ଆମ ଭାଷା ଆମ ସାହିତ୍ୟ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି ସମ୍ପାଦକ - ଉଦୟ ଭାନୁ ସାହିତ୍ୟ କହିଲେ ସମାଜର ହିତ ସାଧନ । ଯାହା ସମାଜର ହିତରେ ଆସେ ସେ ସାହିତ୍ୟ । ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବୀରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି । ସୁଦୂର ଅତୀତରେ ଲିପିର ଅଭାବ ହେତୁ ମୁଖସ୍ଥ କରିବା ଥିଲୀ ସାହିତ୍ୟକୁ ବଞ୍ଚାଇ ରଖିବାକୁ ଏକମାତ୍ର ଉପାୟ । ସ୍ମରଣ ରଖିବାର୍ଥେ ସମସ୍ତ କଥାକୁ ପଦ୍ଯ ରୂପ ଦେବା ଦରକାର ଥିଲା । ଗଣିତ ବିଦ୍ଯା,ଆକାଶ ବିଦ୍ଯା,ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ଯମାନ ରଚିତ ହୋଇଥିଲା । ଓଡ଼ିଆରେ ଅନେକ ପୁରାତନ ରଚନା ଯେମିତିକି ଲୀଳାବତୀ ସୂତ୍ର, ଡ଼ାକଋଷି ବଚନ, ଖନା ବଚନ ଓ ଗଣିତର ବିଭିନ୍ନ ସୂତ୍ର ଲୋକଗୀତରେ ଅଛି । ଓଡ଼ିଆ ସାହିତ୍ୟର ଇତିହାସ ଚର୍ଯା ଗୀତିରୁ ଆରମ୍ଭ ବୋଲି ପ୍ରମାଣ ପ୍ରାପ୍ତ ; ଏହା ବୁଦ୍ଧଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ସେହି କାଳରୁ ବୁଦ୍ଧଙ୍କ ଜନ୍ମ ଜାତକ (ବୁଦ୍ଧ ଜାତକ),ବାଣୀ ତ୍ରିପିଟକ ଭାବରେ ଓ ବୌଦ୍ଧ ସାଧୁ ସନ୍ଥ ମାନଙ୍କ ଲେଖା ଚର୍ଯ୍ଯଗୀତିକା ଓଡ଼ିଆ ସାହିତ୍ୟର ଆରମ୍ଭ । ଏହା ପରବର୍ତ୍ତୀ କାଳରେ ଭକ୍ତିଯୁଗ ବେଳେ ଖୁବ୍ ଉନ୍ନତ ହୋଇଥିଲା । ପରେ ରୀତିଯୁଗ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ହୋଇଥିଲା । କେତେକ ସ୍ଥଳର...