ଓଁ ଶ୍ରୀ ସାଇନାଥେ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ଦିନେ ଭଜୁଥିଲି ତତେ
ସକାଳ ସଞ୍ଜରେ କେତେ
ଆଉ ଭଜିବିନି ଏବେ
ତତେ ଓଁ ଶ୍ରୀ ସାଇନାଥେ ।୧
ବିପଦେ ଆପଦେ ମୋର
ପାଶେ ଥିଲୁ ନିରନ୍ତର
ଶୁଭୁନି ଡାକିଲେ ଏବେ
ଯେତେ ଓଁ ଶ୍ରୀ ସାଇନାଥେ ।୨
ଦେଲୁ କାହିଁ ଏତେ ଦୁଃଖ
ଥିଲା କେଉଁ ଅପରାଧ ?
ଦଣ୍ଡ ଦେଲୁ ବିନା ଦୋଷେ
ମତେ ଓଁ ଶ୍ରୀ ସାଇନାଥେ ।୩
ମୋ' ପାଇଁ ହେଲୁ ପାଷାଣ
ଧିକ ତୋର ସାଧୁପଣ
ବସିଅଛୁ କେଉଁ ଠାବେ
ଗର୍ବେ ଓଁ ଶ୍ରୀ ସାଇନାଥେ ।୪
ସମ୍ପାଦକ - ଉଦୟ ଭାନୁ
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment