Posts

Showing posts from October, 2023

ଏଠି ହାତୀ ବୁଲୁଛନ୍ତି ହଜାରେ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଏଠି ହାତୀ ବୁଲୁଛନ୍ତି ହଜାରେ  ସାମାନ୍ୟ ପିପୁଂଡ଼ି ମୁଁ ଏ ବଜାରେ କିଛି ଗୁଣ ତା'ର ନୁହେଁ ସମତୁଲ କିଆଁ ଗର୍ଜିବି ମିଛରେ ?୧ ଅଛି ପ୍ରଚ଼ଳିତ ଲୋକ ମୁଖରେ ରାଜ୍ଯ କିଣା ହୁଏ ଏଠି ବଳରେ ଛଳ କପଟରେ ପାରଙ୍ଗମ ହେଲେ ତିଷ୍ଠିବି ମରଧାମରେ ।୨ ଯେସନେ ସ୍ବର୍ଗକୁ ନାହିଁ ନିଶୁଣି ବଡ଼ ଲୋକଙ୍କୁ ନହୁଏ ବଖାଣି  ଅନ୍ଯାୟକୁ ଦେଖି ବୁଜିଦିଅ ଆଖି ଯେତେ ଅଛ ଜ୍ଞାନୀ ଗୁଣୀ ।୩ ଏଠି ଛତୁ ଫୁଟନ୍ତି ସାହିତ୍ଯିକ ଯା'କୁ ମାଲୁମ୍‌ ନାହିଁ ମାନସାଙ୍କ କହିଲେ କହିଲା ଇଜ୍ଜତ ସାଇଲା କୃତବିଦ୍ୟ ହେଲେ ମୂକ ।୪ ଏଠି ଜମିଲେଣି କଳା ବେପାରୀ ଆମ ସାହିତ୍ଯ ହେଲାଣି ବିକିରି ଟଙ୍କା ଦେଇ କିଣା ମାନପତ୍ର ସିନା ଛାଡୁନାହିଁ ବାହାଦୁରୀ  ।୫ ଏଠି ତ୍ରୁଟି ଦର୍ଶାଇବା ଅପ୍ରାଧ  ବୋଲନ୍ତୁ ବିଜ୍ଞାନିଏ ସର୍ବ ଶୁଦ୍ଧ ହଗିଲା ମୂତିଲା ପାଡ଼ିଲା ଛିଙ୍କିଲା  ଯାହା ବି ଲେଖନ୍ତୁ ସିଦ୍ଧ ।୬                   ସମ୍ପାଦକ - ଉଦୟ ଭାନୁ  ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ   ଭାଟପଡ଼ା , ନିରାକାରପୁର , କଣାସ , ପୁରୀ        ଯୋଗାଯୋଗ - ୮୨୪୯୭୭୨୩୬୧ 

ଝଡ଼ିଗଲା କଞ୍ଚା ପତ୍ର

                       କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           ଜନ୍ମ - ମୃତ୍ଯୁ ଧ୍ରୁବ ସତ୍ଯ  ; ଅବିଶ୍ବାସନୀୟ ନୁହେଁ ଏକଥାଟି । ଜନ୍ମ ହେଲେ ମୃତ୍ଯୁ ନିଶ୍ଚିତ, ଏହା ମାନି ନେବା ଉଚିତ । ଭଗବାନ ବି ବର୍ତ୍ତି ନାହାନ୍ତି ଏ କଥାରୁ । ମର୍ତ୍ତ୍ୟରେ ଅବତାର ଗ୍ରହଣ କରିବା ପରେ ସମାଧି ନେଇଛନ୍ତି ସ୍ବୟଂ ଦେବଂଶୀ ଗଣ । ଏକଥା ପ୍ରମାଣ ଦିଏ ଆମ ହିନ୍ଦୁ ଧର୍ମର ଶାସ୍ତ୍ର - ପୁରାଣ । ଭାଗବତର ବାଣୀଟେ ମନକୁ ଆସେ  -                "ମର୍ତ୍ତ୍ୟ ମଣ୍ଡଳେ ଦେହ ବହି              ଦେବତା ହେଲେ ବି ମରଇ ।" ତେଣୁ  ମର୍ତ୍ତ୍ୟପୁରରେ ଜନ୍ମ ନେଲେ ନର , ସୁର , ଦେବ , ଯକ୍ଷ , ଗନ୍ଧର୍ବ କି ସେ ଯିଏ ବି ହେଇଥାଉନା କାହିଁକି ତା'ର ମୃତ୍ଯୁ ସୁନିଶ୍ଚିତ  । କଳିରେ ପ୍ରତ୍ଯକ୍ଷ ଭାବରେ ସ୍ବୟଂ ଜଗନ୍ନାଥ ବି ଜନ୍ମ - ମୃତ୍ଯୁର ମାୟା ଖେଳରେ ଖେଳାଳୀ ହୋଇ ନବକଳେବର ହୁଅନ୍ତି । ପୁରୁଣା ଘଟ ବିସର୍ଜି ନୂଆ ଘଟ ଆପଣାଇ ନିଅନ୍ତି  । ଆମେ ତ ସହଜେ ଛାର ନର । ଦିନ - ରାତି ପରି ଏ ଜନ୍ମ - ମୃତ୍ଯୁ କ୍ରମାନ୍ୱୟ ରକ୍ଷା କରନ୍ତି  ।             ଜୀର୍ଣ୍ଣ ଘଟରୁ ଆତ୍...

ବିଲୁଆ କାହିଁକି ନନା ?

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                  ସମ୍ପାଦକ - ଉଦୟ ଭାନୁ  ଛୋଟ ଏକ ପ୍ରଶ୍ନ     କୁହ ବନ୍ଧୁଗଣ         ବିନମ୍ରେ ପୁଚ୍ଛଇ ଶିବ କବି କୃତବିଦ୍ୟ      ବିଦ୍ବାନ ପଣ୍ଡିତ          କରନ୍ତୁ ପ୍ରତିପାଦିତ । ବାଘକୁ କହନ୍ତି      ମାମୁଁ ବୋଲି ସର୍ବେ          ପୁଷିଟି ଆମ ମାଉସୀ କେହି କହେ ପୁଣି        ବିଲେଇଟି ନାନୀ           ମାମୁଁ ତ ଅଟଇ ଶଶୀ । ଆଉ ଏକ ପ୍ରଶ୍ନ       ବ୍ଯଥିତ ମୋ' ମନ           କଦାପି ବୁଝିପାରେନା ଜାଣିଛ କି କେହି        ମୋ' ଭଉଣୀ ଭାଇ            ବିଲୁଆ କାହିଁକି ନନା ? ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

ଓଁ ଶ୍ରୀ ସାଇନାଥେ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଦିନେ ଭଜୁଥିଲି ତତେ ସକାଳ ସଞ୍ଜରେ କେତେ ଆଉ ଭଜିବିନି ଏବେ ତତେ ଓଁ ଶ୍ରୀ ସାଇନାଥେ ।୧ ବିପଦେ ଆପଦେ ମୋର ପାଶେ ଥିଲୁ ନିରନ୍ତର  ଶୁଭୁନି ଡାକିଲେ ଏବେ ଯେତେ ଓଁ ଶ୍ରୀ ସାଇନାଥେ ।୨ ଦେଲୁ କାହିଁ ଏତେ ଦୁଃଖ  ଥିଲା କେଉଁ ଅପରାଧ ? ଦଣ୍ଡ ଦେଲୁ ବିନା ଦୋଷେ ମତେ ଓଁ ଶ୍ରୀ ସାଇନାଥେ ।୩ ମୋ' ପାଇଁ ହେଲୁ ପାଷାଣ  ଧିକ ତୋର ସାଧୁପଣ ବସିଅଛୁ କେଉଁ ଠାବେ ଗର୍ବେ ଓଁ ଶ୍ରୀ ସାଇନାଥେ ।୪          ସମ୍ପାଦକ - ଉଦୟ ଭାନୁ  ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧  

