ଋତୁରାଜ ବସନ୍ତ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଶୀତ ଋତୁ ଅନ୍ତେ ବସନ୍ତ ଆସନ୍ତେ
ଫଗୁଣର ରଙ୍ଗ ନେଇ
ପଞ୍ଚମ ସ୍ବରେ କୋକିଳ ରାବଇ
ଆମ୍ର ତରୁ ଡ଼ାଳେ ଥାଇ ।୧
ବୃକ୍ଷର ପଲ୍ଲବେ ନୂତନ ପତର
ସବୁଜ ସୁନ୍ଦର ଦିଶେ
ରସାଳ ବୃକ୍ଷଟି ବାସ ଚହଟାଏ
ସୁନ୍ଦର ବଉଳ ପୁଷ୍ପେ ।୨
ମଳୟ ମରୁତ ଦିଅଇ ଆନନ୍ଦ
ମନେ ଭରେ ଉନ୍ମାଦନା
ମଳୟ ପରଶେ ଘନସାର ବୃକ୍ଷେ
ଚହଟି ଯାଏ ବାସନା ।୩
ବସନ୍ତେ ଆସନ୍ତି ମାତା ସରସ୍ୱତୀ
ବିଦ୍ଯାବୁଦ୍ଧି ପ୍ରଦାନନ୍ତି
ଫଗୁଣ ମାସରେ ଦୋଳ ଯାତରାରେ
ଅବିରେ ସର୍ବେ ଖେଳନ୍ତି ।୪
ବସନ୍ତ ଆନନ୍ଦ କହିଲେ ନସରେ
ବର୍ଣ୍ଣି କେ ପାରିବ କୁହ
ବସନ୍ତ ହରଇ ପ୍ରାଣୀଙ୍କ ଆରତ
ଲଗାଇ ତାହାର ମୋହ ।୫
ସେ ଲାଗି ବସନ୍ତ ଋତୁ ମଧ୍ଯେ ଶ୍ରେଷ୍ଠ
ଋତୁରାଜ ରୂପେ ଖ୍ଯାତ
ଷଡ଼ଋତୁ ମଧ୍ଯେ ମହାରାଜ ହୋଇ
ପ୍ରଜାଙ୍କୁ ଦିଏ ଆନନ୍ଦ ।୬
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment