କୋଇଲି ଲୋ କି କହିବି ମୋ' ମନର ବଥା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କୋଇଲି ଲୋ.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।
ହଜିଗଲା ସେହି ଦିନ ,
ଭାବି ଭାବି ତନୁ କ୍ଷୀଣ ,
କିଏ ବା ଜାଣିବ କହ ମୋ' ଅନ୍ତର କଥା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୧।
ବାଳ କାଳ ଧୂଳି ଖେଳ ହୋଇଥିଲା ସ୍ବପ୍ନ
କିଶୋର ସମୟ ଯେବେ କଲା ଆଗମନ ।
ଏବେ ଯୁବାବସ୍ଥା ମୋର ,
ଭୁତ ହୋଇଛି କିଶୋର ,
ମନେପଡ଼ି ଦୁଃଖ ସିନା ଦିଏ ଅଯଥା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୨।
କାଦୁଆଘାଟ ଏକାଡେମୀ ମୋ' ବିଦ୍ଯାଳୟ
ସାଙ୍ଗସାଥୀ ସ୍ନେହ ଶ୍ରଦ୍ଧା ଥିଲା ନିରାମୟ ।
ଗୁରୁ-ଶିଷ୍ଯ ମଧ୍ୟେ ଭକ୍ତି ,
ଥିଲା କେତେ ମଜାମସ୍ତି ,
ମାନସେ ଜାଗି ଅବିକା ଲାଗେ ନିଃସଙ୍ଗତା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୩।
ଭାଦ୍ରବ ମାସରେ ଗଣପତିଙ୍କ ଅର୍ଚ୍ଚନା
ମାଘେ ମାତା ସରସ୍ୱତୀ ପୂଜା ଆରାଧନା ।
ସର୍ବେ ଏକଠାବେ ମେଳି ,
ପ୍ରୀତେ ହେଉ କୋଳାକୋଳି ,
କରୁଥିଲୁ ଭୋଜିଭାତ କରି ଚାନ୍ଦାଭେଦା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୪।
ସ୍ବଳ୍ପ ଦିନର ପରିଚୟ ଗୁରୁ ପ୍ରଫୁଲ୍ଲ
ଆବୋରି ଥିଲେ ଆମକୁ ଆପଣା କୁମର ।
ଗୁରୁ ପ୍ରଦୀପ ଅଜୟ ,
ଅଶ୍ବିନୀ ପଣ୍ଡିତରାୟ ,
ଭୁଲିନାହିଁ ଭୁଲିବିନି ତାଙ୍କ ସ୍ନେହ ଶ୍ରଦ୍ଧା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୫
ମୋ' ସଂସ୍କୃତ ଶିକ୍ଷକ କେଶବ-କୃଷ୍ଣଚନ୍ଦ୍ର
ଶିଖାଉଥିଲେ କେତେ ମାନବିକତା ମନ୍ତ୍ର ।
ଥିଲେ ଗୁରୁଜୀ ସୁରଥ ,
ରମେଶ ଚିର ନମସ୍ୟ ,
ତାଙ୍କରି ପାଇଁ ଆଜି ଉଚ୍ଚ ମୋର ଏ ମଥା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୬।
ଗୁରୁ ପଦ୍ମନାଭ ଆମ ପରାମର୍ଶଦାତା
ତାଙ୍କ ପାଇଁ ଛାତ୍ର-ଛାତ୍ରୀ ଜଗତର ଜିତା ।
ପୂର୍ଣ୍ଣ - ପ୍ରଭାକର ସ୍ନେହ ,
ଭାବି ଏବେ ନେତ୍ରେ ଲୁହ ,
ଭଗବାନ ଭାଇ ଥିଲେ ଅତି ସ୍ନେହଦାତା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୭।
ପୂର୍ବ ସ୍ମୃତି ମନେ ଭାସି ଜନ୍ମେ ଅବସାଦ
କୋହ ଭରା କଣ୍ଠେ ଗୀତେ ଲେଖିଲି ଏ ପଦ ।
ପୁଣି ଆସନ୍ତା କି ଫେରି ,
ମନେ ମୁଁ ହେଉଛି ଘାରି ,
ଅତୀତ ସ୍ମୃତି ଜୁଆରେ ଭାରି ମୋର ମଥା.....
କୋଇଲି ଲୋ କି କହିବି ମୋ' ମନର ବଥା
କୈଶୋର କାଳ ଗଲା ଭାବି ଘୁରାଏ ମଥା ।୮।
ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ :
ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
Email - sibacool12@gmail.com
- Get link
- X
- Other Apps
Comments
Post a Comment