Posts

Showing posts from November, 2023

ଛାଡ଼ଖାଇ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ସମ୍ପାଦକ - ଉଦୟ ଭାନୁ  କାର୍ତ୍ତିକ ସରିଲା       ପଞ୍ଚୁକ ଗଲା        ଆସିଗଲା ଛାଡ଼ଖାଇ  ସର୍ବଗିଳା ନର      ପୁଣ୍ଯ ଅରଜିଲା       ମାଛ ମାଂସ ଅଣ୍ଡା ଖାଇ । ମାସକ ପୁଣ୍ଯ      ଶୁଖୁଆ ପୋଡ଼ାରେ        ଗଲା ସେହି ଭ୍ରଷ୍ଟ ହୋଇ କାଙ୍ଗାଳ ମାନବ      ହୋଇଲା ଅନ୍ଧ       ନର୍କେ ତାକୁ ଜାଗା ନାହିଁ । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଫୋନ୍‌ - ୮୨୪୯୭୭୨୩୬୧ 

କାର୍ତ୍ତିକ ପୂର୍ଣ୍ଣିମା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                ସମ୍ପାଦକ - ଉଦୟ ଭାନୁ  ଚାହୁଁ ଚାହୁଁ କେଡ଼େବେଗି ସରିଗଲା ଧର୍ମର ଏଇ ମହାକାର୍ତ୍ତିକ ମାସ । ସରିଗଲା ହବିଷ ଶୁଦ୍ଧ ଭୋଜନ ଶ୍ରୀହରି ନାମ ସ୍ମରଣ ପୀୟୁଷ ।୧। ତତକ୍ଷଣେ ଆସି ପ୍ରବେଶିଲା ଆଜି କାର୍ତ୍ତିକ ମାସ ଶେଷ ଦିନ ପୂର୍ଣ୍ଣିମା  ଚଳଚଞ୍ଚଳ ହୋଇଉଠିଲା ଧରା ସାହେବାଣିମାନେ ଆଜି ନିରୁପମା ।୨। ସାଧବମାନେ ନବରଙ୍ଗେ ରଞ୍ଜିତ  କବିତା ବନିତା ଲତା ଆନନ୍ଦିତ । ବସୁନ୍ଧରା ଆଜି ଶୁଦ୍ଧ ଓ ପବିତ୍ର  ଉତ୍ସବମୁଖର ପୂତ ପୟୋଧି ତଟ ।୩। ପ୍ରାତଃକାଳ ପୂର୍ବୁ ପ୍ରାରମ୍ଭ କୋଳାହଳ  ହୁଳହୁଳି ହରିବୋଲ ଶଙ୍ଖନାଦ । ନାନା ବାଦ୍ଯଘୋଷ ସୁଗମ ଝଙ୍କାର  ହରିନାମ ଶବ୍ଦେ କମ୍ପେ ଚତୁଃ ଦିଗ ।୪। ଚିତ୍ରରଥ ଉଦିତ ହେବା ପୂର୍ବରୁ  ସରିଯାଏ ବୋଇତ ବନ୍ଦାଣ ଉତ୍ସବ । ସାଧବ ଘର ପରମ୍ପରା ଅନୁସାରେ ଏହି ଉତ୍ସବ ଗୋଟି ହୁଏ ପାଳିତ ।୫।  ପୁରପଲ୍ଲୀରେ ଖେଳିଯାଏ ଆନନ୍ଦ  ଚତୁର୍ଦ୍ଦିଗ ଆଜି ଉତ୍ସବମୁଖର । ଆ କା ମା ବୈ ଶବ୍ଦରେ ପ୍ରକମ୍ପିତ ହୁଏ ନଦୀ ପୁଷ୍କରିଣୀ ଓ ସମୁଦ୍ର କୂଳ ।୬। ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧ 

ଶାଶୂର ପଞ୍ଚୁକ ବ୍ରତ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି   ଶାଶୂ କରିଛନ୍ତି        ପଞ୍ଚୁକ ବରତ         ପାଞ୍ଚ ଦିନ କାରତିକ ବୋହୂ ଉଋଦଣ୍ଡୀ      ଶୁଖୁଆ ପୋଡୁଛି        ଶାଶୂ ନାକେ ବାଜେ ଗନ୍ଧ ।         ଶାଶୂ ବୁଢ଼ୀ ମନ ଦୁଃଖ ମନରେ ଭାବୁଛି        କାହିଁକି ଛାଡ଼ନ୍ତି      କାର୍ତ୍ତିକେ ବ୍ରତୀ ଆମିଷ ।୧। ଶାଶୂ ବୋଲେ ବୋହୂ     ଏକା ଏକା ଖାଉ        ଦିଶୁନାହିଁକି ଲୋ ତୋତେ ? କଞ୍ଚା ଓଉ ପୁଣି         ଅଦା ଫେଡ଼ା ଘେନି           ହବିଷ କରୁଛି ଗଣ୍ଡେ ।        କେମିତିକା ବୋହୂ ଖଣ୍ଡେ ? ଫାଟୁ ନାହିଁ ପେଟ       ଖାଉଛୁ ଆମିଷ        ବାସିରେ ପୁଛୁନୁ ଦଣ୍ଡେ !!୨। ଆଲୋ ଉରୁଦଣ୍ଡୀ       କିଏ ବା ଦେଖୁଛି         ଶୁଖୁଆ ଖାଇବା ମୋର ? ପଞ୍ଚୁକ ବରତ      ଯାଉ ଲୋ ନରକ        ଶୁଖୁଆ ମୋ' ଦରକାର ।       ଦିଅ ଲୋ ପତରେ ମୋର ଶାଶୂ ବୋଲ କରି      ସେ ବୋ...

କାର୍ତ୍ତିକ ବ୍ରତ

  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି   ବରଷକ ବାରମାସ ଭକ୍ଷିଲୁ ଆମିଷ  ପର ଚୁଗୁଲିରେ ପାଇଲୁ ଆତ୍ମସନ୍ତୋଷ । ପର ଦ୍ରବ୍ଯ ହରି ଘର ତୁ କରିଲୁ ତୋର ମିଥ୍ଯା ଭାଷି ଭାଙ୍ଗିଲୁ କେତେ ଘରଦୁଆର ।        ଏବେ ଦେଖାଉ ତୁ ସତୀତ୍ୱ ,       ଧିକ ଲୋ ତେ ଜୀବନ ଧିକ ;  କାର୍ତ୍ତିକ ମାସରେ ପୁଣି କରୁଛୁ ହବିଷ !!     ଅଲାଜୁକି ପଣରେ ଉପବାସ ଅଛୁ      ଖାଉଅଛୁ ପୁଣି ଏକବକତ !! ତୋ' ପରି ପାପୀଷ୍ଠ ଲକ୍ଷେ କରିଲେ ହବିଷ    କଦାପି ଲଭିବୁ ନାହିଁ ଲୋ ତୁ ବୈକୁଣ୍ଠ । ରୋହି ମାଛ ଖଣ୍ଡେ ଆଣିଅଛି ମୁହିଁ ଧରି       ବେଗେ ଯାଇ ତାହାକୁ ଭାଜ ପିଆଜ ସାଥେ ଖାଇବା କଞ୍ଚାଲଙ୍କା ଘୋଟି  ଏଇ ହିଁ ହେବ ଆମ ମହାକାର୍ତ୍ତିକ ବ୍ରତ । ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

ବୈଦିକ ଯୁଗରୁ ଅଛି ବିଜ୍ଞାନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ       ବିଜ୍ଞାନ ଅର୍ଥ ବିଶେଷ ଜ୍ଞାନ , ଅର୍ଥାତ୍‌ କିଛି ଶିଖିବା ଶୈଳୀକୁ ବୁଝାଇଥାଏ । ବିଜ୍ଞାନ ଏକ ସୁବ୍ଯବସ୍ଥିତ ପ୍ରଣାଳୀ ଯାହାଦ୍ୱାରା ବିଶ୍ବର ସମସ୍ତ ପଦାର୍ଥ ଓ ବସ୍ତୁ ମାନଙ୍କ ବିଷୟରେ ଆଲୋଚ଼ନା , ପରୀକ୍ଷା , ଗବେଷଣା , ପଠନ , ଅନୁମାନ କରାଯାଇଥାଏ । ଆଧୁନିକ ଯୁଗରେ ନୁହେଁ , ପୁରାତନ ଯୁଗରୁ ଏହା ରହିଛି । ଏହାର ଇଂରାଜୀ ନାମ science ଯାହା ଲାଟିନ୍‌ ଶବ୍ଦ scientiaରୁ ଆନୀତ ; scientiaର ଅର୍ଥ ଜ୍ଞାନ । ବିଶ୍ବର ଏକ ଜ୍ଞାନକୁ ଉପଯୁକ୍ତ ପରଖା ଯାଇ ପାରୁଥିବା ଏକ ବୈଜ୍ଞାନିକ ସିଦ୍ଧାନ୍ତ ଓ ଅନୁମାନ ସହ ପ୍ରମାଣ କରାଯାଇ ପାରୁଥିବା ବ୍ଯବସ୍ଥା ବିଜ୍ଞାନ । ଶିକ୍ଷା ଦୃଷ୍ଟିକୋଣରୁ ଏହା ଭୌତିକ ବିଜ୍ଞାନ , ରସାୟନ ବିଜ୍ଞାନ , ଉଦ୍ଭିଦ ବିଜ୍ଞାନ , ପ୍ରାଣୀ ବିଜ୍ଞାନ , ଗାଣିତିକ ବିଜ୍ଞାନ , ମନୋବିଜ୍ଞାନ , ସାମାଜିକ ବିଜ୍ଞାନ ଆଦି ନାମରେ ବିଭିନ୍ନ ପ୍ରକାରର ଥାଏ । ବିଜ୍ଞାନର ଏକ ଶାଖା "ବୈଷୟିକ ଜ୍ଞାନ" । ଏହା ପ୍ରୟୋଗାତ୍ମକ ଦିଗକୁ ସୂଚ଼ାଇ ଥାଏ । ବିଭିନ୍ନ ଯନ୍ତ୍ର , ଉପକରଣ , ଆକୃତି , ସିଷ୍ଟମ , ପଦାର୍ଥର ଗଠନ , ମରାମତି ଆଦି ପାଇଁ ବୈଜ୍ଞାନିକ , ଅର୍ଥନୈତିକ , ସାମାଜିକ , ପ୍ରୟୋଗାତ୍ମକ ଜ୍ଞାନକୌଶଳର ବ୍ଯବହାରକୁ ବୈଷୟିକ ଜ୍ଞାନ ବା ଇଞ୍ଜିନିୟରିଂ କୁହାଯାଏ । ବିଜ୍ଞାନକୁ ନେଇ ଉପେନ୍ଦ୍ର ...

ଶ୍ଯାମାକାଳୀ ସ୍ତୁତି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଶକ୍ତିମୟୀ ଶ୍ଯାମାକାଳୀ ଶାରଙ୍ଗ ବାହନୀ ଶ୍ଯାମବର୍ଣ୍ଣା ଲୋଳଜିହ୍ବା ଶିରୋସ୍ଥିମାଳିନୀ ।  ଶତାନକ ବାସିନୀ ଗୋ ମୁକୁଳା ବୃଜିନା ଶତ ଶତ ପ୍ରଣିପାତ ମାତ କର ଘେନା । ଶ୍ରିତ ଶ୍ଯାମା ଚରଣରେ ଦୀନଦୁଃଖୀ ସୁତ ଶରଣ ରକ୍ଷଣୀ ଶିବା ସାହା ହୁଅ ମାତ ।  ଶକ୍ର ସ୍ତୁତି ଶୁଣି ଉଭା ହେଲ ତା'ର କତି ଶତ୍ରୁ ସଂହାରି ବିନାଶିଲ ତା'ର ବିପତ୍ତି । ଶୋକେ ପଡ଼ି କରଯୋଡି କରୁଅଛି ସ୍ତବ ଶରଣ ଦିଅ ଚରଣେ ଶ୍ଯାମାକାଳୀ ତବ । ଶମ୍ବଳ ହୀନ ସନ୍ତାନ ଶୈଳଜା ମୁଁ ତୋର ଶପ୍ତ ଜୀବନୁ ଜନନୀ ମୋତେ ମୁକ୍ତ କର । ଶିବ ଭଜେ ଶିବା ପଦ ଅଙ୍କେ ଦିଅ ସ୍ଥାନ ଶଶ୍ବତ୍‌ ନେତ୍ର ଶବରେ କ୍ଷାଳୁଛି ଚରଣ । ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ   ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧

ଶରତ ଆସିଲେ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି          ସମ୍ପାଦକ - ଉଦୟ ଭାନୁ  ଶରତ ଆସିଲେ ଧରାକୁ ଓହ୍ଲେଇ କାଶତଣ୍ଡୀ ପୁଷ୍ପେ ହସୁଥାଏ ମହୀ । ହସେ ପାରିଜାତ ହେନା ଜୂଈ ଜାଇ ଶେଫାଳୀ କୁସୁମ ବାସ ଚହଟଇ ।୧ ମୃଦୁମନ୍ଦ ବାଆ ପଡୁଥାଏ ଝରି ଶୀତଳ ସମୀର ମନ ନିଏ ହରି । ନଥାଏ ବରଷା ନଥାଏ ତ ଝଡ଼ି ପୀତ ଜହ୍ନିଫୁଲ ହସେ ଖିଲିଖିଲି ।୨ ଖଣ୍ଡି ଧଳାମେଘ ଅମ୍ବର ପ୍ରଦେଶେ ଭାସିବୁଲେ ବହୁତ ସୁନ୍ଦର ଦିଶେ । ଶସ୍ଯ ଶ୍ଯାମଳା ମହୀ ଆନନ୍ଦେ ହସେ ନଦୀ ପୋଖରୀ ଜଳ ନିର୍ମଳ ଦିଶେ ।୩ ଦୂର ଦିଗ୍‌ବଳୟେ ପଶ୍ଚିମାକାଶେ ଅସ୍ତଗାମୀ ଭାସ୍କର ଶୋଭା ପରଷେ । ସ୍ବଚ୍ଛ ପରିମଳ ଶରତ ଆକାଶେ ଶଶଲାଞ୍ଛିତ ଶୁଭ୍ର ଜୋଚ୍ଛନା ବର୍ଷେ ।୪ ଜଳେ ହସଇ କୌମାରୀ ନୀଳ କଈଁ ଏକଲୟେ ତା'ର ପ୍ରେମିକକୁ ଚାହିଁ  । ମଥା ହଲେଇ ଜଳେ ଡାକଇ ସେହି ମୋ' ପାଶେ ପ୍ରିୟ ତୁମେ ଆସ ଓହ୍ଲେଇ ।୫ ଭାଦ୍ରବ ଆଶ୍ବିନ ଦୁଇଗୋଟି ମାସ ଶରତ ଆସୁଥାଏ ପ୍ରତି ବରଷ । ଧରାରେ ଓହ୍ଲାନ୍ତି ଶ୍ରୀମାନ ଗଣେଶ  ଷଷ୍ଠୀ ଓଷାରେ ଖେଳିଯାଏ ଉଲ୍ଲାସ ।୬ ଭାଦ୍ରବ ମାସେ ପଡ଼େ ଅନନ୍ତ ବ୍ରତ ଶରତେ ଏଇ ପର୍ବ ଅଟେ ବିଖ୍ଯାତ । ବଡ଼ ଧାର୍ମିକ ଏଇ ଋତୁ ଶରତ ସ୍ବଚ୍ଛ ସୁନିର୍ମଳ ଦିଶଇ ଜଗତ ।୭ ଶରତ ଆଣିଛି ସାଥିରେ ତାହାର ଶାରଦୀୟ ଦୁର୍ଗାପୂଜାର ସମ୍ଭାର । କୁମାର ପୂର୍ଣ୍ଣିମା ପୂଜା ଉପହାର ଋତୁକୁ କରଇ ସବୁଠୁ ସୁନ୍ଦର  ।୮ ଶରତ ଋତୁ ଯେବେ ବିଦାୟ ନେବ ଯେତେ ପୂଜା ପାର୍ବଣ ଫିକା ପଡ଼ି...

ଦୁର୍ଗତିନାଶିନୀ ମାଆ ଦୁର୍ଗା

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                 ସମ୍ପାଦକ - ଉଦୟ ଭାନୁ  ପୁଣି ଥରେ ବରଷକ ପରେ ଧରାପୃଷ୍ଠେ  ଅବତରିଛନ୍ତି ଦୁର୍ଗତିନାଶିନୀ ମାଆ  ଚତୁର୍ଦ୍ଦିଗେ ଖେଳିଯାଏ ଆନନ୍ଦ ଉତ୍ସାହ ସର୍ବଜନଙ୍କ ମନ ଆଜି ଆକାଶଛୁଆଁ ।୧ ଓଠରେ ହସ ଓ ମନରେ ଆନନ୍ଦ ନେଇ ଆଜି ସମସ୍ତେ ମାତୃପ୍ରେମରେ ମତୁଆଲା  ଭକ୍ତି ରୂପକ ମଦ୍ଯପାନ କରି ସମସ୍ତେ  ଶ୍ରଦ୍ଧା ନିଶାରେ ଝୁଲିବାର ମଜା ନିଆରା ।୨ ସୁବାସିତ ଗନ୍ଧ ବାସ ଧୂପର ମହକ ଚତୁର୍ଦ୍ଦିଗେ ପରା ଆଜି ହୁଏ ପରିବ୍ଯାପ୍ତ  ଦୁର୍ଗାମାତାଙ୍କ ଆଶିର୍ବାଦରେ ଏହି ଧରା ସତରେ ଆଜି କେତେ ଯେ ପୂତ ପବିତ୍ର !!!୩ ବେଦଜ୍ଞ ବ୍ରାହ୍ମଣର ବେଦମନ୍ତ୍ର ପାଠରେ ଧରାରେ ଖେଳିଯାଏ ସଙ୍ଗୀତର ମୂର୍ଚ୍ଛନା  ଘଣ୍ଟଘଣ୍ଟା କାହାଳି ମୃଦଙ୍ଗ ଶବଦରେ ଦେବୀ ଦୁର୍ଗାଙ୍କର ହୁଏ ପବିତ୍ର ବନ୍ଦନା ।୪ ମାଳ ମାଳ ହୋଇ ସୁସଜ୍ଜିତ ତୋରଣରେ ଝଲସି ଉଠେ ରଙ୍ଗୀନ ବିଜୁଳି ଆଲୋକ  କେଉଁଠି ରୌପ୍ଯ କନକ ମେଢ଼ ତ କେଉଁଠି  ସୋଲ କାଗଜ କାଠ ବାଉଁଶରେ ପ୍ରସ୍ତୁତ ।୫ ପ୍ରେମ ମୈତ୍ରୀ ସଦ୍‌ଭାବରେ ଆପ୍ଯାୟିତ  ଏ ଜଗତେ ଆଜି ଭାଇଚାରାର ସମ୍ପର୍କ  ସର୍ବତ୍ର ହୁଏ ଦୃଶ୍ଯମାନ ଏଠି ଅନେକ  ସ୍ନେହ ପ୍ରେମର ଅପୂର୍ବ ନିବିଡ଼ ବନ୍ଧନ ।୬ ସତରେ କେତେ ଆନନ୍ଦ ଲାଗେ ଏ ପୂଜା  ସବୁଦିନ ପାଇଁ ରୁହନ୍ତେ କି ଦୁର୍ଗାମାତା ଯେତେ ଅ...

ଦୀପାବଳି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଅଭିନନ୍ଦନ ଘେନ ଅଭିନନ୍ଦନ  ଦୀପାବଳି ପରବ କର ପାଳନ ।  ଜାଳିଦିଅ ପ୍ରଦୀପ ଯାଉ ତମସା ମନେ ସଞ୍ଚରୀ ବନ୍ଧୁ ନବୀନ ଆଶା । ଉଆଁସ ରଜନୀରେ ଉଇଁବ ଜହ୍ନ  ଉତ୍‌ଫୁଲ୍ଲିତ ହେବ ସବୁରି ମନ । ଦେଖିଚାହିଁ ବନ୍ଧୁ ଜାଳିବ ପ୍ରଦୀପ କିଛି ଅଘଟଣ କେବେ ନ ହୋଇବ । ଧପଧପି ଫୁଲଝରି ଚକ୍ରିବାଣ କଲିରିଫୁଲ ବାଣ ଦୋକାନୁ କିଣ । ସାପବାଣ କୁମ୍ପିବାଣ ଦିଆସିଲି ବାଣ ସବୁ କିଣି ପାଳ ଦୀପାବଳି । ଉଚ୍ଚଶକ୍ତି ସମ୍ପନ୍ନ ଯେତେକ ବାଣ ଫୁଟାନାହିଁ ଶବ୍ଦ ହେବ ପ୍ରଦୂଷଣ । ଏ ବାଣରେ ଅଛି କେତେ ଯେ ବିପଦ ଭାଷାରେ କହିବା ନୁହଁଇ ସମ୍ଭବ । ତେଣୁ ହେ ବନ୍ଧୁ ମୋର କଥାଟି ଘେନ ଛୋଟ ବାଣ ଫୁଟାଇ ରଖ ଜୀବନ । ଜୀବନ ଆମର ବହୁ ମୂଲ୍ୟବାନ  ଅକାରଣେ କାହିଁ ହାରିବ ପରାଣ ।  ସୂତା ପୋଷାକ ପିନ୍ଧି ଫୁଟାନ୍ତୁ ବାଣ ପାଶେ ରଖ ପାତ୍ର କରି ଜଳପୂର୍ଣ୍ଣ । ଦୀପାବଳିର ଏଇ ଶୁଭ ଦିନରେ ଅଭିନନ୍ଦନ ମୋର ଘେନ ସାଦରେ । ଆଉ କରୁନାହିଁ ମୁଁ ବେଶି ବର୍ଣ୍ଣନା ଜଣାଉଛି ମୁଁ ଶିବ ଶୁଭକାମନା । କାଳୀ ମା' ସଭିଙ୍କୁ ହୁଅନ୍ତୁ ସଦୟ ତାଙ୍କ ପାଦେ ମୋର ଏତିକି ବିନୟ । ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ଯୋଗାଯୋଗ - ୮୨୪୯୭୭୨୩୬୧ 

ଦୀପାବଳୀ ପର୍ବ

କାବ୍ୟଭୂଷଣ ଶିବ  ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ  ବରଷକ ପରେ ମହାକାର୍ତ୍ତିକରେ ଫେରି ଆସିଛି ପୁଣି ଏ ଦୀପାବଳୀ  ପିତୃପୁରୁଷଙ୍କୁ ଦୀପ ଦେଖାଇବା ଆମେ ପରା ଘୃତପୂର୍ଣ୍ଣ ଦୀପ ଜାଳି । ବଡ଼ବଡ଼ିଆ ହୋ ! ଆଲୋକରେ ଆସ ହେ ପିତୃଲୋକେ ଅନ୍ଧାରେ ତୁମେ ଯାଅ ଖାଇଦେଇ କ୍ଷୀର ରଖିଯାଅ ସର ପିତୃ ! ଅମୃତ ଦୃଷ୍ଟିରେ ଚାହିଁ ଥାଅ । ଲୋକ ଦେଖାଣିଆ ଡାକରେ କି ଅଛି ? ବଞ୍ଚିଥିଲା ବେଳେ ଦେଇନାହଁ ସୁଖ ନିଜ ଖୁସି ପାଇଁ ଜାଳୁଛ ସମସ୍ତେ  ମିଛେ ଖାଲି ଶହ ସହ ଘିଅ ଦୀପ । ଦାମୀ ଦାମୀ ବାଣ ଫୁଟାଉଛ କେତେ ତାଳଫୋଟକା ଲଙ୍କା ସାଥେ ରକେଟ ହାବେଳି ପଟାସ ବମ୍ବାଜି ଅନେକ ପାଉଅଛ ସରବେ କିଛି ଆନନ୍ଦ  । ଧିକ ତୁମେ ମାନବ ସକଳ ଧିକ କରନ୍ତୁ ସରବେ ଟିକେ ପଶ୍ଚାତାପ ଅନେକ ଜନତା ଉପାସେ ମରନ୍ତି  କି ହୋଇବ ଭାଇ ଜାଳିଲେ ଏ ଦୀପ ? ସେହି ଟଙ୍କା ଯଦି ଦାନ ଦେଇଥା'ନ୍ତ  କେତେ ଦୀନ ହୋଇଥା'ନ୍ତେ ଉପକୃତ ସେ ସବୁ ନକରି ଖୁସିରେ ସରବେ ଦୀପ ଜାଳି ଦୀପାବଳୀ ପାଳୁଅଛ । ଯଦି କେବେ ତୁମେ ଦରିଦ୍ର କୁଳରେ ଜନ୍ମ ହୋଇ କେହି ମାଗୁଥା'ନ୍ତେ ଭିକ ତେବେ ସେ ଜାଣନ୍ତେ ଦୀନର ବେଦନା ପାଳନ୍ତେ କି ଆଉ ଦୀପାବଳୀ ପର୍ବ ! ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ               ୮୨୪୯୭୭୨୩୬୧ 

ଭୁବନ ଈଶ୍ବରୀ - ଭୁବନେଶ୍ବରୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି         ଯିଏ ସାରା ଭୁବନର ଈଶ୍ବରୀ ସେ ଭୁବନେଶ୍ବରୀ ; ମହାବିଦ୍ୟା ମାନଙ୍କ ମଧ୍ଯେ ଚତୁର୍ଥ ସ୍ଥାନରେ ଅବସ୍ଥିତ । ସେ ଚତୁର୍ବର୍ଗ ଫଳଦାୟିନୀ ; ଧର୍ମ , ଅର୍ଥ , କାମ , ମୋକ୍ଷ ପ୍ରଦାତ୍ରୀ । ସେ ଚତୁର୍ଯୁଗରେ ମହାଧିଶ୍ବରୀ ରୂପେ ବିରାଜିତା ହୋଇ ସ୍ବୟଂ ଚାରି ଯୁଗର ସ୍ବରୂପିଣୀ ଅଟନ୍ତି ଏବଂ ସେ ବ୍ରାହ୍ମଣ  , କ୍ଷତ୍ରୀୟ , ବୈଶ୍ୟ , ଶୁଦ୍ର ନାମ୍ନୀ ଚାରିବର୍ଣ୍ଣର ସମାହିତ ଶକ୍ତି ଅଟନ୍ତି । ଶାସ୍ତ୍ର କହେ ବ୍ରହ୍ମାଙ୍କ ଦ୍ବାରା ଦେବୀ ଭୁବନେଶ୍ବରୀ ସୃଷ୍ଟି ଏବଂ ସେ ଚତୁର୍ଭୁଜ ବିଷ୍ଣୁଙ୍କ ଦ୍ବାରା ସର୍ବାଦ୍ଯେ ପୂଜିତା ; ସେ ଚତୁର୍ବ୍ରହ୍ମ ଯଥା ବ୍ରହ୍ମା , ବିଷ୍ଣୁ , ଶିବ , କାର୍ତ୍ତିକଙ୍କ ଦ୍ବାରା ନିତ୍ଯ ବନ୍ଦିତା । ଦେବୀଙ୍କ ଆଜ୍ଞାରେ ଚାରିବେଦର ନିର୍ମାଣ ହୋଇଛି । ଏକଥା ଶାସ୍ତ୍ର କହେ ; ଭୁବନେଶ୍ବରୀ କଳ୍ପରେ ଦ୍ରଷ୍ଟବ୍ୟ :-          "ଚତୁର୍ବର୍ଗ ଫଳପ୍ରଦା ଚତୁରାଯୁଗ ରୂପିଣୀ        ଚତୁରାବର୍ଣ୍ଣ ସଂପ୍ରଯ୍ଯେ ଚତୁର୍ବେଦ ବିଧାୟିନୀ ।         ଚତୁର୍ମୁଖେ ପ୍ରକାଶିର୍ତେ ଚତୁର୍ବ୍ରହ୍ମ ସୁବନ୍ଦିତେ    ଚତୁର୍ଭୁଜେ ଶ୍ଚାରଧ୍ଯେସୁ ଦେବୀ ଚତୁର୍ଥ ବିଦ୍ଯାୟାମ୍‌ ।"      ଚଉଦ ଭୁବନ ଯଥା :- ଅତଳ , ବିତଳ , ସୁତଳ , ତଳାତଳ , ମହାତଳ , ପାତ...