Posts

Showing posts from May, 2022

ମାଆ ସରସ୍ୱତୀ

                     କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                            ସମ୍ପାଦକ - ଉଦୟ ଭାନୁ         ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହୁଏ ସରସ୍ୱତୀ ପୂଜା ; ବିଦ୍ଯା ପ୍ରାପ୍ତ୍ଯର୍ଥେ ବିଦ୍ଯାର୍ଥୀ ମାନଙ୍କ ଦ୍ବାରା ଶିକ୍ଷାଳୟରେ ଧୂମ୍‌ଧାମ୍‌ରେ ପାଳନ କରାଯାଏ । ଅତି ସୁନ୍ଦର ସାଜସଜ୍ଜାର ଦିବ୍ଯ ଆସନ ଆରୁଢ଼ା ହୋଇ ମାଆ ସରସ୍ୱତୀ ଅର୍ଚ୍ଚିତା ହୁଅନ୍ତି । ପୂଜାନ୍ତେ ପୁଷ୍ପାଞ୍ଜଳି ଜ୍ଞାପନ ପରେ ଉପବାସ କରିଥିବା ବିଦ୍ଯାର୍ଥୀମାନେ ଭୋଜନ ଗ୍ରହଣ କରିଥା'ନ୍ତି । ଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ୍ଯର୍ଥେ ସମସ୍ତ ବିଦ୍ୟାର୍ଥୀ ସେମାନଙ୍କର ପାଠ୍ଯ ପୁସ୍ତକ , କଲମ ଆଦିକୁ ଦେବୀଙ୍କୁ ସମର୍ପଣ କରିଥା'ନ୍ତି । ଏହାର ଅନ୍ଯ ନାମ "ଶ୍ରୀପଞ୍ଚମୀ" ବା "ବସନ୍ତ ପଞ୍ଚମୀ" ନାମରେ ନାମିତ । ଋତୁରାଜ ବସନ୍ତ ମୃଦୁମନ୍ଦ ମଳୟରେ ପୁଷ୍ଯ ସୁରଭି ଭରି ସ୍ବାଗତ କରେ ମାଆ ସରସ୍ୱତୀଙ୍କୁ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ।        ବିଶ୍ବାସ ଅନୁସାରେ ଜ୍ଞାନ ଓ ସଙ୍ଗୀତର ଦେବୀ ମାଆ ସରସ୍ୱତୀ ଏହି ଦିନ ଦେଖା ଦେଇଥିଲେ ଓ ବୀଣାକୁ ବିଦ୍ଧ କରି ତାଙ୍କ ଜୀବନକୁ ଏହି ଦୁର୍ବଳ ଦୁନିଆରେ ରଖିବା ସହିତ ...

ଉଦୟ ଭାନୁର ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇ : - ଏକ ଶୋକାପନ

                                       ( ଏକାଦଶାହ ଉପଲକ୍ଷ୍ୟେ )                                                - କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                  ସେଦିନ ଥିଲା ୨୦୨୨ ଜାନୁୟାରୀ ୨୫ ତାରିଖ , ମଙ୍ଗଳବାର ; ସମୟ ଅପରାହ୍ନ ୪ଟା ବାଜି କେତେ ମିନିଟ୍‌ ହେବ । ମୁଁ ମୋର ଶୋଇବା ଘର ଖଟ ଉପରେ ବସିଥାଏ , ମୋ' ହାତରେ ଥିବା ଚା' କପ୍‌ଟି ବାରମ୍ବାର ମୋ' ଓଠକୁ ଚୁମ୍ବନ ଦେଇ ଚାଲିଥାଏ । ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ)ର  ମାସିକ ଇ ପତ୍ରିକା ପ୍ରକାଶନ ପାଇଁ ପ୍ରସ୍ତୁତି ଜୋର୍‌ ଧରିଥିବା ବେଳେ ମୁଁ ସମ୍ପାଦକ ଭାବରେ ମୋ' କାର୍ଯ୍ଯ ପ୍ରାୟ ତୁଲେଇ ସାରିଥାଏ । ବାକି କେବଳ ସାଙ୍ଗଠନିକ ସମ୍ପାଦକ ତାଙ୍କର କାର୍ଯ୍ଯ ତୁଲାଇବା । ସବୁ କାମ ସରିଛି , ଖାଲି ପ୍ରକାଶ ପାଇବା କଥା ; ଡେରି କାହିଁକି ହେଉଛି ଭାବି ଯୋଗାଯୋଗ କରିବାକୁ ମନସ୍ଥ କଲା ବେଳକୁ କପ୍‌ରୁ ଚା' ଖାଲି । କପ୍‌ଟି ଧୁଆଧୋଇ କରି ଯଥା ସ୍ଥାନରେ ରଖି ଫୋନ୍‌ କଲି ସାଙ୍ଗଠନିକ ସମ୍ପାଦକ ମାଧ...

ବ୍ଯଙ୍ଗ କବିତା

            କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                  ସମ୍ପାଦକ - ଉଦୟ ଭାନୁ   ########################      ପ୍ରବନ୍ଧଟିର ବିଷୟବସ୍ତୁଟି ବ୍ଯଙ୍ଗ କବିତା । ବ୍ଯଙ୍ଗ କବିତା କହିଲେ କ'ଣ ବୁଝାଏ ଓ ତା'ର ଶୈଳୀ କ'ଣ ସେହି ବିଷୟରେ ସମସ୍ତେ ପ୍ରାୟ କିଛି ମାତ୍ରାରେ ବିଜ୍ଞ ଥିବେ । ମୁଁ ଅଧିକ ବା କ'ଣ କହିବି ? ମୁଁ ଯେତିକି ଜାଣେ ସେତିକିକୁ ହିଁ ଏଠାରେ ଉପସ୍ଥାପନ କରିବି । ମୋର ସ୍ବଳ୍ପ ଜ୍ଞାନରେ ଯାହା ବି କହିବି ତାହାକୁ ବିଦ୍ବାନ ବିଚାରରେ ନେବେ । ତ୍ରୁଟି ଥାଇପାରେ ଯଦି ମୁଁ ଭାବୁଛି ; ତେବେ ମାର୍ଜନା କରିବାକୁ ଅନୁରୋଧ ।      ବ୍ଯଙ୍ଗ କହିଲେ ସାଧାରଣତଃ ବିକଳାଙ୍ଗ, ବ୍ଯର୍ଥ ବୋଲି ବୁଝାଇଥାଏ । ଅନ୍ଯ ଅର୍ଥରେ ବିଦ୍ରୁପ କରି କହିବାର ଅର୍ଥ ମଧ୍ଯ ବ୍ଯଙ୍ଗ  ଅଟେ । ବ୍ଯଙ୍ଗ କବିତା କହିଲେ ଏଠି ବ୍ଯର୍ଥ କବିତାକୁ ଧରାଯାଇ ପାରିବନି । କାରଣ କବିତା ବା କୌଣସି ଲେଖା ବ୍ଯର୍ଥ ନୁହେଁ  । ପ୍ରତ୍ଯେକ ଲେଖାର କିଛି ନା କିଛି ମହତ୍ତ୍ୱ ଅଛି । ବିକଳାଙ୍ଗ କବିତା କହିଲେ କିନ୍ତୁ କିଛି ଅସୁବିଧା ନାହିଁ ।        ବିକଳାଙ୍ଗ ଶବ୍ଦର ଅର୍ଥ କ୍ଷୁର୍ଣ୍ଣ ଅଙ୍ଗ । କବିତା ହେଉ ବା ଯେକୌଣସି ବି ଲେଖା ହେଉ , ସାଧାରଣ ଭାଷାରେ କିମ୍ବା ସାହିତ୍ୟ...

ଯୋଗ- ଯୋଗୀ-ଯୋଗାଚାରୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ପ୍ରାଚୀନ ଭାରତରେ ପ୍ରାୟ ୭୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର-ମନ-ଆତ୍ମା ସଂଯମର ଏକ ଆଧ୍ଯାତ୍ମିକ ପଦ୍ଧତି ହେଲା "ଯୋଗ" । ଯୋଗର ବହୁ ଶାଖା ମଧ୍ଯରେ ରାଜଯୋଗ ଏବଂ ହଠଯୋଗ ବେଶ୍‌ ପ୍ରସିଦ୍ଧ । ପ୍ରାକ୍‌ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି । ସିନ୍ଧୁ ଉପତ୍ୟକା ସଭ୍ଯତାରୁ ପ୍ରାପ୍ତ ମୁଦ୍ରାରେ ଯୋଗାସନ ସଂସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ୍‌ବେଦରେ ବି ଯୋଗର ଉଲ୍ଲେଖ ଅଛି । ବିଭିନ୍ନ ଉପନିଷଦରୁ ଯୋଗ ବହୁ ପ୍ରାଚୀନ ବୋଲି ଜଣାପଡେ ଏବଂ ବୌଦ୍ଧସୂତ୍ର ମାନଙ୍କରେ ବି ଯୋଗ ବିଷୟରେ ଉଲ୍ଲେଖ ଅଛି । ପତଞ୍ଜଳୀଙ୍କ ଯୋଗସୂତ୍ର ଯୋଗର ପ୍ରଥମ ଗ୍ରନ୍ଥ ; ଏଥିରେ ଯୋଗର ମାନସିକ-ଦାର୍ଶନିକ ବ୍ଯାଖ୍ଯା ଭରପୂର ରହିଛି । ଭଗବତ ଗୀତାରେ ବି ଯୋଗର ବିସ୍ତୃତ ବର୍ଣ୍ଣନା ରହିଛି । ସାଧନାର ଅନ୍ତର୍ଚେତନାର ବିକାଶ ଏବଂ ମହଚେତନା ସଙ୍ଗତେ ମିଳନ ପ୍ରକ୍ରିୟା "ଯୋଗ" । ଏ ଶବ୍ଦ ସଂସ୍କୃତର "ଯୁଜ୍‌" ଧାତୁରୁ ଆନୀତ , ଯା'ର ଅର୍ଥ "ଯୁକ୍ତାବସ୍ଥା" ; ଅର୍ଥାତ୍ ଯୁକ୍ତ କରିବା ବା ଏକତ୍ର କରିବା । ଆଧ୍ୟତ୍ମିକ ଅର୍ଥରେ ଏହା ଜୀବାତ୍ମା ଆଉ ପରମାତ୍ମାଙ୍କ ମିଳନ । ଯୋଗ ହେଲା ପାରମ୍ପରିକ ବୈଦିକ ଷଡ଼ ଦର୍ଶନ ମାଧ୍ଯମରେ ଅନ୍ଯତମ । ରାଜଯୋଗ , ହଠଯୋଗ , ଲୟଯୋଗ , କୁଣ୍ଡଳିନୀ ଯୋଗ , କର୍ମଯୋଗ , ଜ୍ଞାନଯୋଗ , ...

ମେରୁ ପର୍ବ : ଆମ ସଂସ୍କୃତିର ଅଚ୍ଛେଦ୍ଯ ଅଙ୍ଗ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ         ବିଷୁବ ରେଖା ବା ମେରୁ ରେଖା ଉପରେ ସୂର୍ଯ୍ଯ ଅବସ୍ଥାନ କରିବା ଦିବସଟି ମେରୁ ସଂକ୍ରାନ୍ତି ଯାହାକୁ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ନାମରେ ଅଭିହିତ କରାଯାଇଛି । ବର୍ଷର ପ୍ରଥମ ମାସ ମେଷ ମାସର ପ୍ରଥମ ସଂକ୍ରାନ୍ତି ଇଏ ; ମେଷ ସଂକ୍ରାନ୍ତି ବି କୁହାଯାଏ । ପ୍ରବଳ ଖରା ତେଜରେ ଅସ୍ତବ୍ୟସ୍ତ ହୋଇ ଲୋକେ ଜଳର ଚାହିଦା ବୃଦ୍ଧି କରନ୍ତି ; ପଣାପାଣି ପାନରେ ତୃପ୍ତି ଲାଭ କରନ୍ତି । ତେଣୁ ଏହା ପଣା ସଂକ୍ରାନ୍ତି । ନାନା ଫଳମୂଳ , ସାକର-କ୍ଷୀର-ନବାତ-ମୁଖବାସାଦି ସମିଶ୍ରଣରେ ପ୍ରସ୍ତୁତ ପ୍ରପାନକ ଭୋଗ ଲଗାଇ ପ୍ରସାଦ ରୂପରେ ପାଇ ବା ପାନ କରି ତୃଷା ନିବାରଣ କରନ୍ତି । ଏହିଦିନ ହନୁମାନଙ୍କର ଜନ୍ମ ତିଥି ହେତୁ ହନୁମାନ ଆଳୟେ ପ୍ରପାନକ ପୂଜନ ହୁଏ । ଏହିଦିନଟି ଆମର (ଓଡ଼ିଆ ମାନଙ୍କର) ନବବର୍ଷ ଅଟେ । ପ୍ରତ୍ଯେକ ଘରେ ତୁଳସୀ ଚଉରାରେ ଠେକି ବାନ୍ଧି ପଣା ଢ଼ାଳି ବୃନ୍ଦାବତୀଙ୍କୁ ଦିଆଯାଏ । ଏହି ଅବସରରେ ଝାମୁଯାତ୍ରା ବା ମେରୁ ପର୍ବ / କାମନା ଦଣ୍ଡ ଆଦି ଉତ୍ସବ ଅନୁଷ୍ଠିତ ହୁଏ । କେଉଁଠି ୧୩ ଦିନ ତ କେଉଁଠି ୨୧ ଦିନ ଚାଲେ ।      ଏହି ମେଷ ସଂକ୍ରାନ୍ତି ହିଁ ଦଣ୍ଡ ଉତ୍ସବର ଉଦ୍‌ଯାପନ ଦିବସ । ଅନେକ ଦେବୀ ପୀଠରେ ଏ ସମୟେ ଅନୁଷ୍ଠିତ ହୁଏ ପଟୁଆ ଯାତ୍ରା । ଆଦିବାସୀ ସମ୍ପ୍ର...