ଆତ୍ମତୃପ୍ତି
ଶ୍ରୀ ଶିବ ପ୍ରସାଦ ବାହିନୀପତି
ସେଦିନ ଶନିବାର
ପୂତ ହେଲା ମନ ପ୍ରାଣ
ଖେଳିଗଲା ମୋର ମାନସ ପଟ୍ଟଳେ
ଅହେତୁକ ଭାବ ଓ ଭକ୍ତିର ଶିହରଣ ।
ମିଳିଗଲା ଆତ୍ମତୃପ୍ତି
ପାଇଗଲି ସବୁକିଛି
ଯାହା ଥିଲା ଇଚ୍ଛା ମୋର
ପୂର୍ଣ୍ଣ ହେଲା ଅବିଳମ୍ବେ ତାହା ।
ପ୍ରାପ୍ତ କଲି ପର୍ଯ୍ୟାପ୍ତ ପ୍ରମାଣେ ଶାନ୍ତି
ଧୌତ ହେଲା କୋଟି ଜନ୍ମର ପାତକ
ପ୍ରଭାତ ଦର୍ଶନେ ପୁଲ୍ଲକିତ ହେଲା
ମନ ପ୍ରାଣ ମୋର ।
ମୃତ ବତ୍ସା ଜୀବନ ପାଇଲା ପରି
ଥୁଣ୍ଟା ଗଛ ଡାଳେ ପତ୍ର କଅଁଳିଲା ପରି
ଶୁଷ୍କ ତୃଣ ପୁନର୍ଜୀବନ ପାଇବା ପରି
ସବୁକିଛି ପାଇଗଲି ସେହିଦିନ ।
ଯାଜପୁର ସହର ଉପକଣ୍ଠରେ
ତବ ନିଳୟେ ପ୍ରବେଶି
ପବିତ୍ର ପ୍ରଲେପ ଲାଗିଗଲା ମୋ ସର୍ବାଙ୍ଗେ
ପବିତ୍ରତା ପ୍ରାପ୍ତ କଲା ବେନି ନେତ୍ର ମୋର ।
ଶରଣ ରକ୍ଷଣୀ ରକ୍ଷାକାଳୀ ମାଆ
ପାଦେ ମୋର ବାନ୍ଧିଦେଲ ଡୋରୀ
ଭିଡି ନେଲ ନିକଟକୁ
ଆଶାଧିକ ଫଳ କଲି ପ୍ରାପ୍ତ ।
ଦର୍ଶନ ତ ମିଳିଗଲା ମାଆ,
ଶରଣାର୍ଥୀ କରିଦିଅନ୍ତ କି ;
ସାର୍ଥକ ହୋଇ ଯାଆନ୍ତା
ଏ ମାନବ ଜନ୍ମ ମୋର ।
ତରିଯା'ନ୍ତି ମିଛ ମାୟା ସଂସାରରୁ
ମଳିନ ମନକୁ ମିଳିଯା'ନ୍ତା
ମାଆର ଟୋପାଏ ସ୍ନେହ
କଣ୍ଠେ ଲମ୍ବି ଯାଆନ୍ତା ରକ୍ଷା କବଚ ।।
ଭାଟପଡା,ନିରାକାରପୁର,କଣାସ (ପୁରୀ)
ଫୋ-୮୯୧୭୪୮୦୫୩୬
Comments
Post a Comment