Posts

Showing posts from April, 2023

ଆମ ଭାଷା ଆମ ସାହିତ୍ୟ

       କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                  ସମ୍ପାଦକ - ଉଦୟ ଭାନୁ            ସାହିତ୍ୟ କହିଲେ ସମାଜର ହିତ ସାଧନ । ଯାହା ସମାଜର ହିତରେ ଆସେ ସେ ସାହିତ୍ୟ । ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବୀରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି । ସୁଦୂର ଅତୀତରେ ଲିପିର ଅଭାବ ହେତୁ ମୁଖସ୍ଥ କରିବା ଥିଲୀ ସାହିତ୍ୟକୁ ବଞ୍ଚାଇ ରଖିବାକୁ ଏକମାତ୍ର ଉପାୟ । ସ୍ମରଣ ରଖିବାର୍ଥେ ସମସ୍ତ କଥାକୁ ପଦ୍ଯ ରୂପ ଦେବା ଦରକାର ଥିଲା । ଗଣିତ ବିଦ୍ଯା,ଆକାଶ ବିଦ୍ଯା,ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ଯମାନ ରଚିତ ହୋଇଥିଲା । ଓଡ଼ିଆରେ ଅନେକ ପୁରାତନ ରଚନା ଯେମିତିକି ଲୀଳାବତୀ ସୂତ୍ର, ଡ଼ାକଋଷି ବଚନ, ଖନା ବଚନ ଓ ଗଣିତର ବିଭିନ୍ନ ସୂତ୍ର ଲୋକଗୀତରେ ଅଛି । ଓଡ଼ିଆ ସାହିତ୍ୟର ଇତିହାସ ଚର୍ଯା ଗୀତିରୁ ଆରମ୍ଭ ବୋଲି ପ୍ରମାଣ ପ୍ରାପ୍ତ ; ଏହା ବୁଦ୍ଧଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ସେହି କାଳରୁ ବୁଦ୍ଧଙ୍କ ଜନ୍ମ ଜାତକ (ବୁଦ୍ଧ ଜାତକ),ବାଣୀ ତ୍ରିପିଟକ ଭାବରେ ଓ ବୌଦ୍ଧ ସାଧୁ ସନ୍ଥ ମାନଙ୍କ ଲେଖା ଚର୍ଯ୍ଯଗୀତିକା ଓଡ଼ିଆ ସାହିତ୍ୟର ଆରମ୍ଭ । ଏହା ପରବର୍ତ୍ତୀ କାଳରେ ଭକ୍ତିଯୁଗ ବେଳେ ଖୁବ୍‌ ଉନ୍ନତ ହୋଇଥିଲା । ପରେ ରୀତିଯୁଗ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ହୋଇଥିଲା । କେତେକ ସ୍ଥଳର...

କୋଇଲି ଲୋ କି କହିବି ମୋ' ମନର ବଥା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ                 କୋଇଲି ଲୋ..... କୋଇଲି ଲୋ କି କହିବି ମୋ' ମନର ବଥା  କୈଶୋର କାଳ ଗଲା ଭାବି ଘୁରାଏ ମଥା ।             ହଜିଗଲା ସେହି ଦିନ ,            ଭାବି ଭାବି ତନୁ କ୍ଷୀଣ ,  କିଏ ବା ଜାଣିବ କହ ମୋ' ଅନ୍ତର କଥା.....   କୋଇଲି ଲୋ କି କହିବି ମୋ' ମନର ବଥା  କୈଶୋର କାଳ ଗଲା ଭାବି ଘୁରାଏ ମଥା ।୧। ବାଳ କାଳ ଧୂଳି ଖେଳ ହୋଇଥିଲା ସ୍ବପ୍ନ  କିଶୋର ସମୟ ଯେବେ କଲା ଆଗମନ ।          ଏବେ ଯୁବାବସ୍ଥା ମୋର ,          ଭୁତ ହୋଇଛି କିଶୋର , ମନେପଡ଼ି ଦୁଃଖ ସିନା ଦିଏ ଅଯଥା.....  କୋଇଲି ଲୋ କି କହିବି ମୋ' ମନର ବଥା  କୈଶୋର କାଳ ଗଲା ଭାବି ଘୁରାଏ ମଥା ।୨। କାଦୁଆଘାଟ ଏକାଡେମୀ ମୋ' ବିଦ୍ଯାଳୟ  ସାଙ୍ଗସାଥୀ ସ୍ନେହ ଶ୍ରଦ୍ଧା ଥିଲା ନିରାମୟ ।            ଗୁରୁ-ଶିଷ୍ଯ ମଧ୍ୟେ ଭକ୍ତି ,           ଥିଲା କେତେ ମଜାମସ୍ତି , ମାନସେ ଜାଗି ଅବିକା ଲାଗେ ନିଃସଙ୍ଗତା.....  କୋଇଲି ଲୋ କି କହିବି ମୋ...

କାଳିଆ ଜୋକ

          କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                 ସମ୍ପାଦକ - ଉଦୟ ଭାନୁ  ଆରେ ରେ  ପାମର     ଖୋଲିଲି ଗୁମର                 ଘୂରିଲା ତୋହର ଶିର ଅର୍ଥ ଦେଇ ସ୍ବାର୍ଥ     କ୍ରୟ ହେଲା ବ୍ଯର୍ଥ            ଗ୍ରାସିଲା ଜାପାନୀ ଜ୍ବର ।           ଥରିଲା ସର୍ବାଙ୍ଗ ତୋର ;     ମିଛ ପରଶଂସା     ସାଉଁଟିବା ନିଶା             ଗମିଲା ଶମନପୁର । ୧  ଚ଼ାଟି କା' ଚ଼ରଣ     ଆଉ କେତେଦିନ            ମିଛ ସାହିତ୍ଯିକ ହୋଇ    ମାତୃଭୂମି ମାତୃ     ଭାଷାର ତୁ ଶତ୍ରୁ            ବୋଲାଉଥିବୁରେ ତୁହି ।        ତୋତେ ବୋଧେ ଜଣା ନାହିଁ ; ଯୁଗେ ଯୁଗେ ସତ୍ୟ     ଜୟ କରେ ନିତ୍ଯ        ଯେ ପୁରେ ଥିଲେ ଫୁଟଇ । ୨ ସଦା ଚ଼ୋର ଘର     ନଥାଏ ଅନ୍ଧାର     ...

ସର୍ବଧର୍ମ ସମନ୍ବୟରେ ଶିଖ ଧର୍ମ

                କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                            ସମ୍ପାଦକ - ଉଦୟଭାନୁ           ସବୁ ଧର୍ମର ଲକ୍ଷ୍ଯ ପରମେଶ୍ବର ପଦାରବିନ୍ଦ ପ୍ରାପ୍ତି ; କେବଳ ମାର୍ଗ ଅଲଗା । କୌଣସି ଧର୍ମକୁ ନେଇ ବିଦାଦ ଉଠିବା ବା ଆକ୍ଷେପର ଛାପ ଲଗାଇବା ଅନୁଚି଼ତ । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର , ସବୁ ଧର୍ମକୁ ବହନ କରିଛି ଆମ ଦେଶ । ଏଥିରୁ ବୁଝିବାକୁ ହେବ ଯେ , ଆମେ ସବୁ ଧର୍ମକୁ ସମ୍ମାନ ଦେବା ଉଚ଼ିତ ଅଟେ । ସ୍ବାମୀ ବିବେକାନନ୍ଦ କହିଥିଲେ - "ବିଶ୍ବର ବିଭିନ୍ନ ଧର୍ମ ମଧ୍ୟରେ ସାନ ବଡର କିଛି ବିଭେଦତା ନଥାଏ ।" ସନାତନ ଧର୍ମର ପୁରାଣ "ଶିବ ପୁରାଣ"ରୁ କୌଣସି ଏକ ଶ୍ଳୋକ ପଢ଼ି ସେ ବୁଝେଇ ଦେଇଥିଲେ ଯେ - "ସମସ୍ତ ଝରଣା ଯେମିତି ଗତି କରି ସାଗରରେ ମିଶିଥା'ନ୍ତି ସେଭଳି ଯେମିତି ପନ୍ଥା ଆପଣି ଈଶ୍ୱରଙ୍କ ପାଖରେ ପହଞ୍ଚି ପାରିବ । ଈଶ୍ୱରଙ୍କ ପ୍ରାପ୍ତ୍ଯର୍ଥେ ଧର୍ମ ପରିବର୍ତ୍ତନର ଆବଶ୍ଯକତା ପଡ଼ି ନଥାଏ । ତୁନେ ଯଦି ମୁସଲମାନ ହୋଇଛ ତେବେ ସଚ୍ଚା ମୁସଲମାନ ହୁଅ , ଖ୍ରୀଷ୍ଟିଆନ ନଥିଲେ ଯୀଶୁଙ୍କ ପରି ହୁଅ ଓ ବୌଦ୍ଧ ହୋଇଥିଲେ ବୁଦ୍ଧଙ୍କ ପରି ହୁଅ ।"      ଏକ ରୋଚ଼କ ତଥ୍ୟ ଜାଣିବା , ଏମିତି ଏକ ମନ୍ଦିର ବିଷୟରେ ଜାଣିବା ଯ...

ପାନ

            କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ           ପିଲାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଭଲ ଭାବରେ ଜାଣନ୍ତି ଏହି "ପାନ" ପତ୍ରଟିକୁ । ପ୍ରାୟ ଶହେରୁ ନବେ ଭାଗ ଲୋକ "ପାନ" ଖାଇବାରେ ଅଭ୍ଯସ୍ତ । ଘରକୁ କୁଣିଆ ଆସିଲେ ପ୍ରଥମେ ଖୋଜାପଡ଼େ "ପାନ"; ତା'ପରେ ଅନ୍ୟକିଛି । ପ୍ରତ୍ଯେକ ଶୁଭ କାର୍ଯ୍ୟରେ "ପାନ"ର ଭୂମିକା ବି ନିହିତ । ବିଭାଘରରେ ବନ୍ଧୁ ଚଳେଇବା ବେଳେ ଯଦି ପାନ, ଗୁଆ, ଗୁଣ୍ଡି ଆସି ନଥାଏ, ତେବେ ଚର୍ଚ୍ଚା ପରିସରରେ ଉପନୀତ ହୋଇ ଯାଆନ୍ତି ପ୍ରତିପକ୍ଷ ବନ୍ଧୁ । "ଯେତେ ଦେଲେ କ'ଣ ହେବ ? ପାନ ତ ଆସିନି ।" ଏଭଳି ମନ୍ତବ୍ୟ ବି ଶୁଣିବାକୁ ମିଳେ । ଏଥିରୁ ଜଣାଯାଏ ଯେ ପାନର ମହତ୍ତ୍ୱ କେତେ । ଭାରତୀୟ ସଂସ୍କୃତିରେ ପାନର ଭୂମିକା ଗୁରୁତ୍ବପୂର୍ଣ୍ଣ କହିଲେ କିଛି ଅତ୍ଯୁକ୍ତି ହେବନି । ଇତିହାସରେ ଏହି 'ପାନ'କୁ ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଇଛି । ଖାଇ ସାରିବା ପରେ ଖଣ୍ଡେ ପାନ ନ ଖାଇଲେ ପାଟିଟା ଜମା ଭଲ ଲାଗେନି । ତେଣୁ ପାନ ପ୍ରାୟ ସବୁରି ଦରକାରୀ ଚିଜଟିଏ । ଗରିଷ୍ଠ ଖାଦ୍ଯର ପାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ "ପାନ" । ମୁଖକୁ ବି ସୁବାସିତ କରେ ଇଏ । ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ଯବହାର କର...

ଜୟ ତୁ ତାରିଣୀ

      କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ  ଜୟ ତୁ ତାରିଣୀ ତ୍ରୈଲୋକ୍ଯ ମୋହିନୀ  ଜଗତ ତାରିଣୀ ବିପତ୍ତି ହାରିଣୀ ଶଙ୍କର ବନ୍ଦିନୀ ସୌନକ ସେବିନୀ  ରଖ ବାରେ ମତେ ଅଭୟ ଦାୟିନୀ ।୧ ସିନ୍ଦୂର ଶୋଭିନୀ କୁଙ୍କୁମ ରଞ୍ଜନୀ ସୁର ନିସୂଦିନୀ ମହିଷା ମର୍ଦ୍ଦିନୀ  ଦୁର୍ଗତିନାଶିନୀ ଚରଣ ପ୍ରଣମି ପାରି ହେବି ଚଢ଼ି ମୁଁ ପୁଣ୍ୟ ତରଣୀ ।୨ ରକ୍ତାମ୍ବରୀ କୃଷ୍ଣ ତଉଁରୀ ମଣ୍ଡିନୀ ତଡ଼କା ଶୋଭିନୀ ଜବା ବିଭୂଷିଣୀ ତନୁଚ୍ଛଦ ଧାରିଣୀ ଚାରୁହାସିନୀ ସର୍ବ ପାପ ହର ତ୍ରୈଲୋକ୍ଯ ତାରିଣୀ ।୩ ଅଧର୍ମ ଶିବ ନପାରଇ ବଖାଣି  ଅରଜିଛି ପାପ ନିଜ ହାତେ ଜାଣି ଦୟା କର ଦୟା ବହି ଲୋ ଜନନୀ  ରଖିଥା' ଘୋଡ଼ାଇ ମତେ ତୋର କାନି ।୪ ଶୁଣି ତୋ' ନାମ ପଥର ହୁଏ ପାଣି ଯାଚି ଦେଉ ବର ଭକ୍ତ ମନ ଜାଣି  ତୋ' ପାଶେ ତାରିଣୀ ସଦା ମୁହିଁ ଋଣୀ ଅମୃତ ନୟନେ ଚାହିଁ ଥାଆ ଜନନୀ ।୫ ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୮୦୫୩୬ 

ଉତ୍କଳ ବ୍ରାହ୍ମଣ ସମାଜ

          କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                        ସମ୍ପାଦକ - ଉଦୟ ଭାନୁ                 ବେଦ କହେ -"ବ୍ରହ୍ମ ଜାନାତି ଯଃ-ସଃ ବ୍ରାହ୍ମଣ ।" ଯିଏ ବ୍ରହ୍ମଜ୍ଞାନର ଅଧିକାରୀ ସେ ହିଁ ପ୍ରକୃତ ବ୍ରାହ୍ମଣ  ; ବ୍ରହ୍ମକୁ ଚିହ୍ନିଲେ ବ୍ରାହ୍ମଣ । ବଜ୍ରସୂଚିକା ଉପନିଷଦ ଅନୁସାରେ ବ୍ରାହ୍ମଣର ପରିଚୟ ଏକ ସ୍ବତନ୍ତ୍ର ଢ଼ଙ୍ଗରେ ବର୍ଣ୍ଣନା କରାଯାଇଛି । ଏହି ବଜ୍ରସୂଚିକା ଉପନିଷଦଟି ସାମବେଦ ସମ୍ବନ୍ଧିତ ଅଟେ ଓ ଏହା ନଅ ଗୋଟି ମନ୍ତ୍ର ସମ୍ବଳିତ । ବୈଦିକ ଚାରି ବର୍ଣ୍ଣ ମଧ୍ୟରୁ ବ୍ରାହ୍ମଣଙ୍କୁ ଶ୍ରେଷ୍ଠ ବର୍ଣ୍ଣ ଭାବରେ ବିବେଚନା କରାଯାଇଛି । "ବ୍ରାହ୍ମଣ କିଏ ?" ଏହି ପ୍ରଶ୍ନର ସମାଧାନରେ ଅନେକ ସମ୍ଭାବନାକୁ ନିରସ୍ତ କରି ଉପନିଷଦକାର ମାନେ "ବ୍ରାହ୍ମଣ" ପରିଭାଷାରେ କୁହନ୍ତି କି -"ସମସ୍ତ ଦୋଷ ରହିତ ଅଦ୍ବିତୀୟ ଆତ୍ମଭାବରେ ସମ୍ପୃକ୍ତ ବ୍ଯକ୍ତିଙ୍କୁ ବ୍ରାହ୍ମଣ କହନ୍ତି । ଆତ୍ମଭାବ ହିଁ ସଚ୍ଚିଦାନନ୍ଦ ସ୍ବରୂପ ; ସେହି ସଚ୍ଚିଦାନନ୍ଦ ସ୍ବରୂପ ବ୍ରହ୍ମଭାବ ସମ୍ପନ୍ନ ମନୁଷ୍ୟ ତ ବାସ୍ତବିକ ବ୍ରାହ୍ମଣ ।" (ଅହଙ୍କାରୀ) ବ୍ରାହ୍ମଣର ଅଜ୍ଞାନ ନାଶକ, ଅଜ୍ଞାନୀଙ୍କ ପାଇଁ ଦୂଷକ ଏବଂ ଜ୍ଞାନୀ ମାନଙ୍କର ଭୂଷଣ ବଜ୍ରସୂଚୀ ଶାସ୍ତ୍ର ବିଷୟରେ ବର୍ଣ୍ଣନା କହୁଛି । ବ୍...

ଓଡ଼ିଆ ନବବର୍ଷର ଅଭିନନ୍ଦନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି        ସମ୍ପାଦକ - ଉଦୟ ଭାନୁ  ଉତ୍କଳ ମାଟିରେ         ବରଷକେ ଥରେ            ଥାପିଅଛି ପୁଣି ପାଦ ହଲି ହଲି ଝୁଲି          ଝୁଲି ଆସିଅଛି           ଓଡ଼ିଆ ନବବରଷ ।୧ ରୌଦ୍ର ମାସ ନାମେ         ଖ୍ଯାତ ବଇଶାଖ           ଆଦ୍ଯେ ହୁଏ ପରବେଶ ପଣା ସଙ୍କରାନ୍ତି           କିଏ କହେ ତାକୁ        କହେ କେ ମହାବିଷୁବ ।୨ ଓଡ୍ର ଦେଶେ ଯେତେ       ଗ୍ରାମ ନଗ୍ରମାନ             ଉତ୍ସବରେ ପରିପୂର୍ଣ୍ଣ  ରଙ୍ଗୀନ ଆଲୋକେ          ଝଲସି ଉଠଇ          ସହର ବଜାର ଗ୍ରାମ ।୩ ଖିରୀ ପୁପ ପଣା         ସାକର ଓ ଚଣା          ନାନାଦି ସୁସ୍ବାଦୁ ମିଠା ଖେଚୁଡ଼ି ପଲଉ           ନାନାଦି ବ୍ଯଞ୍ଜନ        ବାସ୍ନା ତା'ର ମନଲୋଭା ।୪ ଡାକବାଜି ଯ...

ପ୍ରାଣ ମିତଣୀ ଲୋ

               କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                          ସମ୍ପାଦକ - ଉଦୟ ଭାନୁ  ପ୍ରାଣ ମିତଣୀ ଲୋ !   l                                  l  ନେଇଯାଆ ପାଶେ        ଭଲପାଇଲୁ             l   ଆକୁଳେ କେତେ ପ୍ରେମ କରିଲୁ           l   କହୁଛି ଯେତେ  ସେନେହ ଦେଲୁ ।     l   ମିତଣୀ ତୋତେ । ସୁଖ ବାଣ୍ଟିଲୁ            l    ମୁଁ ମରିପାରୁନି ଦୁ଼ଃଖ ହରିଲୁ           l    ବଞ୍ଚି ବି ପାରୁନି ଶେଷେ ଧରିଲୁ ହାତ  l      କହି ପାରୁନି  ବିବାହ କଲୁ ।         l     ମୋ' ହୃଦ କାହାଣୀ । ଏବେ ପୁଣି ତୁ          l      ପ୍ରତୀ...

ମୋ ଲେଖା ମୋ କବିତା

  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ଲେଖୁଛି ଲେଖିବି ଲେଖି ଚାଲିଥିବି ସରିବା ଯାଏଁ ମୋ ଜୀବନ ରାସ୍ତା ବହୁତ ଭାବୁଛି ସରୁନି ଭାବନା ଅଳ୍ପ ଲେଖେ ମୁଁ ମୋ ଲେଖା ମୋ କବିତା ।୧ ଚାଲୁ ଚାଲୁ ଯଦି ଝୁଣ୍ଟିଯାଏ ପଥେ ଏଇ ମୋର ଲେଖା ରହିଯିବ ଅଧା ଅଧା ଲେଖା ଗୋଟି ନୋହିବ ପୂରଣ କିଏ ଦେଖିବ ମୋ ଲେଖା ମୋ କବିତା ।୨ ଅଜଣା ଲାଗୁଥିଲା ଦିନେ ମୋ ଲେଖା  ଚିହ୍ନା ଚିହ୍ନା ଆଜି ଲାଗୁଅଛି କିମ୍ପା ଅଜଣା ରାଇଜେ ବସତି ମୋହର ଲେଖିଚାଲେ ମୁଁ ମୋ ଲେଖା ମୋ କବିତା ।୩ ଏବେ କାହିଁ ମୋତେ ବେଶି କଷ୍ଟ ଲାଗେ ଲେଖିବାକୁ ନାହିଁ ମୋର ଆଉ ଇଚ୍ଛା  ମୋତେ ଜଣାପଡ଼େ ଭଲ ଲାଗୁନାହିଁ  କାହାରିକୁ ଆଉ ମୋ ଲେଖା ମୋ କବିତା ।୪ ଅବିରତ ଲେଖେ କେହି ନ ପଢ଼ନ୍ତି କେହି ନ ବୁଝନ୍ତି ମୋ କାବ୍ଯ କବିତା ବିରସ ବଦନେ ମୋ ଅନିଚ୍ଛା ସତ୍ତ୍ୱେ  ଲେଖିଚାଲେ ମୁଁ ମୋ ଲେଖା ମୋ କବିତା ।୫ ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୯୧୭୪୮୦୫୩୬ 

ବିଷମୟ ଲାଗିଲାଣି ବିଷମ ସଂସାର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ପ୍ରଣମେ ଚରଣ ପ୍ରଭୁ କୌଶଲ୍ୟା ନନ୍ଦନ ଅଧମ ଏ ଭକତର ପ୍ରଣିପାତ ଘେନ । ଜ୍ଞାନ ଗୁଣ ହୀନ ମୁହିଁ ମୁରୁଖ ଅଧମ ପାପାଚାରୀ ମତଗର୍ବୀ କି ବର୍ଣ୍ଣିବି ଗୁଣ ? ମିଛମାୟା ସଂସାରରେ ଦେଇଛ ଜନମ ପାପ ପଙ୍କେ ବୁଡ଼ିଛି ମୁଁ ପାପୀଷ୍ଠ ଅଧମ । ବିଧର୍ମୀ ମେଳେ ରହି ମୁଁ ପାପୀ ବୋଲାଇଲି ସତ୍ଯ ନ୍ଯାୟ ଧର୍ମକୁ ମୁଁ ପାଦରେ ଦଳିଲି । ଅକ୍ଷାନ୍ତି କରିଲା ବାସ ଏଇ ହୃଦୟରେ ଜଗତ ଦେଖିଲା ମୋତେ ଅକ୍ଷିଗତ ନେତ୍ରେ ।  ଅକ୍ଷି ବିକୁଣିତ ମତେ କରିଲେ ସରବେ ଅତିଷ୍ଠ ହେଲିଣି ପ୍ରଭୋ ରଖ ଏବେ ମୋତେ । ଆପଣେଇ ନିଅ ମୋତେ ଅଙ୍କକୁ ତୁମର ବିଷମୟ ଲାଗିଲାଣି ବିଷମ ସଂସାର । ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୯୧୭୪୮୦୫୩୬ 

