Posts

Showing posts from August, 2022

ରଥଯାତ୍ରା : ଏକ ସମ୍ଯକ ଅବଧାରଣା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ          ଆଶାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥି , ଜନାକୀର୍ଣ୍ଣ ପୁରୀ ସହର । ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଅଗଣିତ ଭକ୍ତ ; ସୋରିଷ ବୁଣିବାକୁ ଜାଗା ନାହିଁ । ଶାନ୍ତିଲତା ବାରିକଙ୍କ କଣ୍ଠ ନିଃସୃତ ଏକ ଭଜନ ମନେ ପଡ଼ିଯାଏ ଏଇ ମୁହୂର୍ତ୍ତରେ :- "ବାବା କି ଭିଡ଼ ବଡ଼ଦାଣ୍ଡରେ / ସୋରିଷ ବୁଣିଲେ ତଳେ ପଡ଼ିବନି /ପଡ଼ିବ ଭକତ ମୁଣ୍ଡରେ , ମୁଣ୍ଡରେ , ମୁଣ୍ଡରେ / ବାବା କି ଭିଡ଼ ବଡ଼ଦାଣ୍ଡରେ ।" ସତରେ ଏଦିନ ପାପମୋଚନର ଦିନ , ଭକ୍ତ - ଭଗବାନଙ୍କର ଏକତ୍ରୀକରଣର ଦିନ , ରାଜା - ପ୍ରଜାଙ୍କ ସମ୍ମିଳନର ଦିନ , ନେତା - ଜନତାଙ୍କ ମହାମିଳନ ; ପବିତ୍ର ଘୋଷଯାତ୍ରା ଯାହା ସାରା ବିଶ୍ବରେ ପ୍ରସିଦ୍ଧ । ଅନ୍ଯର୍ଥରେ ରଥଯାତ୍ରା । ସଂସାରରେ ଏମିତି ଜଣେ କେହି ନାହିଁ ଯିଏ ପାପ କରିନାହିଁ  । ମଶା-ମାଛିଟିଏ ମାରିଲେ ବି ପାପ ; ତେଣୁ ସମସ୍ତେ ପାପୀ । ଜାଣତେ ହେଉ କି ଅଜାଣତେ ସମସ୍ତେ ପାପର ଆବର । ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ସାରା ଜଗତର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ସ୍ପର୍ଶନ ପାଇଁ ବ୍ଯାକୁଳିତ ହୃଦୟ ଧାଇଁ ଆସିଛି ଦୂରଦୂରାନ୍ତରୁ । ଭକ୍ତ ଆଉ ଭଗବାନଙ୍କ ମିଳନରେ ପୂରି ଉଠିଛି ବଡ଼ଦାଣ୍ଡ । ଏଠି ଜଗତର ନାଥ ଜଗନ୍ନାଥ ସ୍ବୟଂ ବ୍ରହ୍ମାଣ୍ଡ ରାଜନ , ବ୍ରହ୍ମାଣ୍ଡଯାକର ଲୋକ ପ୍ରଜା ତୁଲ୍ଯ । ସାରା ବ୍ରହ୍ମାଣ୍...

ଶିବ ଅର୍ଚ୍ଚନାର ମାସ ଶ୍ରାବଣ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ         ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ସଂଯୁକ୍ତ ମାସଟି ଶ୍ରାବଣ । ଏହା ବର୍ଷା ଋତୁର ଅନ୍ତର୍ଭୁକ୍ତ ଏବଂ ଏହା ମହାରୁଦ୍ର ଦେବଙ୍କର ଅତି ପ୍ରିୟ ମାସର ମାନ୍ୟତା ପ୍ରାପ୍ତ । ଏହି ମାସରେ ଶିବ ବ୍ରତୀ ସଂଖ୍ୟାଧିକ ଥା'ନ୍ତି । ପୂଜାର୍ଚ୍ଚନାର ମହତ୍ତ୍ୱ ଅପେକ୍ଷା ଏ ମାସରେ ପୋଷାକର ରଙ୍ଗକୁ ନେଇ ବି ସେତିକି ମହତ୍ତ୍ୱ ରହିଥାଏ । ମହାଦେବଙ୍କ ପ୍ରିୟ ରଙ୍ଗ ସବୁଜ ହେତୁ ଏ ରଙ୍ଗର ପୋଷାକ ପରିଧାନ କଲେ ଆପଣଙ୍କର ବିଗିଡ଼ା କାମ ବା ବକେୟା କାମ ପୂରା ହୁଏ ଏବଂ ସର୍ବ ମନସ୍କାମ ପୂର୍ଣ୍ଣ ହୋଇଥାଏ ; ସବୁଜ ପୋଷାକ ସହ ସବୁଜ ଚୁଡ଼ି ପିନ୍ଧିବା ଅତି ଶୁଭ । ଏ ମାସରେ ଭୁଲ୍‌ରେ ସୁଦ୍ଧା କଳା ରଙ୍ଗ ପିନ୍ଧିବା ଅନୁଚିତ । କାରଣ ଭୋଳାନାଥ କ୍ରୋଧ ଜର୍ଜରିତ ହୋଇ ଉଠନ୍ତି ।       ଏହା ପବିତ୍ର ମାସ , ତେଣୁ ଏ ମାସରେ କଦାପି ବି ଆମିଷ ଖାଇବା ଅନୁଚିତ ଏବଂ ପିଆଜ - ରସୁଣ ବି ଖାଇବା କଥା ନୁହେଁ । ସାଗର ମନ୍ଥନ ବେଳେ ରାହୁ ମାୟା କରି ଅମୃତ ପାନ କରିଥିବାରୁ ଶ୍ରୀବିଷ୍ଣୁ ତା'ର ଗଳାକୁ ସୁଦର୍ଶନରେ ଛେଦ କଲା ବେଳେ କିଛି ଶୋଣିତ ବୁନ୍ଦା ଧରାରେ ପଡ଼ି ପିଆଜ ଓ ରସୁଣ ଭାବେ ଉତ୍ପତ୍ତି ହୋଇଥିବାରୁ ଏହା ଭକ୍ଷିବା ସମ୍ପୂର୍ଣ୍ଣ ବାରଣ ଅଟେ । ଶ୍ରାବଣ ମାସରେ ନଖ-କେଶ ଛେଦନ ପୁରା ବାରଣ ଅଟେ ଏବଂ ଏ ମାସ...