ଟିକୁର ବୁଦ୍ଧି ପରୀକ୍ଷା
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି ସମ୍ପାଦକ - ଉଦୟ ଭାନୁ ଗୀତାଞ୍ଜଳୀ ଦେବୀଙ୍କର ଗୋଟିଏ ବୋଲି ପୁଅ - ଟିକୁ । ଯିଏକି ପଞ୍ଚମ ଶ୍ରେଣୀରେ ପଢ଼େ । ବୟସ ମାତ୍ର ଦଶ ବର୍ଷ । ଭଲ ପାଠ ମଧ୍ୟ ପଢ଼େ । ପୁଅକୁ ଯେତେବେଳେ ଅଢ଼େଇ ବର୍ଷ ହୋଇଥିଲା ଠିକ୍ ସେତିକି ବେଳେ ଏକ ଅଜଣା ବେମାରୀର ଶକ୍ତ ଆକ୍ରମଣରେ ଆରପାରି ଗମନ କରିଥିଲେ ଗୀତାଞ୍ଜଳୀଙ୍କ ସ୍ବାମୀ । ନିଃସହାୟ ପ୍ରାୟ ହୋଇ ପଡ଼ିଥିଲେ ଗୀତଞ୍ଜଳୀ ସେବେଳେ । ଏଡ଼ିକି ବକଟ ପିଲାଟିକୁ ନେଇ କେମିତି କାଟିବେ ଜୀବନ ; ସେହି ଚ଼ିନ୍ତାରେ ଘାରି ହେଉଥିଲେ ଶ୍ରୀମତୀ ଗୀତାଞ୍ଜଳୀ ଦେବୀ । ଶାଶୁ ବି ବୃଦ୍ଧା ହେଲେଣି । ଶ୍ବଶୁର ତ କାହିଁ କେବେଠୁ ଇହଲୀଳା ସମ୍ବରଣ କରିସାରିଲେଣି । ଘରେ ଆଉ କିଏ ଯେ ? ବର୍ତ୍ତମାନର ପରିବାର କହିଲେ ବୃଦ୍ଧା ଶାଶୂ , ଶ୍ରୀମତୀ ଗୀତାଞ୍ଜଳୀ ଦେବୀ ଏବଂ ତାଙ୍କର ଏଇ ଦଶ ବର୍ଷର ପୁଅ - ଟିକୁ । ସ୍ବାମୀ ଚ଼ାଲିଯିବା ପରେ ବହୁତ ଭାଙ୍ଗି ପଡ଼ିଥିଲେ ଗୀତାଞ୍ଜଳୀ ଦେବୀ । କ'ଣ ଖାଇବେ ଆଉ କେମିତି ବଞ୍ଚିବେ , ଏଇ ଚ଼ିନ୍ତା ସଦାସର୍ବଦା ଗ୍ରାସ କରି ଚ଼ାଲିଥିଲା ତାଙ୍କୁ । ତିନି ତିନିଟା ଉଦ...