ଜ୍ଯୋତିଷ ଶାସ୍ତ୍ର : ଅଳ୍ପ ଆଲୋଚ଼ନା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ        "ଜ୍ଯୋତିଷ ଶାସ୍ତ୍ର" ନାମଟି ଉପରେ ପ୍ରାୟ ସମସ୍ତେ ଅବଗତ ; ଏହା ଏକ ଛଦ୍ମ ବିଜ୍ଞାନ ଅଟେ , ଯାହା ଖଗୋଳୀୟ ପିଣ୍ଡର ଚ଼ଳଣୀ ଓ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ଯ ସମ୍ବନ୍ଧୀୟ ବିଷୟ ଆଉ ସାଂସାରିକ ଘଟଣା ସମ୍ପର୍କରେ ଦିବ୍ଯ କଥାବସ୍ତୁର ଦାବି କରିଥାଏ । ଏହି ଶାସ୍ତ୍ର ଦ୍ବାରା ମନୁଷ୍ଯ ତଥା ପୃଥିବୀର ଗ୍ରହ ଏବଂ ତାରା ମାନଙ୍କ ଶୁଭାଶୁଭ ପ୍ରଭାବର ଅଧ୍ୟୟନ କରାଯାଇପାରେ । ଗ୍ରହ - ନକ୍ଷତ୍ର ସହ ସମ୍ବନ୍ଧ ରଖୁଥିବା ବିଦ୍ଯା ହେଉଛି ଜ୍ଯୋତିଷ ବିଦ୍ଯା । ଯଦିଓ ଏ ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ଯୋତିଷ ର ବି ବୋଧ ହୁଏ , ତଥାପି ସାଧାରଣ ଲୋକ ଜ୍ଯୋତିଷ ବିଦ୍ଯା ଦ୍ବାରା ଫଳିତ ବିଦ୍ଯାର ଅର୍ଥ ବୋଲି ଭାବି ନିଅନ୍ତି । ଭାରତୀୟ ଜ୍ଯୋତିଷରେ ସୂର୍ଯ୍ଯ ସିଦ୍ଧାନ୍ତ ଆଦି ଗ୍ରନ୍ଥରୁ ଆସୁଥିବା ବିନ୍ଦୁ ହିଁ ମେଷାଦି ଦ୍ବାଦଶ ରାଶିର ଗଣନା କରାଯାଏ । ଏ ପ୍ରକାର ପାଶ୍ଚାତ୍ୟ ଗଣନା ପ୍ରଣାଳୀ ତଥା ଭାରତୀୟ ଗଣନା ପ୍ରଣାଳୀରେ ପାଖାପାଖି ୨୩ ଅଂଶର ଅନ୍ତର ପଡ଼ିଥାଏ । ଭାରତରେ ୧୨ଟି ରାଶିକୁ ୨୭ ବିଭାଗରେ ବିଭକ୍ତ କରାଯାଇଛି , ଯାହାକୁ ନକ୍ଷତ୍ର କହନ୍ତି । ଫଳାଫଳର ବିଚ଼ାରାର୍ଥେ "ଚ଼ନ୍ଦ୍ରମା" ନକ୍ଷତ୍ରର ବିଶେଷ ଉପଯୋଗ କରାଯାଏ । ବହୁ ବୈଜ୍ଞାନିକ ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥା'ନ୍ତି ।...