ତୁମ ଅପେକ୍ଷାରେ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 

ଜାଣିନି ମୁଁ ତୁମେ କିଏ କେଉଁ ଦେଶେ ଘର
କାଇଁ କେଜାଣି ମନ ତୁମ ଲାଗି ବ୍ଯାକୁଳ
ପଢ଼ିଅଛି ମୁଁ ଅନେକ କବିତା ତୁମର
କବିତା ଆକାରେ ମନ ମୋହିଅଛ ମୋର ।

ଆଜିଯାଏଁ କେବେ ମୁଁ ଦେଖି ନାହିଁ ତୁମକୁ
ତଥାପି ଲାଗୁଅଛ ମୋତେ ତୁମେ ନିଜର
ଶୁଣିନାହିଁ କେବେ ତୁମ ମଧୁମୟ ସ୍ବର
ତଥାପି ମୋ ମନ କାହିଁ ଅଥୟ ଅଧିର ।

ଅଠରଟି ଫଗୁଣ ଛୁଇଁ ଗଲାଣି ମୋତେ
ଷୋଳ ଫଗୁଣରୁ କେତେ ଖୋଜିଛି ତୁମକୁ
ଏମିତି ନାହିଁ ଦିନ ଖୋଜି ନାହିଁ ମୋ ମନ
ସାକ୍ଷୀ ରୂପେ ଦର୍ଶାଇବି ମୁଁ ଆଉ କାହାକୁ !!!

କାନନେ ପରବତେ ନଦୀକୂଳେ ଖୋଜିଛି
ଖୋଜିଛି ଗହୀର ପାଟେ ଦୂର ତାଳବଣେ
ଭସା ବାଦଲକୁ ବାର୍ତ୍ତାବହଟିଏ କରି
ବାରତା ପଠେଇଛି ମୁଁ କେତେ ତୁମ ନାମେ ।

ଆଜିଯାଏଁ ପାଇନି ପ୍ରତ୍ଯୁତ୍ତର ତୁମର
କେବେ ଜଣାଇନି ମୋତେ ଏ ଭସା ବାଦଲ
ପ୍ରତୀକ୍ଷାର ଅନ୍ତ କେବେ ହୋଇବ ସମ୍ଭବ
କରିନେବ ମୋତେ ତୁମେ ଅତି ଆପଣାର ।

କେବେ ଦେଖା ହେବ ମୋର ତୁମ ସାଥେ ପ୍ରିୟ
ସିନ୍ଥିରେ ମୋର ଭରିଦେବ ଟୋପେ ସିନ୍ଦୂର 
ନାଲି ଶାଢ଼ୀ ଶଙ୍ଖା ମଙ୍ଗଳସୂତ୍ର ପିନ୍ଧାଇ
ନେଇଯିବ ତୁମ ସାଥେ ଘରକୁ ତୁମର ।

ତୁମକୁ ଚାହିଁ ଚାହିଁ କାଟିଦେବି ଜୀବନ
ଭାବିଛି ତୁମକୁ ମନେ ମୁଁ ମୋ ପ୍ରାଣ ଆଶ
ତୁମ ବିନା ଜୀବନ ମୋ ସାର୍ଥକ ନୁହେଁ 
ଜୀବନ ମୋର ଲାଗେ ମୋତେ ଶୂନ୍ଯ ହତାଶ  ।

ପ୍ରତିଷ୍ଠାତା/ ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା