ବ୍ଯଙ୍ଗ କବିତା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
########################
ପ୍ରବନ୍ଧଟିର ବିଷୟବସ୍ତୁଟି ବ୍ଯଙ୍ଗ କବିତା । ବ୍ଯଙ୍ଗ କବିତା କହିଲେ କ'ଣ ବୁଝାଏ ଓ ତା'ର ଶୈଳୀ କ'ଣ ସେହି ବିଷୟରେ ସମସ୍ତେ ପ୍ରାୟ କିଛି ମାତ୍ରାରେ ବିଜ୍ଞ ଥିବେ । ମୁଁ ଅଧିକ ବା କ'ଣ କହିବି ? ମୁଁ ଯେତିକି ଜାଣେ ସେତିକିକୁ ହିଁ ଏଠାରେ ଉପସ୍ଥାପନ କରିବି । ମୋର ସ୍ବଳ୍ପ ଜ୍ଞାନରେ ଯାହା ବି କହିବି ତାହାକୁ ବିଦ୍ବାନ ବିଚାରରେ ନେବେ । ତ୍ରୁଟି ଥାଇପାରେ ଯଦି ମୁଁ ଭାବୁଛି ; ତେବେ ମାର୍ଜନା କରିବାକୁ ଅନୁରୋଧ ।
ବ୍ଯଙ୍ଗ କହିଲେ ସାଧାରଣତଃ ବିକଳାଙ୍ଗ, ବ୍ଯର୍ଥ ବୋଲି ବୁଝାଇଥାଏ । ଅନ୍ଯ ଅର୍ଥରେ ବିଦ୍ରୁପ କରି କହିବାର ଅର୍ଥ ମଧ୍ଯ ବ୍ଯଙ୍ଗ ଅଟେ । ବ୍ଯଙ୍ଗ କବିତା କହିଲେ ଏଠି ବ୍ଯର୍ଥ କବିତାକୁ ଧରାଯାଇ ପାରିବନି । କାରଣ କବିତା ବା କୌଣସି ଲେଖା ବ୍ଯର୍ଥ ନୁହେଁ । ପ୍ରତ୍ଯେକ ଲେଖାର କିଛି ନା କିଛି ମହତ୍ତ୍ୱ ଅଛି । ବିକଳାଙ୍ଗ କବିତା କହିଲେ କିନ୍ତୁ କିଛି ଅସୁବିଧା ନାହିଁ ।
ବିକଳାଙ୍ଗ ଶବ୍ଦର ଅର୍ଥ କ୍ଷୁର୍ଣ୍ଣ ଅଙ୍ଗ । କବିତା ହେଉ ବା ଯେକୌଣସି ବି ଲେଖା ହେଉ , ସାଧାରଣ ଭାଷାରେ କିମ୍ବା ସାହିତ୍ୟିକ ଭାଷାରେ ତା'ର ପ୍ରତ୍ଯେକଟି ଅଙ୍ଗକୁ ବୁଲେଇ ବଙ୍କେଇ ବିକଳାଙ୍ଗ କରି ରଚନା କରାଯାଇଥାଏ । ଯେମିତି ଏକ ସାଧାରଣ ଉଦାହରଣଟିଏ ଗ୍ରହଣ କରନ୍ତୁ ଜାଣି ପାରିବେ । ଉଦାହରଣରେ କହିବାକୁ ଗଲେ :- "ପୁଅଟି ଝିଅଟିର ଗାଲରେ ଚୁମାଟିଏ ଆଙ୍କିଦେଲା ।" - ଏ ବାକ୍ଯଟିକୁ ମୁଁ ଯଦି ବିକଳାଙ୍ଗ କରିବି ତେବେ ଏହିପରି ହେବ :- "ପୁଅଟି ଝିଅଟିର ଗାଲ ଚୁଚୁମି ଦେଲା ।"- ଏଠି ଦେଖନ୍ତୁ ଭାଷାର କେଉଁ ପ୍ରକାରର ପରିବର୍ତ୍ତନ । କବିତାରେ ମୁଁ ଗୋଟିଏ ପଦ ମୋ ନିଜର ଲେଖାକୁ ବ୍ଯଙ୍ଗ କରିବାକୁ ଯାଇ ଉଦାହରଣରେ ନେଉଛି । ଦେଖନ୍ତୁ କେମିତି ମୁଁ ବିକଳାଙ୍ଗ କରୁଛି ।
ଚୁମିବାକୁ ତୋତେ ଇଚ୍ଛା ହୁଏ କେତେ
ପାଖକୁ ପାରେନା ଯାଇ
ଶିଷ୍ଟ ନୁହେଁ ଦୁଷ୍ଟ ସେଲାଗି ମୁଁ ଭୀତ
କାଳେ ପ୍ରହାରିବୁ ତୁହି ।।
ଏହି ପଦଟିକୁ ମୁଁ ଟିକେ ବିକଳାଙ୍ଗ କରିବି । ଦେଖନ୍ତୁ କିପରି :-
ଚୁଚୁମିବା ପାଇଁ ଇଛା ହୁଏ ରାଇ
ପାଶେ ପଶି ନପାରଇ
ଶିଷ୍ଟ ନୁହେଁ ଦୁଷ୍ଟ ଷଷ୍ଠରୁ ତୁ ନଷ୍ଟ
ତୁ ଗୋଟେ ଓଲେଇ ଗାଇ।।
ସେଇ ଏକା ଅର୍ଥ, ଏକା ଭାବ ; କିନ୍ତୁ କେଉଁ ପ୍ରକାରର ତାରତମ୍ୟ ଦେଖନ୍ତୁ । ଏବେ କୁହନ୍ତୁ ବିକଳାଙ୍ଗ କହିଲେ ଭୁଲ୍ ବା କ'ଣ ? ଅନ୍ୟ ଅର୍ଥରେ ବିଦ୍ରୁପ ବୁଝାଏ । ଅନ୍ଯକୁ ଇଙ୍ଗିତ କରି କହିବା । ଉଦାହରଣରେ ନିଆଯାଉ :- ଗୋଟେ ଲୋକ ମାଛ ଖାଇବାକୁ ଭଲପାଏ । ମାଛ ଦେଖିଲେ ସେ ଛାଡେନି । ମାଗିଲେ ନମିଳିଲେ ଚୋରେଇକି ବି ନେଇ ଆସେ । ତେଣୁ ମାଛ ଦୋକାନୀ ନଜାଣି ତାକୁ ମାଛ ଜଗିବାକୁ କହି କାମରେ ଚାଲିଯାଇଛି । ଏଠି ବ୍ଯଙ୍ଗ କଲେ କ'ଣ ହେବ ଦେଖନ୍ତୁ :-
"ବିରାଡି ଜଗିଛି ମାଛ"
ଏଠି ବିରାଡି କିଏ ? ବୁଝି ପାରୁଥିବେ । ଏଇ ହେଉଛି ବ୍ଯଙ୍ଗ କବିତା । କିଛି ବିଦ୍ରୁପ ସହ କିଛି ହାସ୍ଯରସର ସମାହାରରେ ରଚିତ ଲେଖା ବ୍ଯଙ୍ଗ ପଦବାଚ୍ୟ ।
ବ୍ଯଙ୍ଗ କବିତା କେତେବେଳେ ମନୋରଞ୍ଜନ ତ କେତେବେଳେ ଶିକ୍ଷା ପ୍ରଦାନ କରେ । ବ୍ଯଙ୍ଗାତ୍ମକ ରଚନା ସମାଜରେ ବି ସୁଧାର ଆଣିପାରେ । ବ୍ଯଙ୍ଗ ରଚନା ଓ ରଚୟିତାକୁ ଉପହାସ ନକରି ତା' ଲେଖାର ମୂଳ ଉଦ୍ଦେଶ୍ୟ ଓ ମହତ୍ତ୍ୱକୁ ବୁଝି ପାରିଲେ ଏହି ବ୍ଯଙ୍ଗ ପଦବାଚ୍ୟ ରଚନା ଗୁଡିକ ସମାଜର ହିତ କରିବା ସହ ଏହାର ଉନ୍ନତି ହୋଇପାରିବ ବୋଲି ମୋର ଆଶା ।।
ଭାଟପଡା,ନିରାକାରପୁର,କଣାସ,ପୁରୀ
ଫୋ-୯୫୫୬୧୩୭୧୨୦/୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment