ପରାଜିତ ନାୟକ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ମୁଁ ଆଜି ନିଃସ୍ବ
ଅଶ୍ରୁ ଗ୍ଲୋସଲରେ ପରିପ୍ଳୁତ
ହାରି ଯାଇଥିବା ଏକ
ଭାଗ୍ଯହୀନ କ୍ଳାନ୍ତ ପୁରୁଷ ।
ଅହରହ ପିଇ ଚାଲେ ଓଠ
ମୋ' ଚକ୍ଷୁରୁ ନିର୍ଗତ ଅଶ୍ରୁଧାର
ଗୁମୁରି ଗୁମୁରି କାନ୍ଦିଉଠେ
ମୋର ଏଇ ସ୍ପନ୍ଦନଶୀଳ ହୃଦୟ ।
ଭଗ୍ନ କୋଣାରକ ପରି ମୁଁ
ଆଜି ନିରବ ନିଶ୍ଚଳ
ମାନସ ପଟଳେ ଉଙ୍କି ମାରେ
ମୋର ଅନେକ ସ୍ମୃତିଘଟା ।
ଭାଙ୍ଗି ଯାଇଛି ନିଦ୍ରା
ହଜି ଯାଇଛି ସ୍ବପ୍ନ
ମନେପଡ଼େ ମୁହୁର୍ମୁହୁଃ
ବିଗତ ଦିନର ସ୍ମୃତି ।
ଆଜ ଉପାୟଶୂନ୍ଯ ମୁଁ
ସାଥୀହରା ଏକ ପଥିକ
ହାରି ଯାଇଥିବା ଏକ
ପରାଜିତ ନାୟକ ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment