Posts

Showing posts from February, 2024

ଏକପଦୀ ଓ ଦୁଇପଦୀ କବିତା

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                 କବିତା କହିଲେ ଭାବ ପ୍ରକାଶର ଏକ ମାଧ୍ଯମ ଅଟେ । ମନର ଭାଷା ପରିସ୍ଫୁଟନ କରିବାର ଏକ ସରଣୀ । "କର୍ମ-ବିଷୟ-ତାରତମ୍ୟ''ର ମିଶ୍ରଣ କବିତା । କବି ତା'ର କବିତାରେ ଏ ତିନୋଟି ଜିନିଷକୁ ସ୍ଥାନିତ କଲେ ତାହା କବିତାର ଏକ ପୂର୍ଣ୍ଣାଙ୍ଗ ରୂପରେ ପରିଦୃଷ୍ଟ ହୁଏ । କର୍ମ କରିବାକୁ ପ୍ରେରଣା ଓ କୁକର୍ମରୁ ବିରତ ତଥା ବିଶେଷ ଜ୍ଞାନର ଆବଣ୍ଟନ ସହିତ ଶବ୍ଦାଳଙ୍କାରରେ ତାରତମ୍ୟତା କବିତାକୁ ଶ୍ରୀବୃଦ୍ଧି କରାଇବାରେ ବିଶେଷ ସହାୟତା ଯୋଗାଏ । କବି ଅସାଧାରଣ , କାରଣ ତାଙ୍କ ଦୃଷ୍ଟିରେ ପ୍ରତିଟି ଜିନିଷର ଏକ ସ୍ବତନ୍ତ୍ର ଭିନ୍ନତା ରହିଛି । ସାଧାରଣ ଲୋକ ଅପେକ୍ଷା ସେ ଭିନ୍ନ ଦୃଷ୍ଟିରେ ଦେଖି ସ୍ବତନ୍ତ୍ର ଢ଼ଙ୍ଗରେ ଉପସ୍ଥାପନା କରନ୍ତି । ତେଣୁ ଅଗ୍ନି ପୁରାଣ ପ୍ରମାଣ ଦିଏ -      "ନରତ୍ବଂ ଦୁର୍ଲଭ ଲୋକେ ବିଦ୍ଯାସ୍ତତ୍ର ସୁଦୁର୍ଲଭା         କବିତ୍ୱଂ ଦୁର୍ଲଭାସ୍ତତ୍ର ଶକ୍ତିସ୍ତତ୍ର ସୁଦୁର୍ଲଭା ।"        ଈଶ୍ବର କୃପା ବିନା କବିତ୍ୱ ଲାଭ ଅସମ୍ଭବ । କବି ଅର୍ଥ ବିଦ୍ବାନ ବା ପଣ୍ଡିତ । ସେତିକି ଜ୍ଞାନ ଦରକାର ଏଲାଗି , ସେ ପୁଣି କୋଉ ଜ୍ଞାନ ? ସେ ଜ୍ଞାନ ହେଉଛି ପାରିପାର୍ଶ୍ୱିକ ପରିସ୍ଥିତିକୁ ଲକ୍ଷ୍ଯ କରି ଭିନ୍ନତା ପରିପ୍ରକାଶର ଜ୍ଞାନ । ତେବେ ଛାନ୍ଦ , ଚଉପଦୀ , ...

ସ୍ମୃତି ସୁଗନ୍ଧ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ମନ କଲମରେ       କୋହର କାଳିରେ        ଲେଖିଲି ଶେଷ କବିତା ଇଚ୍ଛା ହେଲେ କେବେ     ନିଶ୍ଚିତ ପଢ଼ିବେ          ଶବ୍ଦରେ ସଜ୍ଜିତ ବ୍ଯଥା ।    ଜନମ - ମରଣ       ନିୟତି ନିଦାନ            କରିବ କେ' ତାକୁ ଆନ ଦୁଃଖ ନ କରିବ       ଯେବେ ବି ଶୁଣିବ         ଶରୀରେ ନାହିଁ ମୋ' ପ୍ରାଣ । ସୁଖ ମୋ' ଜୀବନେ     ଆସିନାହିଁ ଦିନେ             ଜନମୁ ଯନ୍ତ୍ରଣାସିକ୍ତ    ଅଭିନୟ କରି       ଏଯାଏଁ ବଞ୍ଚିଲି            କାହାକୁ କରିନି ବ୍ଯକ୍ତ ।    ମୋର ରକ୍ତ ଯିଏ       ଶତ୍ରୁ ସମ ସିଏ           ଦୁଃଖ ଦେଲେ ଆଜୀବନ ମୋତେ ଯେବେ ପର       କଲା ଆପଣାର            ଭିଡ଼ି ନେଲେ ଜନ୍ତୁରାଣ ।      ମିତ୍ର...

ଆମ ଦେଶର ଶାସନ ପ୍ରଣାଳୀ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି       ଦିନେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବା ବେଳେ ଦୂରଦର୍ଶନ ପରଦାରେ ହାସ୍ଯଭିନେତା ଜୟୀରାମ ସାମଲଙ୍କର ତୁଣ୍ଡରୁ ଅଭିନୟ ମାଧ୍ୟମରେ କହିଥିବା କଥାଟିଏ ଶୁଣିଥିଲି , ଯାହା ଏଯାବତ ମୋର ସ୍ମରଣ ଅଛି । କଥାଟି ହେଲା - "ପାନ-ଗୁଆ-ଖଇର-ଗୁଜୁରାତି , ଭଲ ବ୍ଯବସାୟ ରାଜନୀତି ।" ସେଇ କଥାକୁ ନେଇ ସେହି ଚଳଚ୍ଚିତ୍ରରେ ଗୀତଟିଏ ମଧ୍ଯ ହୋଇଥିଲା । ସେ ଗୀତରେ ବର୍ଣ୍ଣିତ ପ୍ରତ୍ଯେକଟି ଧାଡ଼ି ବାସ୍ତବ ବୋଲି ମୁଁ ଭାବୁଛି ; ନିଜ ଆଖିଲେ ବି ଦେଖୁଛି । ସେ ଗୀତର ଗୀତିକାରଙ୍କୁ ମୋର ମୋର ସାଦର ପ୍ରଣାମ । ସେ ଯାହା ବି ଲେଖିଥିଲେ ଅକ୍ଷରେ ଅକ୍ଷରେ ସତ୍ଯ ହିଁ ଲେଖିଥିଲେ ବୋଲି ପରିଣତ ବୟସରେ ମୋତେ ଜ୍ଞାତ ହୋଇଛି । ପୁନରାୟ ଆଉ ଏକ ଚଳଚ୍ଚିତ୍ରରେ ଅଶ୍ରୁମୋଚନ ମହାନ୍ତିଙ୍କର ଅଭିନୀତ ଗୀତଟିଏ ଶୁଣିଥିଲି ଓ ଦେଖିଥିଲି । ଗୀତଟି ଥିଲା - ରାଜା ଖାଏ ମନ୍ତ୍ରୀ ଖାଏ ଦେଶ ଭାସିଯାଏ , ରାତାରାତି କଳା ଏଠି ଧଳା ହୋଇଯାଏ ।" ଆଜିର ଯୁଗରେ ଏ ଗୀତଟି ବାସ୍ତବତାର ଚିତ୍ର ପ୍ରଦର୍ଶନ କରୁଛି । ଆଉ ଗୋଟିଏ ବି ଅଡ଼ିଓ ସଙ୍ଗୀତ ଶୁଣିଥିଲି । ଗୀତଟି ହେଲା - "ତ୍ରିରଙ୍ଗାରେ ତ୍ରିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ।" ଏ ଗୀତଟି ବି ଆଜିର ରାଜନୈତିକ ସମାଜକୁ ଇଙ୍ଗିତ କରି ଲିଖିତ । ରାଜନୀତିର ପଶାପାଲିରେ ଜନସାଧାରଣ ବଳି ପଡ଼ିବାରେ ଲାଗିଛନ୍ତି ଏବଂ କିଛି ରାଜନୈତିକ ଦଳ ଲୋଭ ମୋହର ବଶବର୍ତ୍ତୀ ହୋଇ...

ଗ୍ରୀଷ୍ମ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ଗ୍ରୀଷମ ଆସିଲେ ଧରାକୁ ଓହ୍ଲେଇ ଛାୟାପତି କର ପ୍ରଖର ହୁଅଇ ।  ତରୁତୃଣ  ନୀଳଶାଢ଼ୀ ଶୁଷ୍କ ହୋଇ ଅପ୍ରଚ୍ଛିନ୍ନ ଦିଶଇ ସୁନ୍ଦର ମହୀ ।୧ ଝାଞ୍ଜି ବାଆରେ ଗାତ୍ର ହୁଏ ଅସ୍ଥିର ଅମ୍ବୁ ବିହୁନେ ପ୍ରାଣୀ କୁଳ ଆତୁର । ଗ୍ରୀଷମ କାଳ ଲାଗଇ ଅସୁସାର ଅଂଶୁଘାତେ ପଥିକ ଛାଡ଼େ ପରାଣ ତା'ର ।୨ ମୃଗତୃଷ୍ଣା ଦେଖି ପଥିକ ଭ୍ରମିତ ଆତୁର ହୁଅଇ ନ ସହି ଆତପ । ପଥ ଚାଲେ ଧରି କରେ ଆତପତ୍ର ଅବକରେ ତରୁମୂଳେ ହୋଇ କ୍ଳାନ୍ତ  ।୩ ଆଖୁ ଆପଣିକ ପଥେ ଡାକୁଥାଏ  ଆଖୁରସ ପାନେ ତୃଷା ମେଣ୍ଟିଯାଏ । ଆମ୍ବ ପଣସରେ ଧରା ଭରିଥାଏ ଥଣ୍ଡା ପାନୀୟରେ ମନ ତୁଷ୍ଟ ହୁଏ ।୪ ସାୟାହ୍ନେ ଝରେ ଶୀତଳ ଅଭ୍ରଙ୍କଷ ଉଷ୍ଣତା ନାଶ ଯାଇ ଲାଗେ ସନ୍ତୋଷ । ବଇଶାଖ ଜ୍ଯେଷ୍ଠ ଏଇ ଦୁଇ ମାସ ଅସହ୍ୟ ଉଷ୍ମତା ହୁଏ ପରକାଶ ।୫ ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ             ୮୨୪୯୭୭୨୩୬୧

ଛୋଟ ଘଟଣା ବଡ଼ ସମସ୍ୟାର ଉତ୍ପାଦକ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         କହିବ କାହାକୁ ଶୁଣିବ କିଏ ? ସମସ୍ତେ ସୁବିଧାବାଦୀ ତାଲିକାରେ ନାମ ପଞ୍ଜୀକୃତ କରି ସାରିଛନ୍ତି । ନିଜର ସୁବିଧା ପାଇଁ କାହାକୁ ବି ଅସୁବିଧାରେ ପକାଇବାକୁ ପଛାନ୍ତି ନାହିଁ । ସେଇ ଟିକିଏ ସୁବିଧା ଯେ ଭବିଷ୍ଯତରେ ବହୁତ ବଡ଼ ଅସୁବିଧାକୁ ନିମନ୍ତ୍ରଣ କରେ , ତାହା ଭାବିବା ବା ଜାଣିବା ନିହାତି ଜରୁରୀ । ଖୁବ୍‌ କମ୍‌ ପରିଶ୍ରମରେ ଅଧିକ ଲାଭବାନ ହେବା ନିଶାଟା , ମଣିଷକୁ ବେଳେବେଳେ କ୍ଷତି ପହଞ୍ଚାଇବାର ମାଧ୍ୟମ ହୋଇପଡ଼େ । କଥାରେ ଅଛି  - "ଶସ୍ତାରୁ ହୀନସ୍ଥା" ; ଜଣଙ୍କ ସୁବିଧା ପାଇଁ ପଣେ ହଇରାଣ ହରକତ ।        ବିଶେଷତଃ ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରିବାକୁ ଚାହିଁବି । ଆମେ  ପରିବେଶକୁ ଯେତେ ସଫାସୁତୁରା ରଖିବା , ଆମେ ସେତେ ସୁସ୍ଥ ରହିବା । ଅଳିଆ ଆବର୍ଜନା ସବୁ ସଫା କରିବା , ପଲିଥିନ୍‌ ପରି ଦ୍ରବ୍ଯର ବ୍ଯବହାରରୁ ଦୂରେଇ ରହିବା , ଘର ପାକରେ ଥିବା ଖାଲଖମା ଓ ନାଳନର୍ଦ୍ଦମା ଆଦିକୁ ନିବୁଜ କରିବା ପ୍ରଥମ କର୍ତ୍ତବ୍ଯ । ରାସ୍ତା ପାଖରେ କିମ୍ବା ଜଳାଶୟ ଆଦି ପାକରେ ମଳମୂତ୍ର ଆଦି ତ୍ଯାଗ ନ କରିବା ସର୍ବାଦୌ ହିଁ କର୍ତ୍ତବ୍ଯ ହେବା ଉଚିତ । ପୁଷ୍କରିଣୀ ପରିଷ୍କାର ରକିବା ବି ଉଚିତ । ଏଣେତେଣେ ଛେପଖଙ୍କାର ପକାଇବା ବି ପରିବେଶ ପ୍ରଦୂଷଣର ଏକ ଅଙ୍ଗ । ଏସବୁ ପ୍ରତି ଧ୍ଯାନ ଦେବା ଉଚିତ ।      ...

ଏ ତ କଳିକାଳ ରୀତି

  ଏ ତ କଳିକାଳ ରୀତି                  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି             ମାଇଲି ଖପରାକାତି  କହିବାକୁ ମତେ     ଲାଜ ଲାଗେ ଏତେ            କୁଆଡ଼େ ସମାଜ ଗତି ।           ପାନରୁ ଖସିଲା ଚୂନ ନିର୍ଲଜ ହାତରେ      ସଂସ୍କୃତି ବିପନ୍ନ        ସାହିତ୍ୟେ ରହୁନି ମାନ ।             ରଜ ଦୋଳି କଟମଟ  ଲବି କରି କବି     ହୋ'ନ୍ତି ଖୋବାଖୋବି          ରାଜନୀତି ଭୁଲେ ରାଟ ।          ତେଲିଆ ମୁଣ୍ଡରେ ତେଲ ସାଧାରଣ ଜ୍ଞାନ      ହୀନ ହେଲା ଜନ           କାଳକୁ କରୁଛି ଗେଲ ।           ପଇଡ଼ ଭିତରେ ପାଣି ମାଆ ଭଉଣୀର     ଜ୍ଞାନ ନାହିଁ ଯା'ର         ସିଏ କି ବୋଲିବ ବାଣୀ ।          ବାଞ୍ଝଟି ଖୋଜଇ ବାଳ ଜନନୀକୁ ଆଣି     ଉଲଗ୍ନ କଲେଣି   ...