Posts

Showing posts from March, 2023

ଗଣିତ ବିଦ୍ଯା : ସଂକ୍ଷେପ ସମୀକ୍ଷା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ       ଯାହା ଗଣନ ବା ହିସାବ କରି ସ୍ଥିର କରାଯାଏ  , ତାହା ଗଣିତ । ଯୋଗ , ବିୟୋଗ  , ହରଣ , ଗୁଣନ ଆଦି କରି ଉପଯୁକ୍ତ ସିଦ୍ଧାନ୍ତରେ ଉପନୀତ ହେବା ହିଁ ଗଣିତ । ଅନ୍ୟର୍ଥରେ କହିବାକୁ ଗଲେ ପରିମାଣ , ଗଠନ , ସ୍ଥାନ ଓ ପରିବର୍ତ୍ତନର ବିଦ୍ଯାକୁ ଗଣିତ ବୋଲାଯାଏ ଏବଂ ଏହି ଗଣିତର ଆବଶ୍ୟକତା ଅନେକ ; କେବଳ ଗଣିତଜ୍ଞ ନୁହଁନ୍ତି , ଅନ୍ଯମାନେ ବି ଏଥିରେ ଗବେଷଣାରତ । ବାଣିଜ୍ୟ ବ୍ୟବସାୟ , ବିଜ୍ଞାନ , ଇଞ୍ଜିନିୟରିଂ, ସ୍ଥାପତ୍ୟ ଆଦି ସର୍ବକ୍ଷେତ୍ରେ ଗଣିତର ଆବଶ୍ୟକତା ରହିଛି । ଏମିତିକି ସାହିତ୍ଯରେ ବି ଗଣିତର ସାମାନ୍ୟ ଝଲକ ଦୃଷ୍ଟିଗୋଚ଼ର ହୁଏ । ବିଶେଷ କରି ଛନ୍ଦ କବିତା , ଛାନ୍ଦ  ,ଚ଼ୌପଦୀ , ବିଭିନ୍ନ ରାଗରେ ଲିଖିତ କାବ୍ଯ କବିତା ଆଦିରେ ଗଣିତର ସୂକ୍ଷ୍ମ ପ୍ରୟୋଗ ପରିଲକ୍ଷିତ ହୁଏ । ଅକ୍ଷର ସମଷ୍ଟିର ହିସାବ ଏବଂ ପଦ୍ଯାଂଶର ହିସାବ କରି ଲେଖିବା ଏକପ୍ରକାର ଗଣିତର ବ୍ଯବହାର ନୁହେଁ କି ? ଅକ୍ଷର କି ପଦ ଯଦି ତାଳମେଳ ନଥିବ ଅର୍ଥାତ୍ କେଉଁଠି ଦଶଟି ତ ଆଉ କେଉଁଠି ଏଗାରଟି ଅକ୍ଷର ଥିବ , ତେବେ ସେ ଛନ୍ଦ କବିତା ମନୋରମ ହୋଇପାରିବନି । ତେଣୁ ଏଠାରେ ବି ଅଙ୍କ ଗଣନାର ଆବଶ୍ଯକତା ଦୃଶ୍ଯ ହୁଏ । ତର୍କର ସହାୟତାରେ ଗଣିତଜ୍ଞ ମାନେ ସମସ୍ୟା ସମାଧାନ କରନ୍ତି । ଗଣିତଜ୍ଞ ଅନେକ ବେଳେ ଅପସାରଣ ପଦ୍...

କନ୍ଯା ଅମୂଲ୍ୟ ରତ୍ନ

          ଶିବ ପ୍ରସାଦ ବାହିନୀପତି              ସମ୍ପାଦକ - ଉଦୟ ଭାନୁ       ଛୋଟ ଏକ ପଡ଼ା କେଉଟ ପାଟଣା ; ମାତ୍ର ପଚାଶଟି ଘରର ସମଷ୍ଟି । ପ୍ରାୟ ଚାରି ଶହ ହେବ ଜନ ସଂଖ୍ୟା । ସମସ୍ତେ ଦିନ ମଜୁରିଆ। କ୍ଷେତ ବାଡିରେ ଖଟି, ମାଟି ସହ ମାଟି ହୋଇ ନିଜର ପରିବାର ପ୍ରତିପୋଷଣ କରନ୍ତି । ସେ ଗାଁରେ ପ୍ରଚଳିତ ଜମିଦାର ପ୍ରଥା ଏବେ ଆଉ ନାହିଁ ; ତଥାପି ପ୍ରଥାର ଛାପ ଲିଭିନି । ଏବେ ସୁଦ୍ଧା ସେଇ ପଚାଶଟି ଘର ସେ ପଡ଼ାରେ ; ଗତ ଜନଗଣନାନୁସାରେ ପୂର୍ବ ଜନ ସଂଖ୍ୟା ଯାହା ଥିଲା ଏବେ ବି ସେଇଆ ଅଛି । କେବଳ ବଦଳିଛି ଗାଁର ପାରିପାର୍ଶ୍ବିକ ପରିବେଶ । ଆଗ ଭଳି ଚାଳ ଛପର ଘର ଆଉ ନାହିଁ ; ଟିଣ ଛପର ଘର ସବୁ ଛିଡା ହୋଇ ସାରିଛି । ଆଗର ସେ ଖଣ୍ଡିଆ ଖାବରା ଢ଼େଲା ମୋରମ ରାସ୍ତାଟି ଏବେ ପକ୍କା ରାସ୍ତାରେ ବଦଳି ଯାଇଛି । କେବଳ ଗୋଟାଏ ଘର ଛାତ ସେ ଗାଁରେ ଅଛି । ପୂର୍ବ ଜମିଦାର ବେଲାଳସେନ ଡ଼ିଆବାଘଙ୍କର ପୂର୍ବ କାଳିଆ ଛାତ ଘରଟି ବ୍ଯତିତ ଆଉ କାହାର ଛାତ ନାହିଁ । ସେତେବେଳ ଜମିଦାର ବେଲାଳସେନ ଡ଼ିଆବାଘଙ୍କ ଘରେ ଦେଖିବାକୁ ମିଳୁଥିଲା ସାଇକେଲ୍‌ ; କାହା ଘରେ ଆଉ ସାଇକେଲ୍‌ ନଥିଲା । ଏବେ ଘରେ ଘରେ ପୁଞ୍ଜେ-ଛଅଟା ଲେଖାଏଁ ସାଇକେଲ୍‌ । ବହୁତ କିଛି ବଦଳି ଯାଇଛି । ଗ୍ରାମବାସୀଙ୍କର ଅବସ୍ଥାରେ ବି ସୁଧାର ଆସିଛି ଅନେକାଂଶରେ । ଏ କାହାଣୀଟି ସେହି ଜମିଦା...

ବାସ୍ତୁ ଶାସ୍ତ୍ର

------------------------------ -------------------------- କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି             ସମ୍ପାଦକ - ଉଦୟ ଭାନୁ  ****************************** ****       ବସ୍ତୁରୁ ବାସ୍ତୁ ; କେଉଁ ଜାଗାରେ କେଉଁ ବସ୍ତୁ ରହିବ ବୋଲି ଯେଉଁ ଶାସ୍ତ୍ର ବର୍ଣ୍ଣନା କରେ ସେ ହେଲା ବାସ୍ତୁ ଶାସ୍ତ୍ର । ଅନ୍ଯର୍ଥରେ ଓଡ଼ିଆରେ "ବାସ୍ତୁ" ଶବ୍ଦର ଅର୍ଥ ଗୃହ ବା ବାସସ୍ଥାନ , ଗୃହ ନିର୍ମାଣାର୍ଥେ ଉଦ୍ଧିଷ୍ଟ କ୍ଷେତ୍ର ଅଟେ । ବାସ୍ତୁ ଶାସ୍ତ୍ର ଅତି ପୁରାତନ କଳା ବିଜ୍ଞାନ ଓ ଭାରତୀୟ ସଂସ୍କୃତିର ଏକ ଅଂଶ । ପୂର୍ବ କାଳରେ ରାଜା ମହାରାଜାମାନେ ବାସ୍ତୁ ଶାସ୍ତ୍ରାନୁସାରେ ରାଜପ୍ରାସାଦର ନିର୍ମାଣ କରୁଥିଲେ । ବୃହତ ସଂହିତା , ବିଶ୍ବକର୍ମା , ଶିଳ୍ପ ଶାସ୍ତ୍ରାଦି ଅନେକ ଗ୍ରନ୍ଥ ଏହି ବାସ୍ତୁବିଦ୍ୟା ଉପରେ ଦୃଶ୍ୟମାନ । ସୁଖ ସମ୍ପଦ ବୃଦ୍ଧି , ସନ୍ତାନ ସନ୍ତତି , ଅନ୍ଯାନ୍ଯ ବହୁବିଧ ସୌଭାଗ୍ଯ ଲାଗି ବାସ୍ତୁ ଶାସ୍ତ୍ର ବେଶ୍‌ ସହାୟକ । ବାସ୍ତୁ ତ୍ରୁଟି ବହୁ ଯାତନା ପ୍ରଦାନେ , ତେଣୁ ବାସ୍ତୁ ଶାସ୍ତ୍ର ନିୟମରେ ଗୃହ ନିର୍ମାଣ ନିତାନ୍ତ ଆବଶ୍ୟକ ଓ ଶୁଭଙ୍କର । ପ୍ରାଚ଼ୀନ କାଳରେ ମୁନିଋଷିଙ୍କ ଦ୍ବାରା ଏ ଶାସ୍ତ୍ର ରଚ଼ିତ । "ବାସ୍ତୁ ଶାସ୍ତ୍ର" ଏକ ପାରମ୍ପରିକ ହିନ୍ଦୁ ବ୍ଯବସ୍ଥା ଯାହା ଶାବ୍ଦିକ ରୂପରେ ବସ୍ତୁକଳାର ବିଜ୍ଞାନର ଅନୁବାଦ କରିଥାଏ । ଏହା ଭାର...

ମୁର୍ଖ ଶିବର ଆହ୍ବାନ

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ  ବେହିଆ ବେପାରୀ     ହସେ କିରିକିରି              ଉପାର୍ଜନ କରି ଅର୍ଥ     ମାନ କିଣି ଜନ     ଦ୍ଯନ୍ତି ପ୍ରବଚନ          ହାସଲ କରନ୍ତି ସ୍ବାର୍ଥ ।୧ ହଗିଲା ମୁତିଲା     ପାଡ଼ିଲା ଛିଙ୍କିଲା          ଯାହା ବି ଯିଏ ଗାରାଏ ଚ଼ାଟି ପର ପାଦ     ବୋଲାନ୍ତି କୋବିଦ          ଅଧୁନା ଅଣ୍ଡିରିପୁଏ ।୨ ସୁନ୍ଦର ମୋ' ଭାଷା     ସାହିତ୍ଯର ଚଷା             ବିକୃତ ରଚନା କରି ନିଜକୁ କହଇ     ମୋ' ପରି କେ' ନାହିଁ       ନୁହେଁ କେ' ମୋହର ସରି । ୩  ବାର ବର୍ଷ କାଳ     କୁକୁର ଲାଙ୍ଗୁଳ          ନଳ ଭିତରେ ପୂରାଇ ରଖିଲେ ବି ସେହି     ସିଧା ହୁଏ ନାହିଁ         ରହିଛି ପ୍ରମାଣ ପାଇ । ୪ ଶ୍ବାନ କେବେହ...

ଓଡ଼ିଆ ସଂସ୍କୃତିର ଅମାର - ଚୈତ୍ର ମାସ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ସମ୍ପାଦକ - ଉଦୟ ଭାନୁ         ଚିତ୍ରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମୀ ଯୋଗର ମାସ ଚୈତ୍ର ମାସ । ଏହା ଧର୍ମର ମାସ ଅଟେ ଏବଂ ଏହା ବସନ୍ତ ଋତୁର ଶେଷ ମାସ । ମୃଦୁ ମଳୟ ଚଇତାଳି ବାଆରେ ବାତୁଳ ପରାୟ ନର । ତେଣୁ କୁହାଯାଇଛି :-                         "ଫାଲ୍‌ଗୁନ , ଚୈତ୍ର ବସନ୍ତରେ ।                          ମୃଦୁ ମଳୟ ମନ ହରେ ।।" ଏ ମାସଟି ବର୍ଷର ଅନ୍ତିମ ମାସ । କାକୁଡ଼ି , ପିଆଜ, ବିନ୍‌, ଆଳୁ, ବିଲାତି ବାଇଗଣ , ହରିଦ୍ରା , ମୃଳା , କଖାରୁ, ଲାଉ ଆଦି ପନିପରିବା ସହ ମକା , ଚେରି , ଡିମିରି , ଭଣ୍ଡା, ଗୋଲମରିଚ ଆଦି ଯଥେଷ୍ଟ ପ୍ରମାଣେ ଉପଲବ୍ଧ ଥାଏ । ପରିବେଶ ନିର୍ମଳ ଏବଂ ନଭମଣ୍ଡଳ ପରିଷ୍କାର । କବି ଭାବୁକଙ୍କ କଲମ ମୁନରେ କେତେ ଚିତ୍ର ଆଙ୍କି ହୋଇଥାଏ ।        ଏ ମାସର ପ୍ରତ୍ଯେକ ମଙ୍ଗଳବାର ଚଇତି ମଙ୍ଗଳବାର ଓଷା ଭାବରେ ପାଳନ କରାଯାଏ ; ଏହାକୁ ବି କୁହାଯାଏ "ନିଶା ମଙ୍ଗଳବାର ଓଷା"। ଏ ଓଷାର ଆରାଧ୍ୟା ମା' ମଙ୍ଗଳା ଅଟନ୍ତି , ଚୈତ୍ରର ପ୍ରତି ମଙ୍ଗଳବାର ଦିନ ଓଡ଼ିଶାର ପ୍ରାୟ ପ୍ରତ୍ଯେକ ଗୃହିଣୀ ଏ ଓଷାରେ ମଙ...

ଶେଷ ହୋଲି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  ରଙ୍ଗ ଅବିରରେ       ଖେଳୁଥିଲି ଦିନେ        ଫଗୁଣେ ଆସିଲେ ହୋଲି ଆଉ ଇଚ୍ଛା ନାହିଁ        ଖେଳିବାର ପାଇଁ        ଇଚ୍ଛା ମୋ ଗଲାଣି ମରି ।୧ ଯେତେ ଆଶା ଥିଲା       ଆଶାରେ ରହିଲା           ସ୍ବପ୍ନ ଭାଙ୍ଗି ହେଲା ଚୁନା ଜୀବନଟା ଖାଲି       ନିରାଶାର ବାଲି         ଛଳନା ଓ ପ୍ରତାରଣା ।୨ ଦିନ ଥିଲା ତୁମେ       ସାଥେ ଥିଲ ମୋର          ହୋଲି ଲାଗୁଥିଲା ମଜା ପ୍ରେମରେ ପ୍ରେମରେ       ରଙ୍ଗ ବୋଳାବୋଳି             ଆଜି ପଡ଼ିଗଲା ଫିକା ।୩ ଏଇ ହୋଲି ହେବ       ମୋ' ଶେଷ ଦିବସ                ଦୁନିଆ ଛାଡ଼ିବ ଶିବ ଚିରଦିନ ପାଇଁ          ଆଖି ବୁଜି ଦେଇ          ଚାଲିଯିବି ବହୁ ପଥ ।୪ ଯେଉଁଠାରେ ଥାଅ       ଯେମ...

ଋତୁରାଜ ବସନ୍ତ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି        ସମ୍ପାଦକ - ଉଦୟ ଭାନୁ  ଶୀତ ଋତୁ ଅନ୍ତେ      ବସନ୍ତ ଆସନ୍ତେ          ଫଗୁଣର ରଙ୍ଗ ନେଇ ପଞ୍ଚମ ସ୍ବରେ       କୋକିଳ ରାବଇ       ଆମ୍ର ତରୁ ଡ଼ାଳେ ଥାଇ ।୧ ବୃକ୍ଷର ପଲ୍ଲବେ      ନୂତନ ପତର         ସବୁଜ ସୁନ୍ଦର ଦିଶେ ରସାଳ ବୃକ୍ଷଟି      ବାସ ଚହଟାଏ       ସୁନ୍ଦର ବଉଳ ପୁଷ୍ପେ ।୨ ମଳୟ ମରୁତ      ଦିଅଇ ଆନନ୍ଦ       ମନେ ଭରେ ଉନ୍ମାଦନା ମଳୟ ପରଶେ      ଘନସାର ବୃକ୍ଷେ        ଚହଟି ଯାଏ ବାସନା ।୩ ବସନ୍ତେ ଆସନ୍ତି      ମାତା ସରସ୍ୱତୀ            ବିଦ୍ଯାବୁଦ୍ଧି ପ୍ରଦାନନ୍ତି  ଫଗୁଣ ମାସରେ      ଦୋଳ ଯାତରାରେ         ଅବିରେ ସର୍ବେ ଖେଳନ୍ତି ।୪ ବସନ୍ତ ଆନନ୍ଦ      କହିଲେ ନସରେ         ବର୍ଣ୍ଣି କେ ପାରିବ କୁହ ବସନ୍ତ ହରଇ       ପ୍ରାଣୀଙ୍କ ଆରତ       ଲଗାଇ ତାହାର ମୋହ ।୫ ...

ଦୋଳ ଭୋଗଖିଆ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ  ବସନ୍ତ ଋତୁରେ ଫଗୁଣ ମାସରେ  ବସନ୍ତ ମଳୟ ଯେବେ ଝରେ ବରଷକେ ଥରେ ଧରା ବକ୍ଷ ପରେ  ଦୋଳ ପୁନେଇଁଟି ଅବତରେ ।୧ ଦୋଳ ବିମାନରେ ବିଜେ ଦୁଇ ମୂର୍ତ୍ତି  କୁମୁଦେଶ୍ବର ଚନ୍ଦନେଶ୍ୱର  ଦ୍ବାବିଂଶ ମଉଜା ଠାକୁର ଶଙ୍କର ଉଭା ହୋଇଥା'ନ୍ତି ପ୍ରତି ଦ୍ବାର ।୨ ଦ୍ବାରେ ଦ୍ଵାରେ ଶୋଭା ପ୍ରତି ଉପବାସେ ଖଞ୍ଜା ଶୁଭ କଲଶ ନୈବିଦ୍ଯ ଘଣ୍ଟଘଣ୍ଟା ମାଡ଼ ମୃଦଙ୍ଗ କାହାଳୀ ବାଜେ ଶଙ୍ଖନାଦ ନାନା ବାଦ୍ଯ ।୩ ଭକ୍ତିରେ ଆତୁର ଗ୍ରାମେ ଗ୍ରାମବାସୀ  ଫଗୁ ଅବିର ଲେପି ସ୍ବଅଙ୍ଗେ ହରିବୋଲ ନାଦ ହୁଳହୁଳି ଶବ୍ଦ  ଆହାକି ମଧୁର ଲାଗେ ।୪ ଦୋଳ ଭୋଗଖିଆ ପୁନେଇଁ ମଉଜ  ସବୁ ପରବଠୁ ସେ ନିଆରା ପ୍ରଭୁଙ୍କ ଦର୍ଶନେ ପାପ ଧୋଇଯାଏ ବିଚିତ୍ର ପ୍ରଭୁଙ୍କର ସେ ଲୀଳା ।୫ ଭକ୍ତିରେ ପ୍ରଣମେ ଦୀନଦୁଃଖୀ ଶିବ ଶିବଶଙ୍କର କରନ୍ତୁ ଦୟା ଶିବ ନାମ ଜପି ଶିବ ପାଉ ମୁକ୍ତି କି ବର୍ଣ୍ଣିବ ଶିବ ପ୍ରଭୁଙ୍କ ମାୟା ।୬ ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୮୦୫୩୬

ବରୁ କାହିଁ ତୋ' ବିଲୟ ?

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି            ସମ୍ପାଦକ ଉଦୟ ଭାନୁ  ପର ପଦ ଚଟା       ବେହିଆ ନିଲଠା        ଦେଖାଏ ସାହିତ୍ଯ ପ୍ରୀତି  ଅର୍ଥ ଦେଇ ସ୍ବାର୍ଥ      କିଣିବାଟା ବ୍ଯର୍ଥ          ଅନ୍ଧ କନ୍ଧ ମହାଯତି । କାଲି ଯିଏ ଥିଲା      ଲଫଙ୍ଗାର ଚେଲା        ଆଜି ସେ କରେ ହୋ' ହାଲା  ମୂର୍ଖପଣେ ବିଦ୍ଯ      ବୋଲାଏ କୋବିଦ         ଗଳି ପଶି କରେ ପାଲା । ବେହିପୁଅ ତୋର      ଏଡ଼ିକି ଜବର           ମାଳର ବାଳଟେ ତୁହି ଜାଣିନୁ କି ମୋର      ଶକ୍ତି କଲମର        ଭାଙ୍ଗିଦେବି ତୋର ଛଇ । ଚିହ୍ନିବାର ପାଇଁ       ବାକି ଆଉ ନାହିଁ        ପୁଣ୍ଯର ସେ ତୋୟା ତଟ ଯଦି ବଖାଣିବି       ଗ୍ରନ୍ଥଟେ ରଚିବି         ଅଛି ବାଇଡ଼ଙ୍କ ଛାଟ । ନିମକ ହାରାମ      ତୁହିଟା ପରମ         କରମ ନିନ୍ଦୁକ ଶ୍ବାନ ଲବି କରି କବି    ...

କି ପ୍ରକାର ଏ ରାଜନୀତି ?

         କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି            "ଦେଶଦାସୀ ବନ୍ଧୁ ଆତ୍ମୀୟ ସୋଦର ,          କାରାଦଣ୍ଡେ ମୋର ହେଲ କି କାତର ?               ଥିଲା ଏହା ଆଗୁଁ ଜଣାଶୁଣା କଥା ,        ସେଥିପାଇଁ ତେବେ କିମ୍ପା ମନେ ବ୍ଯଥା ।             କାତରତା ସିନା କାପୁରୁଷପଣ ,          ବୀର ମରେ ଅବା ମାରେ କରି ରଣ ।            ପଛଘୁଞ୍ଚା ନାହିଁ ବୀରର ଜାତକେ ,          ନମରେ ସେ କେବେ ପରାଣ ଆତଙ୍କେ ।              ଜାଣିଛି , ଲାଗିଛି ଏ ଶାନ୍ତି ସମର ,              ନାହିଁ ଏଠି ତୋପ ହାତହତିଆର ।            ବଳ ବା ବିଭବ ନାହିଁ ଏଠି ଲୋଡ଼ା ,         ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।             ଆଧ୍ଯାତ୍ମିକ ବଳେ ଲାଗିଛି ଲଢ଼ାଇ ,              ଭାଙ୍ଗିବା...

ପରିବର୍ତ୍ତନଶୀଳ ପଲ୍ଲୀ ସଂସ୍କୃତି ଓ ପରମ୍ପରା

            କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ      ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଆମ ଦେଶର କଳା, ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା ଏବଂ ବିଶ୍ବ ଦରବାରରେ ପ୍ରସିଦ୍ଧ । କଥାରେ ଅଛି - "ଯାହା ନାହିଁ ଭାରତେ ; ତାହା ନାହିଁ ଜଗତେ ।" ଆମ ଦେଶରେ ସବୁକିଛି ମହଜୁଦ୍‌ ଅଛି । ସନ୍ଧାନ କଲେ ପ୍ରାପ୍ତ ସୁନିଶ୍ଚିତ । ଆମ ଦେଶର ଅପରୂପ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ । ରାଧାନାଥ ରାୟଙ୍କ କଲମ ନିଃସୃତ ବାଣୀ -             "ସୁନ୍ଦର ତୃପ୍ତିର ଅବସାଦ ନାହିଁ           ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।" ଆମ ଦେଶର ସମସ୍ତ ସୌନ୍ଦର୍ଯ୍ୟମୟ ସ୍ଥାନ ମଧ୍ୟରୁ ଓଡ଼ିଶା ଅନ୍ଯତମ । ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶା । ଏହାର ସୁନ୍ଦରତାରେ ବେଶ୍‌ ଆକର୍ଷଣ ଥାଏ । ଓଡ଼ିଶାବାସୀଙ୍କ ଚ଼ାଲିଚ଼ଳଣି , ରଙ୍ଗଢ଼ଙ୍ଗ ଏବଂ ସଂସ୍କୃତି ଓ ପରମ୍ପରା ବେଶ୍‌ ନିଆରା ସହିତ ଆମୋଦ ପ୍ରମୋଦ ବି । ପୂର୍ବେ ଏହା କଳିଙ୍ଗ , ଉତ୍କଳ ବୋଲି ବିଦିତ ଥିଲା ; ପରେ ପରେ ପରିବର୍ତ୍ତିତ ନାମ ଓଡ୍ର ଏବଂ ପୁନଃ ପରିବର୍ତ୍ତନ ହୋଇ ଓଡ଼ିଶାରେ ରୂପାନ୍ତରିତ ହୋଇଛି । ଓଡ଼ିଶାର ମୂଳ ଭାଷା ଓଡ଼ିଆ ଏବଂ ଧୋତି ପଞ୍ଜାବି ପରେ ପରେ ଲ...

ଏ ଆମ ଓଡ଼ିଶାର ସୁନାମ ବିଚାର

ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ  ଯାଇଥିଲି ବନ୍ଧୁ ଆଜି ଭୁବନେଶ୍ବର  ଏକ ସ୍ଥାନରେ ମୋର ପଡ଼ିଲା ନଜର । ରବି ଟକିଜ୍‌ ଠାରେ ଠିଆ ହୋଇଥିଲି ନୋ ପାର୍କିଙ୍ଗ୍‌ ବୋଲି ଲେଖାଟେ ଦେଖିଲି । ନୋ ପାର୍କିଙ୍ଗ୍‌ ସିନା ଲେଖା ଥିଲା ସେଠାରେ ଗାଡ଼ିଟେ ଛିଡ଼ା ହୋଇଥିଲା ନିଶ୍ଚିତରେ । ଜନତା ରଖିଲେ ସିନା ଲାଗିବ ଦୋଷ କର୍ମଚାରୀ ଦୋଷକୁ କିଏ ବା ଧରିବ ? ଅଫିସରଙ୍କୁ ପରା ସବୁକିଛି ଛାଡ଼ ଆନ ରଖିଲେ ମିଳେ ନିସ୍ତୁକ ପ୍ରହାର । ସେ ସ୍ଥାନରେ ପଡୁନି କାହାର ନଜର ଏ ଆମ ଓଡ଼ିଶାର ସୁନାମ ବିଚାର ।। ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ  ୮୯୧୭୪୮୦୫୩୬