ହୋୟାର୍ ଇଜ୍ ୟୋର୍ କଟନ୍ ବ୍ୟାଗ୍
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଅସ ମୋ ଭାଇ ବନ୍ଧୁ ଆମେ ଏକାଠି ହେବା
ଆମ ପରିବେଶକୁ ଆମେ ସଫା ରଖିବା
ବରଜିବା ଜରି ପ୍ଲାଷ୍ଟିକ୍ ସାମଗ୍ରୀ
ଝଲସିବ ଧରା ଆଭା...
ଆସ ମୋ ଭାଇ ବନ୍ଧୁ ଆମେ ଏକାଠି ହେବା
ଆମ ପରିବେଶକୁ ଆମେ ସଫା ରଖିବା ।। ୧
ମାଟିରେ ମିଶେନି ପ୍ଲାଷ୍ଟିକ୍ ଓ ପଲିଥିନି
ଏଣେତେଣେ ଆବର୍ଜନା ଶୋଭା ତ ଲାଗେନି
ମାଟି ପରିବର୍ତ୍ତେ ଏ ସମସ୍ତ ଯେତେ
ସୃଷ୍ଟି କରେ ବର୍ଜ୍ୟ ଖଣି ;
ଗାଇ ଗୋରୁ ଚରି ହୋନ୍ତି ହତଶିରୀ
କି ଲାଭ ପାଉଛେ ଅବା... ୨
ପଲିମର ସାଥେ ଏଥିଲିନ୍ର ମିଶ୍ରଣ
ଅଯଥା ଯେତେ ବେମାରୀ କରେ ଆକ୍ରମଣ
ହଳାହଳ ସେହି ପ୍ଲାଷ୍ଟିକ୍ଟି ଭାଇ
ଅଳ୍ପାୟୁ ଲଭନ୍ତି ଜନ ;
କାଗଜ ଠୁଙ୍ଗାକୁ କପଡ଼ା ଥଳିକୁ
ସାଦରେ ଆପଣି ନେବା... ୩
ଆପଣା ହସ୍ତରେ କାହିଁ ଜିହ୍ୱା ଆପଣାର
ଛେଦି ପକାଅ ତୁମେ ଭାଇ ଭଉଣୀ ମୋର
କେତେ ଜନ୍ମ ପୁଣ୍ଯ ଫଳେ ନର ଜନ୍ମ
ନିଜ ଯତ୍ନ ନିଜେ କର ;
ରଖ ପରିଷ୍କାର ଉତ୍କଳ ଆମର
ଏବେଠୁ ଶିଖ ବଞ୍ଚିବା... ୪
ଖୋଲ ଫେସ୍ବୁକ୍ ଟ୍ବିଟର୍ ହ୍ବାଟ୍ସ୍ ଆପ୍
ଲେଖ ହୋୟାର୍ ଇଜ୍ ୟୋର୍ କଟନ୍ ବ୍ୟାଗ୍
ସୋସାଲ୍ ମିଡ଼ିଆ ସବୁଠୁ ବଢ଼ିଆ
ସମସ୍ତଙ୍କୁ କର ଟ୍ୟାଗ୍ ;
ଜାଣିଲେ ସରବେ ସତର୍କ ହୋଇବେ
ଦୀର୍ଘାୟୁ ହୋଇ ରହିବା... ୫
ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
ଫୋ- ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment