Posts

Showing posts from September, 2023

ଟିକୁର ବୁଦ୍ଧି ପରୀକ୍ଷା

                  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                                         ସମ୍ପାଦକ - ଉଦୟ ଭାନୁ      ଗୀତାଞ୍ଜଳୀ ଦେବୀଙ୍କର ଗୋଟିଏ ବୋଲି ପୁଅ  - ଟିକୁ । ଯିଏକି ପଞ୍ଚମ ଶ୍ରେଣୀରେ ପଢ଼େ । ବୟସ ମାତ୍ର ଦଶ ବର୍ଷ । ଭଲ ପାଠ ମଧ୍ୟ ପଢ଼େ । ପୁଅକୁ ଯେତେବେଳେ ଅଢ଼େଇ ବର୍ଷ ହୋଇଥିଲା ଠିକ୍‌ ସେତିକି ବେଳେ ଏକ ଅଜଣା ବେମାରୀର ଶକ୍ତ ଆକ୍ରମଣରେ ଆରପାରି ଗମନ କରିଥିଲେ ଗୀତାଞ୍ଜଳୀଙ୍କ ସ୍ବାମୀ । ନିଃସହାୟ ପ୍ରାୟ ହୋଇ ପଡ଼ିଥିଲେ ଗୀତଞ୍ଜଳୀ ସେବେଳେ । ଏଡ଼ିକି ବକଟ ପିଲାଟିକୁ ନେଇ କେମିତି କାଟିବେ ଜୀବନ ; ସେହି ଚ଼ିନ୍ତାରେ ଘାରି ହେଉଥିଲେ ଶ୍ରୀମତୀ ଗୀତାଞ୍ଜଳୀ ଦେବୀ । ଶାଶୁ ବି ବୃଦ୍ଧା ହେଲେଣି । ଶ୍ବଶୁର ତ କାହିଁ କେବେଠୁ ଇହଲୀଳା ସମ୍ବରଣ କରିସାରିଲେଣି । ଘରେ ଆଉ କିଏ ଯେ ? ବର୍ତ୍ତମାନର ପରିବାର କହିଲେ ବୃଦ୍ଧା ଶାଶୂ , ଶ୍ରୀମତୀ ଗୀତାଞ୍ଜଳୀ ଦେବୀ ଏବଂ ତାଙ୍କର ଏଇ ଦଶ ବର୍ଷର ପୁଅ - ଟିକୁ । ସ୍ବାମୀ ଚ଼ାଲିଯିବା ପରେ ବହୁତ ଭାଙ୍ଗି ପଡ଼ିଥିଲେ ଗୀତାଞ୍ଜଳୀ ଦେବୀ  । କ'ଣ ଖାଇବେ ଆଉ କେମିତି ବଞ୍ଚିବେ , ଏଇ ଚ଼ିନ୍ତା ସଦାସର୍ବଦା ଗ୍ରାସ କରି ଚ଼ାଲିଥିଲା ତାଙ୍କୁ । ତିନି ତିନିଟା ଉଦ...

ସୋମନାଥ ବ୍ରତ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ       ସୋମନାଥ ହେଉଛନ୍ତି ସ୍ବୟଂ ଶିବ । ସୋମର ଅର୍ଥ ଚନ୍ଦ୍ର  ; ନାଥର ଅର୍ଥ ସ୍ବାମୀ ବା ପ୍ରଭୁ । ସ୍ବୟଂ ଶଙ୍କର ସ୍ବ-ଶୀରରେ ଚନ୍ଦ୍ରଙ୍କୁ ଧାରଣ କରି ଚନ୍ଦ୍ରଙ୍କର ପ୍ରଭୁ ବୋଲି ପରିଚୟ ପ୍ରଦାନ କରିଛନ୍ତି । ସେ ଚନ୍ଦ୍ରଙ୍କୁ ନିଜର ଶୀରରେ ସ୍ଥାନ ପ୍ରଦାନିଥିବାରୁ ସୋମନାଥ ନାମ ଧାରଣ କରି ସଂସାରରେ ବିଦିତ । ଦ୍ବାଦଶ ଜ୍ଯୋତିର୍ଲିଙ୍ଗ ମଧ୍ଯରେ ସୋମନାଥଙ୍କ ସ୍ଥାନ ଅଛି । ସେ ପ୍ରଭାସ ତୀର୍ଥର ଅଧିଶ୍ବର ଅଟନ୍ତି । ଭାରତର ପ୍ରତିଚୀ ଦିଶେ ଆରବ ସାଗର ସୈକତରେ ସୋମେଶ୍ୱର ଜ୍ଯୋତିର୍ଲିଙ୍ଗ ପୂଜା ପାଇ ଆସୁଛନ୍ତି । ପ୍ରଭୁ ଶ୍ରୀ ସୋମନାଥଙ୍କ ପ୍ରୀତ୍ଯର୍ଥେ ଭାଦ୍ରବ ମାସ ଶୁକ୍ଳପକ୍ଷ ଠାରୁ ଆଶ୍ବିନ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ସୋମନାଥଙ୍କର ବ୍ରତକୁ ପାଳନ କରା ଯାଇଥାଏ । ପଶ୍ଚିମ ସୋମନାଥ ଏ ବ୍ରତର ଆରାଧ୍ଯ ଅଟନ୍ତି । ସ୍ବୟଂ ଶଙ୍କର ଏ ବ୍ରତର ବକ୍ତା ବନିଥିବା ବେଳେ ମାତା ପାର୍ବତୀ ଶ୍ରୋତା । ଓଡ଼ିଶାର ପୁରପଲ୍ଲୀରେ ମହିଳାମାନେ ଶ୍ରଦ୍ଧା ଓ ନିଷ୍ଠାରେ ଏହି ବ୍ରତଟିକୁ ପାଳନ କରିଥାଆନ୍ତି ।       ପ୍ରତ୍ଯୁଷରୁ ତଳ୍ପ ତେଜି ଅପମାରଙ୍ଗ ଦନ୍ତକାଷ୍ଠରେ ଦନ୍ତ ମଞ୍ଜନ କରି ହଳଦି ବାଟି ବା ମେଥି ବାଟି ଶରୀରରେ ଲେପନାନ୍ତେ ସ୍ନାନ କରିଥା'ନ...

ବାଲିତୃତୀୟା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ  ଘରେ ଘରେ ଶୁଭେ ଆଜି ଶଙ୍ଖର ନିନାଦ ହୁଳହୁଳି ଶବଦେ କର୍ଣ୍ଣ ହୁଏ ସ୍ତବ୍‌ଧ । ଘଣ୍ଟ ଘଣ୍ଟି ବାଜୁଅଛି ଉତ୍ସବ ମୁଖର ପୁରପଲ୍ଲୀ ପ୍ରତି ଘରେ ପୂଜାର ସମ୍ଭାର । ବାଲିତୃତୀୟା ବ୍ରତ ଇଏ ଶିବଙ୍କର ପୂଜା ମହାଥୁକେ ନାରୀମାନେ କରନ୍ତି ଏ ଓଷା । ଭାଦ୍ର ମାସ ଶୁକ୍ଳପକ୍ଷ ତୃତୀୟା ଦିବସେ ଏହି ଓଷା ଗୋଟି ସର୍ବେ କରନ୍ତି ସଧବେ । ତ୍ରେତୟାରେ ରାମଚନ୍ଦ୍ର ସାଗର କିନାରେ ସ୍ଥାପିଥିଲେ ଶିବଲିଙ୍ଗ ବାଲୁକା ରାଶିରେ । ରାମପ୍ରିୟା ହରିନେଲା ଲଙ୍କାର ରାଜନ ଭାଳି ଭାଳି ରାମଚନ୍ଦ୍ର ତନୁ ହେଲା କ୍ଷୀଣ  । ବାନର ସେନା ଧରି ରାମ ସାଗର କୂଳେ ଆଦ୍ଯେ ଦାଶରଥି ଦୁର୍ଗା ମାତାଙ୍କୁ ସ୍ମରିଲେ । ଦୁର୍ଗା ମାତା ଆଜ୍ଞା ଘେନି ଶ୍ରୀ କୋଦଣ୍ଡଧାରୀ ବାଲୁକାରେ ଶିବ ମୂର୍ତ୍ତି କରିଲେ ତିଆରି । ପ୍ରସନ୍ନ ହୋଇଣ ପ୍ରଭୁ କଲେ ପୂର୍ଣ୍ଣ କାମ ଆଜ୍ଞା ଦେଲେ ଶିବ ଶଙ୍କର ଯାଅ ଶ୍ରୀରାମ । ସାଗର ରାଜାଙ୍କୁ ରାମ କରନ୍ତୁ ପ୍ରସନ୍ନ  ସେତୁ ବାନ୍ଧନ୍ତୁ ସାଗରେ ଘେନି ସୈନ୍ଯଗଣ । ସେହିଦିନ ଠାରୁ ଏହି ବ୍ରତକୁ ନାରୀଏ ଏକମନେ ଏକପ୍ରାଣେ କରନ୍ତି ସଭିଏଁ  । ବାଲୁକାରେ ଶିବଲିଙ୍ଗ ଥାପନା କରନ୍ତି ପୂଜା ନଈବିଦ୍ଯ ଦେଇ ବ୍ରତ ପାଳିଥା'ନ୍ତି । ପ୍ରଭୁ ମହେଶ୍ୱର ପଦେ କୋଟିଏ ପ୍ରଣାମ ଦୀନ ହୀନ ଶିବ ପଦେ କରୁଛି ବନ୍ଦନ...

ଶାସ୍ତ୍ରାନୁସାରେଣ ଚ଼ତୁଃଯୁଗ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ       ଯୁଗ କହିଲେ କାଳକୁ ବୁଝାଏ । ହିନ୍ଦୁ ଧର୍ମାନୁସାରେ କାଳକୁ ଚ଼ାରି ଭାଗରେ ବିଭକ୍ତ କରାଯାଇଛି , ଯଥା :- ସତ୍ଯଯୁଗ ବା କୃତଯୁଗ , ତ୍ରେତାଯୁଗ , ଦ୍ବାପର ଯୁଗ ଓ କଳିଯୁଗ । ଗୋଟିଏ କଳ୍ପ ଗୋଟେ ଦିନ ଓ ଗୋଟେ କଳ୍ପ ଗୋଟେ ରାତି ବ୍ରହ୍ମାଙ୍କର । ଗୋଟିଏ ମହାଯୁଗ ବ୍ରହ୍ମାଙ୍କ ଗୋଟିଏ ଦିନ ଓ ଗୋଟିଏ ରାତି , ଅର୍ଥାତ ୪୩୨ କୋଟି ବର୍ଷ ; ବ୍ରହ୍ମାଙ୍କର ଏକ ରାତ୍ରି କଳ୍ପ ଶେଷରେ ବ୍ରହ୍ମା ସୃଷ୍ଟିକୁ ସଂହାର କରି ନିଦ୍ରା ଯା'ନ୍ତି ଏବଂ ସର୍ବତ୍ର ଅନ୍ଧକାର ହୁଏ । ରାତ୍ରି ଅପସରିଲେ ବ୍ରହ୍ମାଙ୍କର ନିଦ୍ରା ଭଙ୍ଗ ହୁଏ ଏବଂ ପୁନଃ ସୃଷ୍ଟି ଆରମ୍ଭ ହୁଏ ; ଏହିପରି କଳ୍ପ କଳ୍ପ ବ୍ଯାପି ସୃଷ୍ଟି - ସ୍ଥିତି - ପ୍ରଳୟ କ୍ରିୟା ଚ଼ାଲିଛି ।       ଚ଼ାରିଯୁଗ ମଧ୍ୟରେ ସତ୍ଯଯୁଗ ପ୍ରଥମ ଓ ଆଦର୍ଶ ଯୁଗ ଅଟେ । ଏହି ଯୁଗର ଉତ୍ପତ୍ତି ବୈଶାଖ ମାସର ଶୁକ୍ଳପକ୍ଷରେ ପଡୁଥିବା ଅକ୍ଷୟ ତୃତୀୟାରେ ରବିବାରରେ ହୋଇଥିଲା ଓ ଏହାର ପରିମାଣ ୧୭ ଲକ୍ଷ ୨୮ ହଜାର ବର୍ଷ ଥିଲା । ତ୍ରେତୟା ଯୁଗର ଉତ୍ପତ୍ତି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଁଳା ନବମୀ ତିଥିରେ ସୋମବାରରେ ହୋଇଥିବା ବେଳେ ଦ୍ବାପର ଯୁଗର ଉତ୍ପତ୍ତି ଭାଦ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଗୁରୁବାରରେ ହୋଇଥ...

ଗଣକବି

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି               ସମ୍ପାଦକ - ଉଦୟ ଭାନୁ  ବାଲ୍ଯେ ବୁଢ଼ାବାପାଙ୍କ ତୁଣ୍ଡରୁ ଶୁଣିଛି ଅନେକ ବାର ବିଦ୍ଯାଳୟ କାନ୍ଥରେ ଦେଖିଛି ଟଙ୍ଗା ଯାଇଥିବା ଚିତ୍ରପଟ୍ଟକୁ ତୁମର ।  ଦେଖିଛି ପୁଣି ମୋର ପାଠ୍ଯ ପୁସ୍ତକେ ତୁମର ସେ ଅଙ୍କିତ ଚିତ୍ରକୁ ପଢ଼ିଛି ତୁମ ଜୀବନ ଗୀତା ଜାଣିଛି ତୁମ କ୍ରାନ୍ତିକାରୀ ପ୍ରତିଭା । ମୋ' ଶିକ୍ଷକଙ୍କ ଗଳ୍ପ କଥନେ ମଧ୍ଯ ଉଦହରଣର ଶୀର୍ଷକରେ ତୁମେ ଓଡ୍ର ଐତିହ୍ୟ ସଂସ୍କୃତି ଆଉ ପରମ୍ପରାର ଉତ୍ସାହକ ବନିଛ । ନାନାଦି ସଂଙ୍ଘର୍ଷେ ପରିପୂର୍ଣ୍ଣ ପ୍ରାଣେ ଥକ୍କା ମେଣ୍ଟାଇବା ପାଇଁ ମଧ୍ୟ  କେବେ ବି ଉତ୍ସାହ ଆସିନି ତୁମର ସାଧନାରୁ ନେଇନ ବିରତି ।  ମାର୍ମିକ ଉପଲବ୍ଧି କରିଛ ସାହିତ୍ଯ ଓ ଜୀବନକୁ ଯାହା ତୁମ ଲେଖନୀ ମୁନେ ପ୍ରତିଫଳିତ  କ୍ରୟ କରିନିଏ ପାଠକ ହୃଦୟ ।  ତୁମ ହସ୍ତେ ରୋପିତ ସାହିତ୍ଯ ବୃକ୍ଷେ ଝୁଲୁଛି ଅନେକ ବିରାଟ ବିରାଟ ସମାଜ ପରିସ୍ଥିତି ଓ ପରିବେଶର ଫଳ ଖାଇ ବି ଆହୁରି ଖାଇବାର ଇଚ୍ଛା । ଭାରତର ପରାଧୀନତାର ରୂପରେଖ ଦର୍ଶନେ ନେତ୍ର ଯୁଗଳୁ ଝରି ପଡୁଥିଲା ଧାର ଧାର ଲୁହ ଯା' ଥିଲା ଲେଖନୀ ମୁନର ଅକ୍ଷର ।  ତୁମ ବିରୋଧାତ୍ମକ ଲେଖାର ଉତ୍ତର ନଥିଲା ବ୍ରିଟିଶ୍‌ ସମୀପେ ; ଆତ୍ମନିର୍ଭରଶୀଳତାର ସ୍ଲୋଗାନ୍‌ ଉତ୍ସାହ ଭରୁଥିଲା ଜନମାନସେ । ତୁମ ରଚିତ ଗୀତିନାଟ୍ଯର ପ୍ରତି ପଦରେ ଆତ୍ମନିର୍ଭରଶ...

ଗଣେଶ ପୂଜା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ ଚତୁର୍ଦ୍ଦିଗେ ଶୁଭେ ଆଜି ବାଦ୍ଯଘୋଷର ଝଙ୍କାର ଉତ୍କଳର ପୁରପଲ୍ଲୀ ଆଜି ଉତ୍ସବ ମୁଖର  । ଗ୍ରାମେ ଗ୍ରାମେ ଓ ନଗ୍ରେ ନଗ୍ରେ ସଙ୍ଗୀତର ମୂର୍ଚ୍ଛନା ସବୁରି ଓଷ୍ଠରୁ ଝରିଯାଏ ହସ ଚୁନା ଚୁନା । ବିଦ୍ଯାଳୟ ପ୍ରାଙ୍ଗଣରେ ଆଜି ଛାତ୍ରଛାତ୍ରୀଗଣ ଶିକ୍ଷକ ସମେତ ସଭିଙ୍କର ଉଲ୍ଲାସିତ ମନ । ପ୍ରତି ଗ୍ରାମେ ପ୍ରତି ନଗ୍ରେ ଆଜି ପୂଜାର ଆସର ଝଲସୁଛି ଶୋଭା ଦେଖ ଆମର ଗାଁ ସାହି ମେଢ଼ । ଥାଟେ ଥାଟ ସଜା ହୋଇଛି ନାନାଦି ଆଭୂଷଣେ ଭକ୍ତିର ରସରେ ଆପ୍ଯାୟିତ ଆଜି ନରଗଣେ । ନବ ବସ୍ତ୍ର ନବ ବେଶରେ ଉତ୍‌ଫୁଲ୍ଲିତ ମନେ ଭକ୍ତି ରସ ବର୍ଷିଯାଏ ଏଇ ଉତ୍କଳ ଭୁବନେ । ସହର୍ଷ ବଦନେ ସରବେ ହୁଅନ୍ତି ଆତଯାତ  ଆବାଳ ବୃଦ୍ଧ ବନିତା ଆଜି ସର୍ବେ ଆନନ୍ଦିତ । ନାନାଦି ଆଲୋକମାଳେ ଶୁଭ ତୋରଣ ମଣ୍ଡିତ ଆତସବାଜିର ଶବଦରେ କର୍ଣ୍ଣ ହୁଏ ସ୍ତବ୍‌ଧ । ଥାଟ ଦିଶଇ ସୁମନୋହର ଆଖି ଫେରେ ନାହିଁ ଗଣପତି ହେରମ୍ବ ଅଛନ୍ତି ଥାଟ ପରେ ରହି । ସେଲାଗି ଥାଟ ସୌନ୍ଦର୍ଯ୍ୟ ହୁଏ ଆହୁରି ବର୍ଦ୍ଧିତ  ବ୍ରାହ୍ମଣଙ୍କ ବେଦମନ୍ତ୍ରପାଠ ହୁଏ କର୍ଣ୍ଣପାତ । ଘଣ୍ଟଘଣ୍ଟା ଶଙ୍ଖନାଦେ ହରିବୋଲ ହୁଳହୁଳି  ମୃଦଙ୍ଗ ଭେରୀ ତୂରୀରେ ଥାନ ପଡ଼ଇ ଉଚ୍ଛୁଳି । କେତେ ଭୋଜିଭାତ ମହୋତ୍ସବ ହୋଇଥାଏ ଖଞ୍ଜା ପବିତ୍ର ଦିବସ ଆଜି ଏଇ ଗଣପତି ପୂଜା । ବିଦ୍ଯାଦାତା ବିଦ୍ଯା ଦିଅ ଦିଅ ପ୍ରଭୋ ଯଶ ଆୟୁ ...

"ଭାଦ୍ର"ର ରୁଦ୍ଧିମନ୍ତୀ ପର୍ବ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି        ଭାଦ୍ରପଦ ଯୁକ୍ତ ପୂର୍ଣ୍ଣିମା ପାତିତ ଚାନ୍ଦ୍ରମାସ ଭାଦ୍ରବ । ଏହା ଶରତର ଆଦ୍ଯାଗମନର ମାସ ଏବଂ ଉତ୍ସବମୁଖରର ମାସ ଅଟେ । ରେଖା ପଞ୍ଚମୀ , ଜନ୍ମାଷ୍ଟମୀ , ବୁଧିବାମନ ଓଷା , ସପ୍ତପୁରୀ ଅମାସ୍ଯା , ବାଲିତୃତୀୟା ବ୍ରତ , ଗଣେଶ ଚତୁର୍ଥୀ  , ଋଷି ପଞ୍ଚମୀ  , ଷଷ୍ଠୀଓଷା , ସୋମନାଥ ବ୍ରତ , କୁକ୍କୁଟୀ ବ୍ରତ , ରାଧାଷ୍ଟମୀ , ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ , ଶ୍ରୀ ବାମନ ଜନ୍ମ , ସୁନିଆ , ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ , ଇନ୍ଦ୍ରଧ୍ବଜ ପୂଜା , ଅନନ୍ତ ଚତୁର୍ଦ୍ଦଶୀ , ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସହିତ ପ୍ରତି ରବିବାର ଖୁଦରଙ୍କୁଣୀ ଓଷା ପାଳିତ ହୁଏ ଭାଦ୍ରବରେ । ଏ ମାସର ପ୍ରଭୁ ହେଲେ ହୃଷିକେଶ । ବ୍ଯାଖ୍ଯାନୁସାରେ ହୃଷିକ ଯିଏ ଅର୍ଥାତ ଯେ' ଇନ୍ଦ୍ରିୟେଶ୍ବର (ଇନ୍ଦ୍ରିୟ ମାନଙ୍କ ଈଶ୍ବର), ସେ ହିଁ ହୃଷିକେଶ । ସର୍ବେନ୍ଦ୍ରିୟ ତାଙ୍କର ହିଁ ବଶୀଭୂତ । ଭାଗବତାନୁସାରେ :-                 "ହୃଷିକ ମାନଙ୍କ ଈଶ୍ବର ।               ଶ୍ଯାମ ସୁନ୍ଦର କଳେବର ।।" ଲୋକନାଥ ବିଦ୍ଯାଧର ତାଙ୍କ "ନିଳାଦ୍ରି ମହୋତ୍ସବ"ରେ ସୁନ୍ଦର ବର୍ଣ୍ଣନା କରି କହିଛନ୍ତି ଯେ - "ଶ୍ରୀକୃଷ୍ଣଙ୍କ ନାମ ଶ୍ରବଣ ପରେ ଯେସନେକ "ତମ" ବା "ଅଜ୍ଞାନତା" ଅପସରି ଯାଏ , ତେସନେକ ଏ ମା...

ଓଡ଼ିଶା ପ୍ରକୃତ ଧନି ନା ଗରିବ ?

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି        ସବୁଦିନ ପରି ସକାଳୁ ସମାଜ କାଗଜ ଧରି ବସି ପଡ଼ିଲି । ଅନେକ ଭଲମନ୍ଦ ଖବର ଭିତରେ ହଜିଗଲି । ହଠାତ ଏକ ସମ୍ବାଦ ଉପରେ ଆଖି ପଡ଼ିଗଲା । ଚିହିଁକି ଉଠିଲି ତତକ୍ଷଣ । ସମାଜ କାଗଜର ପୃଷ୍ଠା ମଣ୍ଡନ କରିଛି ଏକ ଚାଞ୍ଚଲ୍ୟ ଖବର । ନରେନ୍ଦ୍ର ମୋଦି ଓଡ଼ିଶାକୁ ଗରିବ କହି ଉପହାସ କରିଛନ୍ତି । ସେଲାଗି ଓଡ଼ିଶା ଜନତା କ୍ଷୁବ୍ଧ । (ଏ ସନ୍ଦର୍ଭ ଲେଖା ବେଳକୁ) କାହିଁକି ଗରିବ କହିଲେ ? ଆମେ କ'ଣ ଗରିବ ସତରେ ! ନରେନ୍ଦ୍ର ମୋଦି ଠିକ୍‌ କଲେ ନା ଭୁଲ୍‌ ?        ପ୍ରକୃତରେ ଓଡ଼ିଶା କ'ଣ ଧନି ! ଯଦି ସେ ଧନି ତେବେ ଟଙ୍କିକିଆ ଚାଉଳ ପାଉଛି କେମିତି ? ବି.ପି.ଏଲ୍‌ (B.P.L) ତାଲିକାରେ ଗରିବ ବୋଲି ପରିଚିତ କେମିତି ? ଏଠି ଗରିବ ହେବା ପାଇଁ ପ୍ରତିଯୋଗିତା ଚାଲିଛି । ସରକାରୀ ଚାକିରିଆ ବି ଚାହୁଁଛି ବି.ପି.ଏଲ୍‌ କାର୍ଡ୍‌ଧାରୀ ବନିବାକୁ । କିଏ ଧନି ହେବାକୁ ପ୍ରତିଯୋଗିତା କରେ ; କିନ୍ତୁ ଗରିବ ହେବାକୁ ପ୍ରତିଯୋଗିତା ! ଲାଞ୍ଚଲୁଞ୍ଚା ଦେଇ ଇନ୍ଦିରା ଆବାସ ଯୋଜନା ହାତେଇବାକୁ ମଧ୍ଯ ପଛଉ ନାହାନ୍ତି ଏମାନେ । ପ୍ରକୃତ ଗରିବ ଯୋଉ ଅବହେଳିତକୁ ସେଇ ଅବହେଳିତ । ଗରିବ ମାନେ ନପାଇ ଗରିବ , ଆଉ ଧନିମାନେ ଗରିବ ଯୋଜନାରେ ନାମ ପଞ୍ଜୀକୃତ କରି ଗରିବ । ତେବେ ଧନି କୋଉଠୁ ଆସିଲେ ଓଡ଼ିଶାରେ ?        ଏଠି ବିନା ପଇସାରେ ମତଦାନ ହୁଏନି । ଗରିବ ...

ସନ୍ତୋଷୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ସନ୍ତୋଷୀ ଲୋ ସନ୍ତୋଷେ ତୁ ଦେଇଯାଆ ବର ଅଧମ ଶିବ ପ୍ରଣମେ ଚରଣେ ତୋହର । ଭୂକ୍ତି ମୁକ୍ତି ପ୍ରଦାୟିନୀ ମାଆ ଲୋ ସନ୍ତୋଷୀ  ଅଧମ ପୁତ୍ର ମୁଁ ତୋର ଘେନ ମୋ ମିନତୀ । ଜାଣି ନାହିଁ ଭକ୍ତି ମାଆ ନାହିଁ ମୋର ଜ୍ଞାନ ଜାଣି ନାହିଁ ପୂଜା ତୋର ବିଧିର ବିଧାନ । ମନ୍ତ୍ର ତନ୍ତ୍ର କ୍ରିୟାଚାର କିଛି ନାହିଁ ଜଣା ତଥାପି ଆକୁଳେ ମାଆ କରୁଛି ମାର୍ଜନା । ଭବ ସାଗରରେ ମାଆ ଭାସୁଅଛି ମୁହିଁ  ନାବ ଖଣ୍ଡେ କୂଳେ ମୋର ଦିଅ ମହାମାୟୀ । ତବ ତରଣୀରେ ପାରି ହେବି ଭବ ବାରି ଦୁଃଖ ସାଗରରୁ ମା' କରିଦିଅ ପାରି । ଏତିକି ମାଗୁଣି ମାଆ ଶ୍ରୀପୟରେ ତୁମ୍ଭର ଦୀନ ଶିବ ସ୍ତୁତି କରେ ଯୋଡ଼ି ତା'ର କର ।           ସମ୍ପାଦକ - ଉଦୟ ଭାନୁ  ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୯୧୭୪୮୦୫୩୬ 

ହିନ୍ଦୁ ନାରୀର ଷୋହଳ ଶୃଙ୍ଗାର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି            ସମ୍ପାଦକ - ଉଦୟ ଭାନୁ        ବିଶ୍ବାସ ଅର୍ଥ ଗ୍ରହଣ , ଅନ୍ଯର୍ଥରେ କହିଲେ ଗ୍ରହଣ କରିବା ; କୌଣସି କଥାକୁ ଗ୍ରହଣ କରିବା ହେଲା ବିଶ୍ବାସ । ସବୁ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମରେ ଥିବା କିଛି କଥାକୁ ବିଶ୍ବାସ କରନ୍ତି ଶତକଡ଼ା ୯୦ ଭଗ ହିନ୍ଦୁ ; ଏହା ନିଆରା ଏବଂ ଏଥିରେ ସର୍ବାଧିକ ବିଶ୍ୱାସ ଅଛି । ଆଜି ଆସନ୍ତୁ ଆମେ ହିନ୍ଦୁ ଧର୍ମରେ ପ୍ରଚ଼ଳିତ କିଛି ବିଶ୍ବାସ ବିଷୟରେ କଥାବାର୍ତ୍ତା ହେବା । ସବୁ ଧର୍ମର ବିଶ୍ବାସ ଓ ହିନ୍ଦୁ ଧର୍ମର ବିଶ୍ବାସ ମଧ୍ୟରେ ରୋଚ଼କତା କେବଳ ହିନ୍ଦୁ ଧର୍ମରେ । ଧର୍ମର ଦ୍ବାହି ଦେଇ ଲୁକ୍କାୟିତ ଭାବରେ ବିଜ୍ଞାନକୁ ଜାବୁଡି ଧରିଛି ତ କେଉଁଠି ନୀତିବାଣୀ ଜରିଆରେ ସମସ୍ଯାର ସମାଧାନ କରୁଛି , ଆଉ କେଉଁଠି କିଛି ଅନ୍ଧବିଶ୍ୱାସ ବି ରହିଛି । ଆସନ୍ତୁ ଜାଣିବା ଏହି ସବୁ ବିଷୟରେ ।       କୌଣସି ଘଟଣାର ସତ୍ଯାସତ୍ୟ ନଜାଣି ଅନ୍ଧ ଭାବରେ ବିଶ୍ବାସ କରିବା ହେଉଛି ଅନ୍ଧବିଶ୍ୱାସ , ଯାହା ହିନ୍ଦୁ ଧର୍ମରେ ଅତିମାତ୍ରାରେ ଦୃଶ୍ଯମାନ । ରୋଗର ନିଦାନ ଯେ ଝଡ଼ାଫୁଙ୍କା କରିବା , ଏକଥା ଏକ ଦୃଷ୍ଟିରୁ ଅନ୍ଧବିଶ୍ୱାସ । ଡ଼ାକ୍ତରଖାନା ନନେଇ ତାନ୍ତ୍ରିକ ପାଖରେ ଝଡ଼ାଫୁଙ୍କା କରିବା କେତେଦୂର ଠିକ୍‌ ? ହିନ୍ଦୁ ଧର୍ମରେ ଥିବା ଏଭଳି ଅନ୍ଧବିଶ୍ୱାସ ଜୀବନ ବି ନେଇପାରେ , ତଥାପି ତୁଟୁନି ଜନମାନସରୁ ଏ...

ରଜ ଗୀତରେ କଲମ କୀଳା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                  ସମ୍ପାଦକ - ଉଦୟ ଭାନୁ        ବନସ୍ତେ ଡ଼ାକିଲା ଗଜ , ସାହିତ୍ଯ ବେପାରୀ କଲେ ମଉଜ ,          କଲେ ମଉଜ ଲୋ      ମୁଖେ ନାହିଁ ଟିକେ ଲାଜ ।।           ରଜ ଦୋଳି କଟମଟ ,       ମାନପତ୍ର ବିକ୍ରି ହେଲା ବିଭ୍ରାଟ ,             ହେଲା ବିଭ୍ରାଟ ଲୋ            ଗାଆଁରୁ ସହର ନାଟ ।।           ରାଶିରୁ ଛାଡ଼ିଲା ଚ଼ୋପା ,       ସାଧୁବାଣୀ ଶୁଣି ଚ଼ୋରଙ୍କ ଖପା ,               ଚ଼ୋରଙ୍କ ଖପା ଲୋ             ଗଣମାଧ୍ୟମରେ ଢ଼ପା ।।             ଉଡ଼ିଲା ଶୁଆ ନାହାକା ,        ଶୋଷଣକାରୀଏ ଦେଲେକ ଡ଼କା ,                ଦେଲେକ ଡ଼କା ଲୋ            ରୁଣ୍ଡ ହେଲେ ବୋପା-କକା ।।           ...

ଉନିର ଗୁରୁ ପୂଜା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                  ସମ୍ପାଦକ - ଉଦୟ ଭାନୁ        ଛୋଟ ଗାଁଟିଏ ପଦୁଅଁପୁର । କୋଡ଼ିଏ କି ତିରିଶିଟି ଘର ମାତ୍ର । ସେହି ଗାଁରେ ରହୁଥିଲେ ଜଣେ ଅତି ଗରିବ ପରିବାର ; ପରିବାର କହିଲେ ପାଞ୍ଚ ଜଣ ଲୋକ । ଜୀବଧନ ରଣା , ତାଙ୍କ ସ୍ତ୍ରୀ ଜନନୀ ଦେବୀ , ଦୁଇ ପୁଅ ବାଙ୍କିଆ ଓ ସଦା ଏବଂ ଝିଅ ଉନି । ବାଙ୍କିଆ ଓ ସଦା ଗୋଟିଏ ଶ୍ରେଣୀରେ ପଢ଼ନ୍ତି ; ଦୁଇ ଜଣ ତୃତୀୟ ଶ୍ରେଣୀର ଛାତ୍ର । କିନ୍ତୁ ଝିଅ ପଞ୍ଚମ ଶ୍ରେଣୀରେ ପଢ଼େ । ଉନି କିନ୍ତୁ ବହୁତ ଭଲ ପଢ଼େ । ବାପା ଜୀବଧନ ରଣା ଜଣେ ଚାଷୀ । ବହୁ କଷ୍ଟରେ ପରିବାର ଚଳାନ୍ତି । ଚାଳ ଛପର ଘର ; ମାଟି କାନ୍ଥକୁ ମାଟି ଚଟାଣ । ପିଲାମାନେ ପାଠ ପଢ଼ି କେମିତି ମଣିଷ ହେବେ , ସେଇ ଚିନ୍ତାରେ ଘାରି ହୁଅନ୍ତି ବାପା ଆଉ ମାଆ ଦିହେଁ । ଚାଷବାସରୁ ଯାହା ମିଳେ , ଘର ଚଳେଇବା କଷ୍ଟ ହୋଇପଡ଼େ । ଦୁଇ ପୁଅ ଓ ଗୋଟେ ଝିଅର ପଢ଼ା ଖର୍ଚ୍ଚ ତୁଲେଇବା ସହଜ ହୁଏନି । ପାଠ ପଢ଼ାଇବାକୁ ମନା କରିଦେଇଥିଲେ ; କିନ୍ତୁ ଶ୍ରେଣୀ ଶିକ୍ଷକଙ୍କ ଅନୁରୋଧରେ ସେ ବାଧ୍ୟ ହୋଇ ପଢ଼ାଇ ଚାଲିଛନ୍ତି  ।      ଦିନକର ଘଟଣା , ଶ୍ରେଣୀରେ ଶିକ୍ଷକ ପଢ଼ାଇବାକୁ ଲାଗିଛନ୍ତି । ପାଠ ପଢ଼ାଇବା ବେଳେ କିଛି ଗୋଟିଏ ଉଦାହରଣ ଦେଇ ଗୁରୁଙ୍କ ଉପରେ କହିଲେ । ରାତି ପାହିଲେ ଗୁରୁ ଦିବସ ହେବ । ସବୁ ପିଲାମାନେ ଗୁରୁଙ୍...

ମାମୁଁଘର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ମାମୁଁଘର ମୋର      ଗଞ୍ଜାମ ଜିଲ୍ଲାରେ            ଗ୍ରାମ ସାମନ୍ତରାପୁର ମାମୁଁ ମାଇଁ ମୋତେ     କରନ୍ତି ଆଦର        ସ୍ନେହରେ କରନ୍ତି କୋଳ ।୧ ମାମୁଁଙ୍କର ନାମ      ସୂର୍ଯ୍ଯନାରାୟଣ          ମାଇଁଙ୍କ ନାମ କାମିନୀ ଅନିଲ୍‌ ବିକାଶ      ଦୁଇ ପୁଅ ତାଙ୍କ         ଝିଅଟିର ନାମ ସୁନି ।୨ ମାମୁଁଙ୍କର ସ୍ନେହ     କହିଲେ ନ ସରେ        ଭାଷାରେ ନ ପାରେ ବର୍ଣ୍ଣି ମାଇଁଙ୍କର ସ୍ନେହ      ଆଦର ଯତନ       ଭଣିଲେ ସେ ସରିବନି ।୩ ମାମୁଁ ପୁଅ ଭାଇ     ଡାକି ଶିବ ଭାଇ        ପାଶେ ମୋ' ଆସନ୍ତି ଧାଇଁ  ମାମୁଁ ଝିଅ ସୁନି      ଭାରି ଅଭିମାନୀ       ତା' ସ୍ନେହ ଭୁଲିବି ନାହିଁ ।୪ ଅତି ଆପଣାର      ମାମୁଁଘର ମୋର          ସ୍ନେହେ ନାହିଁ ପଟାନ୍ତର  ମାମୁଁଘରେ ମୋତେ     ମିଳଇ ଆନନ୍ଦ         ସତେ ସେ ସରଗପୁର...

ତୁମ ଅପେକ୍ଷାରେ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ଜାଣିନି ମୁଁ ତୁମେ କିଏ କେଉଁ ଦେଶେ ଘର କାଇଁ କେଜାଣି ମନ ତୁମ ଲାଗି ବ୍ଯାକୁଳ ପଢ଼ିଅଛି ମୁଁ ଅନେକ କବିତା ତୁମର କବିତା ଆକାରେ ମନ ମୋହିଅଛ ମୋର । ଆଜିଯାଏଁ କେବେ ମୁଁ ଦେଖି ନାହିଁ ତୁମକୁ ତଥାପି ଲାଗୁଅଛ ମୋତେ ତୁମେ ନିଜର ଶୁଣିନାହିଁ କେବେ ତୁମ ମଧୁମୟ ସ୍ବର ତଥାପି ମୋ ମନ କାହିଁ ଅଥୟ ଅଧିର । ଅଠରଟି ଫଗୁଣ ଛୁଇଁ ଗଲାଣି ମୋତେ ଷୋଳ ଫଗୁଣରୁ କେତେ ଖୋଜିଛି ତୁମକୁ ଏମିତି ନାହିଁ ଦିନ ଖୋଜି ନାହିଁ ମୋ ମନ ସାକ୍ଷୀ ରୂପେ ଦର୍ଶାଇବି ମୁଁ ଆଉ କାହାକୁ !!! କାନନେ ପରବତେ ନଦୀକୂଳେ ଖୋଜିଛି ଖୋଜିଛି ଗହୀର ପାଟେ ଦୂର ତାଳବଣେ ଭସା ବାଦଲକୁ ବାର୍ତ୍ତାବହଟିଏ କରି ବାରତା ପଠେଇଛି ମୁଁ କେତେ ତୁମ ନାମେ । ଆଜିଯାଏଁ ପାଇନି ପ୍ରତ୍ଯୁତ୍ତର ତୁମର କେବେ ଜଣାଇନି ମୋତେ ଏ ଭସା ବାଦଲ ପ୍ରତୀକ୍ଷାର ଅନ୍ତ କେବେ ହୋଇବ ସମ୍ଭବ କରିନେବ ମୋତେ ତୁମେ ଅତି ଆପଣାର । କେବେ ଦେଖା ହେବ ମୋର ତୁମ ସାଥେ ପ୍ରିୟ ସିନ୍ଥିରେ ମୋର ଭରିଦେବ ଟୋପେ ସିନ୍ଦୂର  ନାଲି ଶାଢ଼ୀ ଶଙ୍ଖା ମଙ୍ଗଳସୂତ୍ର ପିନ୍ଧାଇ ନେଇଯିବ ତୁମ ସାଥେ ଘରକୁ ତୁମର । ତୁମକୁ ଚାହିଁ ଚାହିଁ କାଟିଦେବି ଜୀବନ ଭାବିଛି ତୁମକୁ ମନେ ମୁଁ ମୋ ପ୍ରାଣ ଆଶ ତୁମ ବିନା ଜୀବନ ମୋ ସାର୍ଥକ ନୁହେଁ  ଜୀବନ ମୋର ଲାଗେ ମୋତେ ଶୂନ୍ଯ ହତାଶ  । ପ୍ରତିଷ୍ଠାତା/ ମୁଖ୍ୟ ସମ୍ପାଦକ - ସୁଦ...

ଅଷ୍ଟବିଧ ବିବାହ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                  ସମ୍ପାଦକ - ଉଦୟ ଭାନୁ         ବିବାହ କହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସହ ସାମାଜିକ ଓ ଆଇନଗତ ସ୍ବୀକୃତି ସହିତ ସହବସ୍ଥାନ ଓ ପରସ୍ପର ପ୍ରତି ତଥା ତାଙ୍କର ପିଲା ମାନଙ୍କ ଏବଂ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଆଉ କର୍ତ୍ତବ୍ୟକୁ ବୁଝାଏ । ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଥାଏ , କିନ୍ତୁ ଏହା ଏକ ଅନୁଷ୍ଠାନ ଯେଉଁଥିରେ ମୁଖ୍ଯତଃ ଯୌନ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଏ । ଏହା ସହିତ ପାରିବାରିକ , ସାମାଜିକ , ଅର୍ଥନୈତିକ , ଧର୍ମ ସମ୍ବନ୍ଧୀୟ ଭାବୁକତା ମଧ୍ଯ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କିଛି ସଂସ୍କୃତିରେ ଅଛି , ଯୌନ କାରବାର କରିବା ପୂର୍ବରୁ ବିବାହ ବାଧ୍ଯତାମୂଳକ । କିଛି ସଂସ୍କୃତି ସ୍ଥିରୀକୃତ ବିବାହ , ବାଲ୍ଯ ବିବାହ , ଏକାଧିକ ବିବାହ ଏବଂ ବଳପୂର୍ବକ ବିବାହ କରନ୍ତି । ଅନ୍ଯପକ୍ଷେ ଏଭଳି ବିବାହ ଅନେକ ସ୍ଥାନରେ ବେନିୟମ ଓ ଦଣ୍ଡନୀୟ ଅଟେ ; କାରଣ ଏହା ମହିଳାଙ୍କ ଅଧିକାରର ଆନ୍ତର୍ଜାତୀୟ ନିୟମର ପରିପନ୍ଥୀ । ଆଗରୁ ଅଣସ୍ବୀକୃତ ଥିହା ଭିନ୍ନ ଜାତି ବିବାହ , ଭିନ୍ନ ବିଶ୍ବାସ ବିବାହ , ସମଲିଙ୍ଗୀ ବିବାହକୁ ଅନେକ ଦେଶ ବିଂଶ ଶତାବ୍ଦୀରେ ସ୍ବୀକୃତି ପ୍ରଦାନ କରିସାରିଛନ୍ତି  । ହିନ୍ଦୁ ମାନଙ୍କର ଦଶବିଧ ସଂସ୍କାର ଗର୍ଭାଧାନ , ପୁଂସବନ , ସ...