ଦେଖା ତୋର କରାମତି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ମାଆ ମାଆ ବୋଲି      କେତେ ମୁଁ ଡାକିଲି
          ଶୁଣିଲୁ ନାହିଁ ମୋ'କଥା
ଅକାରଣେ ମୋତେ      ବ୍ଯଥା ଦେଇଗଲୁ
         ତୁଟିଲା ମନରୁ ଆଶା ।୧

ବଞ୍ଚି ଥାଉ ଥାଉ      ମାରିଦେଲୁ ମୋତେ
         କହ ତୁ କେମିତି ମାତା
କି ଦୋଷ କରିଲି      କାନ୍ଦି କାନ୍ଦି ମଲି
      ଏ କି ତୋର ମହାନତା !!୨

ମରିବାକୁ ଯେବେ      ଯାଉଥିଲି ମୁହିଁ 
      କାହିଁଁକି ରଖିଲୁ ମୋତେ ?
ବାରମ୍ବାର ମୋର     ଜୀବନ ବଞ୍ଚାଇ 
      ଦୁଃଖ ଦେଉଅଛୁ ଏତେ ।୩

କି ସ୍ବାର୍ଥ ରହିଛି      ମୋର ପାଶେ ତୋର
         ଖୋଲି କହୁନାହୁଁ କାହିଁ 
କି ଲାଭ ପାଉଛୁ      ତୁହି ଲୋ ଜନନୀ
      ଦୁଃଖ ସାଗରେ ଭସାଇ ?୪

ତୁଟିଗଲା ଆଶା      ମରିଗଲା ମନ
       ଆଉ ମୁଁ ପାରୁନି ସହି
ଏବେ ମୁଁ ଦେଖିବି      କେମିତି ଜନନୀ
       ରଖିବୁ ମତେ ବଞ୍ଚାଇ ।୫

ଦେଖିବି ଆଜି ମୁଁ      ତୋର ମାତୃପଣ
        କେତେ ତୋର ଅଛି ଶକ୍ତି
ପୁତ୍ର ବୋଲି ଯଦି      ଭାବୁଛୁ ଜନନୀ 
       ଦେଖା ତୋର କରାମତି ।୬

ସମ୍ପାଦକ(ପ୍ରତିଷ୍ଠାତା) ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ ଓ ସୁଦେଷ୍ଣା ଖବରକାଗଜ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା