ଆତ୍ମତୃପ୍ତି
ଶ୍ରୀ ଶିବ ପ୍ରସାଦ ବାହିନୀପତି ସେଦିନ ଶନିବାର ପୂତ ହେଲା ମନ ପ୍ରାଣ ଖେଳିଗଲା ମୋର ମାନସ ପଟ୍ଟଳେ ଅହେତୁକ ଭାବ ଓ ଭକ୍ତିର ଶିହରଣ । ମିଳିଗଲା ଆତ୍ମତୃପ୍ତି ପାଇଗଲି ସବୁକିଛି ଯାହା ଥିଲା ଇଚ୍ଛା ମୋର ପୂର୍ଣ୍ଣ ହେଲା ଅବିଳମ୍ବେ ତାହା । ପ୍ରାପ୍ତ କଲି ପର୍ଯ୍ୟାପ୍ତ ପ୍ରମାଣେ ଶାନ୍ତି ଧୌତ ହେଲା କୋଟି ଜନ୍ମର ପାତକ ପ୍ରଭାତ ଦର୍ଶନେ ପୁଲ୍ଲକିତ ହେଲା ମନ ପ୍ରାଣ ମୋର । ମୃତ ବତ୍ସା ଜୀବନ ପାଇଲା ପରି ଥୁଣ୍ଟା ଗଛ ଡାଳେ ପତ୍ର କଅଁଳିଲା ପରି ଶୁଷ୍କ ତୃଣ ପୁନର୍ଜୀବନ ପାଇବା ପରି ସବୁକିଛି ପାଇଗଲି ସେହିଦିନ । ଯାଜପୁର ସହର ଉପକଣ୍ଠରେ ତବ ନିଳୟେ ପ୍ରବେଶି ପବିତ୍ର ପ୍ରଲେପ ଲାଗିଗଲା ମୋ ସର୍ବାଙ୍ଗେ ପବିତ୍ରତା ପ୍ରାପ୍ତ କଲା ବେନି ନେତ୍ର ମୋର । ଶରଣ ରକ୍ଷଣୀ ରକ୍ଷାକାଳୀ ମାଆ ପାଦେ ମୋର ବାନ୍ଧିଦେଲ ଡୋରୀ ଭିଡି ନେଲ ନିକଟକୁ ଆଶାଧିକ ଫଳ କଲି ପ୍ରାପ୍ତ । ଦର୍ଶନ ତ ମିଳିଗଲା ମାଆ, ଶରଣାର୍ଥୀ କରିଦିଅନ୍ତ କି ; ସାର୍ଥକ ହୋଇ ଯାଆନ୍ତା ଏ ମାନବ ଜନ୍ମ ମୋର । ତରିଯା'ନ୍ତି ମିଛ ମାୟା ସଂସାରରୁ ମଳିନ ମନକୁ ମିଳିଯା'ନ୍ତା ମାଆର ଟୋପାଏ ସ୍ନେହ କଣ୍ଠେ ଲମ୍ବି ଯାଆନ୍ତା ରକ୍ଷା କବଚ ।। ଭାଟପଡା,ନିରାକାରପୁର,କଣାସ (ପୁରୀ) ଫୋ-୮୯୧୭୪୮୦୫୩୬