Posts

Showing posts from January, 2022

ଜୀବନ ଜତୁଶାଳ

             କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                            ସମ୍ପାଦକ - ଉଦୟ ଭାନୁ       ଜଳୁଥିଲି ଅତୀତରେ ଯନ୍ତ୍ରଣାର ଜତୁଶାଳେ      ଜଳୁଛି ଏବେ ବି ସୁଦ୍ଧା ତୁମ କ୍ରୋଧର ଅନଳେ ।      ଜଣାଅଛି ଭବିଷ୍ଯେ ବି ମତେ ଜଳିବାକୁ ହେବ        ଜଟିଳ ଜୀବନ ଅଙ୍କ କଷିବାକୁ ଯେ ପଡ଼ିବ ।       ଜୀବନେ କଦାପି ମୋର ଆସିନାହିଁ ଅହଂଭାବ   ଜାଣେ ବୁଡ଼ିବନି କେବେ ସତ୍ଯ - ନ୍ଯାୟ  - ଧର୍ମ ନାବ ।       ଜଗରେ ଜନମ ମାତ୍ରେ ଜାଣେ ମରଣ ନିଶ୍ଚିତ      ଜାଣି ବି ଜଳ୍ପକ ଅତ୍ର ଜଗତେ ଯେତେ ପଣ୍ଡିତ ।      ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷେ ଆମେ ଭାରତୀୟ       ଜିଣିବା ଜଗତ ଥିଲେ ପରସ୍ପର ମଧ୍ୟେ ସ୍ନେହ ।         ଜନଙ୍କ କଲ୍ଯାଣ ପାଇଁ ଉତ୍ସର୍ଗ କର ଜୀବନ         ଜନପ୍ରିୟ ହୋଇ ତୁମେ ରହିଥିବ ସବୁଦିନ ।       ଜନ୍ମ ଦିଅ ନାହିଁ ତୁମ ମନେ କ୍ରୋଧ ଆଉ ହିଂସା          ଜନ୍ତୁରାଣ ଜଗିଅଛି ଉଡ଼ାଇ...

ଜୀବନର ସବୁ ସୁଖ ସରିଗଲା ପରେ

   କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି              ସମ୍ପାଦକ - ଉଦୟ ଭାନୁ  ଜୀବନର ସବୁ ସୁଖ ସରିଗଲା ପରେ  ତୁମେ କହିଥିଲ ସଦା ଥିବ ମୋ ପାଖରେ । ସୁଖରେ ଦୁଃଖରେ ମୋର ସାଥ୍‌ ଦେଉଥିବ ଦିନେ ହେଲେ ଆଖିରୁ ମୋ ଲୁହ ନଗଡିବ । ଧରିଥିବା କର ମୋର ଛାଡିବନି କେବେ ଭଟ୍ଟା ଜୁଆର ଅବା ଝଡ ଆସୁ ଯେବେ । ବଞ୍ଚିଛେ ଏକାଠି ଆମେ ମରିବା ଏକାଠି ଭାଙ୍ଗିଯିବା ନଇଁବାନି କାଉଁରିଆ କାଠି । ହେଲେ ଆଜି ଭାଗ୍ଯର ଏ କେଉଁ ବିଡମ୍ବନା ସବୁ ସ୍ବପ୍ନ ଭାଙ୍ଗି ମୋର ହେଲା ଚୁନା ଚୁନା ? ଦୁହେଁ ମିଶି ଦେଖିଥିଲେ କେତେ ଯେ ସପନ ଯାହା ସବୁ ଥିଲା ଆମ ଭିତରେ ଗୋପନ । ସ୍ବପ୍ନର ସଉଧଟିଏ ଗଢ଼ିଥିଲେ ଆମେ ନିଜ ହାତେ ଭାଙ୍ଗିଦେଇ ଚାଲିଗଲ ତୁମେ । ଏକା ଛାଡିଗଲ ମରିବାକୁ ଝୁରି ଝୁରି ଏଡେ ସ୍ବାର୍ଥପର ତୁମେ ଜାଣି ମୁଁ ନଥିଲି । ଦେଖ ମୁଁ କେମିତି ମରେ ପ୍ରତି ମୁହୂର୍ତ୍ତରେ  ପ୍ରଳାପ ମୋ ପଡୁନାହିଁ କାହାରି କାନରେ । ସଭିଏଁ ତ ପର କେହି ନୁହଁଇ ଆପଣା  ଯାଯାବର ଜୀବନେ ମୋ ନିଇତି ଯନ୍ତ୍ରଣା । କୂପେ ଦେଖି ଫେକ ଢ଼େଲା ଫିଙ୍ଗନ୍ତି ଏମାନେ କାହାର ବି ନାହିଁ ଦୟା ମାୟା ଟିକେ ମନେ । ଦୁର୍ବଳ ଉପରେ ସବଳର ଅତ୍ଯାଚାର  ଧନ ମନ ମୋହୁଅଛି ଭୂଲ୍‌ ବା କାହାର ? ହା' ହତାଶେ କଟୁଛି ମୋର ଦିନମାନ କେଡେ ଦୁର୍ବିସହ ସତେ ମୋର ଏ ଜୀବନ । ମଥା ଉପରେ ମୋ ଉଡୁଛି କାଳ ଛଞ୍ଚାଣ  କେତେବେଳେ ଝାମ୍...

କାଳୀପୂଜା

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ବରଷକ ପରେ ଧରାପୃଷ୍ଠେ ପୁଣି ଆସିଅଛୁ ତୁ ଜନନୀ ଅବତରି ପ୍ରଣାମ କରୁଛି ତୋତେ ଲୋ ଜନନୀ  ବାରେ ଶୁଣ ମାଆ ମୋର ଗୁହାରୀ । ଗଲା ଦୁର୍ଗାପୂଜା ଆଶ୍ବିନ ମାସରେ ସରିଗଲା ଗଜଲକ୍ଷ୍ମୀ ପୂଜା ତୋର ମହାକାର୍ତ୍ତିକରେ କାଳିକା ରୂପରେ ଆସିଅଛୁ ପୁନର୍ବାର ମର୍ତ୍ତପୁର । କରାଳନାଶିନୀ ଖର୍ପରଧାରିଣୀ ନରମୁଣ୍ଡ ବିଭୂଷିତା ଲୋକେଶ୍ବରୀ ହଟାଇ ଦେ' ମାଆ କରାଳ କାଳିମା  ଧରାବକ୍ଷୁ ଧରାପୃଷ୍ଠେ ଅବତରି । ନବୀନ ଭାସ୍କର ହେଉଲୋ ଉଦୟ ପାପର ତମସା ହୋଇଯାଉ ଦୂର କେତେ ରକ୍ତବିର୍ଯ ବୁଲୁଛନ୍ତି ମାଆ ଶୁଭଇ ନିସ୍ତାର ନିସ୍ତାର ଚିତ୍କାର । ଆମେ ସବୁ ପୁତ୍ର ତୁ ଆମ ଜନନୀ  ନକରି ଅବିଚାର ହୁଅ ତୁ ସାହା ମାଆ ହୋଇ ଯଦି ସାହା ନ ହୋଇବୁ କିଏ ବା ଆଉ ତୋତେ ଡାକିବ ମାଆ ? ଜନନୀ ଜନନୀ ପଡୁଅଛି ଡକା ପବିତ୍ର ଏ ଦୀପାବଳୀ ରଜନୀରେ କାଳୀପୂଜାର ଏ ଗହଳି ଭିତରେ ଏ ପାପୀଷ୍ଠ ପୁତ୍ର ତୋତେ ଝୁରି ମରେ । ମୁଁ ଯେ ମହାପାପୀ ପାପାତ୍ମା ଆବର ପାପରେ ଭରା ମାଆ ମୋର ଶରୀର ତୋର ସ୍ନେହମୟ ପରଶେ ମାତାଶ୍ରୀ ଯେତେ ପାପ ମୋର କରିଦିଅ ଦୂର । ଏତିକି ମାଗୁଣି ଶ୍ରୀପୟରେ ତୋର ଶରଣ ଗଲି ମାଆ ତୋର ଚରଣେ ଦୀନହୀନ ଶିବ କରେ ନିବେଦନ ଯାଉ ମୋ' ଜୀବନ ତୋ' ନାମ ଗାୟନେ । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୮୦୫୩୬

ପୁଷ୍ପାଞ୍ଜଳୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ  ଜୟ ତୁ ଭବାନୀ       ମାଆ ଭାଲୁକୁଣୀ          ଫଳଦା ଖୁଦରଙ୍କୁଣୀ ମନ୍ଦାର ମାଳିନୀ       ସିନ୍ଦୂର ଶୋଭିନୀ        ଅଶେଷ ବରଦାୟିନୀ ।        ମହାମାୟୀ ସ୍ବରୂପିଣୀ ତ୍ରିପୁର ମୋହିନୀ       ସୌନକ ସେବିନୀ       ପାଦପଦ୍ମେ ମୋ' ଦୟିନୀ ।୧ ଦୟିନୀ ମୋ' ଘେନି       ବିନ୍ଧ୍ୟ ନିବାସିନୀ          କୋଳେ ନିଅ ମତେ ଟାଣି ତୋ' ପଣତକାନି       ଘୋଡ଼ାଇ ଜନନୀ          ସୁତ ବୋଲି ମତେ ମଣି ।           ଏତିକି କରେ ମାଗୁଣି ଚରଣେ ଶରଣି       ମୂର୍ଖ ହୁଏ ଜ୍ଞାନୀ       ଅଗାଧ ପାଣ୍ଡିତ୍ୟ ଘେନି ।୨ ଘେନି ମୋ' ଦୟିନୀ       ନିଅ ଲୋ ଆପଣି             ସର୍ବମଙ୍ଗଳ କାରିଣୀ  ଦୟା ବହି ପୁଣି       ଈଶ୍ୱର ଘରଣୀ        ଦୂର ମତେ କ...

ମହାତ୍ମା ମାଘ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ- ଉଦୟ ଭାନୁ         ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ବିଶିଷ୍ଟ ଚାନ୍ଦ୍ରମାସ ହେଉଛି ମାଘ ମାସ , ଯାହା ଅତ୍ଯନ୍ତ ଧର୍ମର ମାସ । ଏହା ଶୀତ ଋତୁର ଅନ୍ତିମ ମାସ । ଏ ମାସରେ ପ୍ରାତଃ ସ୍ନାନ ସହ ହବିଷ୍ଯାଦି କର୍ତ୍ତବ୍ୟ । ଏ ମାସରେ ଅତ୍ଯଧିକ ଶୀତ ହେଉଥିବାରୁ ତାକୁ ନେଇ ଏକ ଜନ ଢଗ ଗଢ଼ି ଉଠିଛି - "ମାଘ , ଶୀତ ହୁଏ ବାଘ , ଶୀତର ବଡ଼ ରାଗ" । ପୁଣି କୁହାଯାଇଛି - "ଏକା ମାଘରେ ଶୀତ ଯାଏନି" । ଶୀତ କେଉଁ କେଉଁ ୟରେ ଅନୁଭୂତ ହୁଏ , ସେ ସମ୍ବନ୍ଧେ ଏକ ବେତାଳୋକ୍ତ ଢଗ - "ମାଘେ ଶୀତ , ମେଘେ ଶୀତ , ଯତ୍ର ବାତ ତତ୍ର ଶୀତ" । ମାଘ ମାସରେ ମୂଳା ଏବଂ ବରକୋଳି ଖାଇବାକୁ ବାରଣ କରାଯାଇଛି ବୋଲି ଏକ ଲୋକ ଢ଼ଗରୁ ଜଣାପଡ଼େ - "ମାଘେ ବରକୋଳି ମକରେ ମୂଳା , ଗୋରୁ ମାଉଁସ ପୁଳା ପୁଳା ।" ଏ ମାସରେ ବରକୋଳି ଓ ମୂଳା ଖାଇଲେ ଗୋ ମାଂସ ଭକ୍ଷଣର ପାପ ହୋଇଥାଏ ।         ସଂସ୍କୃତରେ "ମାଘମ୍‌"ର ଅର୍ଥ ପାପମୁକ୍ତ ମାସ ; ଏ ମାସରେ ସ୍ବୟଂ ନାରାୟଣ ମାଧବ ରୂପେ ପୂଜିତ । ଏ ମାସରେ ସୂର୍ଯ୍ଯ  , ଶିବ ଓ ସରସ୍ୱତୀ ଜନ୍ମ ନେଇଥିଲେ । ପ୍ରାତଃ ସ୍ନାନାନ୍ତେ ଏହି ମାସରେ ଦୀପଦାନ କଲେ ଅମୋଘ ପୁଣ୍ଯ ମିଳେ । ସୂର୍ଯ୍ଯୋଦୟ ପୂର୍ବରୁ ସ୍ନାନାଦି ସମାପନାନ୍ତେ ସୂର୍ଯ୍ୟ ଓ ବିଷ୍ଣୁ ଆରାଧନା ପ୍ରାଣୀଙ୍କୁ ପ...

ଓଡ଼ିଆ ସଂସ୍କୃତିରେ ପୁଷ ମାସ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ         ପୁଷ୍ଯା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମା ପାତିତ ଚାନ୍ଦ୍ରମାସର ନାମ ପୌଷ ମାସ । ଏହା ହେମନ୍ତ ଋତୁରେ ଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ଯେକ ମାସର ମହତ୍ତ୍ୱ ରହିଛି । ଏ ମାସର ବିଶେଷତ୍ତ୍ୱ ହେଉଛି ସୂର୍ଯ୍ଯଦେବଙ୍କ ଆରାଧନା ଯାହା ଶାମ୍ବ ଦଶମୀ ନାମରେ ଖ୍ଯାତ । ଏ ମାସରେ ଭଗ ନାମକ ସୂର୍ଯ୍ଯଙ୍କୁ ଉପାସନା କରାଯାଏ । ସବୁ ମାସ ପରି ଏ ମାସରେ ମଧ୍ଯ ପର୍ବପର୍ବାଣୀର ଅଭବ ନାହିଁ । ଏ ମାସରେ ପୌଷ ନବରାତ୍ରି ପାଳନର ବିଧି ରହିଛି । କୃଷିପ୍ରଧାନ ରାଜ୍ଯ ଓଡ଼ିଶା ପାଇଁ ଏ ମାସଟି ସମୃଦ୍ଧିର ମାସ ହୋଇଥାଏ । କାରଣ ଏ ମାସ ଚାଷୀର ଘରକୁ ଅମଳ ହୋଇଥିବା ଖାଦ୍ଯଶସ୍ଯ ଆସିଥାଏ । ତେଣୁ ଏଦିନ ଅମଳ ହୋଇଥିବା ଶସ୍ଯରେ ଉଖୁଡ଼ା ପ୍ରସ୍ତୁତ କରି ମୁଆଁ ଓ ଉଖୁଡ଼ା ଘରଦିଅଁଙ୍କୁ ପୂଜା କରାଯାଏ ; ଏ ମୂଆଁକୁ ଧନୁମୂଆଁ କହନ୍ତି ଏବଂ ଧନୁ ସଂକ୍ରାନ୍ତିରେ ଏହା ହୁଏ । ପୌଷ ମାସର ଆଦ୍ଯ ଦିବସେ ସୂର୍ଯ୍ଯ ଧନୁ ରାଶିରେ ପ୍ରବେଶ କରୁଥିବାରୁ ଏହାର ନାମ ଧନୁ ସଂକ୍ରାନ୍ତି । ଲୋକ ବିଶ୍ବାସନୁସାରେ ଧନୁ ସଂକ୍ରାନ୍ତିରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ତ୍ଯାଗ କରି ମାସକ ପାଇଁ ବାପଘରକୁ ଯା'ନ୍ତି ; ତେଣୁ ଏ ସମୟରେ ଠାକୁର ମାନଙ୍କ ଲାଗି ମା' ଯଶୋଦା ଖାଦ୍ଯ ପ୍ରସ୍ତୁତ କରି ତାଙ୍କ ପୁଅ-ଝିଅ (ଜଗନ୍ନାଥ - ବଳଭଦ୍ର - ସୁଭଦ୍ରା)ଙ୍କୁ...

କିମ୍ବଦନ୍ତୀରେ କଣାସର ଅଧିଷ୍ଠାତ୍ରୀ "କୁଞ୍ଜେଶ୍ବରୀ"

       କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି               ସମ୍ପାଦକ - ଉଦୟ ଭାନୁ          କଥିତ ଅଛି "ମନ୍ଦିର ମାଳିନୀ ଓଡ଼ିଶା" ; ଓଡ଼ିଶାରେ ଅନେକ ମନ୍ଦିର , ଅନେକ କିମ୍ବଦନ୍ତୀ । ଓଡ଼ିଶାର କୋଣେ ଅନୈକୋଣେ ଦେବାଦେବୀଙ୍କ ନିବାସ । ପ୍ରତ୍ଯେକ ଠାକୁର/ଠାକୁରାଣୀଙ୍କର କିଛି ନା କିଛି କିମ୍ବଦନ୍ତୀ ରହିଛି । ହିନ୍ଦୁ ବିଶ୍ବାସ ଅନୁସାରେ ସେଇ କିମ୍ବଦନ୍ତୀ ମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲାର କଣାସ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' କୁଞ୍ଜେଶ୍ବରୀଙ୍କର କଥା ଓ କାହାଣୀ କ୍ଷୁଦ୍ର ହେଲେ ବି ନିଆରା । ଦିବ୍ଯ ସିଂହାସନାସୀନା ଦେବୀ ଚତୁର୍ଭୁଜା ଏବଂ ଶଙ୍ଖ , ଚକ୍ର , ତ୍ରିଶୂଳ ଧାରିଣୀ । ସମୀକ୍ଷାରେ କହିବାକୁ ଗଲେ ଶଙ୍ଖ ହେଉଛି ଶୁଭନାଦ ଅର୍ଥାତ୍‌ ମଙ୍ଗଳଘୋଷର ପ୍ରତୀକ । ବିଜ୍ଞାନ ବି ପ୍ରମାଣ ଦିଏ ଯେ, ଶଙ୍ଖ ବାଦନ ଦ୍ୱାରା ନାନାଦି ରୋଗ ଜୀବାଣୁ ନାଶ ହେବା ସହ ଶଙ୍ଖ ବାଦନର ଶବ୍ଦ ଯେତେ ଦୂର ଯାଏଁ ଶୁଭେ , ଭୂତ - ପ୍ରେତ ଆଦି ସେହି ଶବ୍ଦଘୋଷ ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ । ତେଣୁ ଦେବୀ ମାତା ଶଙ୍ଖ ବାଦ୍ୟ ପୂର୍ବକ କଣାସ ମାଟିକୁ ଏସବୁରୁ ରକ୍ଷା କରନ୍ତି ; ତେଣୁ ସ୍ବ କରେ ଶଙ୍ଖାୟୁଧ ଧାରଣ କରିଛନ୍ତି । ଚକ୍ର ହେଉଛି ଶତ୍ରୁ ନାଶର ଅସ୍ତ୍ର ; ତେଣୁ କଣାସ ମାଟିକୁ ଶତ୍ରୁ ମାନଙ୍କ ଉପଦ୍ରବରୁ ମାଆ ରକ୍ଷା କରନ୍ତି । ତ୍ରିଶୂଳ ହ...

ମିଳୁନି ଆଉ ଶୁଣିବା ପାଇଁ ପୁରାତନ ଢ଼ଗଢ଼ମାଳି

              କାବ୍ଯଭୂଷଣ  ଶିବ ପ୍ରସାଦ ବାହିନୀପତି                 ସମ୍ପାଦକ - ଉଦୟ ଭାନୁ  ପୂର୍ବେ ଗାଁ ଗହଳିରେ ଅନେକ ଢ଼ଗଢ଼ମାଳିର ପ୍ରଚଳନ ଥିଲା । ଏବେ ଆଉ ଶୁଣିବାକୁ ମିଳୁନି । ବୁଢ଼ା ବୁଢ଼ୀମାନେ ଏଇ ଢ଼ଗଢ଼ମାଳିକୁ ସତେ ଅବା ଘୋଷାଘୋଷି କରି ମନେ ରଖିଛନ୍ତି । ଏଇ ଢ଼ଗଢ଼ମାଳିର ଭାଷା ସାହିତ୍ଯ ବହୁତ୍ ସୁନ୍ଦର ଓ ସାବଲୀଳ ହେବା ସାଙ୍ଗକୁ ଭାବର ସୁନ୍ଦର ଅର୍ଥ ସୃଷ୍ଟି କରେ । ସବୁରି ମନ ହୃଦୟ ଜିଣି ପାରୁଥିବା ଏବଂ ଆନନ୍ଦ ପ୍ରଦାନ କରି ପାରୁଥିବା ଏ ଢ଼ଗଢ଼ମାଳି ଏବେ ପ୍ରାୟ ବିଲୋପ କହିଲେ ବି କୌଣସି ଅତ୍ଯୁକ୍ତି ହେବନାହିଁ । ବିଲୋପର ପଥରେ ପଦଚାରଣ କରୁଥିବା ଏ ଢ଼ଗଢ଼ମାଳିକୁ ପୁନରୁଦ୍ଧାର କରି ପାରିଲେ ଆମ ଭାଷା ସାହିତ୍ଯର ଉନ୍ନତି ଆହୁରି ଜୋର୍‌ସୋର୍‌ରେ ହୋଇପାରନ୍ତା ବୋଲି ମୋର ଦୃଢ଼ ବିଶ୍ବାସ । ଫକୀର ମୋହନ ସେନାପତି ଏହି ଚେଷ୍ଟା କରି ଅନେକ ଗଳ୍ପ , ଉପନ୍ଯାସ ରଚନା କରିଥିଲେ - ଯାହା ଆଜି ସର୍ବାଦୃତ । ତାଙ୍କ ପରେ ଆଉ ସେମିତି କେହି ପ୍ରଚେଷ୍ଟା କରି ନାହାନ୍ତି , ତେଣୁ ପୁନର୍ବାର କେଉଁ  ଅଜଣା ଅନ୍ଧଗଳିରେ ଏସବୁ ବୁଡି ଯିବାକୁ ବସିଲାଣି ।    ପୁରାତନ କାଳରେ ଢ଼ଗଢ଼ମାଳି ବେଶ୍‌ ପ୍ରାଧାନ୍ଯ ବିସ୍ତାର କରିଥିଲା ବୋଲି ବିଭିନ୍ନ ପୁରାତନ ରଚନା ପଠନରୁ ଜ୍ଞାତ ହୁଏ । ବିଭିନ୍ନ କବି ଲେଖକଙ୍କର ସେତେବେଳ...

ପ୍ରତିଦ୍ବନ୍ଦୀ , ଏକ ଅଙ୍ଗେନିଭା କଥା

                       କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                                                ସମ୍ପାଦକ- ଉଦୟ ଭାନୁ              ଯେମିତି ଥିଲି ଭଲରେ ଥିଲି । ଯାଯାବର ଜୀବନ ଥିଲା ମୋ' ପାଇଁ ସବୁଠୁ ଉତ୍ତମ । ସ୍ବ - ଇଚ୍ଛାରେ ବଞ୍ଚିବା ସୁଖପ୍ରଦ ଥିଲା ମୋ' ପାଇଁ । ନା ଥିଲା ଶତ୍ରୁତା , ନା ଥିଲା ଅଶାନ୍ତି ; ଶାନ୍ତିମୟ ଜୀବନ ଯାପନ କରୁଥିଲି । ହଁ ; କାହାର କ୍ଳେଶ , ଯନ୍ତ୍ରଣା ଦେଖିଲେ ଆଖି କୋଣରେ ଜକେଇ ଆସୁଥିଲା ଅମାପ ଅଶ୍ରୁ । ଏବେ ବି ମୁଁ କାନ୍ଦି ପକାଏ କାହାର ଦୟନୀୟ ଅବସ୍ଥା ମୋ' ଆଖି ସାମ୍ନାରେ ପଡ଼ିଲେ । କଥାରେ ଅଛି - "ଦୁଃଖୀ ଚ଼ିହ୍ନେ ଦୁଃଖୀକୁ ।" ଦୁଃଖ କ'ଣ ମୁଁ ଭଲଭାବରେ ଜାଣିଛି , ଯନ୍ତ୍ରଣାକୁ ଅଙ୍ଗେ ନିଭେଇଛି ମୁଁ । ମୃତ୍ୟୁକୁ ଦେଖିଛି ଅତି ନିକଟରୁ ; ଥରେ ନୁହେଁ ବାରବାର । ଛାତିଟା ମୋର ଅବଶ୍ଯ କଠିନ ଶିଳା ପାଲଟି ଗଲାଣି ; ଆଉ ବାଧୁନି ଦୁଃଖ , ଯନ୍ତ୍ରଣାର ନିର୍ମମ ପ୍ରହାର । ମନଟା କିନ୍ତୁ ମହମ ପରି ନରମ ଅଛି ; ସେଲାଗି ସହ୍ଯ କରିପାରୁନି କାହାର ଦୁଃଖ , ଯନ୍ତ୍ରଣାର ଉତ୍ତାପକୁ । କାହାକୁ ସାହାଯ୍ୟ ସହଯୋଗ କରି...

ମହତ୍ତ୍ୱପୂର୍ଣ୍ଣ ମାର୍ଗଶୀର୍ଷ

  କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ           ହିନ୍ଦୁ ପଞ୍ଚାଙ୍ଗନୁସାରେ କାର୍ତ୍ତିକ ପୂର୍ଣ୍ଣିମା ବାସିଠାରୁ ମାର୍ଗଶିର ମାସର ପ୍ରାରମ୍ଭ । ଭଗବତ୍‌ ଗୀତାରେ ମାର୍ଗଶୀର ମାସକୁ ଶ୍ରେଷ୍ଠ ମାସ ବୋଲି କୁହାଯାଇଛି ।ଏହି ମାସ ଠାରୁ ସତ୍ଯଯୁଗର ଆରମ୍ଭ ହୋଇଥିବାର ଶାସ୍ତ୍ରବାନୀ ରହିଅଛି । ଏହି ମାସରେ କାଶ୍ଯପ ଋଷି ରଚନା କରିଥିଲେ କାଶ୍ମୀର । ଜପ , ତପ , ବ୍ରତ , ଧ୍ଯାନ ପାଇଁ ମାର୍ଗଶୀର୍ଷ ମାସଟି ପ୍ରକୃଷ୍ଟ ବୋଲି କୁହାଯାଇଥାଏ । ଏ ମାସରେ ପୂତ ପୟୋଧି ଜଳେ ସ୍ନାନ କଲେ ଶୁଭଫଳ ପ୍ରାପ୍ତ ହୁଏ । ଏ ମାସରେ ମଙ୍ଗଳ କାର୍ଯ୍ୟ ବିଶେଷ ଫଳଦାୟୀ ଏବଂ ଭଗବାନ ଶ୍ରୀକୃଷ୍ଣାରଧନା ସର୍ବଶୁଭ ଅଟେ ଏବଂ ଉତ୍ତମ ବରପ୍ରାପ୍ତି ହୁଏ ; ଚନ୍ଦ୍ରମାଠୁ ଅମୃତ ତତ୍ତ୍ବ ମିଳେ । ତତ୍ସହ ଏ ମାସରେ ନାମ ସଂକୀର୍ତ୍ତନକାରୀକୁ ଅମୋଘ ଫଳ ମିଳେ । ଏ ମାସରେ ତୈଳ ମର୍ଦ୍ଦନ ଉତ୍ତମ କିନ୍ତୁ ଜୀରା ସେବନ ଅନୁଚିତ  ୟ ମୋଟା ବସ୍ତ୍ର ପରିଧାନ କରିବା ଉଚିତ ମାର୍ଗଶୀର ମାସରେ । ଶାସ୍ତ୍ରରେ ଅଛି ଏ ମାସରେ ନିତ୍ଯ ଗୀତା ପଠନ ସହ ତୁଳସୀପତ୍ରକୁ ଭୋଗ ଲଗାଇ ମହାପ୍ରସାଦ ମଣି ଗ୍ରହଣ କରିବା ଉଚିତ ଏବଂ ଏ ମାସରେ ପ୍ରାୟ ନିରାମିଷାଶୀ ହେବା ଉଚିତ ।        ହିନ୍ଦୁ ମାନଙ୍କ ବର୍ଷ ଗଣନାନୁସାରେ ମାର୍ଗଶୀର ମାସଟି ଅଷ୍ଟମ ମାସ ଅଟେ ; ଏ ମା...

ମହାଲକ୍ଷ୍ମୀ ଆରାଧନା

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ         ଲକ୍ଷ୍ମୀ ହେଉଛନ୍ତି ସମ୍ପଦ ପ୍ରଦାତ୍ରୀ , ସୌଭାଗ୍ୟ, ସୁଖ୍ଯାତି ଓ ସୁଖସମୃଦ୍ଧି ଦାତ୍ରୀ ; ସେ ହେଉଛନ୍ତି ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ । ସେ ଶ୍ରୀ ଭାବେ ପରିଚିତା ; 'ଶ୍ରୀ'ର ଅର୍ଥ ସୁନ୍ଦର । ସେ ସମସ୍ତ ସୁନ୍ଦରତାର ଅଧିକାରିଣୀ ; ସେ ଶକ୍ତି ସ୍ବରୂପା ଓ ବିଷ୍ଣୁଙ୍କ ସହଧର୍ମିଣୀ । ରାମାୟଣ କହେ ସେ ଅମୃତ ପାତ୍ର ଧରି ଧରାପୃଷ୍ଠକୁ ଆସିଥିଲେ । ସେ ସାଗର କନ୍ଯା ; ଅର୍ଥାତ୍‌ ବରୁଣ ଦେବ ତାଙ୍କ ପିତା ଅଟନ୍ତି । ତାଙ୍କର ବାହନ ଶ୍ବେତ ପେଚା ; କେତେକଙ୍କ ମତରେ ହାତୀ ତାଙ୍କର ବାହନ । ଲକ୍ଷ୍ମୀ ଶବ୍ଦ ଲକ୍ଷ ଶବ୍ଦରୁ ଆନୀତ । ସର୍ବ ଲକ୍ଷଣଯୁକ୍ତା ଏବଂ ସର୍ବ ଲକ୍ଷଣର ଅଧିକାରିଣୀ ଲକ୍ଷ୍ମୀ । ତାଙ୍କର ବାସସ୍ଥାନ ବୈକୁଣ୍ଠ ଭୁବନ ଓ ପଦ୍ମବନ । ସେ ଚତୁର୍ଭୁଜା ; ଧର୍ମ , ଅର୍ଥ , କାମ , ମୋକ୍ଷର ପ୍ରତୀକ ଚାରି ହାତ । ତାଙ୍କ ଅର୍ଚ୍ଚନା ଏହି ଚତୁର୍ବର୍ଗ ଫଳ ଦାୟକ । ଭୃଗୁ ଋଷିଙ୍କ ତପସ୍ଯା ଫଳେ ସେ ଭାର୍ଗବୀ , ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣ ହୋଇଥିବାରୁ ଭାରତର କେତେକ ଜାଗାରେ ଭୃଗୁ କନ୍ଯା ଭାବେ ପ୍ରତି ଶୁକ୍ରବାର ଦିନ ଲକ୍ଷ୍ମୀ ପୂଜା କରାଆଏ । କିନ୍ତୁ କିଛିଙ୍କ ମତରେ ଗୁରୁବାର ଲକ୍ଷ୍ମୀପୂଜା ହେତୁ ପ୍ରତ୍ଯେକଙ୍କ ହିନ୍ଦୁ ଘରେ କରାଯାଏ ଏବଂ ମାର୍ଗଶୀର ଗୁରୁବାର ମାଣବସା ନାମରେ ମହାଲକ୍...

ମାସ ମଧ୍ୟେ ଶ୍ରେଷ୍ଠ କାର୍ତ୍ତିକ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ         ବର୍ଷକ ବାରମାସ ଓ ଛ୍ ଋତୁ ; ତନ୍ମଧ୍ୟରୁ କାର୍ତ୍ତିକ ଶ୍ରେଷ୍ଠ ମାସ ବୋଲି ବିବେଚନା କରାଯାଏ । ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ,    "ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେବାନାଂ ମଧୁସୁଦନଃ ।   ତୀର୍ଥନାରାୟଣକ୍ଷାମ୍ହି ତ୍ରିତୟମଦୁର୍ଲଭମ୍‌ କଲୌ ।।   ନାକାର୍ତ୍ତିକ ସମଃମାସୋ ନକୃତେନ ସମଃଯୁଗମ୍‌ । ନା ବେଦ ସଦୃଶ ଶାସ୍ତ୍ରମ୍‌ ନା ତୀର୍ଥ ଗଙ୍ଗା ସମମ୍‌ ।।" ଅର୍ଥାତ ମାସ ମଧ୍ୟେ କାର୍ତ୍ତିକ , ଦେବତାଙ୍କ ମଧ୍ଯେ ମଧୁସୁଦନ , ତୀର୍ଥ ସମୂହ ମଧ୍ଯେ ନାରାୟଣ ତୀର୍ଥ ବା ବଦ୍ରିକା ତୀର୍ଥ ଶ୍ରେଷ୍ଠ ଅଟେ । କାର୍ତ୍ତିକ ସମାନ ମାସ ନାହିଁ , ସତ୍ଯଯୁଗ ପରି ଯୁଗ ନାହିଁ , ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମା ପଡୁଥିବା ଚାନ୍ଦ୍ରମାସ ହେଉଛି କାର୍ତ୍ତିକ । ନାରଦୀୟ ପୁରାଣ ବି କାର୍ତ୍ତିକ ମାସକୁ ଶ୍ରେଷ୍ଠ ମାସ ବୋଲି ବିବେଚନା କରିଛି । କାର୍ତ୍ତିକ ହେଉଛି ଧର୍ମର ମାସ , ତେଣୁ ଗ୍ରାମରୁ ସଦର ସମସ୍ତେ ନିଷ୍ଠାର ସହ ପାଳନ ବିଧି ଆଚରନ୍ତି । କେହି ଯଦି ମାସ ଗୋଟାକ ନ ପାଳିପାରେ ତେବେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏ ସମୟରେ ପଡ଼େ ଦୀପାବଳି , ବୋଇତ ବନ୍ଦାଣ , ରାଧା ଦାମୋଦର ପୂଜା  , ବଡ଼ଓଷା , ବ...

ଯାଜପୁର ବିରଜା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ      କୁଳୁକୁଳୁ ନିନାଦରେ ବହିଯାଉଛି ପୁଣ୍ଯତୋୟା ବୈତରଣୀ ଯାଜପୁର ଜିଲ୍ଲାର ଭୂ ବକ୍ଷରେ । ସେହି ପୁଣ୍ୟ ବୈତରଣୀ ତଟ ଦେଶରେ ନବର ତୋଳି ବିରାଜମାନ କରିଛନ୍ତି ମାଆ ବିରଜା । ତାଙ୍କର ଅବସ୍ଥାନ ସେହି ମାଟିକୁ ବିରଜା କ୍ଷେତ୍ର ନାମରେ ନାମିତ କରି ବିଶ୍ବ ପ୍ରସିଦ୍ଧ କରାଇଛି । ଦ୍ବିଭୁଜା ସଂସ୍ଥିତା , ଏକ ହସ୍ତରେ ତ୍ରିଶୂଳ ଓ ଆରେକ କରେ ମହିଷାସୁରର ଲାଙ୍ଗୁଳ ଧାରରଣ କରି ପୂଜା ପାଉଛନ୍ତି ଦେବୀ ବିରଜା ; ମହିଷ ରୂପରେ ବିରାଜିତ ଦାନବ ଯାହା ଅନ୍ଯତ୍ର ଦୃଶ୍ଯମାନ ନୁହେଁ । ମାତାଙ୍କ ମସ୍ତକେ ଧାରିତ ମୁକୁଟ ମଧ୍ୟେ ଗଣପତି , ଶିବଲିଙ୍ଗ , ଯୋନି , ନାଗରାଜ , ଅର୍ଦ୍ଧଚନ୍ଦ୍ର ପରିଶୋଭିତ । ଉଡ୍ଡୀୟାନ ତନ୍ତ୍ରପୀଠ ଭାବରେ ଜଣା , ସମସ୍ତ ରଜୋଗୁଣର ଧୌତକାରୀ ହେତୁ ଏହା ବିରଜା କ୍ଷେତ୍ର ବୋଲି "ସ୍କନ୍ଦ ପୁରାଣ"(ଉତ୍କଳ ଖଣ୍ଡ)ରେ ବର୍ଣ୍ଣିତ । କିଛି ତନ୍ତ୍ର ଗ୍ରନ୍ଥାନୁସାରେଣ ଦକ୍ଷ ଯଜ୍ଞ କାଳେ ଅତ୍ର ମାତା ସତୀଙ୍କ ନାଭି ପାତିତ ହୋଇଥିଲା ; ନାଭିଦେଶେ ନାରୀମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟୀସୂତ୍ରାନୁସାରେ ଏ ପୀଠର ନାମକରଣ ଉଡ୍ଡୀୟାଣ ପୀଠ ହୋଇଛି । ଏ ପ୍ରଦେଶର ନାମ ବି ଓଡ୍ର ଅଟେ ।      ଶାସ୍ତ୍ର କହେ - "ରାମେଶ୍ବରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ / ବିରଜା ଓଡ୍ରଦେଶେ ଚ କାମାକ୍ଷା ନୀଳପର୍ବତେ ।...

ଦେବୀ ଦୁର୍ଗେ

  କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି             ସମ୍ପାଦକ - ଉଦୟ ଭାନୁ        ହିନ୍ଦୁ  ଧର୍ମାବଲମ୍ବୀ ମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପୂଜା ହେଲା "ଦୁର୍ଗା ପୂଜା"। ଏ ପର୍ବର ଅନ୍ତିମ ଦିବସଟି ହେଉଛି "ବିଜୟା ଦଶମୀ" ବା "ଦଶହରା" ; ଏ ପର୍ବ ଶକ୍ତି ଉପାସନାର ପର୍ବ । ବିଭିନ୍ନ କୁଳାଚାର ମତେ ଏହା ଷୋଳ ଦିନ , ନଅ ଦିନ ବା ତିନି ଦିନ ଧରି ପାଳିତ ହୁଏ । ଶରତ ଋତୁର ଆଶ୍ବିନ ଶୁକ୍ଳପକ୍ଷ ପ୍ରତିପଦଠୁ ନବମୀ ଯାଏଁ ଏ ପର୍ବ ଦେବୀ ଦୁର୍ଗା ପୂଜନର ପ୍ରକୃଷ୍ଟ ସମୟ ; ଚୈତ୍ର ମାସ ଶୁକ୍ଳପକ୍ଷରେ ବି ବାସନ୍ତୀ ନବରାତ୍ର ପାଳନର ବିଧି ରହିଛି । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଏ ଏବଂ ମାର୍କଣ୍ଡେୟ ପୁରାଣ କହେ ବାର୍ଷିକୀ ଶାରଦ ପୂଜନ । ଶାରଦୀୟ ନବରାତ୍ରି କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ହେତୁ ଉପାସକଙ୍କ କୌଣସି ଅନିଷ୍ଟ ହୁଏ ନାହିଁ । ଦେବୀଙ୍କର ଏହି ନବଶକ୍ତି ଜାଗ୍ରତାର୍ଥେ "ନବାର୍ଣ୍ଣ" ବା "ନବାକ୍ଷରୀ ମନ୍ତ୍ର"- ଓଁ ଐଂ ହ୍ରୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ ଜପ କରିବାକୁ ପରାମର୍ଶ ଦିଆଯାଇଛି । "ନବ"ର ଅର୍ଥ ନଅ ଏବଂ "ଅର୍ଣ୍ଣ"ର ଅର୍ଥ ଅକ୍ଷର ; ନଅଟି ଅକ୍ଷରର ସମଷ୍ଟିରେ ଗଠିତ ମନ୍ତ୍ର "ନବାର୍ଣ୍ଣ ମନ୍ତ୍ର"। ପ୍ରତି ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।   ...