ଦୁର୍ଗା ନାମ ସ୍ତୁତିକା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଅଇରୀ ବଇରୀ ନାଶିନୀ ଦେବୀ କାଳିକା ଆଶିଷ ଦାୟିନୀ ଦୁର୍ଗତି ନାଶିନୀ ଦୁର୍ଗା । ଈଶ୍ବର ପ୍ରାଣବଲ୍ଲଭୀ ଗିରିଜା ଦୁଲ୍ଲଣୀ ଈଶ୍ବରୀ ତୁ ମହାମାୟୀ ଦନୁଜ ନାଶିନୀ ।  ଉମା ମାହେଶ୍ୱରୀ ପାର୍ବତୀ ଅମ୍ବିକା ମାତା ଉଗ୍ରରୂପା ଉଗ୍ରସେନୀ ବିମଳା ଚଣ୍ଡିକା । ଋଷିଗଣ ବନ୍ଦିତା ଆରୁଷିନେତ୍ରା ଋଦ୍ରା ଋକ୍ଷନେତ୍ରା ମହାମାୟୀ ଦଶଭୁଜା ଭଦ୍ରା । ଏମନ୍ତେ କେତେ ତୋ' ନାମ ଦେଇଗଲେ ବ୍ରହ୍ମା ଐଶ୍ୱରିକ ଶକ୍ତି ସମ୍ପର୍ଣ୍ଣା ଋଦ୍ରଙ୍କ ବାମା ।  ଓଁକାର ରୂପିଣୀ ସତ୍ଯ ଶାନ୍ତି ଦୟା କ୍ଷମା ଔଜ୍ଜ୍ୱଲ୍ୟ ବିବର୍ଦ୍ଧିନୀ ତୁ ମାତା ଅନ୍ନପୂର୍ଣ୍ଣା । କମଳ ଦଳ ନିବାସିନୀ ଶ୍ରୀଦେବୀ ଲକ୍ଷ୍ମୀ ଖ୍ଯାତି ଅରଜିଛୁ ମାଆ ଘରେ ଘରେ ପୁଣି । ଗରବ ଗଞ୍ଜନୀ ବୋଲି ପଡୁଅଛି ଡାକ ଘୋର ସଙ୍କଟୁ ମତେ ଉଦ୍ଧାର ଆଦିମାତ । ଚଣ୍ଡ ମୁଣ୍ଡ ନିପାତିନୀ ଅଭୟ ଦାୟିନୀ  ଛିନ୍ନମସ୍ତା ରୂପେ ପିଉ ନିଜ ଲହୁ ପୁଣି । ଜଗଦମ୍ବା ଜାଗେଶ୍ବରୀ ଜଗତ ତାରିଣୀ  ଝରିଯାଏ ଅଶ୍ରୁ ମୋର ସାଜି ନିର୍ଝରିଣୀ । ଟହଟହ ହସେ ମା'ଗୋ କମ୍ପାଉ ମେଦିନୀ ଠକ ସଂସାରରେ ମାଆ ଥକି ମୁଁ ଗଲିଣି । ଡମ୍ବରୁ ଧାରିଣୀ ମାଆ ଅର୍ଦ୍ଧଚନ୍ଦ୍ରଚୂଡ଼ା ଢ଼ପଢ଼ପ ଚାଲିରେ ତୋ' ଥରଇ ବସୁଧା । ତୁ କମଳା ତୁ ବଗଳା ତୁ ମାତଙ୍ଗୀ ଶିବା ଥାଉ ତୁହି ସର୍ବରୂପେ ସବୁଠାରେ ମାତା ।  ଦୈତ୍ଯ ସଂହାରି ମାଆ ତୁ ରଖିଲୁ ଅବନୀ ଧୂମାବତୀ ରୂପେ ତୁ ମହାଭୟଙ୍କାରିଣୀ । ନମସ୍ତେ ମଙ୍...

ସପ୍ତମାତୃକା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          "ମାତୃ" କହିଲେ ସାଧାରଣତଃ "ମାଆ" ଶବ୍ଦକୁ ବୁଝାଏ ; କିନ୍ତୁ ଏଠାରେ ଆମେ କିଛି ଦେବୀଙ୍କ କଥାବସ୍ତୁ ଉପରେ ଦୃଷ୍ଟି ନିବେଶ କରିବା । " ସପ୍ତମାତୃକା " ଉପରେ କିଛି କହିବା । ସପ୍ତମାତୃକା ହେଲେ - "ବ୍ରାହ୍ମୀ , ମାହେଶ୍ୱରୀ , ଐନ୍ଦ୍ରୀ , ବାରାହୀ , ବୈଷ୍ଣବୀ , କୌମାରୀ , ଚାମୁଣ୍ଡା" । କେହି କେହି ଅଷ୍ଟମାତୃକା ବୋଲି ମତ ଦିଅନ୍ତି ; "ନାରସିଂହୀ" ନାମଟି ଯୋଡ଼ା ଯାଇଥାଏ ଏମାନଙ୍କ ସହ । ଆଉ କିଛି ନାରସିଂହୀ ବଦଳରେ ଚର୍ଚ୍ଚିକା ନାମ ଯୋଡ଼ି ଥା'ନ୍ତି । ଶୁମ୍ଭ-ନିଶୁମ୍ଭ ନିଧନ ବେଳେ ଦେବୀ ଦୁର୍ଗାଙ୍କ ଠାରୁ ସପ୍ତମାତୃକାଙ୍କର ସୃଷ୍ଟି ବୋଲି ପୌରାଣିକ ମତ ରହିଛି । ନିର୍ଦ୍ଧିଷ୍ଟ ଦେବତାଙ୍କର ମାତୃରୂପ "ସପ୍ତମାତୃକା" । ବ୍ରାହ୍ମୀଙ୍କ ବାହନ ହଂସ ହୋଇଥିବା ବେଳେ ମାହେଶ୍ୱରୀଙ୍କର ବୃଷଭ , ଇନ୍ଦ୍ରାଣୀଙ୍କର ଗଜ (ଏ ଦେବୀ ବଜ୍ର ଧାରଣ ପୂର୍ବକ ସମର କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ) , ବାରାହୀଙ୍କର ମଇଁଷି (ରକ୍ତବୀର୍ଯ୍ୟ ବଧ ସମୟରେ ସେ ଦୁର୍ଗାଙ୍କ ଶରୀରରୁ ଆବିର୍ଭୁତା) , ବୈଷ୍ଣବୀଙ୍କର ଗରୁଡ଼ , କୌମାରୀଙ୍କର ମୟୂର (ଏ ଦେବୀ କାର୍ତ୍ତିକଙ୍କ ଶକ୍ତି ଧାରଣ ପୂର୍ବକ ମୟୂର ବାହନରେ ଯୁଦ୍ଧ କରିଥିଲେ) ଓ ଚାମୁଣ୍ଡା ହେଲେ ପ୍ରେତାସନା ; ତାଙ୍କ ପୟର ତଳେ ଏକ ପ୍ରେତ ବିଦ୍ଯମାନ ଅଛି । ଚଣ୍ଡ - ମୁଣ୍ଡର ସଂହାରିଣୀ ହ...

ଆଶ୍ବିନ ମାସର ପିତୃପକ୍ଷ ପିଣ୍ଡଦାନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ହିନ୍ଦୁ ଧର୍ମାନୁସାରେ ଷଷ୍ଠତମ ମାସ ଆଶ୍ବିନ , ଯାହା ଅଶ୍ବିନୀ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମୀ ସଂଯୁକ୍ତ । ଅଶ୍ବିନୀ ହେଉଛି ପ୍ରଥମ ତାରକା ଯାହା ସନ୍ଧ୍ୟା ଆକାଶରେ ଦୃଶ୍ଯମାନ ହୁଏ । ଭାରତୀୟ ଜ୍ଯୋତିଷ ଶାସ୍ତ୍ରରେ ଏହା ମେଷ ରାଶିର ମୁଖ୍ୟ ଓ ସପ୍ତବିଂଶ ନକ୍ଷତ୍ରର ପ୍ରଥମ ନକ୍ଷତ୍ର । ଆଶ୍ବିନ ମାସ ହିନ୍ଦୁ କ୍ଯାଲେଣ୍ଡରର ଏକ ଗୁରୁତ୍ବପୂର୍ଣ୍ଣ ମାସଟିଏ । ହିନ୍ଦୁ ଧର୍ମରେ ଚାରି ମାସ ମଧ୍ୟରେ ଏ ମାସ ଶୁଭ ଭାବେ ବିବେଚିତ । ଏହା ଶାନ୍ତି ଆଉ ସମନ୍ବୟ ଉପରେ ଗୁରୁତ୍ବ ଦେଇଥାଏ ଓ ସାମଗ୍ରିକ ସୁସ୍ଥତା ପାଇଁ ସହାୟକ ହୁଏ । ଏହା ଦର୍ଶନର ଦେବତା ଏବଂ ଆୟୁର୍ବେଦିକ ଔଷଧର ଗୁରୁତ୍ବ ପ୍ରତିପାଦିତ କରେ । ଏ ମାସରେ ଭଗବାନ ବିଷ୍ଣୁ ଆରାଧିତ ହୁଅନ୍ତି ପଦ୍ମନାଭ ନାମରେ । ଏ ମାସ ସୂର୍ଯ୍ଯୋଦୟ ଓ ସୂର୍ଯ୍ଯୋଦୟର ଉଜ୍ଜ୍ୱଳତାକୁ ପ୍ରତୀକ କରେ ।        ଆଶ୍ବିନ କୃଷ୍ଣପକ୍ଷ ଆମର ପିତୃପକ୍ଷ ; ପିତୃଲୋକଙ୍କୁ ଏ ମାସରେ ଶ୍ରାଦ୍ଧ ପିଣ୍ଡ ସହ ଦୀପଦାନ ପୂର୍ବକ ଅର୍ଚ୍ଚନା କରାଯାଏ । ଏ ମାସର ଅମାବସ୍ୟାଟି "ମହାଳୟା ଅମାବାସ୍ଯା" ନାମରେ ପରିଖ୍ଯାତି ଲାଭ କରିଛି । ଏ ପକ୍ଷରେ ଦିଆଯାଉଥିବା ଶ୍ରାଦ୍ଧଟି "ମହାଳୟା ଶ୍ରାଦ୍ଧ" , "ସାମ୍ବତ୍ସରିକ ଶ୍ରାଦ୍ଧ" , "ପାର୍ବଣ ଶ୍ରାଦ୍ଧ", "ମଉଳା ଶ୍ରାଦ୍ଧ" ଆଦି ନାମରେ ପରିଗଣିତ । ଏହାକୁ ବି "ପିତୃପର୍ବ...

ବାଗ୍ମୀ ବ୍ଯକ୍ତିତ୍ବ ପ୍ରାଜ୍ଞ ପୌରୁଷ - ଯୋଗାଚାର୍ଯ୍ଯ ରମାକାନ୍ତ କର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ହେ ବାଗ୍ମୀ ବ୍ଯକ୍ତିତ୍ବ      ଘେନ ପ୍ରଣିପାତ            ବେନି କର ସ୍ପର୍ଶେ ପଦ ହେ ପ୍ରାଜ୍ଞ ପୌରୁଷ     ପ୍ରାପ୍ତେ ତବାଶିଷ         ଭେଇଲି ମୁଁ କେଇ ପଦ ।         ଯୋଗାଚାର୍ଯ୍ଯ ରମାକାନ୍ତ ; ନିରଳସେ ପୁଣି     ଯୋଗ ବୀଜ ବୁଣି       ମରତେ ହୋଇଲ ଖ୍ଯାତ ।୦ ସ୍ବାସ୍ଥ୍ୟ ପାଇଁ ହିତ     ଯୋଗ ବୋଲି ଜ୍ଞାତ            ଶାସ୍ତ୍ରରେ ବି ପ୍ରମାଣିତ ସେଲାଗି ହେ କର     ଯୋଗର ଶିବିର          ଗଢ଼ି ହେଲ ପ୍ରଶଂସିତ ।         ଉତ୍କଳ ସାରା ବିଖ୍ଯାତ ; ସମ୍ବାଦପତ୍ରରେ       ପତ୍ରପତ୍ରିକାରେ       ଯୋଗ ପ୍ରବନ୍ଧ ମଣ୍ଡିତ ।୧ ସ୍ଥାନେ ସ୍ଥାନେ ପୁଣି     ଯୋଗ ସମ୍ମିଳନୀ           ଯୋଗର ପ୍ରତିଯୋଗିତା  କରି ଆୟୋଜନ     ବୋଲାଇଛ ଧନ୍ଯ           ପ୍ରସ୍ଫୁଟିତ ବାଗ୍ମୀୟତା ।         ତୁମ ପରି ବ୍ଯକ୍...

