Posts

Showing posts from July, 2023

ଇସୁକୁଲୁ ଯିବି କାଲି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ବାପା ମୋତେ ଦେଇଥିଲେ ମୋଟରଗାଡ଼ି ; ଇସୁକୁଲୁ ଯିବା ପାଇଁ , ରାସ୍ତାରେ ଯେବେ ମୁଁ ଚାଲି ଯାଉଥାଏ ; କେତେ ଝିଅ ଥା'ନ୍ତି ଅନେଇ । ଦିନରେ ବି ଜଳେ ଗାଡ଼ି ହେଡ଼ ଲାଇଟି ; ଝିଅ ଚାହାନ୍ତି ମତେ କଣେଇ , କେତେ ଝିଅ ଆସି ପ୍ରପୋଜ କଲେଣି ; କାହାକୁ ଭଲ ପାଇବି ମୁହିଁ  ? ବୋଉ ଆଗେ ମୁଁ କହିଲି ଯାଇ ; ବୋଉଲୋ ! ଆଉ ମୁଁ ଇସୁକୁଲୁ ଯିବି ନାହିଁ..... ଏତେ ଝିଅ ମୋତେ ପ୍ରପୋଜ କରନ୍ତି ; କାହାକୁ ବାହା ହୋଇବି ମୁହିଁ ? ମୋ' କଥା ଶୁଣି ବୋଉ କହିଲା ; ଏଇ କଥା ପାଇଁ ତୁ ଘାଇଲା !! ବାଡୁଅ ବେଳେ ମୁଁ ସ୍କୁଟି ଧରି ବୁଲେ ; କେତେ ଟୋକାଙ୍କ ସ୍କୃ କରିଛି ଢ଼ିଲା ।  ଶୁଣି ବୋଉ କଥା ଘୁରି ଗଲା ମଥା ; ବୁଦ୍ଧି ମୋ' ଉଦୟ ହେଲା ବୋଉକୁ କହିଲି , ବୋଉ ଲୋ ! ତୋ' ଇତିହାସ ବି ଖୁଲମ୍‌ଖୋଲା ! ହାତ ଦେଇ ମୁଣ୍ଡେ ବସିଲି ;  ଭାବିଲି ଇଏ ଆମ ପରମ୍ପରା , ଇସୁକୁଲୁ ଯିବି କାଲି । ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ ଭାଟପଡ଼ା , ନିରାକାରପୁର , କଣାସ , ପୁରୀ ଯୋଗାଯୋଗ - ୮୯୧୭୪୮୦୫୩୬

ମହିମା ଧର୍ମ : ଏକ ଅନାସକ୍ତ ଭାବ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                 ସମ୍ପାଦକ - ଉଦୟ ଭାନୁ         "ସତ୍ଯ ମହିମା ଅଲେଖ ଧର୍ମ", ଯାହାକୁ ସଂକ୍ଷେପରେ "ମହିମା ଧର୍ମ" ବୋଲି କହନ୍ତି । ଏହା ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟ ମାନଙ୍କରେ ପ୍ରଚ଼ଳିତ ଏକ ଅଦ୍ବୈତ ସାମାଜିକ-ଧର୍ମଧାରା । ଏହା ଉନବିଂଶ ଶତାବ୍ଦୀରେ ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କ ଦ୍ବାରା ବ୍ରାହ୍ମଣବାଦ ବିରୋଧରେ ଏକ ନବ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିରେ ମୂର୍ତ୍ତି ପୂଜାକୁ ଆରମ୍ଭ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ବାସ କରାଯାଏ । ଏହା ପୃଥିବୀର କନିଷ୍ଠତମ ଧର୍ମ ଭାବେ ଜଣା ; ଏଥିରେ ବୌଦ୍ଧ ଆଉ ଜୈନ ଧର୍ମ ତଥା ଅଦ୍ବୈତ ବେଦାନ୍ତର ପ୍ରଭାବ ପଡ଼ିଛି । ଏହା ହିନ୍ଦୁ ସମାଜର ପୌତ୍ତଳିକତା , ଜାତିବାଦ ଓ ବାହ୍ଯ ଉପଚ଼ାର ଆଦି ବିରୋଧରେ ସ୍ବର ତୋଳିଥିଲା । ଓଡ଼ିଶାର ନିଜସ୍ବ ଧର୍ମ ଇଏ ; ସୀମା ସରହଦ ଡ଼େଇଁ ଏହି ଧର୍ମ ସମଗ୍ର ବିଶ୍ୱରେ ବ୍ଯାପ୍ତ । ଏହାର ସଂସ୍କାର ଓ ରୀତିନୀତି ଆସ୍ତେସୁସ୍ଥେ ଜନାଦୃତ ହେବାରେ ମଗ୍ନ । ଏ ଧର୍ମର ସଂସ୍ଥାପକ ଥିଲେ ପ୍ରବୃଦ୍ଧଗୁରୁ ମହିମା ସ୍ବାମୀ । ଏହା ଏକ ଧର୍ମ ନୁହେଁ ତ ଏକ ଆଧ୍ଯାତ୍ମିକ ଜାଗରଣ । ଏ ଧର୍ମର ସଂସ୍ଥାପକ ପ୍ରବୃଦ୍ଧଗୁରୁ ଯୋଗେଶ୍ୱର ମହିମା ସ୍ବାମୀ ୩୬ ବର୍ଷ କାଳ ଆତ୍ମଯୋଗ ସମାଧିରେ ବିନିଷ୍ଟ ହୋଇ ଏ ଧର୍ମ ପ୍ରଚ଼ାର କରିଥିଲେ ...

ଆବେଦନ ମୋର ଶୁଣ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ  ମହାବାହୁ ତୁମେ     ଜଗତ ଠାକୁର           ଜନାର୍ଦ୍ଦନ ଆର୍ତ୍ତତ୍ରାଣ  କିମ୍ପାଇଁ ମଉନ     ମୋ' ପାଇଁ ଆପଣ         ଶୁଭୁନି କି ନିବେଦନ ? ୧ ଲାଗୁଛି କି ଭୀତ     କାଳେ ମାଗି ନେବ           ରତ୍ନ ଭଣ୍ଡାରରୁ ଧନ ? ଆହେ ପ୍ରଭୁ ମୋର     କିବା ଦରକାର       ମାଗେ ଚରଣେ ଶରଣ ।୨ ଶରଣାଗତର     ତୁମେ ତ ଠାକୁର       ଦୀନ ଦୁଃଖୀ ଭଗବାନ  ଦୁଃଖରେ ପଡ଼ିଛି     ମିନତି କରୁଛି        ରଖନ୍ତୁ ଚକାନୟନ ।୩ ଦାସଟିଏ ହୋଇ     ରହିଥିବି ମୁହିଁ        ଜୀବ ଥିବ ଯେତେଦିନ ସେବୁଥିବି ପଦ     ତହିଁରେ ଆନନ୍ଦ       ଆବେଦନ ମୋର ଶୁଣ ।୪ ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୯୧୭୪୮୦୫୩୬

ଗୋଲାପ ପ୍ରକାର ଭେଦ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି  ଶୁଣ ବନ୍ଧୁମାନେ          କହୁଛି ଏକ୍ଷଣେ          ଗୋଲାପ ପ୍ରକାର ଭେଦ  କେଉଁ ଗୋଲାପଟି       କି କାର୍ଯ୍ଯ କରୁଛି            ପଢ଼ି ମତାମତ ରଖ ।୧ ଶୁଭ୍ର ନିରିମଳ          ଗୋଲାପର ଫୁଲ           ବନ୍ଧୁତାର ସେ ପ୍ରତୀକ ବନ୍ଧୁ ପରା ଦିଏ         ବନ୍ଧୁକୁ ତାହାର       ଶ୍ବେତ ଗୋଲାପର ପୁଷ୍ପ ।୨ ସତ୍ଯ ନିରୀହଟା         ଏଇ ଗୋଲାପଟା           ସାଜିଛି ପ୍ରତୀକ ତା'ର  ଯେଉଁ ବ୍ଯକ୍ତି ବେଶି        ମନେ ପଡୁଥା'ନ୍ତି          ତାଙ୍କ ପାଇଁ ଉପହାର ।୩ ମହାନ ବ୍ଯକ୍ତିଙ୍କୁ           ଏ ଫୁଲ ଦିଅନ୍ତୁ          ଦେଖି ହେବେ ସେହି ପ୍ରୀତ ମହାନତା ତମ         ପ୍ରକଟିତ ହେବ        ବଢ଼ିବ ନିଶ୍ଚେ ବନ୍ଧୁତ୍ୱ ।୪ ପ୍ରଥମ ଦେଖାରେ          ପ୍ରଥମ ପ...

ସନ୍ଥକବି ଭୀମଭୋଇ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ / ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ         " ପ୍ରାଣୀଙ୍କ ଆରତ      ଦୁଃଖ ଅପ୍ରମିତ                ଦେଖୁ ଦେଖୁ କେ' ବା ସହୁ       ମୋ' ଜୀବନ ପଛେ     ନର୍କେ ପଡ଼ିଥାଉ                 ଜଗତ ଉଦ୍ଧାର ହେଉ ।"      ଏହି କାଳଜୟୀ ପଦ୍ଯାଂଶଟି ସନ୍ଥକବି ଭୀମଭୋଇଙ୍କ ରଚନାରୁ ଯାହା ଭାରତ ପାର୍ଲିଆମେଣ୍ଟ ଭବନ ତଥା ମିଳିତ ଜାତିସଂଘରେ ସ୍ଥାନିତ ଅଛି । ସେ ଥିଲେ ସମଗ୍ର ବିଶ୍ୱର ଚେତନା ଜଗତକୁ ଉଦ୍‌ବୁଦ୍ଧ ତଥା ସମୃଦ୍ଧ କରିଥିବା ଶ୍ରେଷ୍ଠ ସମାଜ ବିଜ୍ଞାନୀ । ଏମିତି ଆଲେଖ୍ୟ ଆଉ କିଏ ଲେଖିଛି ତାହା ମୋ' ଦୃଷ୍ଟିର ବାହାରେ । ଏଭଳି ଚିନ୍ତନଶୀଳ ବ୍ଯକ୍ତିତ୍ବ ସତରେ ବିଶ୍ବରେ ବିରଳ ପ୍ରାୟ । ବିଶ୍ବବାସୀ ତାଙ୍କ ସମୀପରେ ସର୍ବଦା ଋଣୀ । ଏହି ଭାବୋଚ୍ଛ୍ବାସମୟ ପଦାବଳୀ କଲିକତାର ଜାତୀୟ ପାଠାଗାର ସମ୍ମୁଖରେ ଶୋଭା ବର୍ଦ୍ଧନ କରୁଛି ଏବଂ ପ୍ରତ୍ଯେକ ବିଦ୍ଯାଳୟ , ମହାବିଦ୍ଯାଳୟ କାନ୍ଥରେ ପରିଦୃଷ୍ଟ ; ଏହା ଗର୍ବ ଓ ଗୌରବର ଗାଥା । ସେ ଅନେକ କାବ୍ୟ ଯଥା ସ୍ତୁତି ଚିନ୍ତାମଣି , ଶ୍ରୁତିନିଷେଧ ଗୀତା , ଆଦିଅନ୍ତ ଗୀତା , ବ୍ରହ୍ମନିରୂପଣ ଗୀତା , ନିର୍ବେଦସାଧକ , ପଦ୍...

ହୋୟାର୍‌ ଇଜ୍‌ ୟୋର୍‌ କଟନ୍‌ ବ୍ୟାଗ୍‌

   କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                       ସମ୍ପାଦକ - ଉଦୟ ଭାନୁ  ଅସ ମୋ ଭାଇ ବନ୍ଧୁ ଆମେ ଏକାଠି ହେବା ଆମ ପରିବେଶକୁ ଆମେ ସଫା ରଖିବା  ବରଜିବା ଜରି  ପ୍ଲାଷ୍ଟିକ୍‌ ସାମଗ୍ରୀ      ଝଲସିବ ଧରା ଆଭା... ଆସ ମୋ ଭାଇ ବନ୍ଧୁ ଆମେ ଏକାଠି ହେବା  ଆମ ପରିବେଶକୁ ଆମେ ସଫା ରଖିବା ।। ୧ ମାଟିରେ ମିଶେନି ପ୍ଲାଷ୍ଟିକ୍‌ ଓ ପଲିଥିନି ଏଣେତେଣେ ଆବର୍ଜନା ଶୋଭା ତ ଲାଗେନି  ମାଟି ପରିବର୍ତ୍ତେ ଏ ସମସ୍ତ ଯେତେ     ସୃଷ୍ଟି କରେ ବର୍ଜ୍ୟ ଖଣି ; ଗାଇ ଗୋରୁ ଚରି  ହୋନ୍ତି ହତଶିରୀ    କି ଲାଭ ପାଉଛେ ଅବା... ୨ ପଲିମର ସାଥେ ଏଥିଲିନ୍‌ର ମିଶ୍ରଣ ଅଯଥା ଯେତେ ବେମାରୀ କରେ ଆକ୍ରମଣ ହଳାହଳ ସେହି   ପ୍ଲାଷ୍ଟିକ୍‌ଟି ଭାଇ     ଅଳ୍ପାୟୁ ଲଭନ୍ତି ଜନ ; କାଗଜ ଠୁଙ୍ଗାକୁ   କପଡ଼ା ଥଳିକୁ    ସାଦରେ ଆପଣି ନେବା... ୩ ଆପଣା ହସ୍ତରେ କାହିଁ ଜିହ୍ୱା ଆପଣାର ଛେଦି ପକାଅ ତୁମେ ଭାଇ ଭଉଣୀ ମୋର କେତେ ଜନ୍ମ ପୁଣ୍ଯ  ଫଳେ ନର ଜନ୍ମ      ନିଜ ଯତ୍ନ ନିଜେ କର ; ରଖ ପରିଷ୍କାର    ଉତ୍କଳ ଆମର    ଏବେଠୁ ଶିଖ ବଞ୍ଚିବା... ୪ ଖୋଲ ଫେସ୍‌ବୁକ୍‌ ଟ୍ବିଟର୍‌ ହ୍ବାଟ୍‌ସ୍...

ବୌଦ୍ଧ ଧର୍ମ

             କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି                                  ସମ୍ପାଦକ - ଉଦୟ ଭାନୁ       ଧର୍ମ କହିଲେ ଏକ ନୀତି ଓ ଆଚ଼ରଣଧାରା ଯାହା ଆଧ୍ଯାତ୍ମିକ ଓ ଆଦିଭୌତିକ ଅନୁଭୂତିକୁ ପ୍ରକାଶ କରିଥାଏ ; ଧର୍ମଧାରା ଭିତରେ ନାନାଦି ଚ଼ଳଣି , ପ୍ରାର୍ଥନା , ପୂଜା ଆଦି ରହିଥାଏ । ପ୍ରାଚ଼ୀନ କାଳରେ ବହୁ ଧର୍ମ ରହିଥିଲା ଏବଂ ଲୋକମାନେ ପାଳନ ବି କରୁଥିଲେ । ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମର ଉଦୟ ପରେ ହଜାର ହଜାର ଧର୍ମର ବିଲୋପ ଘଟିଛି । ଅନ୍ଯପକ୍ଷେ କଟ୍ଟରପନ୍ଥୀ ଦେଶ ଗୁଡ଼ିକରୁ ବହୁତ ଗୁଡ଼େ ଧର୍ମ ଅସ୍ତିତ୍ଵ ହରାଇ ବସିଥିଲେ ଏବଂ ଏବେ ଯାହା ଜୀବିତ , ସେ ସବୁ ସଙ୍କଟର ସରଣୀରେ । ଏକ ଅନୁମାନ କରାଯାଏ , ସମଗ୍ର ସଂସାରେ ୩୦୦ରୈ ଉର୍ଦ୍ଧ୍ବ ଧର୍ମ ଅଛି । ବ୍ଯାପକ ଭାବେ ସାତଟି ଧର୍ମ ଯଥା ହିନ୍ଦୁ , ଜୈନ , ବୌଦ୍ଧ , ଶିଖ , ଇସଲାମ , ଇହୁଦି ଧର୍ମ ସ୍ଥାପିତ ଧର୍ମ ଭାବରେ ପରିଗଣିତ । ଆଫ୍ରିକାର "ବୁଡୁ ଧର୍ମ"ର ଲୋକଙ୍କ ସଂଖ୍ୟା କ୍ଷିପ୍ରଗତିରେ ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମରେ ପରିବର୍ତ୍ତିତ ହେଉଛନ୍ତି । ପାର୍ସି , ରଜିଦି , ଜୈନ , ଶିନ୍ତୋ , ଲାଓସ୍ଯୁ , ତାଓ , ସିଚ଼ୋ - ନୋ - ଲୋ , ତେନରିକ୍ଯୋ , କାଓ ଦାଇ , ଚ଼େନାଡ଼ୋ ମତ , ଜୁଚ଼ , କନଫ୍ଯୁଶ...

ନୃଗ ରାଜନ ଶାପ ବିମୋଚନ

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                  ସମ୍ପାଦକ - ଉଦୟ ଭାନୁ               ଦିବାକରଙ୍କର ସୁତ ମନୁ ବୈବସ୍ବତ       ଦଶ ଗୋଟି ପୁତ୍ରଙ୍କର ଥିଲେ ସେହି ତାତ ।         ତାଙ୍କ ଔରସୁ ଜନ୍ମିତ ଇକ୍ଷ୍‌ୱାକୁ କୁମର         ସୂର୍ୟ ବଂଶ ଆଦ୍ଯ ନୃପ ଜାଣେ ଏ ସଂସାର।         ଇକ୍ଷ୍‌ୱାକୁ ବଂଶଜ ଥିଲେ ନୃଗ ନରାଧୀଶ          ଅଜ୍ଞାତ ପାତକ ଫଳେ ହେଲେ କୃକଲାସ ।            ଦିନକ ଘଟଣା ଶୁଣ ଦେଇ ମନ କର୍ଣ୍ଣ             ନୃଗ ଶାପ ବିମୋଚନ କରୁଛି ବର୍ଣ୍ଣନ ।            ଜାମ୍ବବତୀଙ୍କ ନନ୍ଦନ ସାମ୍ବ ଓ ପ୍ରଦ୍ଯୁମ୍ନ             ଚାରୁଭାନୁ ଗଦାଦି ଯେତେ ଯାଦବଗଣ ।          ବାହାର ହେଲେ ଭ୍ରମଣେ ରାଜ ଉପବନ           ଏକମେଳେ କ୍ରୀଡା କଲେ ବହୁକାଳ ଜାଣ।         କ୍ରୀଡାନ୍ତେ ସକ...

ହୁଡୁହୁଡୁ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି              ସମ୍ପାଦକ - ଉଦୟ ଭାନୁ  ବୋଉ ମୋର କହୁଥିଲା ବାପାଙ୍କୁ ପାଖେଇ ଆସିଲାଣି ହୁଦୁହୁଦୁ , ବୋଉ କଥା ଶୁଣି ବାପା କହନ୍ତି  ତୋତେ ହିଁ ତ ଲାଗୁଛି କୁତୁକୁତୁ । ଫାଇଲିନ ଯାଇଛି ଆରବର୍ଷ ଏବେ ବି ଜଳେ ନିଆଁ ହୁତୁହୁତୁ , ମନେ ପଡ଼ିଲେ ସେ ବିଭତ୍ସ ଦୃଶ୍ଯ  ଛାତି ହୁଅଇ ମୋର ଧୁକୁଧୁକୁ । ପୁଣି ତୁ ବଳାଇଛୁ ତୋର ମନ ଆଉଥରେ ଦେଖିବୁ ହୁଦୁହୁଦୁ  , ତୁ ମଣିଷ ନା ପାଷାଣ ମୂରତି !! ବେଳ ତୋ ଅଣ୍ଟିବନି କାନ୍ଦୁକାନ୍ଦୁ । ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୯୧୭୪୮୦୫୩୬ 

ଖ୍ରୀଷ୍ଟ ଧର୍ମ : ଏକ ସଂକ୍ଷିପ୍ତ ଆଲୋଚନା

     କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି               ସମ୍ପାଦକ - ଉଦୟ ଭାନୁ      ନିଜକୁ ସର୍ବଶ୍ରେଷ୍ଠ ମନେ କରୁଥିବା ଜୀବଟି ମଣିଷ ; ଏଇ ମଣିଷ ଭିତରେ ଯେତେ ସବୁ ଜାତି , ଧର୍ମ ଗଢ଼ି ଉଠିଛି । ମଣିଷକୁ ବାଦ ଦେଲେ ଅନ୍ଯ କୌଣସି ଜୀବର ଜାତି , ଧର୍ମ ନାହିଁ । କିନ୍ତୁ ଲିଙ୍ଗଗତ ପ୍ରାର୍ଥକ୍ଯ ପରିଲକ୍ଷିତ । ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ ଭେଦରେ ଦୁଇ ଶ୍ରେଣୀ , ଜାତି ତ କାହିଁ  ଦିଶୁନି ଅନ୍ଯ ଜୀବ ମାନଙ୍କ ମଧ୍ୟରେ ! ଏଇ ମଣିଷ ମାନଙ୍କ ଭିତରେ ଏତେ ଜାତିପ୍ରଥା କେମିତି ସୃଷ୍ଟି ହୋଇଛି ? କିଏ ଏସବୁ କରିଛି ? ନିଜେ ଏଇ ମଣିଷ ନା ? ଏତେ ଭେଦଭାବ ଓ ଉଚ୍ଚନୀଚ୍ଚ ଭାବନା କରୁଥିବା ପ୍ରାଣୀଟି ପୁଣି ନିଜକୁ ଶ୍ରେଷ୍ଠ ବୋଲାଉଛି ଶୁଣିଲେ ହସ ଲାଗେ । ନିଜ ନିଜ ଭିତରେ ଏପରି ଭାବନା ଆଣି ସମାଜରେ ହିଂସା , ଦ୍ବେଷ ଆଦିକୁ ଉଜ୍ଜୀବିତ କରୁଥିବା ମଣିଷ ପୁଣି ନିଜକୁ ଶ୍ରେଷ୍ଠ ମଣିବ , ହାସ୍ଯାସ୍ପଦ ନୁହେଁ କି ? କିଏ କହୁଛି ମୁଁ ହିନ୍ଦୁ ତ କିଏ କହିଲାଣି ମୁଁ ଖ୍ରୀଷ୍ଟିଆନ , ଆଉ କିଏ ବୌଦ୍ଧ , ଶିଖ , ଜୈନ ଆଦି ଧର୍ମର ପରିଚ଼ୟ ଦେଲାଣି । ହେଲେ ଏସବୁର ଅର୍ଥ କ'ଣ ? ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ "ଈଶ୍ୱର ପ୍ରାପ୍ତି" । ତେବେ ଲକ୍ଷ୍ୟ ଯଦି ଗୋଟିଏ , ଏତେ ଜାତି , ଧର୍ମ କାହିଁକି ? ସବୁ ଧର୍ମ ତ ସମାନ , ସମସ୍ତେ ଈଶ୍ୱରଙ୍କ ସନ୍ତାନ । ଧର୍ମ କହିଲେ ଐଶ୍ବର...