ଏକପଦୀ ଓ ଦୁଇପଦୀ କବିତା
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି କବିତା କହିଲେ ଭାବ ପ୍ରକାଶର ଏକ ମାଧ୍ଯମ ଅଟେ । ମନର ଭାଷା ପରିସ୍ଫୁଟନ କରିବାର ଏକ ସରଣୀ । "କର୍ମ-ବିଷୟ-ତାରତମ୍ୟ''ର ମିଶ୍ରଣ କବିତା । କବି ତା'ର କବିତାରେ ଏ ତିନୋଟି ଜିନିଷକୁ ସ୍ଥାନିତ କଲେ ତାହା କବିତାର ଏକ ପୂର୍ଣ୍ଣାଙ୍ଗ ରୂପରେ ପରିଦୃଷ୍ଟ ହୁଏ । କର୍ମ କରିବାକୁ ପ୍ରେରଣା ଓ କୁକର୍ମରୁ ବିରତ ତଥା ବିଶେଷ ଜ୍ଞାନର ଆବଣ୍ଟନ ସହିତ ଶବ୍ଦାଳଙ୍କାରରେ ତାରତମ୍ୟତା କବିତାକୁ ଶ୍ରୀବୃଦ୍ଧି କରାଇବାରେ ବିଶେଷ ସହାୟତା ଯୋଗାଏ । କବି ଅସାଧାରଣ , କାରଣ ତାଙ୍କ ଦୃଷ୍ଟିରେ ପ୍ରତିଟି ଜିନିଷର ଏକ ସ୍ବତନ୍ତ୍ର ଭିନ୍ନତା ରହିଛି । ସାଧାରଣ ଲୋକ ଅପେକ୍ଷା ସେ ଭିନ୍ନ ଦୃଷ୍ଟିରେ ଦେଖି ସ୍ବତନ୍ତ୍ର ଢ଼ଙ୍ଗରେ ଉପସ୍ଥାପନା କରନ୍ତି । ତେଣୁ ଅଗ୍ନି ପୁରାଣ ପ୍ରମାଣ ଦିଏ - "ନରତ୍ବଂ ଦୁର୍ଲଭ ଲୋକେ ବିଦ୍ଯାସ୍ତତ୍ର ସୁଦୁର୍ଲଭା କବିତ୍ୱଂ ଦୁର୍ଲଭାସ୍ତତ୍ର ଶକ୍ତିସ୍ତତ୍ର ସୁଦୁର୍ଲଭା ।" ଈଶ୍ବର କୃପା ବିନା କବିତ୍ୱ ଲାଭ ଅସମ୍ଭବ । କବି ଅର୍ଥ ବିଦ୍ବାନ ବା ପଣ୍ଡିତ । ସେତିକି ଜ୍ଞାନ ଦରକାର ଏଲାଗି , ସେ ପୁଣି କୋଉ ଜ୍ଞାନ ? ସେ ଜ୍ଞାନ ହେଉଛି ପାରିପାର୍ଶ୍ୱିକ ପରିସ୍ଥିତିକୁ ଲକ୍ଷ୍ଯ କରି ଭିନ୍ନତା ପରିପ୍ରକାଶର ଜ୍ଞାନ । ତେବେ ଛାନ୍ଦ , ଚଉପଦୀ , ...