ଗ୍ରୀଷ୍ମ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଗ୍ରୀଷମ ଆସିଲେ ଧରାକୁ ଓହ୍ଲେଇ
ଛାୟାପତି କର ପ୍ରଖର ହୁଅଇ ।
ତରୁତୃଣ ନୀଳଶାଢ଼ୀ ଶୁଷ୍କ ହୋଇ
ଅପ୍ରଚ୍ଛିନ୍ନ ଦିଶଇ ସୁନ୍ଦର ମହୀ ।୧
ଝାଞ୍ଜି ବାଆରେ ଗାତ୍ର ହୁଏ ଅସ୍ଥିର
ଅମ୍ବୁ ବିହୁନେ ପ୍ରାଣୀ କୁଳ ଆତୁର ।
ଗ୍ରୀଷମ କାଳ ଲାଗଇ ଅସୁସାର
ଅଂଶୁଘାତେ ପଥିକ ଛାଡ଼େ ପରାଣ ତା'ର ।୨
ମୃଗତୃଷ୍ଣା ଦେଖି ପଥିକ ଭ୍ରମିତ
ଆତୁର ହୁଅଇ ନ ସହି ଆତପ ।
ପଥ ଚାଲେ ଧରି କରେ ଆତପତ୍ର
ଅବକରେ ତରୁମୂଳେ ହୋଇ କ୍ଳାନ୍ତ ।୩
ଆଖୁ ଆପଣିକ ପଥେ ଡାକୁଥାଏ
ଆଖୁରସ ପାନେ ତୃଷା ମେଣ୍ଟିଯାଏ ।
ଆମ୍ବ ପଣସରେ ଧରା ଭରିଥାଏ
ଥଣ୍ଡା ପାନୀୟରେ ମନ ତୁଷ୍ଟ ହୁଏ ।୪
ସାୟାହ୍ନେ ଝରେ ଶୀତଳ ଅଭ୍ରଙ୍କଷ
ଉଷ୍ଣତା ନାଶ ଯାଇ ଲାଗେ ସନ୍ତୋଷ ।
ବଇଶାଖ ଜ୍ଯେଷ୍ଠ ଏଇ ଦୁଇ ମାସ
ଅସହ୍ୟ ଉଷ୍ମତା ହୁଏ ପରକାଶ ।୫
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment