ଜୀବନର ସବୁ ସୁଖ ସରିଗଲା ପରେ

   କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

            ସମ୍ପାଦକ - ଉଦୟ ଭାନୁ 

ଜୀବନର ସବୁ ସୁଖ ସରିଗଲା ପରେ 
ତୁମେ କହିଥିଲ ସଦା ଥିବ ମୋ ପାଖରେ ।
ସୁଖରେ ଦୁଃଖରେ ମୋର ସାଥ୍‌ ଦେଉଥିବ
ଦିନେ ହେଲେ ଆଖିରୁ ମୋ ଲୁହ ନଗଡିବ ।
ଧରିଥିବା କର ମୋର ଛାଡିବନି କେବେ
ଭଟ୍ଟା ଜୁଆର ଅବା ଝଡ ଆସୁ ଯେବେ ।
ବଞ୍ଚିଛେ ଏକାଠି ଆମେ ମରିବା ଏକାଠି
ଭାଙ୍ଗିଯିବା ନଇଁବାନି କାଉଁରିଆ କାଠି ।
ହେଲେ ଆଜି ଭାଗ୍ଯର ଏ କେଉଁ ବିଡମ୍ବନା
ସବୁ ସ୍ବପ୍ନ ଭାଙ୍ଗି ମୋର ହେଲା ଚୁନା ଚୁନା ?
ଦୁହେଁ ମିଶି ଦେଖିଥିଲେ କେତେ ଯେ ସପନ
ଯାହା ସବୁ ଥିଲା ଆମ ଭିତରେ ଗୋପନ ।
ସ୍ବପ୍ନର ସଉଧଟିଏ ଗଢ଼ିଥିଲେ ଆମେ
ନିଜ ହାତେ ଭାଙ୍ଗିଦେଇ ଚାଲିଗଲ ତୁମେ ।
ଏକା ଛାଡିଗଲ ମରିବାକୁ ଝୁରି ଝୁରି
ଏଡେ ସ୍ବାର୍ଥପର ତୁମେ ଜାଣି ମୁଁ ନଥିଲି ।
ଦେଖ ମୁଁ କେମିତି ମରେ ପ୍ରତି ମୁହୂର୍ତ୍ତରେ 
ପ୍ରଳାପ ମୋ ପଡୁନାହିଁ କାହାରି କାନରେ ।
ସଭିଏଁ ତ ପର କେହି ନୁହଁଇ ଆପଣା 
ଯାଯାବର ଜୀବନେ ମୋ ନିଇତି ଯନ୍ତ୍ରଣା ।
କୂପେ ଦେଖି ଫେକ ଢ଼େଲା ଫିଙ୍ଗନ୍ତି ଏମାନେ
କାହାର ବି ନାହିଁ ଦୟା ମାୟା ଟିକେ ମନେ ।
ଦୁର୍ବଳ ଉପରେ ସବଳର ଅତ୍ଯାଚାର 
ଧନ ମନ ମୋହୁଅଛି ଭୂଲ୍‌ ବା କାହାର ?
ହା' ହତାଶେ କଟୁଛି ମୋର ଦିନମାନ
କେଡେ ଦୁର୍ବିସହ ସତେ ମୋର ଏ ଜୀବନ ।
ମଥା ଉପରେ ମୋ ଉଡୁଛି କାଳ ଛଞ୍ଚାଣ 
କେତେବେଳେ ଝାମ୍ପି ନେଇ କରିବ ଭୋଜନ ।
ଆଉ ନୁହେଁ ବେଶି ଡେରି ହେଲାଣି ସମୟ
ଉପନୀତ ଅତି ନିକଟରେ ନର୍କରାୟ ।
ପାରୁଶେ ପହଞ୍ଚିବାକୁ ମାତ୍ର କେଇ ଘଡି 
ହେଇ ଦେଖ ଶୁଭିଲାଣି ଦୂରରୁ ତା ରଡି ।
ପ୍ରତୀକ୍ଷାରେ ଥାଅ ପ୍ରିୟେ ପହଞ୍ଚିବି ପାଶେ
ହସି ହସି ଜନ୍ତୁପତି ଦୃତ ବେଗେ ଆସେ ।
ସକାଳ ମୋ ଅପସରି ଆସିଗଲା ସଞ୍ଜ
ଯିବା ପାଇଁ ସରିଗଲା ମୋର ସଜବାଜ ।
ଯାଉଛି ଅବିକା ଆଉ ହେବନି ଉଚ୍ଛୁର 
ବନ୍ଦାପନା ଥାଳ ଧରି ହୁଅ ତୁ ବାହାର ।।


ଭାଟପଡା,ନିରାକାରପୁର,କଣାସ (ପୁରୀ)
୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା