ଶାଶୂର ପଞ୍ଚୁକ ବ୍ରତ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ଶାଶୂ କରିଛନ୍ତି        ପଞ୍ଚୁକ ବରତ
        ପାଞ୍ଚ ଦିନ କାରତିକ
ବୋହୂ ଉଋଦଣ୍ଡୀ      ଶୁଖୁଆ ପୋଡୁଛି
       ଶାଶୂ ନାକେ ବାଜେ ଗନ୍ଧ ।
        ଶାଶୂ ବୁଢ଼ୀ ମନ ଦୁଃଖ
ମନରେ ଭାବୁଛି        କାହିଁକି ଛାଡ଼ନ୍ତି
     କାର୍ତ୍ତିକେ ବ୍ରତୀ ଆମିଷ ।୧।
ଶାଶୂ ବୋଲେ ବୋହୂ     ଏକା ଏକା ଖାଉ
       ଦିଶୁନାହିଁକି ଲୋ ତୋତେ ?
କଞ୍ଚା ଓଉ ପୁଣି         ଅଦା ଫେଡ଼ା ଘେନି
          ହବିଷ କରୁଛି ଗଣ୍ଡେ ।
       କେମିତିକା ବୋହୂ ଖଣ୍ଡେ ?
ଫାଟୁ ନାହିଁ ପେଟ       ଖାଉଛୁ ଆମିଷ 
      ବାସିରେ ପୁଛୁନୁ ଦଣ୍ଡେ !!୨।
ଆଲୋ ଉରୁଦଣ୍ଡୀ       କିଏ ବା ଦେଖୁଛି
        ଶୁଖୁଆ ଖାଇବା ମୋର ?
ପଞ୍ଚୁକ ବରତ      ଯାଉ ଲୋ ନରକ
       ଶୁଖୁଆ ମୋ' ଦରକାର ।
      ଦିଅ ଲୋ ପତରେ ମୋର
ଶାଶୂ ବୋଲ କରି      ସେ ବୋହୂ ଚାଣ୍ଡାଳୀ
         ଶୁଖୁଆ ଦେଲା ସତ୍ବର ।୩।
ଏବେ ଶାଶୂ ବୁଢ଼ୀ       ପକାଇଲା ଗିଳି
          ଦୁଇ ଥାଳି ଉଆ ଭାତ
ପଚାରିଲା ଯିଏ     ଶାଶୂ ବୁଢ଼ୀ କହେ
          କରିଛି ପଞ୍ଚୁକ ବ୍ରତ  ।
          ଖାଉନି ଜମା ଆମିଷ 
 ନିଷ୍ଠାପର ହୋଇ      ଏ ବ୍ରତ କରଇ
      ଏକା ଯିବି ମୁଁ ବୈକୁଣ୍ଠ  ।୪।

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା