍ତି ଗ୍ରାମବାସୀ । ଛା...
ମନ୍ଦିର-ମସ୍‌ଜିଦ୍‌-ଚର୍ଚ୍ଚ୍‌-ଗୁରୁ ଦ୍ୱାର  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି    ହଜାର ଘର ସମଷ୍ଟିରେ ମୁଣ୍ଡ ଟେକି ଛିଡ଼ା ହୋଇଛି ବହୁତ ବଡ଼ ଗାଁ ଓଡ୍ର । ବିଭିନ୍ନ ଜାତିର ଲୋକ ଏ ଗାଁରେ ବସତି ସ୍ଥାପନ କରିଛନ୍ତି । ବ୍ରାହ୍ମଣ,ବାରୀକ,ତନ୍ତୀ, କଣ୍ଡରା, କେଉଟ, କୁମୁଟୀ, କୁମ୍ଭାର, କମାର, ତେଲୀ, ସଅର, ବାଉରୀ, ପାଣ, ଚମାର, ଗୁଡ଼ିଆ, ଖଣ୍ଡାୟତ ଆଦି ସବୁ ଜାତିର ଲୋକଙ୍କୁ ଏ ଗାଁରେ ଦେଖିବା ପାଇଁ ମିଳେ । ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଖ୍ରୀଷ୍ଟିୟାନ ସବୁ ଧର୍ମର ଲୋକ ଏଠାକାର ବାସିନ୍ଦା ବନିଛନ୍ତି । ସମସ୍ତଙ୍କ ଭିତରେ ସ୍ନେହ - ଶ୍ରଦ୍ଧା - ଭଲପାଇବା ବଣ୍ଟାବଣ୍ଟି ; କାନ୍ଧକୁ କାନ୍ଧ ମିଳାଇ ଚଳନ୍ତି । ସବୁ ଗାଁ ପରି ଏହି ଗାଁରେ କେହି କଦାପି ହେଲେ ବି ବଡ଼ ଧରଣର କଳିଗୋଳକୁ ଉପଲବ୍ଧି କରିନାହାନ୍ତି । କେବେ ବି ଏ ଗାଁରେ ଏଯାଏଁ ଦଙ୍ଗା ସୃଷ୍ଟି ହୋଇନି । ହିଂସା,ଦ୍ବେଷ ଏଯାବତ୍‌ କାହା ପାଖରେ ପାଇ ପାରିନାହାନ୍ତି ଆଖପାଖ ଅଞ୍ଚଳର ବାସିନ୍ଦା । ସମସ୍ତେ ଏକ ମନ-ଏକ ପ୍ରୀଣ ହୋଇ ଚଳନ୍ତି । ଆଖପାଖ ଅଞ୍ଚଳର ବାସିନ୍ଦା ମାନଙ୍କ ପାଖରେ ଉଦାହରଣଟିଏ ହୋଇ ରହିଛି ଏହି ଗ୍ରାମ ଓଡ୍ର । ସମସ୍ତଙ୍କ ତୁଣ୍ଡରେ ଗୋଟି କଥା ଉଠେ - "ସବୁଠୀରୁ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଗାଁ ହେଲା ଓଡ୍ର । ଏଭଳି ଭାଇଚାରାର ସମ୍ପର୍କରେ ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ ।       ଏ ଗାଁରେ ଶତକଡ଼ା ସତସ୍ତରି ଭାଗ ଲୋକ ଥିଲାବ...