Posts

Showing posts from April, 2022

ଫଗୁଣ ପରସେ ସଂସ୍କୃତି ହସେ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ       ଫାଲଗୁନୀ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମା ପାତିତ ଚାନ୍ଦ୍ରମାସ ଫଗୁଣ । ବସନ୍ତ ଋତୁର ଆଗମନ ସମୟ ଇଏ । ବସନ୍ତର ଆଗମନରେ ଧରା ପୁଲକିତ । ପ୍ରକୃତି ରାଣୀର ଅପୂରନ୍ତ ଶୋଭା ମନମୁଗ୍ଧକର । ନବ ପଲ୍ଲବରେ ପଲ୍ଲବିତ ପାଦପ । ଆମ୍ବ ବଉଳର ଭୁରୁଭୁରୁ ବାସ୍ନା ପଥିକର ପଥକ୍ଳାନ୍ତର ହାରକ । ମୃଦୁ ମଳୟକୁ ପରଭୃତର କୁହୁ ତାନ , ଆହାଃ ମନ ପ୍ରାଣ ପ୍ରଶାନ୍ତ । ନର , ପଶୁପକ୍ଷୀ ସମସ୍ତେ ଫଗୁଣର ନବାଗତା ସ୍ପର୍ଶରେ ମତୁଆଲା ଆମ୍ବ ବଉଳର ଏଇ ଫଗୁଣ ମାସରେ , ତେଣୁ ଏକ କବିତାର ପଂକ୍ତିଟିଏ ମନକୁ ଆସେ :-               "ଆମ୍ବ ବଉଳଇ ଫଗୁଣ ମାସେ               ଦିଗ ଚହଟଇ ତା'ର ସୁବାସେ ।"      ଏ ମାସଟି ବି ଅତି ପବିତ୍ର ମାସ । ପର୍ବପର୍ବାଣୀର ବି ଏହି ମାସରେ ଅଭାବ ନାହିଁ । କୃଷ୍ଣପକ୍ଷ ଏକାଦଶୀରେ ପଡ଼େ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ , କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରି , ଶୁକ୍ଳପକ୍ଷ ଦଶମୀ ହେଉଛି ଫଗୁ ଦଶମୀ , ଶୁକ୍ଳପକ୍ଷ ଏକାଦଶୀରେ ଅଁଳା ଏକାଦଶୀ ଏବଂ ଶୁକ୍ଳପକ୍ଷ ଦ୍ବାଦଶୀ ଯଦି ପୁଷ୍ଯା ନକ୍ଷତ୍ର ଯୁକ୍ତ ହୁଏ ତେବେ ଗୋବିନ୍ଦ ଦ୍ବାଦଶୀ ପାଳନ କରାଯାଏ । ଏହି ମାସର ପବିତ୍ର ପର୍...

ଫଗୁଣର ଫଗୁ ଖେଳ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ            ଫେରିଛି ଫଗୁଣ , ବସନ୍ତ ମଳୟର ମୃଦୁମନ୍ଦ ସ୍ପର୍ଶ ଓ କୋକିଳର କୁହୁ ତାନରେ ଏବଂ ଆମ୍ବ ବଉଳର ଆଚମ୍ବିତ ବାସ୍ନା ସହିତ । ଅପସରିଛି ଶୀତ , ସବୁଜ ବନାନୀରେ କଅଁଳି ଉଠିଚି ପତ୍ର ; ଯୁଆଡ଼େ ଦେଖିଲେ ଖାଲି ସବୁଜିମା । ଅଷ୍ଟଦିଗ ରଙ୍ଗୀନ ; ଜୀବନ ଲାଗୁଛି ସଙ୍ଗୀନ । ବୈଶିଷ୍ଟ୍ୟତା ବହନ କରୁଛି ରଙ୍ଗର ପର୍ବ ହୋଲି ; ଆଧ୍ଯାତ୍ମିକତାକୁ ଉଜ୍ଜୀବିତ କରୁଛି ଦୋଳଯାତ । ହର୍ଷ - ଉଲ୍ଲାସରେ ଫାଟି ପଡୁଛି ଧରା । କୋଳାହଳମୟ ହୋଇଉଠୁଛି ଉତ୍କଳର ପୁରପଲ୍ଲୀ ଆଉ ସହରର କିଛି ଅଞ୍ଚଳ । ଶୁକ୍ଳପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ଯନ୍ତ ଶ୍ରୀକୃଷ୍ଣଙ୍କ ଦୋଳିଖେଳି ଉତ୍ସବ ସୃଷ୍ଟି କରିଛି ଭାଇଚାରା ଓ ଜାଗ୍ରତ କରିଛି ଆଧ୍ଯାତ୍ମ ଚିନ୍ତନ । କଥାରେ ଅଛି - "ବଙ୍ଗେ ଦୁର୍ଗାପୂଜା ଉତ୍କଳେ ଦୋଳଯାତ୍ରା" ; ଏହା ପ୍ରସିଦ୍ଧ ଅଟେ । ଫଗୁ ଦଶମୀରୁ ପୂର୍ଣ୍ଣମା ଯାଏଁ ହେଉଥିବା ଦୋଳକୁ "ରାଜଦୋଳ" କୁହାଯାଉଥିବା ବେଳେ ଫଗୁଣ ପୂର୍ଣ୍ଣମା ଠାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ହେଉଥିବା ଦୋଳକୁ "ପଞ୍ଚୁଦୋଳ" କୁହାଯାଏ । ଶ୍ରୀକୃଷ୍ଣଙ୍କ ବିଗ୍ରହକୁ ନେଇ ଦୋଳ ମଣ୍ଡପରେ ଦୋଳି ଖେଳାଇବା ସହ ପରସ୍ପର ମଧ୍ଯରେ ରଙ୍ଗ ଅବିର ସବୁ ବୋଳାବୋଳି ହୁଅନ୍ତି ସମସ୍ତେ ଆଉ ନୃତ୍ଯ - ଗୀତାଦି କରନ୍ତି । ଓଡ଼ିଶାର କୋଠିଆ ଆଉ ଗାଈ ରଖୁଆଳ ଚାକର...