Posts

Showing posts from May, 2023

ହେତୁବାଦୀଙ୍କୁ ପଦେ..........

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                ସମ୍ପାଦକ - ଉଦୟ ଭାନୁ        ସମୟ ବୋଧହୁଏ ସନ୍ଧ୍ଯା ସାତଟା ହେବ , ଠିକ୍‌ସେ ମନେ ପଡୁନି । ସେଦିନ ହ୍ବାଟ୍ସ୍‌ଆପ୍‌ ଖେଳାଉ ଖେଳାଉ ବ୍ରହ୍ମାନନ୍ଦ ପତି ପଠାଇଥିବା ଏକ ୟୁଟୁବ୍ ଲିଙ୍କ୍‌ ଉପରେ ନଜର ପଡ଼ିଲା । ମଝି ଆଙ୍ଗୁଠିଟିକୁ ତା' ଉପରେ ଛୁଆଁଇବା କ୍ଷଣି ଖୋଲିଗଲା ୟୁଟ୍ଯୁବ୍‌ ନନ୍ଦିଘୋଷ ଟି.ଭି. ଚ୍ଯାନେଲ୍‌ର ସେଇ ଭିଡ଼ିଓଟି । ଦେଖୁ ଦେଖୁ ହତବାକ୍‌ ହୋଇପଡ଼ିଲି ; ଲାଗିଥିଲା ଭୀଷଣ ପାଟିତୁଣ୍ଡ । ପାଟିତୁଣ୍ଡ ତ ନୁହେଁ ତର୍କ-ବିତର୍କ । ପରସ୍ପର ମଧ୍ଯରେ କଥା କଟାକଟି । ଉପସ୍ଥିତ ଥିଲେ ନନ୍ଦିଘୋଷର ନିଉଜ୍‌ ଆଙ୍କର ସହିତ ଦୁଇ ଜଣ ବ୍ଯକ୍ତି ; ଉଭୟେ ବ୍ରାହ୍ମଣ । ଜଣେ ଆଧ୍ଯାତ୍ମବାଦୀ ଓ ଆଉ ଜଣେ ହେତୁବାଦୀ । ଘଟଣା କ'ଣ ଜାଣିବା ପାଇଁ ଭିଡ଼ିଓଟିକୁ ଏକଲୟରେ ନିରୀକ୍ଷଣ କଲି । କିଛି ବୁଝି ପାରୁନଥାଏ , କିଛି ମିନିଟ ପରେ ସବୁକିଛି ସ୍ପଷ୍ଟ ଭାବେ ବୁଝି ପାରିଲି । ୨୦୨୨ ମସିହା କାର୍ତ୍ତିକ ମାସ ଦୀପାବଳି ଅମାସ୍ୟା ଦିନ ଲାଗିଥିବା ସୂର୍ଯ୍ଯପରାଗ ଉପରେ ଦମ୍‌ଦାର୍‌ ଲଢ଼େଇ । କାହିଁକି ଏ ଲଢ଼େଇ ? ଭିଡ଼ିଓଟିରୁ ଜାଣିବାକୁ ପାଇଲି ହେତୁବାଦୀ ବ୍ଯକ୍ତି ଜଣକ ସୂର୍ଯ୍ଯପରାଗ ଦିନ ବାହାରେ ରୋଷେଇ କରି ଚିକେନ ବିରିୟାନୀ ଖାଉଥିଲେ । ସେ ପୁଣି ଏକା ନଥିଲେ , ଆଉ କିଛି ହେତୁବାଦୀମାନେ ଏକସଙ୍ଗରେ ଖାଉଥିଲେ । ଅନ୍ୟ ମାନଙ୍କ...

ଅଲୌକିକତା

             କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                                     ସମ୍ପାଦକ - ଉଦୟ ଭାନୁ        କଥାରେ ଅଛି - "ସତ କେବେ ଲୁଚ଼ି ରହେନା" ;  ସେମିତି "ପାପ କରି କେହି ଛପାଇ ପାରେନା" । ଆଜି ନହେଲେ କାଲି ସତ୍ଯର ପରିପ୍ରକାଶ ହୁଏ ; ପାପକୁ ଲୁଚ଼ାଇ ଦେଇ ପାରିବା ଶକ୍ତି କାହାର ବି ନାହିଁ । ଦିନେ ନା ଦିନେ ଦୁନିଆ ଜାଣିବ କରିଥିବା କୁକର୍ମ । ଏହା ଚ଼ିରାଚ଼ରିତ କଥା , ବହୁ ପୂର୍ବରୁ ପ୍ରମାଣ ସିଦ୍ଧ ମଧ୍ଯ । ପାପରୁ ମୁକ୍ତି ପାଇଁ ଅନେକ କିଛି ତ୍ଯାଗ କରିବାକୁ ପଡ଼େ । ଦାନ , ଦକ୍ଷିଣା ତଥା ପ୍ରାୟଶ୍ଚିତ କରିବାକୁ ପଡ଼େ । ଆଧ୍ଯାତ୍ମିକ ଚ଼େତନାକୁ ଜାଗ୍ରତ କରି ହୋମ , ଯଜ୍ଞ କରିବା କଥା ମୁନିଋଷି ମାନଙ୍କ ଠାରୁ ଦେଖିବାକୁ ମିଳେ । ଦେବସ୍ଥଳୀରେ ବିପ୍ରଙ୍କ ଦ୍ବାରା ଏକପ୍ରକାର ପ୍ରାୟଶ୍ଚିତ କରିବାକୁ ହୁଏ ରୀତିନୀତି - ସଂସ୍କାର ଅନୁସାରେ । ଏଠାରେ ପ୍ରଶ୍ନ ଉଠେ କି , ଏସବୁ ଦ୍ବାରା କ'ଣ ପାପ ମୁକ୍ତ ହୋଇ ବୈକୁଣ୍ଠ ପ୍ରାପ୍ତ ହୁଏ କି ? ଉତ୍ତର ଆସିବ - ନା , ପାପରୁ କେବେ ମୁକ୍ତି ନଥାଏ । କେବଳ ଲୋକାଚ଼ାର-କୁଳାଚ଼ାର କଥାଟି ହୁଏ ; ପାପୀଟି ତପୀ ମାନଙ୍କ ସଙ୍ଗ କରିବାକୁ ଏକ ପ୍ରକାର ସଂସ୍କାର କରାଯାଇଥାଏ । ସଂସ୍କ...

ଅନ୍ତିମ ମହାବିଦ୍ୟା - କମଳାତ୍ମିକା

  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ସମ୍ପାଦକ - ଉଦୟ ଭାନୁ / ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ          ଦଶ ମହାବିଦ୍ୟା ମଧ୍ଯେ ଅନ୍ତିମ ମହାବିଦ୍ୟା ହେଲେ କମଳାତ୍ମିକା ଯାହା ଶକ୍ତିର ସୌନ୍ଦର୍ଯ୍ୟ ରୂପ ; ସେ ସମ୍ପଦ ତତ୍ତ୍ବ । ଏହା ନିରବଚ୍ଛିନ୍ନ ବିଦ୍ଯା ; ଦେବୀଙ୍କ ତନ୍ତ୍ର ରୂପ କମଳା ଅଟେ । କିନ୍ତୁ ସାଧାରଣରେ ସେ ଲକ୍ଷ୍ମୀ ରୂପେ ଅର୍ଚ୍ଚିତା । ମହାବିଦ୍ୟା ମାନଙ୍କ ମଧ୍ୟେ ଏ ବିଦ୍ଯା ସବୁଠୁ ରହସ୍ଯମୟ ଓ ଜଟିଳ , କାରଣ ଏହା ଶକ୍ତିର ନକରାତ୍ମକ ଉର୍ଜା । ସମସ୍ତଙ୍କୁ କୁହାଯାଏ ଦେବୀ, ଇଏ କିନ୍ତୁ ମହାଦେବୀ । ଏହି ଶକ୍ତି ଦ୍ବିସ୍ତରୀୟ ; ଏହାଙ୍କର ଉପାସକଙ୍କୁ ଆଦ୍ଯ ସ୍ତରରେ ସବୁକିଛି ବିନା ଶ୍ରମରେ ପ୍ରାପ୍ତ ହୋଇଯାଏ । ଏହା ପରେ ସାଧକ ସେଇ ଭିତରେ ଦିଶା ଭ୍ରଷ୍ଟ ହୋଇ ଲୋଭ , ମୋହ , ଅହଂଗ୍ରସ୍ତ ହୋଇଯାଏ ବା ଅଟକି ଯାଏ ; ବହୁ କଷଣ ଭୋଗ କରେ । କିନ୍ତୁ ଯିଏ ଏହା ପରେ ବି ସାଧନା ନିରବଚ୍ଛିନ୍ନ ରଖନ୍ତି , ଦେବୀଙ୍କ ମାୟାରେ ମୋହଗ୍ରସ୍ତ ହୁଅନ୍ତି ନାହିଁ ତାଙ୍କୁ ଐହିକ ଜଗତରେ ଅତିନ୍ଦ୍ରିୟ ଶାନ୍ତି , ନିରୋଗ ଶରୀର , ଯନ୍ତ୍ରଣା ବିହୀନ ମୃତ୍ଯୁ , ଅନନ୍ତ ସିଦ୍ଧି ଓ ପରଲୋକରେ ମୋକ୍ଷ ପ୍ରାପ୍ତି ହୁଏ । ଏଲାଗି କମଳାତ୍ମିକା ଚଞ୍ଚଳା ଓ ଅନ୍ନଦାତ୍ରୀ ଭାବରେ ସେ ଅନ୍ନପୂର୍ଣ୍ଣା ; ଏରୂପେ ମାର୍ଗଶୀର ମାସରେ ପୂଜିତ ସେ । ପଦ୍ମାସନା (ଲକ୍ଷ୍ମୀ)ଙ୍କୁ ଗୃହରେ ପୂଜା ହୁଏ ; ଦଣ୍ଡାୟମାନ ରୂପ...

ଲୁଣ

             କାବ୍ଯଭୂଷଣ ଶିବ ପ୍ରସାଦ ବୀହିନୀପତି                    ସମ୍ପାଦକ - ଉଦୟ ଭାନୁ       "ଲୁଣ"କୁ ସମସ୍ତେ ପ୍ରାୟ ଭଲଭାବେ ଜାଣନ୍ତି । ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ।  ଲୁଣ ବିନା ସମସ୍ତ ପାକ ଓ ଖାଦ୍ୟ ସ୍ବାଦ ହରାଇ ବସେ । ତେଣୁ ସମସ୍ତେ ଲୁଣ ବ୍ଯବହାରକାରୀ । ଲୁଣ ଏକ ପ୍ରାକୃତିକ ରାସାୟନିକ ଯୌଗିକ ପଦାର୍ଥ ; ଏହାର ରାସାୟନିକ ନାମ ସୋଡ଼ୟମ କ୍ଲୋରାଇଡ । ପ୍ରାକୃତିକ ଲୁଣକୁ ସୈନ୍ଧବ ଲବଣ କହନ୍ତି । ସମୁଦ୍ର ଜଳରୁ ଲୁଣ ଉତ୍ପାଦନ କରାଯାଏ । ସମୁଦ୍ର ଜଳର ପ୍ରତି ଲିଟରରେ ପ୍ରାୟ ୩୫ ଗ୍ରାମ କଠିନ ଲୁଣ ଥାଏ ଓ ଏହାର ଲବଣତା ୩.୫% ଅଟେ । ଉଦ୍ଭିଦ ତନ୍ତୁ ମାନଙ୍କରେ ପ୍ରାଣୀ ମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । କିଛି ପୁରୁଣା ପ୍ରମାଣରୁ ଜଣାପଡେ ଯେ ଲୁଣ ପ୍ରସ୍ତୁତିକରଣ ପଦ୍ଧତି ପ୍ରାୟ ୮୦୦୦ ବର୍ଷ ତଳର ପୁରୁଣା । ଯେତେବେଳେ ରୋମାନିଆ ଦେଶରେ ଭୂଗର୍ଭରୁ ଆସୁଥିବା ଝର ପାଣିକୁ ସିଝାଇ ଲୁଣ ପ୍ରସ୍ତୁତ ହେଉଥିଲା, ସେହି ସମୟରେ ଚୀନରେ ବି ଲୁଣ ପ୍ରସ୍ତୁତ କରାଯାଉ ଥିଲା । ହିବୃ, ରୋମାନ, ଗ୍ରୀସ,ମିଶର ଆଦି ଦେଶ ଗୁଡ଼ିକରେ ସେତେବେଳ ଲୁଣକୁ ଅତି ମୂଲ୍ଯବାନ ମନେ କରାଯାଉଥିଲା ; ବ୍ଯବସାୟ ପାଇଁ ଲୁଣ ଥିଲା ମହତ୍ତ୍ୱପୂର୍ଣ୍ଣ ପଦାର୍ଥ । ଭୂମଧ୍ୟସାଗରକୁ ଡ଼ଙ୍ଗା ...

ଝରୁଥାଉ ନିରନ୍ତର

       କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି                          ସମ୍ପାଦକ - ଉଦୟ ଭାନୁ  ପୁରୀ ଜିଲ୍ଲା ମଧ୍ୟେ       କଣାସ ଅଞ୍ଚଳ          ପବିତ୍ର ମୋର ଏ ଗାଆଁ  ଗାଆଁ ନୁହେଁ ସିଏ       ମାଆଟିଏ ମୋର         ଭାଟପଡ଼ା ତା'ର ନାଆଁ ।୧ ଏଇ ଗାଆଁ ଧାରେ       କୁଳୁକୁଳୁ ସ୍ବରେ            ପୂତ ପୟୋଧି ମକରା ବହି ଯାଉଅଛି        ସ୍ବଚ୍ଛ ଜଳରାଶି         ମାଆ ତା'ର ଦଧିଭଦ୍ରା ।୨ ନଦୀ ନୁହେଁ ସିଏ        ଆହାର ସେ ଦିଏ          ଉଦର ପୋଷେ ଧୀବର ଜଳର ଅଭାବ       ଦେଖିନାହୁଁ କେବେ       ଆସିଲେ ଗ୍ରୀଷମ କାଳ ।୩ ଦୟାର ସାଗର        ମାଆଟି ଆମର          ପୁଣ୍ୟର ସେ ଗନ୍ତାଘର  ତା' ପାଦେ ଆମର        କୋଟି ନମସ୍କାର             ଝର...

କର୍ମ ଘେନି ଫଳ

    କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                          ସମ୍ପାଦକ - ଉଦୟ ଭାନୁ       କଥାରେ ଅଛି - "ସୁଖ - ଦୁଃଖ ଦୁନିଆର ରୀତି ।'' ସୁଖ - ଦୁଃଖ ଦୁହେଁ ସାବତ ଭାଇ । ପରସ୍ପର ମଧ୍ୟରେ ପ୍ରତିଯୋଗିତା ; କିଏ କେତେ କରିତ୍‌କର୍ମା । ଜଣେ ସଫଳତାର ଅଶ୍ରୁ ପ୍ରଦାନ କରୁଥିବା ବେଳେ ଆଉ ଜଣେ କିନ୍ତୁ ବିଫଳତାର ଅଶ୍ରୁ ପ୍ରଦାନ କରେ । ଜଣେ ଯୁକ୍ତାତ୍ମକ ଓ ଆଉ ଜଣେ ବିଯୁକ୍ତାତ୍ମକ । ଉଭୟଙ୍କର ଆବଶ୍ଯକତା ନିହାତି କିନ୍ତୁ ଜୀବନ ପାଇଁ । ଯେମିତି ବୈଦ୍ୟୁତିକ ବଲ୍‌ବ୍‌ ଜଳିବା ପାଇଁ ବିଦ୍ଯୁତ୍‌ର ଆବଶ୍ଯକ ହୁଏ ; ସେମିତି ଜୀବନକୁ ସରସ ସୁନ୍ଦର କରିବାକୁ ଏମାନଙ୍କର ଆବଶ୍ଯକତା ପଡ଼ିଥାଏ । ବଲ୍‌ବ୍‌ ଜଳିବାକୁ ଏକ ମାଧ୍ୟମ ଦରକାର ଯାହା ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ; ଏକ ତାରର ଆବଶ୍ଯକତା । ଗୋଟିଏ ସୂତ୍ରରେ ଛନ୍ଦାଛନ୍ଦି ଦୁଇଟି ଦୁଇଟି ତାରର ଏକପାଖ ଯୁକ୍ତାତ୍ମକ ବା ସୁଖ ଓ ଆରପାଖ ବିଯୁକ୍ତାତ୍ମକ ବା ଦୁ଼ଃଖ ଅଟେ । ଶରୀର ରୂପୀ ତାର ଦ୍ବାରା ସଂଯୋଗ ହୋଇଥାଏ ଜୀବନର ଦୁଇପାଖ ଏବଂ କର୍ମ ରୂପୀ ବଲ୍‌ବ୍‌ ଜଳି ଉଠେ । ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼େ ଯେ ଜୀବନରେ ସୁଖ ଓ ଦୁଃଖର ଆବଶ୍ଯକତା ସମପରିମାଣରେ ରହିଛି । ଦୁ଼ଃଖ ଶିକ୍ଷା ଦିଏ ଓ ସୁଖ ପ୍ରାପ୍ତ କରାଏ । ତେଣୁ ଉଭୟକୁ ସ୍ବାଗତ କରିବା ପ୍ରତ୍ଯେକ ପ୍ରାଣୀ...

ଏମିତି ବି ହୁଏ !

               ଶିବ ପ୍ରସାଦ ବାହିନୀପତି                             ସମ୍ପାଦକ - ଉଦୟ ଭାନୁ       ଛୋଟ ଏକ ପଡ଼ାଟିଏ ; ପଚ଼ାଶଟି ଘରର ସମଷ୍ଟି । ସମସ୍ତେ ଦୀନ ଦୁଃଖୀ ପରିବାରର ; ଚ଼ାଷବାସ ମୂଲ ମଜୁରୀ କରି ଚ଼ଳନ୍ତି । ଛାତଘର ତ ସ୍ବପ୍ନ ସେହି ପଡ଼ାରେ । ମାଟିକାନ୍ଥ ଓ ଚ଼ାଳଛପର ଘର ସମସ୍ତଙ୍କର । ସେହି ପଡ଼ାର ବାସିନ୍ଦା ଥିଲେ ରାମଧୂନ୍‌ ରାଉତରାୟ । ପରିବାର କହିଲେସେ ନିଜେ , ସ୍ତ୍ରୀ ରାଲି , ପୁଅ ମକରଧ୍ବଜ , ଝିଅ ଚନ୍ଦ୍ରାନନୀ । ମୂଲ ମଜୁରୀ କରି ଚ଼ଳନ୍ତି । ଏ ପରିବାରର ଏକମାତ୍ର ରୋଜଗାରିଆ ଲୋକ ଥିଲେ ରାମଧୂନ୍‌ । ପୁଅ ମକରଧ୍ବଜ ବାଳୁଙ୍ଗା ; ଅବୋଲକରାଟିଏ । ଦଶମ ଶ୍ରେଣୀ ପରୀକ୍ଷାରେ ତିନି ତିନି ଥର ଅକୃତକାର୍ଯ୍ୟ ହୋଇ ଘରେ ବସି ରହିଛି । ଖାଇପିଇ ଅନ୍ନ ଧ୍ବଂସ କରିବା ସହିତ ବାଜ୍ଯ ସାଙ୍ଗସାଥିଙ୍କ ମେଳରେ ପଡ଼ି ନିଜ ଜୀବନକୁ ମାଟି କରି ପକାଇଛି । ପୂରା ଅଳସୁଆଟାଏ କହିଲେ ଚ଼ଳେ ; କୁଟା ଖଣ୍ଡକ ଦୁଇ ଖଣ୍ଡ କରୁନି । ସମ୍ପୂର୍ଣ୍ଣ ଗଜମୁର୍ଖ କହିଲେ ବି ଅତ୍ଯୁକ୍ତି ହେବନି । ରାମଧୂନ୍‌ ବହୁତ ଚ଼ିନ୍ତିତ ଥା'ନ୍ତି ପୁଅ ମକରଧ୍ବଜକୁ ନେଇ । ମୁଣ୍ଡ ଉପରେ ଝିଅର ବୋଝ ; ଆଉ ଦୁଇ ବର୍ଷ ଘରେ ରହିବ କି ନା ସନ୍ଦେହ । ପାଖରେ ଧନ ନାହିଁ ; ଝିଅ ବାହାଘର ପାଇଁ ଖଣ୍ଡେ...

ଷଡ଼ଋତୁ

କାବ୍ୟଭୂଷଣ  ଶିବ ପ୍ରସାଦ ବାହିନୀପତି               ସମ୍ପାଦକ - ଉଦୟ ଭାନୁ  ଆଦ୍ଯେ ପରବେଶ ହୁଏ ଗ୍ରୀଷମ କାଳ ଋତୁ ମାନଙ୍କ ମଧ୍ୟରେ ସେ ମହାକ୍ରୁର । ଦ୍ବିତୀୟେ ବର୍ଷା ଋତୁ ହୁଏ ଉପନୀତ ଶସ୍ଯ ଶ୍ଯାମଳା ହୁଅଇ ଏଇ ଜଗତ । ଶରତ ଋତୁ ପୁଣି ଆସେ ତୃତୀୟରେ ନିର୍ମଳ ଇନ୍ଦୁ ହସେ ବିଶ୍ବ ଗଗନରେ । ଚତୁର୍ଥରେ ପ୍ରବେଶ ହୁଅଇ ହେମନ୍ତ  ସବୁରି ମନରେ ଭରିଦିଏ ଆନନ୍ଦ  । ପଞ୍ଚମେ ଯେଉଁ ଋତୁ ହୁଏ ଆଗମନ ଶୀତ ଋତୁ ବୋଲି ତାଙ୍କୁ ସରବେ ଜାଣ । ଷଷ୍ଠେ ଯେଉଁ ଋତୁଟି ହୁଅଇ ଆଗତ ମନେରଖ ସେହି ଋତୁରାଜ ବସନ୍ତ । ଏପରି ଷଡ଼ଋତୁ ମହିପରେ ଆସେ ପିଲାମାନେ ରଖ ମନେ ଏ କଥା ପଦେ । ଭାଟପଡ଼ା , ନିରାକାରପୁର , କଣାସ , ପୁରୀ  ୮୯୧୭୪୦୪୩୯୬ 

ଶିକ୍ଷା , ଆମର ନିରନ୍ତର ଅଧିକାର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି   ସମ୍ପାଦକ -  ଉଦୟ ଭାନୁ             ଶିକ୍ଷା ହିଁ ସଭ୍ୟତାର ପ୍ରଥମ ସକାଳ । ସେଥିପାଇଁ କୁହାଯାଇଛି , "ସା ବିଦ୍ୟା ଯା ବିମୁକ୍ତୟେ" । ଅଜ୍ଞାନତାର ଅନ୍ଧକାରରୁ ମୁକ୍ତି ପାଇଁ ଶିକ୍ଷା ମଣିଷ ଜୀବନର ଏକାନ୍ତ ଅପରିହାର୍ଯ୍ୟ ଅଙ୍ଗ । ଶିକ୍ଷା ମଣିଷକୁ କେଵଳ ଜ୍ଞାନ ପ୍ରଦାନ କରେ ନାହିଁ , ଏହା ପ୍ରତ୍ୟେକ ମଣିଷର ଚେତନା ଓ ଚରିତ୍ରର ବିକାଶ ଘଟାଇବା ସହ ମଣିଷକୁ ବିବେକ, ବିଚାର, ନୀତି ବିଧି , ଶୃଙ୍ଖଳା ଓ ଅନୁଶାସନ ସହ ଅଭ୍ୟସ୍ତ କରାଇଥାଏ । ସେଥିପାଇଁ ଆମ ଦେଶର ସଂବିଧାନରେ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଛି ।                 ସମଗ୍ର ଶିକ୍ଷା- ବିସ୍ତାରିତ ପ୍ରାକ୍ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷା କ୍ଷେତ୍ର ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ । ତେଣୁ ବିଦ୍ୟାଳୟ ପାଇଁ ସମାନ ସୁଯୋଗ ଏବଂ ସମାନ ଶିକ୍ଷଣ ଫଳାଫଳ ପାଇଁ ମପା ଯାଇଥିବା ବିଦ୍ୟାଳୟର କାର୍ଯ୍ୟକାରିତାକୁ ସୁଦୃଢ କରିବାର ବୃହତ ଲକ୍ଷ୍ୟ ସହିତ ପ୍ରସ୍ତୁତ କରାଯାଇଛି | ଏଥିରେ ୩ଟି ଯୋଜନା ସର୍ବ ଶିକ୍ଷା ଅଭିଯାନ (ଏସ୍.ଏସ୍.ଏ.), ରାଷ୍ଟ୍ରୀୟ ମାଧ୍ୟାମିକ୍ ଶିକ୍ଷା ଅଭିଯାନ (ଆର.ଏମ୍.ଏସ୍.ଏ.) ଏବଂ ଶିକ୍ଷକ ଶିକ୍ଷା (ଟି.ଇ.) ଅନ୍ତଭୁକ୍ତ କରାଯାଇଛି । ଏହି ଯୋଜନାରେ ପ୍ରାକ୍ ବିଦ୍ୟାଳୟ, ପ୍...

ଏକ ସାରସ୍ବତ ସୃଷ୍ଟି :- "ସ୍ରଷ୍ଟା , ସୃଷ୍ଟି ଓ ଦ୍ରଷ୍ଟା"

    କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                ସମ୍ପାଦକ - ଉଦୟ ଭାନୁ       ସାହିତ୍ଯ କହିଲେ ସବୁରି ହିତ ସାଧନକୁ ବୁଝାଏ ; ଅର୍ଥାତ୍‌ ଯିଏ ସମୀଜର ହିତ ସାଧନାରେ ଥାଏ ସିଏ ସାହିତ୍ଯ । କେବଳ ଯେ ମଣିଷ ତାହା ନୁହେଁ ; କୀଟପତଙ୍ଗ , ତରୁତୃଣ ସବୁରି ହିତରେ ଆସେ ସାହିତ୍ଯ । ଆମେ ଏଠି କହିବା ଯେ , କେବଳ ମଣିଷ ହିଁ କହିପାରେ , ବୁଝିପାରେ ଓ ଲେଖିପାରେ ; ସେମାନେ ତ ବୁଝନ୍ତି ନାହିଁ କି ଲେଖନ୍ତି ନାହିଁ , ତେଣୁ ସେମାନଙ୍କର ହିତ କେମିତି ହେବ ? ଏଇ ମଣିଷ ଦ୍ବାରା ହୋଇପାରିବ ବୋଲି ଉତ୍ତର ଆସିବ । ଏଠି କହି-ଲେଖି-ବୁଝି ପାରୁଥିବା ପ୍ରାଣୀ ହିଁ ତାଙ୍କୁ ସୁରକ୍ଷା ଦେବ । ପାରଙ୍ଗମ ଥିବା ପ୍ରାଣୀ ଅପାରଗ ପ୍ରାଣୀ ବା ଜୀବର ହିତ ସାଧନ କରିପାରିବ । ଏଇ ତ ମାନବିକତା ବା ଜୀବ ସୁଲଭ ଗୁଣ । ସମାଜକୁ ସତ୍‌ ପଥ ଦେଖାଇବା ଓ ଦୁଃସ୍ଥ ଅସହାୟର ସହାୟତା କରିବା ଜଣେ ସାହିତ୍ୟିକର ଧର୍ମ ହେବା ଉଚିତ । ଅନ୍ଯାୟ ଦେଖି ଚୁପ୍‌ ହୋଇ ବସିବା ଜଣେ ସୁସାହିତ୍ଯିକର ଧର୍ମ ନୁହେଁ । ସତ୍ଯ-ନ୍ଯାୟ-ଧର୍ମର କଲମ ମୁନରେ ମାନବିକତାର କାଗଜ ଚଟାଣରେ ସମାଜ ମଙ୍ଗଳର ବାର୍ତ୍ତା ବୀଜ ବୁଣିବା ଜଣେ ସାହିତ୍ଯ ସାଧକର ପ୍ରଧାନ କାର୍ଯ୍ଯ ହେବା ଉଚିତ । ସତ୍ଯକୁ ସାମ୍ନାକୁ ଆଣିବା ଜଣେ ସାହିତ୍ୟିକର କର୍ତ୍ତବ୍ୟ ବୋଲି ମାନି ନେବା ଉଚିତ । ଏସବୁ କରି ନପାରିଲେ ସେ ସାହିତ୍ୟି...