ଅନନ୍ତ ବ୍ରତ ପୂଜା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ  ଆଜିର ସକାଳ ଲାଗୁଛି ମଞ୍ଜୁଳ  ଆସିଛି ଅନନ୍ତ ବ୍ରତ  ଘରେ ଘରେ ଛୁଟେ ପୁପର ମହକ ସବୁରି ଘରେ ଉତ୍ସବ ।୧ ଭାଦ୍ରବ ମାସର ଶୁକ୍ଳ ଚତୁର୍ଦ୍ଦଶୀ  ଅନନ୍ତ ଗୋସେଇଁ ପୂଜା ପ୍ରତି ଦ୍ବାରେ ଆମ୍ର ପର୍ଣ୍ଣରେ ତୋରଣ କଳସ ହୋଇଛି ସଜା ।୨ ଗୋମୟ ଉଦକେ ଲିପିଛନ୍ତି ଘର ଲିପିଛି କିଏ ଚୁନରେ ପ୍ରତ୍ଯେକ ଏରୁଣ୍ଡି ଶୋଭା ପରଷୁଛି ଦୁଇ ଚାଉଳ ଫୁଲରେ ।୩ ଚଉଦ ମସଲା ଏକତ୍ର ଯୋଗରେ  ସୁସ୍ବାଦୁ ପୁପ ପ୍ରସ୍ତୁତ ବଡ଼ ଦୁଇଗୋଟି ସାନ ତ ଗୋଟିଏ ଅଢ଼େଇ ଗୋଟି ହିସାବ ।୪ ଚତୁର୍ଦ୍ଦଶ ପୁଷ୍ପେ ଚତୁର୍ଦ୍ଦଶ ଫଳେ ଚତୁର୍ଦ୍ଦଶ ବର୍ଷ ଯାଏଁ  ବ୍ରତ ଉପବାସ କରୁଥାଏ ବ୍ରତୀ ପନ୍ଦର ହେଲେ ଉଜାଏଁ ।୫ ଉଦ୍‌ଯାପନ କାଳେ ଅଠାଇଶ ପୁପ ଅନନ୍ତ ବ୍ରତରେ ପୂଜା ଘରେ ଘରେ ଶୁଭେ ଶଙ୍ଖ ହୁଳହୁଳି  ପୁରୋହିତ ମନ୍ତ୍ର ପଢ଼ା ।୬ ପୁରାଣ ପଢ଼ନ୍ତି ବ୍ରତକୁ ବାନ୍ଧନ୍ତି  ପୟୋମୃତେ ଧୌତ କରି  ଅନନ୍ତ ଗୋସାଇଁ ଦୟା କରିଥା'ନ୍ତୁ ବିଷାଦ ଯାଉ ସବୁରି ।୭ ସବୁରି ଅଧରେ ଖେଳୁଥାଉ ହସ ମନବାଞ୍ଛା ଯାଉ ପୁରି ଅନୀତି ଅନ୍ୟାୟ ସବୁ ହେଉ କ୍ଷୟ ରାମରାଜ୍ଯ ଆସୁ ଫେରି ।୮ ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧  

ସାହିତ୍ଯ ମାଧୁର୍ଯ୍ୟ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଭାଷା ସାହିତ୍ଯର ଗନ୍ତାଘର ଏ ଉତ୍କଳ  କେଡ଼େ ସୁନ୍ଦର କେଡ଼େ ମଧୁର ଲାଗେ ମଞ୍ଜୁଳ । ଆମ ସାହିତ୍ଯକୁ ଆମେ ରଖିଛୁ ବଞ୍ଚାଇ ତିଷ୍ଠି ଅଛୁ ଆମେ ସେବି ସାହିତ୍ଯର ଅଂହ୍ରି । ଏଇ ସାହିତ୍ଯ ଆମକୁ ପ୍ରଦାନେ ଅକଲ୍‌ ଭୁଲିବୁନି ସାହିତ୍ଯକୁ ଆମେ ବିଲ୍‌କୁଲ୍‌ । ଉତ୍କଳ ସାହିତ୍ଯେ ଲେଖା ଅକଳନ୍ତା କାବ୍ଯ ଆମେ ସବୁ କୁନି କୁନି ସାହିତ୍ଯ ଅଧ୍ବଗ । ସାହିତ୍ଯ ଆକାଶେ ନିତି ହୁଅଇ ଉଦିତ ନବ କାବ୍ଯ କବିତାର ରକ୍ତିମ ଅଧ୍ବଗ । ଅନପାୟୀ ହେଉ ଆମ ଉତ୍କଳ ସାହିତ୍ଯ ହସି ଉଠୁ ଉତ୍କଳରେ ସାହିତ୍ଯ ମାଧୁର୍ଯ୍ୟ ।                       ସମ୍ପାଦକ - ଉଦୟ ଭାନୁ  ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧ 

ରହସ୍ୟମୟ ଗ୍ରନ୍ଥ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                    ସମ୍ପାଦକ - ଉଦୟ ଭାନୁ       ଧର୍ମ ହେଉଛି ଈଶ୍ବର ବିଶ୍ୱାସ ; ସମାଜକୁ ଶୃଙ୍ଖଳିତ ମାର୍ଗରେ ଚ଼ଳେଇ ନେବାର ମାଧ୍ଯମଟିଏ ମାତ୍ର । କହିବାକୁ ଗଲେ , ଯାହା ଧରି ରଖେ ତାହା ଧର୍ମ । ପ୍ରଶ୍ନ ଉଠିବ , କ'ଣ ଧରି ରଖେ ? ଉତ୍ତର ହେଲା ଜୀବଜଗତକୁ ଧରି ରଖେ । ବିଶ୍ବାସ , ଭଲପାଇବା , ସ୍ନେହ - ଶ୍ରଦ୍ଧା - ଭକ୍ତିକୁ ଏକ ସୂତ୍ରରେ ଗୁନ୍ଥି ଗଳାରେ ଧରି ରଖିବା ହେଲା ଧର୍ମ । ଏକ ଶୃଙ୍ଖଳିତ ସମାଜକୁ ସୃଷ୍ଟି ଚ଼ାଲୁଥିବା ଯାଏଁ ଧରି ରଖିବା ଧର୍ମ ଅଟେ । ଧର୍ମ କହିଲେ ଈଶ୍ୱର , ଧର୍ମଗ୍ରନ୍ଥ , ଆରାଧନାର ମାର୍ଗ କର୍ମକାଣ୍ଡ ବିଧାନ , କେତେକ ରୀତିନୀତି ଓ ପ୍ରଥାକୁ ବୁଝାଏନି । ଈଶ୍ୱର ପ୍ରାପ୍ତି ପାଇଁ ନିଜ ରୁଚ଼ି ଅନୁଯାୟୀ ମାର୍ଗ ଅନ୍ବେଷଣ କରିବାର ପଦ୍ଧତି ଧର୍ମ ଅଟେ । ମାନବ ସଂପ୍ରୀତିର ମାର୍ଗ ହେଉଛି ଧର୍ମ । ଧର୍ମ ସର୍ବଦା ମାନବିକ ମୂଲ୍ୟବୋଧ ଦ୍ବାରା ଚ଼ାଳିତ ହେବା ଉଚିତ , ତେବେ ତାକୁ ଧର୍ମ ବୋଲି କୁହାଯିବ । ଭିନ୍ନତାରେ ଏକତା ହେଉଛି ଭାରତୀୟ ସଂସ୍କୃତି । ଭାରତର ଧର୍ମ , ଦର୍ଶନ , ସାହିତ୍ଯ , କଳା , ଜ୍ଞାନ , ବିଜ୍ଞାନ , ସ୍ଥାପତ୍ୟ ସମଗ୍ର ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରସିଦ୍ଧିଲାଭ କରିଛି ; ମାନବ ଜାତିର ସାଂସ୍କୃତିକ ଇତିହାସକୁ ଋଦ୍ଧିମନ୍ତ କରିଛି । ବିଭିନ୍ନ ସମୟରେ ଶକ , କୁଶାଣ , ହ...

ମୁଁ ବୀର ଯୱାନ

           କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                                  ସମ୍ପାଦକ - ଉଦୟ ଭାନୁ        ମୁଁ ଜଣେ ଯୱାନ । ମୋ ତୁଣ୍ଡେ ଦେଶ ସୁରକ୍ଷାର ମନ୍ତ୍ର । ନିର୍ଦ୍ଧିଷ୍ଟ ଏକ ପୋଷାକ ପରିଧାନ କରି କାନ୍ଧରେ ବନ୍ଧୁକ ଝୁଲାଇ ସୀମାନ୍ତେ ସାଜଛି ଜାଗ୍ରତ ପ୍ରହରୀଟିଏ । ମୋ ଦେଶ ମୋ ମାଆ, ଆଉ ଦେଶବାସୀଏ ମୋର ଆତ୍ମୀୟ । ମୋ ମାଆ ଓ ମୋ ଆତ୍ମୀୟଙ୍କ ସୁରକ୍ଷା ପାଇଁ ସର୍ବଦା ମୁଁ ପ୍ରାଣପଣେ ଚେଷ୍ଟିତ । ମୋ ଦେଶର ସୀମାନ୍ତକୁ ଲମ୍ଫ ମାରି କୌଣସି ବାହ୍ୟ ଶତ୍ରୁର ପ୍ରବେଶକୁ ମୁଁ ବରଦାସ୍ତ କରିପାରିବି ନାହିଁ । ପ୍ରଥମେ ମୋତେ ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ମୋ ଉପସ୍ଥିତିରେ ମୋ ଦେଶର ସୀମା ଡ଼େଇଁ ପ୍ରବେଶ କରିବା ସହଜ କଥା ନୁହେଁ । ମନେ ପଡ଼ିଯାଏ ମହାଭାରତର ମହାମାନୀ ଦୁର୍ଯ୍ୟୋଧନର ପଦିଏ କଥା - "ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ଯଗ୍ରେ ମୃତ୍ତିକା ।" ମନେପଡ଼େ ପୁଣି ଜଣେ କବି ଗୋଦାବରୀଶ ମହାପାତ୍ରଙ୍କର କାଳଜୟୀ ରଚନାଟିଏ -        "ପଛଘୁଞ୍ଚା ନାହିଁ ବୀରର ଜାତକେ        ନମରେ ସେହୁଁ ପରାଣ ଆତଙ୍କେ ।"      ଓଡ଼ିଆ ଲୋକ ପ୍ରବାଦନୁସାରେ - "ଜାନ୍‌ ଯାଉ ମାନ୍‌ ଥାଉ" । ମୋ' ମାଆର ...

ଶହେ ଜନ୍ମ ନେବି ମୁଁ ତୋ ପାଇଁ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ପୁ- ଧରିଛି ହାତ ଛାଡ଼ିବି ନାହିଁ      ଜୀବନେ କେବେ ଭୁଲିବି ନାହିଁ      ଦେଉଛି ତୋତେ ଲୋ କଥା      ତୁ ମୋର ଲାଲ୍‌ପାନ୍‌ ବିବି      ମୁଁ ହେବି ଲୋ ତୋ ଚିଡ଼ିଆ ଟିକା ।୧। ଝି- ଏଇ ବନ୍ଧନ ସାତ ଜନ୍ମର       ଆମ ମିଳନ ଯୁଗ ଯୁଗର       କଥା ଦେଲି ଦେହ ଛୁଇଁ        ଭୁଲି ନାହିଁ କେବେ ଭୁଲିବିନି       ରହିଛି ରହିବି ତୋରି ପାଇଁ ।୨। ପୁ - ପ୍ରେମ ଆମର ଚିର ଅମର       ଡରିବାନି ଆସୁ ଯେତେ ଝଡ଼          ରହିଥିବା ଏକା ସାଥେ      କଥା ଦେ ତୁ ମୋର ମଥା ଛୁଇଁ       କରିବୁନି ମତେ ପର କେବେ ।୩। ଝି - ଦେଲି କଥା ତୋର ଛୁଇଁ ମଥା      ଜନ୍ମେ ଜନ୍ମେ ଆମ ହେବ ଦେଖା           ରହିଥିବା ସାଥି ହୋଇ      ଆମ ଯୋଡ଼ି ହେବ ସର୍ବଶ୍ରେଷ୍ଠ      ଶହେ ଜନ୍ମ ନେବି ମୁଁ ତୋ ପାଇଁ ।୪।                        ସମ୍ପାଦକ - ଉଦୟ ଭାନୁ  ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁ...