ଷଡ଼ଋତୁ
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଆଦ୍ଯେ ପରବେଶ ହୁଏ ଗ୍ରୀଷମ କାଳ
ଋତୁ ମାନଙ୍କ ମଧ୍ୟରେ ସେ ମହାକ୍ରୁର ।
ଦ୍ବିତୀୟେ ବର୍ଷା ଋତୁ ହୁଏ ଉପନୀତ
ଶସ୍ଯ ଶ୍ଯାମଳା ହୁଅଇ ଏଇ ଜଗତ ।
ଶରତ ଋତୁ ପୁଣି ଆସେ ତୃତୀୟରେ
ନିର୍ମଳ ଇନ୍ଦୁ ହସେ ବିଶ୍ବ ଗଗନରେ ।
ଚତୁର୍ଥରେ ପ୍ରବେଶ ହୁଅଇ ହେମନ୍ତ
ସବୁରି ମନରେ ଭରିଦିଏ ଆନନ୍ଦ ।
ପଞ୍ଚମେ ଯେଉଁ ଋତୁ ହୁଏ ଆଗମନ
ଶୀତ ଋତୁ ବୋଲି ତାଙ୍କୁ ସରବେ ଜାଣ ।
ଷଷ୍ଠେ ଯେଉଁ ଋତୁଟି ହୁଅଇ ଆଗତ
ମନେରଖ ସେହି ଋତୁରାଜ ବସନ୍ତ ।
ଏପରି ଷଡ଼ଋତୁ ମହିପରେ ଆସେ
ପିଲାମାନେ ରଖ ମନେ ଏ କଥା ପଦେ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୦୪୩୯୬
Comments
Post a Comment