ବୋଉଲୋ ମୋର
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି ଆକାଶେ ଚନ୍ଦ୍ରମା ଜଳରେ ଛାଇ ଗୋରୀ କନିଆକୁ କାଳିଆ ଜ୍ବଇଁ ବୋଉଲୋ ମୋର କିବା ଅପରାଧ କରିଲି ତୋର ବୋଉଲୋ ମୋର ।୧ ଶୋଷ ବେଳେ ଲେମ୍ବୁ ମିଶିରି ଖୋଜା ବିନା ଯଉତୁକେ କରିଲୁ ବିଭା ବୋଉଲୋ ମୋର ଦେଲୁ ନାହିଁ ଜମା ଭାର ବେଭାର ବୋଉଲୋ ମୋର ।୨ ପତ୍ର ଆଢ଼ୁଆଳେ ଫଳ ଲୁଚିଛି ଗୋଦଡ଼ା ଗୋଡ଼ରେ ଆଳୁ ଫଳିଛି ବୋଉଲୋ ମୋର ହାତୀ ଶୁଣ୍ଢ ପରି ନାକଟି ତା'ର ବୋଉଲୋ ମୋର ।୩ ପତ୍ର ଆଡ଼େଇଲେ ଫଳ ପାଇବି କାନକୁ ଶୁଭୁନି କାଲା ଜୋଇଁଟି ବୋଉଲୋ ମୋର ଗଣି ହୋଇଯାଏ ପଞ୍ଜରା ହାଡ଼ ବୋଉଲୋ ମୋର ।୪ ହଳଦିଆ ଲୁଗା ବନବାସକୁ ବାହାଡ଼ା ଦାନ୍ତିଆ ଜୋଇଁ କରିଛୁ ବୋଉଲୋ ମୋର ବ୍ରଣରେ ଭରତି ମୁହଁଟି ତା'ର ବୋଉଲୋ ମୋର ।୫ ଜନମରୁ ହୀନ କପାଳୀ ଦୁଃଖୀ କଖାରୁ ପରିକା ତାହାର ଆଖି ବୋଉଲୋ ମୋର ଖନା ବରକୁ ଦେଲି ଚାରମାଳ ବୋଉଲୋ...